ବ୍ରଜରାଜ ମହାପାତ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ବ୍ରଜରାଜ ମହାପାତ୍ର
ମହାରାଜା

Coronation ୧୯୪୩
Spouse ରସମଞ୍ଜରୀ ଦେବୀ
ସମ୍ପୂର୍ଣ୍ଣ ନାମ
ବ୍ରଜରାଜ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ର
ବାପା ସୁଦର୍ଶନ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ର
ଜନ୍ମ ୧୫ ସେପ୍ଟେମ୍ବର ୧୯୨୧(1921-09-15)
ମୃତ୍ୟ ୩୦ ନଭେମ୍ବର ୨୦୧୫ (୯୪ ବର୍ଷ)
ଧର୍ମ ହିନ୍ଦୁ

ବ୍ରଜରାଜ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ର (୧୫ ସେପ୍ଟେମ୍ବର ୧୯୨୧[୧] - ୩୦ ନଭେମ୍ବର, ୨୦୧୫) ଜଣେ ଭାରତୀୟ ରାଜା ଓ ବ୍ରିଟିସ ଭାରତର ଶେଷ ରାଜା ଥିଲେ । ସେ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ତିଗିରିଆର ରାଜା ଥିଲେ । ତାଙ୍କ ପୂର୍ବପୁରୁଷ ୧୨୪୬ ମସିହାରେ ରାଜସ୍ଥାନରୁ ଆସି ଘଞ୍ଚ ବଣଜଙ୍ଗଲ ଘେରା ତିଗିରିଆରେ ଶାସନ ଆରମ୍ଭ କରିଥିଲେ । ୨୦୧୫ ମସିହା ନଭେମ୍ବର ୩୦ ତାରିଖରେ ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମହାପାତ୍ରଙ୍କ ପୂର୍ବପୁରୁଷ ୧୨୪୬ ମସିହାରେ ରାଜସ୍ଥାନରୁ ଆସି ତିଗିରିଆରେ ବସବାସ କରି ଶାସନ ଆରମ୍ଭ କରିଥିଲେ । ସେତେବେଳେ ତିଗିରିଆ ବଣଜଙ୍ଗଲ ଘେରା ଅଞ୍ଚଳ ଥିଲା । ୧୯୪୩ ମସିହାରେ ରାଜାଭିଷେକ ପରେ ସେ ରାଜସିଂହାସନ ଆରୋହଣ କରି ରାଜା ଭାବେ ଶାସନ କରିବା ଆରମ୍ଭ କେଇଥିଲେ । ସେ ଜୀବନ ସାରା ରାଜ ଥାଟରେ ଚଳୁଥିଲେ । ମାତ୍ର ୧୧୯ ବର୍ଗ କିମି[୩] ଅଞ୍ଚଳରେ ବ୍ୟାପୀଥିବା ତିଗିରିଆ ରାଜ୍ୟର ଜେଲଟିଏ ମଧ୍ୟ ନଥିଲା । ତେଣୁ କେବଳ ସନ୍ତକସ୍ୱରୂପ ଏକ ଛାତ ଓ ଚାରୋଟି ଖମ୍ବ ଥାଇ କୋଠରୀଟିଏ ତୋଳାଯାଇଥିଲା । ରାଜ ଆଇନ ଅମାନ୍ୟ କଲେ ରାଜା ମହାପାତ୍ରେ ବିଚାର ପରେ ଦଣ୍ଡ ରୂପରେ ଦୋଷୀ ସଙ୍ଗେ ଆଉ କଥା ହେଉନଥିଲେ । ଯୁବାବସ୍ଥାରେ ସେ ଜଣେ ପଟୁ ଶିକାରୀ ଓ ମୋଟର ସାଇକେଲ ଆରୋହୀ ଥିଲେ । ସେ ୫୬ ଗୋଟି ଗାଡ଼ି କିଣିଥିଲେ । ରାଜଗାଦି ଓ ସେଥି ସହିତ ଧୀରେ ଧୀରେ ସମ୍ପତ୍ତି ଆଦି ହରାଇଥିଲେ । ବିଜୁ ପଟ୍ଟନାୟକ ଜରୁରୀକାଳୀନ ସ୍ଥିତି ସମୟରେ ତାଙ୍କୁ ଜନତା ଦଳର ଟିକେଟ ନେବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଜଣେ ରାଜା ଭିକ ମାଗିବ ନାହିଁ ବୋଲି କହି ଟିକେଟ ଫେରାଇଦେଇଥିଲେ । ପରେ ରାଣି ରାସମଣୀ ଦେବୀ ନିର୍ବାନ ଲଢ଼ି ସେଥିରେ ଜିତିଥିଲେ ।[୨]

ରାଜସିଂହାସନ ଆରୋହଣ ଓ ଅବରୋହଣ[ସମ୍ପାଦନା]

ମହାପାତ୍ରେ ୧୯୪୩ ମସିହାରେ ସିଂହାସନ ଆରୋହଣ କରିଥିଲେ । ୧୯୪୭ରେ ଓଡ଼ିଶାର ବାକି ୨୫ଟି ଗଡ଼ଜାତର ରାଜାଙ୍କ ସମେତ ଭାରତ ସହ ମିଶିବା ପାଇଁ କଟକଠାରେ ବଲ୍ଲବ ଭାଇ ପଟେଲଙ୍କ ଉପସ୍ଥିତି ସନ୍ଧି ସ୍ୱାକ୍ଷର କରି ରାଜ ଗାଦି ହରାଇଥିଲେ ।[୨]

ବିବାହ[ସମ୍ପାଦନା]

ରାଣି ରାସମଣୀ ଦେବୀଙ୍କ ସହ ବ୍ରଜରାଜ ମହାପାତ୍ରଙ୍କ ବିବାହ ସମ୍ପନ୍ନ ହୋଇଥିଲା । ତାଙ୍କ ଔରସରୁ ୬ ଜଣ ସନ୍ତାନ ସନ୍ତତି ଅଛନ୍ତି । ୬୦ ଦଶକ ପରେ ପତ୍ନୀ ଓ ସନ୍ତାନମାନେ ମହାପାତ୍ରଙ୍କ ଠାରୁ ଅଲଗା ରହୁଥିଲେ ।[୨]

କଲେଜରେ ଯୋଗଦାନ[ସମ୍ପାଦନା]

ତାଙ୍କର କଲେଜ ପଢ଼ା ରାଇପୁରର ରାଜକୁମାର କଲେଜରେ ସମାପନ ହୋଇଥିଲା । ସେ କଲେଜର ଜଣେ ଆଜୀବନ ସଭ୍ୟ ଥିଲେ । ପ୍ରତିବର୍ଷ କଲେଜ ତରଫରୁ ତାଙ୍କୁ ମିଳୁଥିବା ୫୦,୦୦୦ ଟଙ୍କା ସେ ଅଭାବୀମାନଙ୍କ ଭିତରେ ବାଣ୍ଟିଦେଉଥିଲେ ।[୨]

ଶେଷ ଜୀବନ[ସମ୍ପାଦନା]

ଶେଷ ଜୀବନରେ ସେ ଏକାକୀ ହୋଇପଡ଼ିଥିଲେ । ଧୀରେ ଧୀରେ ଚାରି ଏକର ଜମିରେ ବ୍ୟାପୀ ରହିଥିବା ରାଜବାଟିଟି ୧୯୬୯ ମସିହାରେ ଓଡ଼ିଶା ସରକାରଙ୍କୁ ୭୫ ହଜାର ଟଙ୍କାରେ ବିକି ଦେଇଥିଲେ । ତେବେ ଏହି ଜମିରେ ଏକ ବାଳିକା ବିଦ୍ୟାଳୟ କରାଇବା ସର୍ତ୍ତରେ ସେ ଜମିଟି ଦେଇଥିଲେ । ପାହାଡ଼ ମୁଣ୍ଡିଆ ଉପରେ ଏକ ଛୋଟ ଚାଳିଆ ତୋଳାଇ ମହାପାତ୍ରେ ସେଠାରେ ବାସ କରୁଥିଲେ । ଏକ ରିକ୍ସା କରାଇ ସେ ଗାଁ ଗାଁ ଯିବାଆସିବା କରୁଥିଲେ । ଶେଷ ଜୀବନ ଆଡ଼କୁ ସେ ଦେବାଳିଆ ହୋଇ ଗ୍ରାମବାସୀଙ୍କ ସହଯୋଗରେ ଚଳୁଥିଲେ ।[୨]

ଆଧାର[ସମ୍ପାଦନା]

ଅଧିକ ପଠନ[ସମ୍ପାଦନା]