ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
(Lakshmipriya Acharyaରୁ ଲେଉଟି ଆସିଛି)
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ
ଜନ୍ମ (1948-09-30) ୩୦ ସେପ୍ଟେମ୍ବର ୧୯୪୮ (ବୟସ ୭୫)
ନୂଆଶାସନ, କଟକ, ଓଡ଼ିଶା
ଉଲ୍ଲେଖନୀୟ କୃତିଅମ୍ବା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୨୦୧୬

ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ (ଜନ୍ମ: ୩୦ ସେପ୍ଟେମ୍ବର ୧୯୪୮),[୧] ଜଣେ ଓଡ଼ିଆ ସାହିତ୍ୟିକା । ସେ ଗଳ୍ପ, ଉପନ୍ୟାସ, ଅନୁବାଦ ଓ ସମାଲୋଚନା ସାହିତ୍ୟରେ ନିଜ ଲେଖନୀ ଚାଳନା କରନ୍ତି । ତାଙ୍କର ୨୫ଟି ଉପନ୍ୟାସ, ୧୦ଟି ଗଳ୍ପ, ୫ଟି ଅନୁବାଦ ଓ ୨ଟି ସମାଲୋଚନା ପୁସ୍ତକ ପ୍ରକାଶ ପାଇ ସାରିଛି । ଉପନ୍ୟାସ "ଅମ୍ବା" ପାଇଁ ସେ ୨୦୧୬ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨]

ସାହିତ୍ୟ ସର୍ଜନା[ସମ୍ପାଦନା]

ଲକ୍ଷ୍ମୀପ୍ରିୟାଙ୍କ ଲେଖାରେ ମୁଖ୍ୟତଃ ଏକ ପୌରାଣିକ ପୃଷ୍ଟଭୂମୀ ରହିଥାଏ । ସାମାଜିକ ବ୍ୟବସ୍ଥା ଓ ସେଥିରେ ନାରୀର ଅବସ୍ଥାକୁ ସେ ନିଜ ଲେଖା ମାଧ୍ୟମରେ ଦର୍ଶାଇବାକୁ ଚେଷ୍ଟା କରନ୍ତି । ଲେଖାଗୁଡ଼ିକ ସବୁବେଳେ ଆତ୍ମକଥନ ମୂଳକ ହୋଇଥାଏ । ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ଶିଶୁ ରାଇଜ ପତ୍ରିକାରେ ତାଙ୍କର ଏକ କବିତା ପ୍ରକାଶ ପାଇଥିଲା । ସେହି କବିତାକୁ ପ୍ରଂଶସା କରି ହରେକୃଷ୍ଣ ମହତାବ ତାଙ୍କୁ ନିଜ ହାତଲେଖା ଚିଠିଟିଏ ପଠେଇଥିଲେ ।[୩] ସେହି ଚିଠି ତାଙ୍କୁ ଅଧିକ ସାହିତ୍ୟ ସର୍ଜନା ଦିଗରେ ପ୍ରେରଣା ଯୋଗେଇଥିଲା । ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ନିଜର ପ୍ରଥମ ଉପନ୍ୟାସ ପ୍ରଥମ ରାଗିଣୀ ଶେଷ ଛନ୍ଦ ଲେଖିଥିଲେ ।[୩] ତାହା କିନ୍ତୁ ଛପା ଯାଇପାରି ନଥିଲା । ୧୯୮୦ରେ ତାଙ୍କର ଗଳ୍ପ ସଂକଳନ ମାନସ ମନ୍ଥନ ପ୍ରକାଶ ପାଇଥିଲା । ତାଙ୍କ ଗଳ୍ପ ଅହଲ୍ୟା ୧୯୯୭ ମସିହାରେ ଏକ ଚଳଚ୍ଚିତ୍ର ରୂପ ନେଇଥିଲା ଓ ୮ଟି ରାଜ୍ୟସ୍ତରୀୟ ପୁରସ୍କାର ପାଇଥିଲା ।

ରଚନାବଳୀ[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ପିତାମହ ଭୀଷ୍ମ : ମୈଥିଳା
  • ନିଃଶବ୍ଦ ବସନ୍ତ : ଉତ୍ତରା
  • କୁନ୍ତୀ ପୁତ୍ର
  • ମହାନାୟକ ଶ୍ରୀକୃଷ୍ଣ
  • ଅରଣ୍ୟର ଛାଇ
  • ଅସ୍ତ ଜହ୍ନ
  • ଦ୍ରୋଣ
  • ଅମ୍ବା
  • ଲଙ୍କାଧିପତି ଦଶାନନ
  • ଦମୟନ୍ତୀ
  • କୁନ୍ତୀ
  • ଭାନୁମତୀ
  • ଭୀଷ୍ମ କି ଆତ୍ମକଥା (ହିନ୍ଦୀକୁ ଅନୁବାଦିତ)
  • ମୈଥିଲୀ କୀ ଆତ୍ମଲିପି (ହିନ୍ଦୀକୁ ଅନୁବାଦିତ)

ଗଳ୍ପ[ସମ୍ପାଦନା]

  • ଥକାମନ ଚାଲଯିବା
  • ମାନସ ମନ୍ଥନ
  • ତଥା ଶରରାଣୀ
  • ଅଲୋଡା
  • ଅବ୍ୟକ୍ତ
  • ବସୁଧା
  • ଲକ୍ଷ୍ମୀପ୍ରିୟା
  • ଆଚାର୍ଯ୍ୟଙ୍କ ଗଳ୍ପ ସମଗ୍ର
  • ଶ୍ରୀଜଗନ୍ନାଥ ଏକ ଅମୃତ ଅନୁଭବ
  • ସେତୁ
  • ବିନା ମେଘେ ସୃଜି ପାରଇ[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ସାହିତ୍ୟରେ ଚୋରି ନୁହେଁ, ମୌଳିକତା ହିଁ ସ୍ଥାୟୀ". No. ୨୪ ସେପ୍ଟେମ୍ବର ୨୦୨୦. ଧରିତ୍ରୀ. Retrieved 15 January 2021.
  2. "Odisha Sahitya Akademi award for 18 authors". www.newindianexpress.com. The New Indian Express. Archived from the original on 25 July 2020. Retrieved 25 July 2020.
  3. ୩.୦ ୩.୧ ୩.୨ "ପ୍ରଗତିବାଦୀ ସାକ୍ଷାତକାର". No. ପ୍ରଗତିବାଦୀ ୨୫ଜୁଲାଇ ୨୦୨୦ ପୃଷ୍ଠା ୨. ପ୍ରଗତିବାଦୀ. Archived from the original on 25 July 2020. Retrieved 25 July 2020.
  4. "Odisha Sahitya Akademi Award For 2015, 2016 Announced: Here's The List". kalingatv.com. kalinga tv. Archived from the original on 25 July 2020. Retrieved 25 July 2020.
  5. "ବିଶେଷ ସାକ୍ଷାତକାର". No. ନିତିଦିନ ୧୦/୦୯/୨୦୨୦. ନିତିଦିନ. Archived from the original on 2020-09-11. Retrieved 11 September 2020.