ବୈକୁଣ୍ଠ ଚତୁର୍ଦ୍ଦଶୀ

ଉଇକିପିଡ଼ିଆ‌ରୁ
ବୈକୁଣ୍ଠ ଚତୁର୍ଦ୍ଦଶୀ
ଶିବ, ବିଷ୍ଣୁଙ୍କୁ ଚକ୍ର ପ୍ରଦାନ କରୁଥିବାର ଛବି
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନପ୍ରାର୍ଥନା ଓ ପୂଜା
ତାରିଖକାର୍ତ୍ତିକ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ
୨୦୨୪ ତାରିଖdate missing (please add)

କାର୍ତ୍ତିକ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀରେ ଭଗବାନ ଶିବ ଏବଂ ଶ୍ରୀହରିଙ୍କ ମିଳନ ହୋଇଥାଏ । ଏହିଦିନ ଭଗବାନ ଶିବ ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ ।[୨][୩] ଏହି ଚତୁର୍ଦ୍ଦଶୀରେ ପରମବ୍ରହ୍ମ ଶିବ ଏବଂ ବିଷ୍ଣୁ ଏକ ରୂପରେ ରହିଥାନ୍ତି । ମହାଭାରତ ଯୁଦ୍ଧ ପରେ ଭଗବାନ ଶ୍ରୀକୃଷ୍ଣ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ମୃତ ବ୍ୟକ୍ତିଙ୍କ ଆତ୍ମା ଶାନ୍ତିଲାଗି ଶ୍ରାଦ୍ଧ ତର୍ପଣ ବ୍ୟବସ୍ଥା କରିଥିଲେ । ଏଥିପାଇଁ ଏହିଦିନରେ ତର୍ପଣ କରିବା ମଧ୍ୟ ବଡ଼ ମହତ୍ତ୍ୱ ରହିଛି ।

ଏହିଦିନରେ ଭଗବାନ ଶିବ ଓ ଭଗବାନ ବିଷ୍ଣୁଙ୍କ ମିଳନ ଉଜ୍ଜୟିନୀରେ ହୋଇଥାଏ । ବିଭିନ୍ନ ସ୍ଥାନରେ ହରିହରଙ୍କ ମହାଶୋଭାଯାତ୍ରା ବାହାରି ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଏକତ୍ର ହୋଇଥାନ୍ତି । ଦେବଶୟନୀ ଏକାଦଶୀରୁ ଦେବଉଠନୀ ଏକାଦଶୀ ପର୍ଯ୍ୟନ୍ତ ବିଷ୍ଣୁ ରାଜା ବଳୀଙ୍କଠାରେ ବିଶ୍ରାମ କରିବାକୁ ଯାଇଥାନ୍ତି । ଏହି ଚାରିମାସ ଭଗବାନ ଶିବ ସମସ୍ତ ସତ୍ତାକୁ ସମ୍ଭାଳିଥାନ୍ତି । ଏହି ଚାରିମାସରେ କୌଣସି ଶୁଭକାର୍ଯ୍ୟ ହୋଇନଥାଏ । ଚାରିମାସ ପରେ ଅର୍ଥାତ ବୈକୁଣ୍ଠ ଚତୁର୍ଦ୍ଦଶୀ ଦିନ ଭଗବାନ ଶିବ ତାଙ୍କର ସମସ୍ତ ସତ୍ତା ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରି ତପସ୍ୟା କରିବା ପାଇଁ କୈଳାସ ପର୍ବତକୁ ଚାଲିଯାଇଥିଲେ । ସେବେଠାରୁ ଏହି କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀକୁ ବୈକୁଣ୍ଠ ଚତୁର୍ଦ୍ଦଶୀ ତଥା ହରିହର ମିଳନ ବୋଲି କୁହାଯାଏ ।[୪]

ଆଧାର[ସମ୍ପାଦନା]

  1. "2015 Vaikuntha Chaturdashi". DrikPanchang. Retrieved 2 November 2014.
  2. Subodh Kapoor (2002). The Indian Encyclopaedia: Biographical, Historical, Religious, Administrative, Ethnological, Commercial and Scientific. Kamli-Kyouk Phyu. Cosmo. p. 3904. ISBN 978-81-7755-270-6. Retrieved 18 December 2012.
  3. Hindu Holidays
  4. ସମୟ, ପୃଷ୍ଠା-୨, ୧୭.୧୧.୨୦୧୩