ଆଲୋଚନା:ପ୍ରଧାନ ପୃଷ୍ଠା
ନୂଆ ଯୋଡ଼ନ୍ତୁPlease add variant word of you languages in this list.--Kaiyr (ମୋ ଆଲୋଚନା) ୦୮:୩୨, ୧୭ ଅଗଷ୍ଟ ୨୦୧୪ (UTC)
ନୂଆ "ପର୍ବ ପର୍ବାଣି" ଓ "କର୍ମଶାଳା" ବିଭାଗ ଆରମ୍ଭ ବାବଦରେ
[ସମ୍ପାଦନା]ପ୍ରିୟ ଉଇକିଆଳିଗଣ,
ଆମ ପ୍ରଧାନ-ପୃଷ୍ଠାର 'ବଛା ଲେଖା' ଅଧିକାଂଶ ଦିନ କୌଣସି ପର୍ବପର୍ବାଣି ବାବଦରେ ରହୁଛି । ପୂର୍ବରୁ ଥରେ ହେଇଥିବା ଆଲୋଚନା ଅନୁସାରେ ଏହାଦ୍ୱାରା ଅଧିକ ପାଠକ ଆକର୍ଷିତ ହେବେ । ଏହା ଠିକ କିନ୍ତୁ ଆମେ ଅନ୍ୟ ବିଷୟ ଗୁଡ଼ିକୁ ଅବହେଳା କରୁଛେ । ଏଣୁ ପର୍ବପର୍ବାଣି ବାବଦରେ ଅଲଗା ବିଭାଗ ଆରମ୍ଭ କରାଗଲେ ଭଲ ହୁଅନ୍ତା । ପର୍ବପର୍ବାଣି ବିଭାଗଟିକୁ ନିକଟବର୍ତ୍ତୀ ପର୍ବ ହିସାବରେ ବଦଳା ଯାଉ; ଇଂରାଜୀ ମାସ ହିସାବରେ ନୁହେଁ । ଆଉ ବଛା ଲେଖା ସ୍ଥାନରେ ବିଶିଷ୍ଟ ବ୍ୟକ୍ତିତ୍ବ ଓ ଉପଯୋଗୀ ଲେଖା ରଖାଯାଉ ।
ଯେହେତୁ ଅଧିକାଂଶ ନୂଆ ପାଠକ ପ୍ରଧାନ-ପୃଷ୍ଠା ଦେଖନ୍ତି ଏଣୁ ପୂର୍ବ ଓ ଆଗାମୀ "କର୍ମଶାଳା/IRC/ମେଳଣ" ବାବଦରେ ସମୟକ ତଥ୍ୟ ପ୍ରଧାନ ପୃଷ୍ଠାରେ ରଖାଯାଉ । ତେବେ ଏହା ଏକ ପ୍ରସ୍ତାବ ଅଟେ, ପୁରୁଖା ଉଇକିଆଳିମାନଙ୍କୁ ଏଥିରେ ମତ ଦେବାପାଇଁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୧୬:୪୭, ୨୩ ଅଗଷ୍ଟ ୨୦୧୪ (UTC)
- ଏ ଆଇଡିଆଟା ଭଲ ଲାଗୁଛି ଆଉ ବ୍ୟକ୍ତିଗତ ଭାବେ ମୁଁ ଭାବୁଛି ଏହି ଭଳି ବଦଳ କରି ୨୦୧୧ରେ ତିଆରି ହୋଇଥିବା ଏ ପୃଷ୍ଠାଟିକୁ ଆମେ ସମସ୍ତେ ଟିକେ ନୂଆ କରିଦେବା । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୮:୦୮, ୨୪ ଅଗଷ୍ଟ ୨୦୧୪ (UTC)
- ପୂର୍ଣ ସମର୍ଥନ । ନିୟମିତ କରିପାରିଲେ ଭଲ । -- ଅଂଶୁମାନ ତାର ଯୋଡ଼ିବେ? ୧୨:୪୬, ୨୪ ଅଗଷ୍ଟ ୨୦୧୪ (UTC)
- ମୁଁ ଭାବୁଛି ଆଗାମୀ ବର୍ଷ ପାଇଁ । ବର୍ଷ ଆରମ୍ଭରୁ ପ୍ରଥମ ସପ୍ତାହ ଭିତରେ ସମସ୍ତେ ମିଶି "ପର୍ବପର୍ବାଣି" ବିଭାଗ କାମ ସାରିଦେବା । ମାନେ କେବେ କେଉଁ ପର୍ବ ଆସିବ ସେ ବିଷୟରେ ଲେଖା ଆପେ ଆପେ ଦିନେ ଦୁଇଦିନ ପୂର୍ବରୁ ଆସିଯିବ । ସମସ୍ତଙ୍କୁ ଏହା ପାଇଁ ବ୍ୟସ୍ତ ହେବାକୁ ପଡିବନି ।--ଶିତିକଣ୍ଠ (ଆଲୋଚନା) ୧୭:୩୭, ୨୪ ଅଗଷ୍ଟ ୨୦୧୪ (UTC)
- ପରିସଂଖ୍ୟାନରୁ ଯାହା ଜଣାପଡୁଛି ଏବର୍ଷର ମୋଟ ୯ଟି ବଛା ଲେଖାରୁ ୨ଟି ଲେଖା (ଜୁନ ଓ ଅଗଷ୍ଟ) ପର୍ବପର୍ବାଣୀ ସମ୍ବନ୍ଧୀୟ, ସେହିପରି ୨୦୧୩ରେ ଏହାର ସଂଖ୍ୟା ୪/୧୨ । ପୂର୍ବରୁ ମୋଟ କେତୋଟି ପର୍ବପର୍ବାଣୀ ସମ୍ବନ୍ଧୀୟ ପ୍ରସଙ୍ଗ ବଛାଲେଖା ଭାବେ ରଖାଯାଇଛି ତାହା ଏହି ସମସ୍ତ ପୁରୁଣା ବଛା ଲେଖା ପୃଷ୍ଠାରୁ ଜାଣିହେବ । ତେଣୁ ଅଧିକାଂଶ ଦିନ କୌଣସି ପର୍ବପର୍ବାଣି ବଛାଲେଖା ଭାବେ ରହୁଥିବା ମନ୍ତବ୍ୟ ସହ ମୁଁ ଏକମତ ନୁହଁ । ତେବେ ପ୍ରଧାନ ପୃଷ୍ଠାର କାୟାପରିବର୍ତ୍ତନ କରିବା ପ୍ରସ୍ତାବକୁ ମୁଁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି । କେବଳ ପର୍ବପର୍ବାଣୀ ବିଷୟରେ ଗୋଟିଏ ଅଲଗା ବିଭାଗ ନକରି ପ୍ରସଙ୍ଗ ପଞ୍ଜିକା ନାମରେ ସେହି ସପ୍ତାହ/ ପକ୍ଷ ସମ୍ପର୍କିତ ପ୍ରସଙ୍ଗ ତାଲିକାଟିଏ (ମୁଖ୍ୟତଃ ଓଡ଼ିଶା ସମ୍ବନ୍ଧୀୟ) ରଖିଲେ ଭଲ ହେବ ବୋଲି ମୋର ମତ । ପ୍ରଥମ ପଦକ୍ଷେପ ସ୍ଵରୂପ କିଛିଦିନ ତଳୁ ଦୁଇଟି ତାଲିକା: ବରେଣ୍ୟ ବ୍ୟକ୍ତି ଓ ଆସନ୍ତା ପର୍ବପର୍ବାଣୀ ତିଆରି କାମ ଆରମ୍ଭ କରିଛି । ଆସନ୍ତା ଓଡ଼ିଆ ଦିବସ ପୂର୍ବରୁ ନୂଆ ପ୍ରଧାନ ପୃଷ୍ଠା କାମ ସାରିପାରିଲେ ଭଲ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୦୩, ୧ ସେପ୍ଟେମ୍ବର ୨୦୧୪ (UTC)
- ମୁଁ ଭାବୁଛି ଆଗାମୀ ବର୍ଷ ପାଇଁ । ବର୍ଷ ଆରମ୍ଭରୁ ପ୍ରଥମ ସପ୍ତାହ ଭିତରେ ସମସ୍ତେ ମିଶି "ପର୍ବପର୍ବାଣି" ବିଭାଗ କାମ ସାରିଦେବା । ମାନେ କେବେ କେଉଁ ପର୍ବ ଆସିବ ସେ ବିଷୟରେ ଲେଖା ଆପେ ଆପେ ଦିନେ ଦୁଇଦିନ ପୂର୍ବରୁ ଆସିଯିବ । ସମସ୍ତଙ୍କୁ ଏହା ପାଇଁ ବ୍ୟସ୍ତ ହେବାକୁ ପଡିବନି ।--ଶିତିକଣ୍ଠ (ଆଲୋଚନା) ୧୭:୩୭, ୨୪ ଅଗଷ୍ଟ ୨୦୧୪ (UTC)
- ମୃତ୍ୟୁଞ୍ଜୟ ଭାଇଙ୍କ ସହ ଏକମତ। ପର୍ବପର୍ବାଣୀ ବିଷୟରେ ଅଲଗା ବିଭାଗ ନକରି ,ମୁଖ୍ୟତଃ ଓଡ଼ିଶା ସମ୍ବନ୍ଧୀୟ ପ୍ରସଙ୍ଗ ପଞ୍ଜିକା ନାମରେ ହେଉ କିମ୍ବା ସମସ୍ତଙ୍କ ମତ ଅନୁସାରେ ଯେଉଁ ନାମ ସ୍ଥିର ହେବ ତାହା ରଖାଯାଉ । ପୂର୍ବରୁ ପର୍ବପର୍ବାଣୀ ପାଇଁ ପ୍ରସ୍ତାବ ମୁଁ ଆଲୋଚନା ସଭାରେ ଆଲୋଚନା କରିଥିଲି କାରଣ ଓଡ଼ିଆ ଉଇକିରେ ଉନ୍ନତ ଧରଣର ଯେଉଁ କେତୋଟି ପ୍ରସଙ୍ଗ ଅଛି ସେଥି ମଧ୍ୟରୁ ୬୦ ପ୍ରତିଶତ ଧାର୍ମିକ ପ୍ରସଙ୍ଗ, ସେ ମନ୍ଦିର ହେଉକି ପର୍ବପର୍ବାଣୀ । ମୃତ୍ୟୁଞ୍ଜୟ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ, ସେ ସବୁ ମାସ ବଛା ଲେଖାକୁ ବାଛିଲା ବେଳେ ସେ ଲେଖାକୁ କିଛି କାଂଶରେ ଉନ୍ନତ ମାନର କରୁଛନ୍ତି । ନ ହେଲେ ଦିଆଯାଉ ଥିବା ବଛା ଲେଖା ୧୦- ୧୫ ଧାଡ଼ିଆ ଓ ୨ ଆଧାର ବିଶିଷ୍ଟ ହୁଅନ୍ତା। ୨ ବର୍ଷ ହେଲା ବଛା ଲେଖା କୁ ଉନ୍ନତ ମାନର କରିବା ପାଇଁ ଆଲୋଚନା ହେଇ ଆସୁଥିଲେ ମଧ୍ୟ କେବଳ ଆଲୋଚନାରେ ରହି ଯାଉଛି। ତେଣୁ ଆଗକୁ ଆମେ ପ୍ରସଙ୍ଗ ସଂଖ୍ୟା ସହିତ ଉନ୍ନତ ମାନର ପ୍ରସଙ୍ଗ ପ୍ରତି ଗୁରୁତ୍ଵ ଦେବା ଭଲ ହେବ । ଆସନ୍ତା ଓଡ଼ିଆ ଦିବସରେ ନୂଆ ପ୍ରଧାନ ପୃଷ୍ଠା ପାଇଁ ବିସ୍ତୃତ ଭାବେ ଆଲୋଚନା କଲେ ଟିକେ ଭଲ ହୁଅନ୍ତା। --ଆଦିତ୍ୟ ମହାର (ଆଲୋଚନା) ୦୫:୧୪, ୧ ସେପ୍ଟେମ୍ବର ୨୦୧୪ (UTC)
research required
[ସମ୍ପାଦନା]
| ||||||||||||||||||||||||||||||||||||
| most-perfect magic square from the Parshvanath Jain temple in Khajuraho | ||||||||||||||||||||||||||||||||||||
Hi! Some years ago I received a picture about a most-perfect magic square from the Parshvanath Jain temple in Khajuraho. According to magic square#India Magic Squares and Cubes By William Symes Andrews, 1908, Open court publish company the square is more then thousand years old / from the 10th-century. There is text above the square. Can anybody provide a translation and or additional details about this text?
testwiki:most-perfect magic square provides transliterations for a dozen of ISO 15924 scripts as Arab, Armn, Armi, Beng, Cyrl, Cyrs, Deva, Grek, Gujr, Guru, Hani, Hans, Hant, Hebr, Jpan, Knda, Kore, Latn including Roman numerals and binary), Lepc, Maya, Mlym, Mymr, Phnxl, Orya, Runr, Sinh, Syrc, Syre, Syrj, Syrn, Taml, Telu, Tibt, Xsux and maybe some more. The wiki source code can be used for articles / stubs in languages using these scripts. Fonts are not optimized and all comments are welcome at the test subdomain page at testwiki:most-perfect magic square. Thanks for all your efforts in advance! lɛʁi ʁɑjnhɑʁt (Leri Reinhart)
- לערי ריינהארט (ମୋ ଆଲୋଚନା) ୨୨:୨୨, ୧୯ ଅଗଷ୍ଟ ୨୦୧୫ (UTC)
- PAGEID: 4662 · REVISIONID: 585458
- links here: https://or.wikipedia.org/?curid=4662#research_required
short update (2015-08-19) :
- The numbers are Gurmukhi numerals written in the Guru script see testwiki:most-perfect magic square#Guru.
- Thanks to Mahitgar the translation of the first two lines is available at https://en.wikipedia.org/?curid=1003896#Epigraph .
- see the numerals in Orya at testwiki:most-perfect magic square#Orya
- ୨୨:୨୨, ୧୯ ଅଗଷ୍ଟ ୨୦୧୫ (UTC)
କିଛି ଲିଙ୍କ ଉପରେ କ୍ଲିକ କରିହେଉନି
[ସମ୍ପାଦନା]ଛାଞ୍ଚ:Mainpage welcome ରେ ଥିବା [[ଉଇକିପିଡ଼ିଆ:ଜନ୍ମତିଥି|୩ ଜୁନ ୨୦୦୨]], [[Special:Statistics|{{NUMBEROFARTICLES}}]] ଓ [[ଉଇକିପିଡ଼ିଆ:Introduction|ସଭିଙ୍କୁ ଲେଖିବା ଓ ସମ୍ପାଦନାର]] ଲିଙ୍କ ଗୁଡ଼ିକ କାମ କରୁନାହିଁ ।--ଶିତିକଣ୍ଠ (ଆଲୋଚନା) ୨୦:୧୬, ୨୯ ସେପ୍ଟେମ୍ବର ୨୦୧୫ (UTC)
- Phabricatorରେ କରାଯାଇଥିବା ଅନୁରୋଧ ମୁତାବକ Ricordisamoa, Test Wikiରେ ତାକୁ ଠିକ କରିଛନ୍ତି । ପରିଚାଳକଙ୍କୁ ଏହି ବଦଳସବୁ ପ୍ରଧାନ ପୃଷ୍ଠାରେ କରିବାପାଇଁ ଅନୁରୋଧ ।(ଦସ୍ତକତ ହେଇନଥିଲା)--ଶିତିକଣ୍ଠ (ଆଲୋଚନା) ୦୫:୫୦, ୨ ଅକ୍ଟୋବର ୨୦୧୫ (UTC)
ବଦଳ କରାଗଲା । ଅସୁବିଧାଟିକୁ ଦୂରକରିବାରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୩୬, ୩ ଅକ୍ଟୋବର ୨୦୧୫ (UTC)
ମୋବାଇଲ ଇଣ୍ଟରଫେସ
[ସମ୍ପାଦନା]ବର୍ତ୍ତମାନ ଥିବା ଉଇକିପିଡ଼ିଆ ମୋବାଇଲ ଇଣ୍ଟରଫେସକୁ ବଦଳାଇ ନୂଆ ଇଣ୍ଟରଫେସ ପାଇଁ କରାଯିବ । ଏହା ପ୍ରାୟତଃ ଏହିଭଳି ଦେଖାଯିବ । ଯଦି କିଛି ଅଧିକ ମତାମତ ଥାଏ ଜଣେଇବା ପାଇଁ ଅନୁରୋଧ । ଶିରୋନାମ ଗୁଡ଼ିକ https://or.m.wiktionary.org ଭଳି ଏହା ଦେଖାଯିବ ।--ଶିତିକଣ୍ଠ (ଆଲୋଚନା) ୧୬:୩୩, ୧୬ ଜୁନ ୨୦୧୬ (IST)
ମାତୃଭାଷା ହିଁ ଆମ ସରକାରୀ ଭାଷା
[ସମ୍ପାଦନା]"ମାତୃଭାଷା ହିଁ ଆମ ସରକାରୀ ଭାଷା "
ଓଡ଼ିଆ ଭାଷା ୧୯/୦୯/୨୦୧୮ ଠାରୁ ସରକାରୀ ଭାଷା ଭାବେ ରାଜ୍ୟ ବିଧାନସଭା ରେ ୧୯୫୪ଭାଷା ଆଇନ୍ ସଂଶୋଧନ ହୋଇ "ଭାଷା ଆଇନ୍ ୨୦୧୮ (ଦ୍ୱିତୀୟ) ସଂଶୋଧନ ହୋଇ ପାରିତ ହେଲା l ଯାହାକି ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ପରିଗଣିତ ହେଲା l ଏବଂ ୧୩ ଅଗଷ୍ଟ ୨୦୧୯ ଠାରୁ ଓଡ଼ିଆ ଭାଷା ସରକାରୀ ଭାଷା ହେଲା ବୋଲି ମହାମହିମ ରାଜ୍ୟପାଳ ଗେଜେଟ୍ ନୋଟିଫିକେସନ କରି ବିଜ୍ଞପ୍ତି ପ୍ରକାଶ କଲେ ସେଥିରେ ସ୍ପଷ୍ଟ ରହିଲା କି ଆଜି ଠାରୁ ଓଡ଼ିଆ ଭାଷା ହିଁ ସରକାରୀ ଭାଷା | ଯେଉଁମାନେ ଏହି ଆଇନ୍ ଖିଲାପ କରିବେ ସେମାନଙ୍କ ବିରୋଧରେ ୧୯୬୨ ସରକାରୀ ଚାକିରୀ ସର୍ତ୍ତାବଳୀ (ଓଡିଶା ବେସାମରିକ ସେବା ନିୟମ -୧୯୬୨ ଅନ୍ତର୍ଗତ ଅଧିନିୟମ -୧୩) ନିୟମାନୁସାରେ ଦଣ୍ଡବିଧାନ କରାଯିବ ଏବଂ ଯେଉଁମାନେ ଦୃଢ଼ତାର ସହ ପାଳନ କରିବେ ସେମାନଙ୍କୁ ପୁରସ୍କୃତ କରାଯିବା ର ବ୍ୟବସ୍ଥା ହୋଇଅଛି l ଯାହାକି ଭାଷା ଆନ୍ଦୋଳନ ଓଡି଼ଶାର ଉଦ୍ୟମ ଫଳରେ ସମ୍ଭବ ହେଲା l
ଯଥା : ଲଘୁ ଦଣ୍ଡ ବିଧାନ ପାଇଁ ପ୍ରକ୍ରିୟା - [ଓଡିଶା ବେସାମରିକ ସେବା ନିୟମ -୧୯୬୨ ଅନ୍ତର୍ଗତ ଅଧିନିୟମ -୧୩ (i) ଅର୍ଥଦଣ୍ଡ; (ii) ଚରିତ୍ର ପଞ୍ଜିକାରେ ପ୍ରତିକୂଳ ମନ୍ତବ୍ୟ; (iii) ବାର୍ଷିକ ବେତନ ଅଭିବୃଦ୍ଧି ସ୍ଥଗିତ](iii-A) ଉଚ୍ଚ ପଦବୀକୁ ଉତ୍ତୀର୍ଣ୍ଣ ସ୍ଥଗିତାଦେଶ]; [(iv) ସରକାର କିମ୍ବା କୌଣସି ଅନୁବନ୍ଧିତ କିମ୍ବା ଅଣାନୁବନ୍ଧିତ ସମ୍ପୂର୍ଣ କିମ୍ବା ଆଂଶିକଭାବେ ସରକାରୀ ପରିଚାଳିତ କମ୍ପାନୀ, ସଂଘ କିମ୍ବା ଜନ ଅନୁଷ୍ଠାନ କିମ୍ବା ସଂସଦ କିମ୍ବା ରାଜ୍ୟ ବିଧାନ ସଭାର ଆଇନ ବଳରେ ଗଠିତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଆଦେଶକୁ ଅଣଦେଖା ଅଥବା ଅମାନ୍ୟ କରି ସହିଥିବା ଆର୍ଥିକ କ୍ଷତିର ସମୁଦାୟ କିମ୍ବା ଆଂଶିକ ରାଶି ଆଦାୟ , କିମ୍ବା].(v) ନିଲମ୍ବନ; (vi) ତଳପାହ୍ୟା ସେବା,ଶ୍ରେଣୀ କିମ୍ବା ପଦବୀ କିମ୍ବା ତଳିଆ ଟାଇମ ସ୍କେଲ କିମ୍ବା ଗୋଟିଏ ଟାଇମ ସ୍କେଲର ନିମ୍ନ ସୋପାନକୁ ଖସାଇ ଦେବା; [(vi-A) ବାର୍ଷିକ ବେତନ ଅଭିବୃଦ୍ଧି ସ୍ଥଗିତ (ସାମଗ୍ରିକ କ୍ରିୟା ବିନା) ] (vii) ବାଧ୍ୟତାମୂଳକ ଅବସର; 14 (viii) ସେବାରୁ ବହିଷ୍କାର, ଯାହାକି ଭବିଷ୍ୟତ ନିଯୁକ୍ତି ପାଇଁ ଅଯୋଗ୍ୟତା ନୁହେଁ; (ix) ସେବାରୁ ବହିଷ୍କାର, ଯାହାକି ଭବିଷ୍ୟତ ନିଯୁକ୍ତି ପାଇଁ ସାଧାରଣତଃ ଅଯୋଗ୍ୟତା
ଭାରତ ସ୍ଵାଧୀନତାର ବହୁ ବର୍ଷ ପୂର୍ବରୁ ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ନେଇ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଗଠନ କରାଯାଇଥିଲା l ୧୮୬୬ ରେ ଆରମ୍ଭ ହୋଇଥିବା ଆନ୍ଦୋଳନ ୧୯୦୩ ରେ ବିଶାଳ ରୂପ ନେଇଥିଲା l ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ବ୍ୟକ୍ତିବିଶେଷ ମାନେ ଏହି ଜାତୀୟତା ବାଦ ଅନ୍ଦୋଳନ କୁ ଆଗେଇ ନେଉଥିଲେ ଏହାର ପଶ୍ଚାତ୍ ଭାଗରେ ଇଂରେଜ ସରକାରକୁ ହଟାଇ ମାତୃଭୂମିର ସୁରକ୍ଷା ଏକମାତ୍ର ଉଦ୍ଦେଶ୍ଯ ଥିଲା l ପ୍ରଥମ ସ୍ଵାଧୀନତା ସଂଗ୍ରାମ ବୋଲି ଯଦି ଆମେ ୧୮୧୭ ଖୋର୍ଦ୍ଧାର ପାଇକ ଆନ୍ଦୋଳନକୁ ନେଉଛେ ତେବେ ସେହି ଦିନଠାରୁ ହିଁ ଭାରତର ସ୍ଵାଧୀନତା ସଂଗ୍ରାମ ଜାରି ରହିଛି l
ସେହି ପ୍ରେକ୍ଷାପଟରେ ବିଭିନ୍ନ ଉପାୟରେ ଇଂରେଜ ସରକାର ବିରୋଧରେ ଆନ୍ଦୋଳନ ଜାରି ରହିଥିଲା ଯେମିତି ବକ୍ସି ଜଗବନ୍ଧୁଙ୍କ ଅସହଯୋଗ ଆନ୍ଦୋଳନ ମଧ୍ୟ ତନ୍ମଧ୍ୟରୁ ଅନ୍ୟତମ l ଯାହା ଫଳରେ ୧୮୮୫ ରେ ଭାରତୀୟ ଜାତୀୟ କଂଗ୍ରେସ ର ଅଭ୍ୟୁଦୟ ହେଲା ସାରା ଦେଶରେ ନୂତନ ଆଶା ସଞ୍ଚାର ହେଉଥିବା ବେଳେ କଟକ ଠାରେ ୧୮୮୬ ମାର୍ଚ ୩ ରେ "ଉତ୍କଳ ସଭା " ମୁଣ୍ଡ ଟେକି ଜାତୀୟତା ବୋଧ ଜାଗ୍ରତ କରିବା ପାଇଁ ଅଣ୍ଟା ଭିଡ଼ିଲା l କଂଗ୍ରେସର ୧୮୮୬ ଡିସେମ୍ବର ରେ ହେବାକୁ ଥିବା ଦ୍ଵିତୀୟ ସଭାକୁ "ଉତ୍କଳ ସଭା" ଚାରି ଜଣ ପ୍ରତିନିଧିଙ୍କୁ ପଠାଇଲା ସେମାନଙ୍କ ମଧ୍ୟରେ ମଧୁସୂଦନ ଦାସ, ଗୋଲକ ଚନ୍ଦ୍ର ବୋଷ, ହରିବଲ୍ଲଭ ଘୋଷ୍, କାଳୀପଦ ବାନାର୍ଜୀ ପ୍ରମୂଖ ଭାଗ ନେଇଥିଲେ l କେବଳ ସେତିକି ନୂହେଁ ବାଲେଶ୍ଵର ସୋସାଇଟି ମଧ୍ଯ ତିନି ଜଣଙ୍କୁ ପଠାଇଥିଲା ସେମାନଙ୍କ ମଧ୍ୟରେ ବୈକୁଣ୍ଠନାଥ ଦେ, ଭଗବାନ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମଣ୍ଡଳ ପ୍ରମୁଖ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରାନ୍ତରୁ ଜାତୀୟ କଂଗ୍ରେସର ସଭା ମାନଙ୍କରେ ଭାଗ ନେଇ ଜାତୀୟ ଆନ୍ଦୋଳନକୁ ଆଗକୁ ନେଉଥିଲେ l ଏଭଳି ଆନ୍ଦୋଳନ ଚାଲିଥିବା ସମୟରେ ଇଂରେଜ୍ ସରକାର ଚିନ୍ତା କଲେ ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଅଲଗା ଅଲଗା କରିଦେଲେ ଏମାନେ ଏକାଠି ହୋଇ ପାରିବେ ନାହିଁ ,ସେହି ପ୍ରେକ୍ଷାପଟରେ ସମ୍ବଲପୁରକୁ ମଧ୍ୟପ୍ରଦେଶ ସହ ମିଶାଇ ଅଲଗା କରିଦେବାକୁ ପଡ଼ିବ l ନାଗପୁରରେ ସରକାରୀ ଚାକିରୀ କରିଥିବା ସମ୍ବଲପୁରର ଚକ୍ରଧର ବେହେରା ଏକଥା ଜାଣି ପାରି ଚାକିରୀରୁ ଇସ୍ତଫା ଦେଇ ଚାଲି ଆସିଲେ ଏବଂ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ପ୍ରମୂଖଙ୍କୁ ସରକାରଙ୍କର ଆଭିମୁଖ୍ୟ ବିଷୟରେ ଅବଗତ କରାଇବ ପରେ ସମ୍ବଲପୁରରେ ଓଡ଼ିଆ ଭାଷା ଭାଷୀ ଅଞ୍ଚଳର ଏକତ୍ରୀକରଣ ପ୍ରକ୍ରିୟା ଆରମ୍ଭ ହେଲା l ଗଙ୍ଗାଧର ମେହେର ପ୍ରମୁଖ ମଙ୍ଗ ଧରିବା ଆରମ୍ଭ କରିଥିଲେ l
ଏଥି ମଧ୍ୟରେ ୧୮୮୮ ରେ ପାରଳାଖେମୁଣ୍ଡି "ଉତ୍କଳ ହିତୈଷିଣୀ ସଭା" ବେଳକୁ ମଧୁ ବାବୁ ଜାତୀୟ କଂଗ୍ରେସର ଜଣେ ଆଗଧାଡିର ନେତା ଭାବେ ଜଣାଶୁଣା ହୋଇ ସାରିଲେଣି କି ଜାତୀୟ କଂଗ୍ରେସର ଆଭିମୁଖ୍ୟ ବିଷୟରେ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ଅନ୍ୟ ମାନଙ୍କ ମଧ୍ୟରେ ନନ୍ଦ କିଶୋର ବଳ, ଗୋପାଳ ଚନ୍ଦ୍ର ପ୍ରହରାଜ, ବିଶ୍ଵନାଥ କର, ମଧୁସୂଦନ ରାଓ, ଗୋକୁଳାନନ୍ଦ ଚୌଧୁରୀ, ନରେନ୍ଦ୍ର ନାରାୟଣ ରାୟ, ଲୋକନାଥ ସାମନ୍ତରାୟ, ମହମ୍ମଦ୍ ଅବଦୁଲ ସତ୍ତାର ପ୍ରମୁଖ ମଧ୍ୟ ଜାତୀୟ ଆନ୍ଦୋଳନର ପ୍ରମୁଖ ଭାଗରେ ଆଗେଇ ଚାଲିଲେ l ୧୯୨୦ ଜାତୀୟ କଂଗ୍ରେସ ର ନାଗପୁର ସଭା ରେ ନିଷ୍ପତ୍ତି ହେଲା କି ଆଂଚଳିକ ଭାଷା ଭିତିକ ଭାବେ କମିଟି ଗଠନ କରାଯିବ ସେହି ସଭାରେ ଗୋପବନ୍ଧୁ ଦାସ, ଭାଗୀରଥୀ ମହାପାତ୍ର, ଜଗବନ୍ଧୁ ଦାସ, ଜଦୁମଣି ମଙ୍ଗରାଜ, ମୁକୁନ୍ଦ ପ୍ରସାଦ ଦାସ, ନିରଞ୍ଜନ ପଟ୍ଟନାୟକ, ହରେକୃଷ୍ଣ ମହତାବ ପ୍ରମୂଖ ଯୋଗ ଦେଇଥିଲେ ଏବଂ ଜଗବନ୍ଧୁ ସିଂହ ଙ୍କ ନେତୃତ୍ଵରେ ଉତ୍କଳ ୟୁନିଅନ କନଫରେନ୍ସ ରେ ଅନୁଷ୍ଠିତ ହେଲା l. ଏହି ସଭାରେ ଗୋପବନ୍ଧୁ ଦାସ କହିଲେ କି ସମସ୍ତ ଭାଷା ଭାଷୀ ଅଞ୍ଚଳକୁ ଏକାଠି କରିବା ପାଇଁ ନିଷ୍ପତ୍ତି ନିଆଯାଉ। ତା ପରେ ଜାତୀୟ କଂଗ୍ରେସ ୧୯୨୧ ମସିହାରେ ଏହାକୁ ବଳ ଦେବା ପାଇଁ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠନ କରାଗଲା l
ଓଡ଼ିଆ ଭାଷାର ସୁରକ୍ଷା ତାର ଶବ୍ଦାବଳୀ ସମେତ ଭାଷା ର ମଧୁରତା ସମସ୍ତ ଭାଷା ଠାରୁ ସ୍ଵତନ୍ତ୍ରତା ବାରି ହୋଇପଡୁଥିଲା l
ଏପ୍ରିଲ୍ ୧,୧୯୩୬ ମସିହାରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଲା l ପରବର୍ତ୍ତୀ ସମୟରେ ଭାରତ୍ ସ୍ଵାଧୀନତା ପାଇବା ପରେ ୧୯୪୮ମସିହାରେ ପଦ୍ମପୁରର ବିଧାୟକ ଲକ୍ଷ୍ମୀନାରାୟଣ ମିଶ୍ର ବିଧାନସଭାରେ ସ୍ଵତନ୍ତ୍ର ଭାଷା ଆଇନ୍ ଆଣିବା ପାଇଁ ଏକ ବିଲ୍ ଆଣିଲେ ଏହି ବିଲ୍ ଉପରେ ଗୃହ ରେ ଆଲୋଚନା ଚାଲିଥିବା ବେଳେ କେତେକ ବିଧାୟକ ଏପରି ବିଲ୍ ହାସ୍ୟାସ୍ପଦ ବୋଲି କହିଥିଲେ ଏବ୍ଂ ବିଲ ବିଧାନସଭାରେ କାଟ୍ ଖାଇଯିବା ଦେଖି ସେ ସେହି ବିଲ୍କୁ ଫେରାଇ ନେବାକୁ ଉଚିତ୍ ମଣିଲେ ,କାରଣ ପରବର୍ତ୍ତୀ ସମୟରେ ଏହି ବିଲ୍ ପୁନର୍ବାର ଆସିବ ଏବଂ ଓଡିଶାର ସରକାରୀ ଭାଷା ଓଡ଼ିଆ ଭାଷା ହିଁ ହେବ l ଏହି ସବୁ ଆଲୋଚନା କୁ ନବକୃଷ୍ଣ ଚୌଧୁରୀ ଶୁଣୁଥିଲେ ଏବଂ ବିଲ୍ ପ୍ରତି ସଂଖ୍ଯାଧିକ ଭୋଟ ନଥିବା ଦେଖି ମର୍ମାହତ ବି ହୋଇଥିଲେ l କିନ୍ତୁ ଧୈର୍ଯ୍ୟହରା ନ ହୋଇ ଯେତେବେଳ ସେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କଲେ ତା ପରେ ତାଙ୍କ ମନରେ ଥିବା ଭାଷା ଆଇନ୍ କୁ ୧୯୫୪ମସିହାରେ ପାରିତ କରାଇଥିଲେ l କିନ୍ତୁ ପରବର୍ତ୍ତୀ ସମୟରେ ନିୟମାବଳୀ ପ୍ରଣୟନ ହୋଇ ନଥିବାରୁ ତାହା ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହୋଇ ପାରୁନଥିଲା l ୧୯୬୩ ବିଜୁପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଭାଷା ଆଇନ୍ ସଂଶୋଧନ ହୋଇ ଓଡ଼ିଆ ସହିତ ଇଂରାଜୀରେ ବିଧାନସଭା ଚାଲିବ ବୋଲି ସଂଶୋଧନ ହେବା ପରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ପରିଗଣିତ ହେବା ରେ ଭଟ୍ଟା ପଡ଼ିଲା କହିଲେ ଅତ୍ୟୁକ୍ତି ହେବନାହିଁ l
ଓଡ଼ିଆ ଭାଷା ଆମର ସାମ୍ବିଧାନିକ ଅଧିକାର କହିଚି ମାତୃଭାଷା ହିଁ ଆମର ସରକାରୀ ଭାଷା ବୋଲି ଟିଟିଲାଗଡ଼ ର ଗଜାନନ ମିଶ୍ର ଏକ ଭିନ୍ନ୍ ଧରଣର ଆନ୍ଦୋଳନ ଚଳେଇ ରଖିଲେ ତାହାକୁ କାର୍ଯ୍ୟକାରୀ କରେଇବା ପାଇଁ ଭୁବନେଶ୍ବରରରେ ୨୦୧୫ ଆମରଣ ଅନଶନ ଠାରୁ ଆରମ୍ଭ କରି ଜନଚେତନା ଜାଗ୍ରତ୍ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ l କିନ୍ତୁ ସେହି ଆନ୍ଦୋଳନକୁ ସରକାରୀ ସମର୍ଥକ ମାନେ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କଲେ ଏବଂ ସେଥିରେ ସଫଳ ବି ହେଲେ l
ଏହାକୁ ଦେଖି ଓଡ଼ିଆ ପ୍ରାଣ ପୁନର୍ଜୀବିତ କରିବା ପାଇଁ ଭାଷା ଆନ୍ଦୋଳନ, ଓଡି଼ଶା ଗଠନ ହେଲା ଯାହାକି ବିଶ୍ୱରେ ଅନନ୍ୟ ଆନ୍ଦୋଳନ ଭାବେ ପରିଗଣିତ ହେଲା l। ଗାନ୍ଧିବାଦୀ ନୀତିରେ କାହାକୁ କିଛି ନକହି ବା ନୀରବତା ର ସହ କଳାପତାକା ଅଭିଯାନ ଭୁବନେଶ୍ବର ସମେତ ଓଡି଼ଶାର ବିଭିନ୍ନ ଜାଗାରେ ହେଲା ରାଉରକେଲା, ସମ୍ବଲପୁର, ଟିଟିଲାଗଡ଼, ବ୍ରହ୍ମପୁର, କେଉଁଝର, ଯୋଡ଼ା, ଯାଜପୁର, ଫୁଲବାଣୀ ପ୍ରଭୃତି ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଲା lଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି "ଓଡ଼ିଆରେ ଓଡି଼ଶା ଶାସନ୍ ଓ ଖିଲାପ କାରୀକୁ ଦଣ୍ଡ ବିଧାନ " ଏହି ଆନ୍ଦୋଳନ ରେ ଓଡି଼ଶା ର ବରେଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଅଭିନବ ଆନ୍ଦୋଳନକୁ ଆଗେଇ ନେଲେ l ଯାହା ଫଳରେ ସରକାର ୮୭୮ ଦିନ ଭିତରେ ଭାଷା ଆଇନ୍ ଟିକୁ ବାରମ୍ବାର ସଂଶୋଧନ କରି ୧୯/୦୯/୨୦୧୮ ରେ ଭାଷା ଆଇନ୍ ସଂଶୋଧନ ପୂର୍ବକ ଓଡ଼ିଆ ଭାଷା ହିଁ ଓଡ଼ିଶାର ସରକାରୀ ଭାଷା ଭାବେ ବିଲ୍ ଗୃହୀତ କଲେ ଏବଂ ୧୩/୦୮/୨୦୧୯ ରେ ନିୟମାବଳୀ କରି ୧୭/୦୮/୨୦୧୯ରେ ରାଜପତ୍ର ପ୍ରକାଶ ପାଇଲା ସେହି ଦିନଠାରୁ ଓଡ଼ିଆ ଭାଷା ସରକାରୀ ଭାଷା ଏବଂ ଖିଲାପ କାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବ୍ୟବସ୍ଥା ମଧ୍ୟ ରହିଲା l
ପବିତ୍ର ମହାରଥା Pabitra Maharatha (ମୋ ଆଲୋଚନା) ୨୩:୫୫, ୧୩ ଫେବୃଆରୀ ୨୦୨୬ (IST)
