ମେହମୁଦ ହୁସେନ
ମେହମୁଦ ହୁସେନ | |
---|---|
ମୃତ୍ୟୁ | ୧୧ ନଭେମ୍ବର ୨୦୧୫ ଭୁବନେଶ୍ୱର |
ମୃତ୍ୟୁର କାରଣ | କର୍କଟ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ |
ପ୍ରସିଦ୍ଧି | ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଲେଖକ |
ବୈବାହିକ-ସାଥୀ | ନସିମ ସହର |
ସନ୍ତାନ | ନୌସିନ, ଫରହିନ |
ପୁରସ୍କାର | ପାଲେଷ୍ଟାଇନ ନାଗରିକ ସମ୍ମାନ |
ମେହମୁଦ ହୁସେନ, ଜଣେ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ଦ୍ଦେଶକ ଥିଲେ ।[୧] ୧୯୮୬ ମସିହାରେ ଅନୱାଣ୍ଟେଡ଼ ଚଳଚ୍ଚିତ୍ର ପାଇଁ, କ୍ୟାନ୍ସ୍ ଚଳଚ୍ଚିତ୍ର ଉତ୍ସବରେ ତାଙ୍କୁ ଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପୁରସ୍କାର ମିଳିଥିଲା । ଚଳଚ୍ଚିତ୍ର ନିର୍ଦ୍ଦେଶନା ବ୍ୟତିତ ଲେଖାଲେଖି ଓ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।
ହୁସେନ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ । ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନାରୁ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଡିପ୍ଲୋମା କରି, ଚଳଚ୍ଚିତ୍ର ନିର୍ଦ୍ଦେଶନାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ସେ ପ୍ରାୟ ୭୬ଟି ବୃତ୍ତଚିତ୍ର ନିର୍ମାଣ କରିଥିଲେ । ଏତଦ ବ୍ୟତିତ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଓ ଧାରାବାହିକରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଜର୍ମାନ ରେଡ଼ିଓ ପାଇଁ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ଦେଶ ବିଦେଶର ବହୁ ପତ୍ରପତ୍ରିକାରେ ସାମ୍ବାଦିକ ବା ସ୍ତମ୍ଭକାର ଭାବରେ କାର୍ଯ୍ୟ କରୁଥିଲେ । ସେ କିଛି ପୁସ୍ତକ ମଧ୍ୟ ରଚନା କରିଥିଲେ ।[୨]
ଚଳଚ୍ଚିତ୍ର
[ସମ୍ପାଦନା]ସାମ୍ବାଦିକତା ଓ ସ୍ତମ୍ଭଲିଖନ
[ସମ୍ପାଦନା]- ନେସନାଲ ହେରାଲଡ଼
- ବ୍ଲିଜ
- ଟାଇମ୍ସ ଅଫ ଇଣ୍ଡିଆ
- ହିନ୍ଦୁସ୍ଥାନ ଟାଇମ୍ସ
- ପାଟ୍ରିୟଟ
- ଇକୋନୋମିକ ଆଣ୍ଡ ପଲିଟିକାଲ ଉଇକ୍ଲି
- ଫ୍ରଣ୍ଟିୟର
- ସଣ୍ଡେ
- ଅନଲୁକର
- ଫିଲ୍ମଫେୟାର
- ମିଡିଲ ଇଷ୍ଟ ଇଣ୍ଟରନେସନାଲ
- ଡେମୋକ୍ରେଟିକ ବାର୍ଲ୍ଡ
- ଥାର୍ଡ କନ୍ସେପ୍ଟ
- ଥାର୍ଡ ବାର୍ଲ୍ଡ ଇମ୍ପାକ୍ଟ
- ଇଣ୍ଡିଆନ ଏରା
- ରେଜିଷ୍ଟାନ୍ସ(ଦମାସକସ)
ପୁସ୍ତକ
[ସମ୍ପାଦନା]- The PLO: A study in Ideology, Strategy and Tactics[୫]
- The Revolutionary Arabs: The Unfinished Agenda
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ନିର୍ଦ୍ଦେଶକ(କ୍ୟାନ୍ସ୍ ଚଳଚ୍ଚିତ୍ର ଉତ୍ସବ) - ୧୯୮୬(ଅନୱାଣ୍ଟେଡ଼ ପାଇଁ)
- ପାଲେଷ୍ଟାଇନ ନାଗରିକ ସମ୍ମାନ
୨୦୧୫ ନଭେମ୍ବର ୧୧ତାରିଖରେ ହୁସେନଙ୍କ ପରଲୋକ ଘଟିଥିଲା ।[୬]
ଆଧାର
[ସମ୍ପାଦନା]- ↑ T. M. Ramachandran; S. Rukmini (1 January 1985). 70 Years of Indian Cinema, 1913-1983. CINEMA India-International. ISBN 978-0-86132-090-5.
- ↑ "ଆର୍କାଇଭ୍ କପି". Archived from the original on 2015-11-16. Retrieved 2015-11-13.
{{cite web}}
: Cite has empty unknown parameter:|1=
(help) - ↑ Indian Cinema. Directorate of Film Festivals, Ministry of Information and Broadcasting. 1991.
- ↑ http://www.newindianexpress.com/states/odisha/article126904.ece?service=print[permanent dead link]
- ↑ Indian Review of Books. Acme Books Pvt. Limited. 1993.
- ↑ "ଚଳଚ୍ଚିତ୍ର ନିର୍ଦ୍ଦେଶକ ମେହମୁଦ୍ ହୁସେନଙ୍କ ପରଲୋକ". ସମ୍ବାଦ ୧୩/୧୧/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 4 March 2016. Retrieved 13 November 2015.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମେହମୁଦ ହୁସେନ