ସୁରେଶ ବଳ
ସୁରେଶ ବଳ | |
---|---|
ବୃତ୍ତି | (ଓଡ଼ିଆ) ଅଭିନେତା |
ସକ୍ରିୟ ବର୍ଷ | ୧୯୭୭ରୁ-ଏବେଯାଏଁ |
ବୈବାହିକ-ସାଥୀ | ତୃପ୍ତି ସିହ୍ନା |
ସୁରେଶ ବଳ, ଜଣେ ଓଡ଼ିଆ ଅଭିନେତା ।[୧] ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥାନ୍ତି । ସେ ମୁଖ୍ୟତଃ ବାଙ୍କୁ ଭାବରେ ଲୋକୋପ୍ରିୟତା ଅର୍ଜନ କରିଛନ୍ତି । ସୁରେଶ ୧୯୭୭ ମସିହାରେ ସୁନା ସଂସାର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀରେ ଅଭିନୟ କରିଥିଲେ । ସୁରେଶ ମୁଖ୍ୟତଃ ଚରିତ୍ର ଅଭିନେତା, ଖଳନାୟକ, ହାସ୍ୟ କଳାକାର ଭାବରେ ଅଭିନୟ କରନ୍ତି । ସେ ଏ ପର୍ଯ୍ୟନ୍ତ ୮୦ଟିରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଲେଣି ।
ଅଭିନୟ ଜୀବନ
[ସମ୍ପାଦନା]ସୁରେଶ ବଳ ୧୯୭୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ସୁନା ସଂସାର । ଏହାପରେ ସେ ବଳିଦାନ, ଗୌରୀ, ସମର ସଲିମ ସାଇମନ, ବାଜେ ବଇଁଶୀ ନାଚେ ଘୁଙ୍ଗୁର, ଏଇ ଆମ ସଂସାର ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।
୧୯୮୬ ମସିହାରେ କଥାଚିତ୍ର ଯୋର ଯା'ର ମୂଲକ ତାରରେ ସେ ବାସୁ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ସେ ଅଭିନେତା ହର ପଟ୍ଟନାୟକଙ୍କ ସହଯୋଗୀ ଭୂମିକାରେ ଏକ ହାସ୍ୟ ଅଭିନେତା ଭାବରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସୁରେଶ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ଟିରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।
ସୁରେଶ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀରେ ସେ ଏକ ଦ୍ୱୈତ ଭୂମିକା, ନିତିଆ'ଦି ଓ ତାଙ୍କର ଭାଇ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ଅଭିନୀତ ଧାରାବାହିକ
[ସମ୍ପାଦନା]ଧାରାବାହିକ | ଚେନାଲ୍ | ଭୂମିକା |
---|---|---|
ଗାୟତ୍ରୀ | ଇ ଟିଭି ଓଡ଼ିଆ | ନିତିଆ'ଦି |
ଆଧାର
[ସମ୍ପାଦନା]- ↑ "ପୁଣି ଏହି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସିନେମାରେ ଲିପସା". sambad.in. 11 July 2020. Retrieved 16 September 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁରେଶ ବଳ