ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ | |
---|---|
ଜନ୍ମ | ନୂଆଶାସନ, କଟକ, ଓଡ଼ିଶା | ୩୦ ସେପ୍ଟେମ୍ବର ୧୯୪୮
ଉଲ୍ଲେଖନୀୟ କୃତି | ଅମ୍ବା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୨୦୧୬ |
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ (ଜନ୍ମ: ୩୦ ସେପ୍ଟେମ୍ବର ୧୯୪୮),[୧] ଜଣେ ଓଡ଼ିଆ ସାହିତ୍ୟିକା । ସେ ଗଳ୍ପ, ଉପନ୍ୟାସ, ଅନୁବାଦ ଓ ସମାଲୋଚନା ସାହିତ୍ୟରେ ନିଜ ଲେଖନୀ ଚାଳନା କରନ୍ତି । ତାଙ୍କର ୨୫ଟି ଉପନ୍ୟାସ, ୧୦ଟି ଗଳ୍ପ, ୫ଟି ଅନୁବାଦ ଓ ୨ଟି ସମାଲୋଚନା ପୁସ୍ତକ ପ୍ରକାଶ ପାଇ ସାରିଛି । ଉପନ୍ୟାସ "ଅମ୍ବା" ପାଇଁ ସେ ୨୦୧୬ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨]
ରଚନାବଳୀ
[ସମ୍ପାଦନା]ଲକ୍ଷ୍ମୀପ୍ରିୟାଙ୍କ ଲେଖାରେ ମୁଖ୍ୟତଃ ଏକ ପୌରାଣିକ ପୃଷ୍ଟଭୂମୀ ରହିଥାଏ । ସାମାଜିକ ବ୍ୟବସ୍ଥା ଓ ସେଥିରେ ନାରୀର ଅବସ୍ଥାକୁ ସେ ନିଜ ଲେଖା ମାଧ୍ୟମରେ ଦର୍ଶାଇବାକୁ ଚେଷ୍ଟା କରନ୍ତି । ଲେଖାଗୁଡ଼ିକ ସବୁବେଳେ ଆତ୍ମକଥନ ମୂଳକ ହୋଇଥାଏ । ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ଶିଶୁ ରାଇଜ ପତ୍ରିକାରେ ତାଙ୍କର ଏକ କବିତା ପ୍ରକାଶ ପାଇଥିଲା । ସେହି କବିତାକୁ ପ୍ରଂଶସା କରି ହରେକୃଷ୍ଣ ମହତାବ ତାଙ୍କୁ ନିଜ ହାତଲେଖା ଚିଠିଟିଏ ପଠେଇଥିଲେ ।[୩] ସେହି ଚିଠି ତାଙ୍କୁ ଅଧିକ ସାହିତ୍ୟ ସର୍ଜନା ଦିଗରେ ପ୍ରେରଣା ଯୋଗେଇଥିଲା । ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ନିଜର ପ୍ରଥମ ଉପନ୍ୟାସ ପ୍ରଥମ ରାଗିଣୀ ଶେଷ ଛନ୍ଦ ଲେଖିଥିଲେ ।[୩] ତାହା କିନ୍ତୁ ଛପା ଯାଇପାରି ନଥିଲା । ୧୯୮୦ରେ ତାଙ୍କର ଗଳ୍ପ ସଂକଳନ ମାନସ ମନ୍ଥନ ପ୍ରକାଶ ପାଇଥିଲା । ତାଙ୍କ ଗଳ୍ପ ଅହଲ୍ୟା ୧୯୯୭ ମସିହାରେ ଏକ ଚଳଚ୍ଚିତ୍ର ରୂପ ନେଇଥିଲା ଓ ୮ଟି ରାଜ୍ୟସ୍ତରୀୟ ପୁରସ୍କାର ପାଇଥିଲା ।
ରଚନାବଳୀ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ପିତାମହ ଭୀଷ୍ମ : ମୈଥିଳା
- ନିଃଶବ୍ଦ ବସନ୍ତ : ଉତ୍ତରା
- କୁନ୍ତୀ ପୁତ୍ର
- ମହାନାୟକ ଶ୍ରୀକୃଷ୍ଣ
- ଅରଣ୍ୟର ଛାଇ
- ଅସ୍ତ ଜହ୍ନ
- ଦ୍ରୋଣ
- ଅମ୍ବା
- ଲଙ୍କାଧିପତି ଦଶାନନ
- ଦମୟନ୍ତୀ
- କୁନ୍ତୀ
- ଭାନୁମତୀ
- ଭୀଷ୍ମ କି ଆତ୍ମକଥା (ହିନ୍ଦୀକୁ ଅନୁବାଦିତ)
- ମୈଥିଲୀ କୀ ଆତ୍ମଲିପି (ହିନ୍ଦୀକୁ ଅନୁବାଦିତ)
ଗଳ୍ପ
[ସମ୍ପାଦନା]- ଥକାମନ ଚାଲଯିବା
- ମାନସ ମନ୍ଥନ
- ତଥା ଶରରାଣୀ
- ଅଲୋଡା
- ଅବ୍ୟକ୍ତ
- ବସୁଧା
- ଲକ୍ଷ୍ମୀପ୍ରିୟା
- ଆଚାର୍ଯ୍ୟଙ୍କ ଗଳ୍ପ ସମଗ୍ର
- ଶ୍ରୀଜଗନ୍ନାଥ ଏକ ଅମୃତ ଅନୁଭବ
- ସେତୁ
- ବିନା ମେଘେ ସୃଜି ପାରଇ[୩]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର- ୨୦୧୬[୪]
- ଶୁକଦେବ ସାହୁ ଉପନ୍ୟାସ ସମ୍ମାନ- ୨୦୧୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୫]
ଆଧାର
[ସମ୍ପାଦନା]- ↑ "ସାହିତ୍ୟରେ ଚୋରି ନୁହେଁ, ମୌଳିକତା ହିଁ ସ୍ଥାୟୀ". No. ୨୪ ସେପ୍ଟେମ୍ବର ୨୦୨୦. ଧରିତ୍ରୀ. Retrieved 15 January 2021.
- ↑ "Odisha Sahitya Akademi award for 18 authors". www.newindianexpress.com. The New Indian Express. Archived from the original on 25 July 2020. Retrieved 25 July 2020.
- ↑ ୩.୦ ୩.୧ ୩.୨ "ପ୍ରଗତିବାଦୀ ସାକ୍ଷାତକାର". No. ପ୍ରଗତିବାଦୀ ୨୫ଜୁଲାଇ ୨୦୨୦ ପୃଷ୍ଠା ୨. ପ୍ରଗତିବାଦୀ. Archived from the original on 25 July 2020. Retrieved 25 July 2020.
- ↑ "Odisha Sahitya Akademi Award For 2015, 2016 Announced: Here's The List". kalingatv.com. kalinga tv. Archived from the original on 25 July 2020. Retrieved 25 July 2020.
- ↑ "ବିଶେଷ ସାକ୍ଷାତକାର". No. ନିତିଦିନ ୧୦/୦୯/୨୦୨୦. ନିତିଦିନ. Archived from the original on 2020-09-11. Retrieved 11 September 2020.