ରବୀନ୍ଦ୍ର କୁମାର ପ୍ରହରାଜ

ଉଇକିପିଡ଼ିଆ‌ରୁ
ରବୀନ୍ଦ୍ର କୁମାର ପ୍ରହରାଜ
ଜନ୍ମ
ରବୀନ୍ଦ୍ର କୁମାର ପ୍ରହରାଜ

(1938-11-29) ୨୯ ନଭେମ୍ବର ୧୯୩୮ (ବୟସ ୮୫)
ଜାତୀୟତା ଭାରତୀୟ
ଶିକ୍ଷାବି.ଏଡ୍, ପି.ଏଚ.ଡି(ଓଡ଼ିଆ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତିଶିକ୍ଷକତା
ପ୍ରସିଦ୍ଧିଥିଲା ଘରର ଗେହ୍ଲାପୁଅ
ପିତାମାତା(s)ଗୁଣନିଧି ପ୍ରହରାଜ, ରଙ୍ଗଲତା ଦେବୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ୨୦୧୫

ରବୀନ୍ଦ୍ର କୁମାର ପ୍ରହରାଜ, ଜଣେ ଓଡ଼ିଆ ସାହିତ୍ୟିକ ।[୧] ଅନୁବାଦ ସାହିତ୍ୟ ପାଇଁ ସେ ବିଶେଷ ଭାବରେ ପରିଚିତ ।

ରବୀନ୍ଦ୍ର କୁମାର ପ୍ରହରାଜ, ୧୯୩୮ ମସିହା ନଭେମ୍ବର ୨୯ ତାରିଖରେ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ବିଧାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତାଙ୍କ ନାମ ଗୁଣନିଧି ପ୍ରହରାଜ ଓ ମାତାଙ୍କ ନାମ ରଙ୍ଗଲତା ଦେବୀ । ଓଡ଼ିଆରେ ସେ ସ୍ନାତ୍ତକ ଓ ବି.ଏଡ୍ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଛନ୍ତି । ଶିକ୍ଷକ ବୃତ୍ତିକୁ ଆବୋରୀଥିବା ରବୀନ୍ଦ୍ର କୁମାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷାଦାନ କରି ୧୯୯୬ମସିହାରେ ସେବାନିବୃତ ହୋଇଛନ୍ତି । ସାହିତ୍ୟ ଓ ଶିକ୍ଷକତା ବ୍ୟତିତ, ରବୀନ୍ଦ୍ର କୁମାରଙ୍କର ଗୀତ ଗାଇବା, ବାଦ୍ୟଯନ୍ତ୍ର ବଜେଇବା, ସଙ୍ଗୀତ ଓ ନାଟକ ନିର୍ଦ୍ଦେଶନାରେ ମଧ୍ୟ ରୂଚି ରହିଛି । [୩]

ଓଡ଼ିଆ ସାହିତ୍ୟକୁ ଅବଦାନ[ସମ୍ପାଦନା]

୧୯୬୪ ମସିହାରୁ ପ୍ରବନ୍ଧ ଲେଖି ଆସୁଥିବା ରବୀନ୍ଦ୍ରଙ୍କର ଏଯାବତ ୨୦୦ରୁ ଉର୍ଦ୍ଧ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି । ସେ ୧୯୮୯ ମସିହାରୁ ଅନୁବାଦ ସାହିତ୍ୟରେ ପ୍ରବେଶ କରିଥିଲେ ଓ ଏ ପର୍ଯ୍ୟନ୍ତ ତାଙ୍କର ୧୪ଟି ଅନୁବାଦ ଗ୍ରନ୍ଥ ପ୍ରକାଶିତ ହୋଇସାରିଛି ଓ ଆଉ ୫ଟି ପ୍ରକାଶ ଅପେକ୍ଷାରେ ଅଛି । ସର୍ବମୋଟ ତାଙ୍କର ୩୬ଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।[୪] ତାଙ୍କର ପ୍ରଥମ ପ୍ରବନ୍ଧ ଥିଲା 'ସାରଳା ସାହିତ୍ୟରେ ଉତ୍କଳୀୟତା' ଓ ପ୍ରଥମ କବିତା ଥିଲା 'କବି ସମ୍ରାଟ' । ମୁଖ୍ୟତଃ ଇଂରାଜୀବଙ୍ଗଳା ଭାଷାର ପୁସ୍ତକ ଗୁଡିକୁ ଅନୁବାଦ କରୁଥିବା ରବୀନ୍ଦ୍ର, ଆଗାମୀ ଦିନରେ ହିନ୍ଦୀସଂସ୍କୃତ ଭାଷାର ପୁସ୍ତକ ଅନୁବାଦ କରିବାର ଲକ୍ଷ ରଖିଛନ୍ତି । ୧୯୯୬ରେ ଅବସର ଗ୍ରହଣ କରିବା ପରେ, ସେ ଲେଖାଲେଖିରେ ସମ୍ପୂର୍ଣ୍ଣ ନିମଗ୍ନ ଅଛନ୍ତି ।

ରବୀନ୍ଦ୍ର କୁମାରଙ୍କ ଅନୁବାଦ ପୁସ୍ତକ 'ଥିଲା ଘରର ଗେହ୍ଲାପୁଅ' ୨୦୧୫ ମସିହାର କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଁ ମନୋନୀତ ହୋଇଛି । ଏହି ପୁସ୍ତକଟି ଟେକଚାନ୍ଦ ଠାକୁରଙ୍କ ବଙ୍ଗଳା ପୁସ୍ତକ 'ଆଲାଲେର ଘରେର ଦୁଲାଲ'(୧୮୫୭ରେ ଲିଖିତ)ର ଓଡ଼ିଆ ଅନୁବାଦ ।[୫] ଏହି ପୁସ୍ତକଟିକୁ ଲେଖିବା ପାଇଁ, ରବୀନ୍ଦ୍ରଙ୍କୁ ୮ମାସ ସମୟ ଲାଗିଥିଲା ଓ ଏହା ୨୦୧୧ରେ ପ୍ରକାଶିତ ହୋଇଥିଲା । ୧୭୮ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ବଙ୍ଗଳା ଗ୍ରାମାଞ୍ଚଳ ବିଷୟରେ ଲେଖାଯାଇଛି ।

ଅନୁବାଦ ପୁସ୍ତକ[ସମ୍ପାଦନା]

  • ବେମନା( ଭି.ଆର୍. ନାରଳା)
  • ଚଣ୍ଡୀଦାସ( ସୁକୁମାର ସେନ)[୬]
  • ଆମ୍ବେଦକର ବାଣୀ ଓ ରଚନା
  • ବିଶ୍ୱ ପ୍ରସିଦ୍ଧ ଗଳ୍ପମାଳା
  • ଟମାସ୍ ହାର୍ଡିଙ୍କ ଗଳ୍ପ ସମ୍ଭାର
  • ପ୍ରାଚୀନ ସାହିତ୍ୟ(ରବୀନ୍ଦ୍ର ନାଥ ଠାକୁର)
  • ଭାରତ ଆମକୁ କଣ ଶିଖାଇପାରେ(ମ୍ୟାକ୍ସ ମୁଲାର)
  • ଥିଲା ଘରର ଗେହ୍ଲାପୁଅ(ଟେକଚାନ୍ଦ ଠାକୁର)

ଅନ୍ୟାନ୍ୟ ପୁସ୍ତକ[ସମ୍ପାଦନା]

  • ଗୋଦାବରୀଶ ମିଶ୍ର (ପ୍ରବନ୍ଧ)[୭]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ସାରସ୍ୱତ ସମ୍ବର୍ଦ୍ଧନା - ୨୦୦୬[୮]
  • ମକର ମିଳନ ମହୋତ୍ସବ ତରଫରୁ ସମ୍ବର୍ଦ୍ଧନା
  • ପୂଜ୍ୟପୂଜା ସଂସଦ ତରଫରୁ ସମ୍ବର୍ଦ୍ଧନା
  • ପୁନର୍ନବା ସାହିତ୍ୟ ସଂସଦ ତରଫରୁ ସମ୍ବର୍ଦ୍ଧନା
  • କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ୨୦୧୫('ଥିଲା ଘରର ଗେହ୍ଲାପୁଅ' ପାଇଁ)[୯]

ଆଧାର[ସମ୍ପାଦନା]

  1. Jagannath Mohanty; Sudhansu Mohanty (1 January 2006). In Quest of Quality Education and Literature: An Autobiography. Deep & Deep Publications. pp. 211–. ISBN 978-81-7629-764-6.
  2. Orissa reference: glimpses of Orissa. TechnoCAD Systems. 2001.
  3. ସମ୍ବାଦ ୧୦/୦୩/୨୦୧୫ ପୃଷ୍ଠା ୧୫
  4. http://www.odishatv.in/kendra-sahitya-akademi-award-for-odia-writer-rabindra-praharaj/[permanent dead link]
  5. "ଆର୍କାଇଭ୍ କପି". Archived from the original on 2015-03-15. Retrieved 2015-03-10. {{cite web}}: Cite has empty unknown parameter: |1= (help)
  6. Sukumar Sen (1 January 1996). Chandidas. Sahitya Akademi Publications. ISBN 978-81-7201-919-8.
  7. D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 123–. ISBN 978-81-260-2060-7.
  8. http://www.thehindu.com/todays-paper/tp-national/tp-otherstates/sahitya-akademi-awards-presented/article1900669.ece
  9. ଧରିତ୍ରୀ ୧୦/୦୩/୨୦୧୫ ପୃଷ୍ଠା ୧୧