|
ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି । ଯାହା ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା । ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା । ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି । ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି । ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି ।
ପୁରା ପଢନ୍ତୁ...
|
|
ନଭେମ୍ବର
ଜନ୍ମ
- ୩ – ପଦ୍ମଶ୍ରୀ ଆଇଜାକ ସାନ୍ତ୍ରା, ଗାନ୍ଧୀବାଦୀ ଚିକିତ୍ସକ ଓ ସମାଜସେବୀ (ଜନ୍ମ: ୧୮୯୨)
- ୩ – ଅନ୍ନପୂର୍ଣ୍ଣା ମହାରଣା, ସ୍ଵାଧୀନତା ସଂଗ୍ରାମୀ (ଜନ୍ମ: ୧୯୧୭)
- ୭ – ସୁନନ୍ଦା ପଟ୍ଟନାୟକ, କଣ୍ଠଶିଳ୍ପୀ (ଜନ୍ମ: ୧୯୩୪)
- ୭ – ନନ୍ଦିତା ଦାସ, ଅଭିନେତ୍ରୀ (ଜନ୍ମ: ୧୯୬୯)
- ୮ – ଇନ୍ଦ୍ରାଣୀ ମିଶ୍ର, କଣ୍ଠଶିଳ୍ପୀ (ଜନ୍ମ: ୧୯୫୧)
- ୧୩ – ମାୟାଧର ମାନସିଂହ, ଓଡ଼ିଆ ସାହିତ୍ୟିକ (ଜନ୍ମ: ୧୯୦୫)
- ୧୩ – ଭୀମ ସିଂ, ଅଭିନେତା (ଜନ୍ମ: ୧୯୩୪)
- ୧୪ – ବିକଳାନନ୍ଦ କର, ସାଲେପୁର ମିଠାର ଜନକ (ଜନ୍ମ: ୧୯୦୨)
- ୧୪ – ଡ. ନୀଳମାଧବ ପାଣିଗ୍ରାହୀ (ଜନ୍ମ: ୧୯୧୯)
- ୧୬ – ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ, ଓଡ଼ିଶୀ ଏବଂ ଛଉ ନୃତ୍ୟଶିଳ୍ପୀ (ଜନ୍ମ: ୧୯୬୮)
- ୨୧ – ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୮୯୯)
- ୨୨ – ଶହୀଦ ଲକ୍ଷ୍ମଣ ନାୟକ (ଜନ୍ମ: ୧୮୯୯)
- ୨୨ – ଗୌର ଘୋଷ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ (ଜନ୍ମ: ୧୯୨୯)
- ୨୩ – ଜାତୀୟ କବି ବୀରକିଶୋର (ଜନ୍ମ: ୧୮୯୬)
- ୨୩ – ନବକୃଷ୍ଣ ଚୌଧୁରୀ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୦୧)
- ୨୩ – ରାଜକିଶୋର ରାୟ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ, ଅଧ୍ୟାପକ (ଜନ୍ମ: ୧୯୧୪)
- ୨୪ – ରାଧାକୃଷ୍ଣ ପାତ୍ର, ଓଡ଼ିଶା ଏବଂ ସିକିମ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି (ଜନ୍ମ: ୧୯୪୨)
- ୨୫ – ଜଗନ୍ମୋହନ, ପ୍ରଥମ ଓଡ଼ିଆ ନାଟକ ବାବାଜୀର ରଚୟିତା (ଜନ୍ମ: ୧୮୩୮)
- ୨୫ – ରଙ୍ଗନାଥ ମିଶ୍ର, ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି (ଜନ୍ମ: ୧୯୨୬)
- ୨୫ – ଗଗନେନ୍ଦ୍ର ନାଥ ଦାଶ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ଭାଷାବିତ୍, ପ୍ରାବନ୍ଧିକ ଏବଂ ସମାଲୋଚକ (ଜନ୍ମ: ୧୯୪୦)
- ୨୫ – ନାରାୟଣ ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ଜନ୍ମ: ୧୯୫୫)
- ୨୫ – ପଦ୍ମଶ୍ରୀ ଦିଲୀପ ତିର୍କୀ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ (ଜନ୍ମ: ୧୯୭୭)
- ୨୬ – ବୀରେନ ମିତ୍ର, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୧୭)
- ୨୬ – ରବି ରାୟ, ଲୋକ ସଭାର ପୂର୍ବତନ ବାଚସ୍ପତି (ଜନ୍ମ: ୧୯୨୬)
- ୨୬ – ବଂଶୀଧର ପଣ୍ଡା, ଶିଳ୍ପପତି (ଜନ୍ମ: ୧୯୩୨)
- ୨୭ – ମନୋରମା ବିଶ୍ଵାଳ ମହାପାତ୍ର (ଜନ୍ମ: ୧୯୪୮)
- ୨୯ – ରବୀନ୍ଦ୍ର କୁମାର ପ୍ରହରାଜ, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ପ୍ରାପ୍ତ ଗାଳ୍ପିକ (ଜନ୍ମ: ୧୯୩୮)
- ୩୦ – ଶହିଦ ଦିବାକର ପରିଡ଼ା, ସ୍ୱାଧୀନତା ସଂଗ୍ରାମୀ (ଜନ୍ମ: ୧୯୧୧)
- ୩୦ – ବିବୁଧେନ୍ଦ୍ର ମିଶ୍ର, ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଆଇନଜୀବୀ, କ୍ରିଡ଼ା ସଂଗଠକ, ଲେଖକ (ଜନ୍ମ: ୧୯୨୦)
ମୃତ୍ୟୁ
- ୨ – ଭଜନ ସମ୍ରାଟ ଭିକାରୀ ବଳ, ଓଡ଼ିଶୀ ଓ ଅନ୍ୟାନ୍ୟ ପାରମ୍ପରିକ ସଙ୍ଗୀତ କଣ୍ଠଶିଳ୍ପୀ (ମୃତ୍ୟୁ: ୨୦୧୦)
- ୬ – ଫତୁରାନନ୍ଦ, 'ସାରଳା ସମ୍ମାନ' ପ୍ରାପ୍ତ ବ୍ୟଙ୍ଗ ସାହିତ୍ୟିକ (ମୃତ୍ୟୁ: ୧୯୯୫)
- ୧୧ – ମେହମୁଦ ହୁସେନ, ବୃତ୍ତଚିତ୍ର ନିର୍ମାତା (ମୃତ୍ୟୁ: ୨୦୧୫)
- ୧୨ – ବାଳକୃଷ୍ଣ ଦାସ, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତକାର ଓ ପ୍ରଚ୍ଛଦପଟ୍ଟ ଗାୟକ (ମୃତ୍ୟୁ: ୧୯୯୩)
- ୧୭ – ଅକ୍ଷୟ ମହାନ୍ତି, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ, ଲେଖକ (ମୃତ୍ୟୁ: ୨୦୦୨)
- ୧୯ – ବାସୁଦେବ ସୁଢ଼ଳଦେବ, ବାମଣ୍ଡାର ରାଜା (ମୃତ୍ୟୁ: ୧୯୦୩)
- ୨୩ – ସୁଦର୍ଶନ ସାହୁ, ଛେନାପୋଡ଼ର ଜନକ (ମୃତ୍ୟୁ: ୨୦୧୬)
- ୨୫ – ଗୋଦାବରୀଶ ମହାପାତ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ମୃତ୍ୟୁ: ୧୯୬୫)
- ୨୯ – ଅଖିଳ ମୋହନ ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ (ମୃତ୍ୟୁ: ୧୯୮୭)
- ୩୦ – ବ୍ରଜରାଜ ମହାପାତ୍ର, ତିଗିରିଆର ଶେଷ ରାଜା (ମୃତ୍ୟୁ: ୨୦୧୫)
ପର୍ବପର୍ବାଣୀ
|
|
|
|