ମୋରାରଜୀ ଦେଶାଇ

ଉଇକିପିଡ଼ିଆ ରୁ
(Morarji Desai ରୁ ଲେଉଟି ଆସିଛି)
Jump to navigation Jump to search
ମୋରାରଜୀ ଦେଶାଇ
Morarji Desai.jpg
ଭାରତର ପୂର୍ବତନ (୪ର୍ଥ)ପ୍ରଧାନମନ୍ତ୍ରୀ
In office
୨୪ ମାର୍ଚ ୧୯୭୭ – ୨୮ ଜୁଲାଇ ୧୯୭୯
ରାଷ୍ଟ୍ରପତିBasappa Danappa Jatti (Acting)
Neelam Sanjiva Reddy
ପୂର୍ବ ଅଧିକାରୀଇନ୍ଦିରା ଗାନ୍ଧୀ
ପର ଅଧିକାରୀଚରଣ ସିଂହ
Minister of Home Affairs
ଅଫିସରେ
୧ ଜୁଲାଇ ୧୯୭୮ – ୨୮ ଜୁଲାଇ ୧୯୭୯
ପୂର୍ବ ଅଧିକାରୀଚରଣ ସିଂହ
ପର ଅଧିକାରୀଯଶବନ୍ତରାଓ ଚୌହାନ
Deputy Prime Minister of India
ଅଫିସରେ
୧୩ ମାର୍ଚ ୧୯୬୭ – ୧୬ ଜୁଲାଇ ୧୯୬୯
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀବଲ୍ଲଭଭାଇ ପଟେଲ
ପର ଅଧିକାରୀଚରଣ ସିଂହ
ଜଗଜୀବନ ରାମ
Minister of Finance
ଅଫିସରେ
୧୩ ମାର୍ଚ ୧୯୬୭ – ୧୬ ଜୁଲାଇ ୧୯୬୯
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀସଚିନ୍ଦ୍ର ଚୌଧୁରୀ
ପର ଅଧିକାରୀଇନ୍ଦିରା ଗାନ୍ଧୀ
ଅଫିସରେ
୧୩ ମାର୍ଚ ୧୯୫୮ – ୨୯ ଅଗଷ୍ଟ ୧୯୬୩
ପ୍ରଧାନ ମନ୍ତ୍ରୀଜବାହରଲାଲ ନେହେରୁ
ପୂର୍ବ ଅଧିକାରୀଜବାହରଲାଲ ନେହେରୁ
ପର ଅଧିକାରୀTiruvellore Thattai Krishnamachari
ବ୍ୟକ୍ତିଗତ ସବିଶେଷ
ଜନ୍ମ୨୯ ଫେବୃଆରୀ ୧୮୯୬(1896-02-29)
ଭାଡେଲି, ବ୍ରିଟିଶ ଭାରତ
ମୃତ୍ୟୁ୧୦ ଅପ୍ରେଲ ୧୯୯୫ (୯୯ ବର୍ଷ)
ନୂଆଦିଲ୍ଲୀ,ଭାରତ
ରାଜନୀତିକ ଦଳଜନତା ଦଳ (୧୯୮୮-୧୯୯୫)
ଅନ୍ୟାନ୍ୟ ରାଜନୈତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ (୧୯୬୯ ପୂର୍ବରୁ)
ଭାରତୀୟ ଜାତୀୟ କଂଗ୍ରେସ-Organisation (୧୯୬୯-୧୯୭୭)
Janata Party (୧୯୭୭-୧୯୮୮)
ଶିକ୍ଷାନୁଷ୍ଠାନୱିଲସନ କଲେଜ, ବମ୍ବେ
ପେଷାସିଭିଲ ସର୍ଭିସ
Activist

ମୋରାରଜୀ ରାଞ୍ଛୋଡ଼ଜୀ ଦେଶାଇ (ମୋରାରଜୀ ଦେଶାଇ) ଥିଲେ ଭାରତର ଚତୁର୍ଥ ପ୍ରଧାନ ମନ୍ତ୍ରୀ । ଗୁଜରାଟର ଭଲସାଡ ଅନ୍ତର୍ଗତ ଭାଡେଲିଠାରେ ୧୮୯୬ ଫେବୃଆରୀ ୨୯ରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଶିକ୍ଷା ଓ ପ୍ରାଥମିକ ଶିକ୍ଷା ପରେ ବମ୍ବେର ୱିଲସନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ ଗୁଜରାଟ ସିଭିଲ ସର୍ଭିସରେ ଯୋଗ ଦେଇଥିଲେ । କିନ୍ତୁ ଇଂରେଜମାନଙ୍କ ଅଧୀନରେ ସେ ଚାକିରୀ କରିବେ ନାହିଁ ବୋଲି ଦର୍ଶାଇ ୧୯୨୪ରେ ଚାକିରୀ ଛାଡି ଦେଇଥିଲେ । ପରେ ବ୍ରିଟିଶ ଶାସନ ବିରୋଧରେ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ସ୍ୱାଧୀନତା ଆନ୍ଦୋଳନରେ ସେ ଅନେକ ଥର କାରାବରଣ କରିଥିଲେ । ତାଙ୍କର ନେତୃତ୍ୱ ଓ ବିଚକ୍ଷଣ ବୁଦ୍ଧି ଯୋଗୁଁ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସର ନେତାଙ୍କର ଅତିପ୍ରିୟ ହୋଇପାରିଥିଲେ ।

୧୯୩୪ରୁ ୧୯୩୭ ମଧ୍ୟରେ ପ୍ରାଦେଶିକ ନିର୍ବାଚନ ପରେ ସେ ବମ୍ବେ ପ୍ରେସିଡେନ୍ସୀ ଅଧୀନରେ ରାଜସ୍ୱ ମନ୍ତ୍ରୀ ଥିଲେ । ଦେଶ ସ୍ୱାଧୀନ ହେବା ପୂର୍ବରୁ ସେ ବମ୍ବେର ଗୃହମନ୍ତ୍ରୀ ଓ ପରେ ମୂଖ୍ୟମନ୍ତ୍ରୀ ହେଲେ । ବମ୍ବେରେ ବସବାସ କରୁଥିବା ମରାଠିମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାଲାଗି ସେ ଆହ୍ୱାନ ଦେଇଥିଲେ । ଏଥିଲାଗି ତାଙ୍କ ନିର୍ଦ୍ଧେଶରେ ୧୯୬୦ରେ ହେଇଥିଲା ଆନ୍ଦୋଳନ । ଆନ୍ଦୋଳନ ତିବ୍ରତର ହେବାରୁ ପୋଲିସ ଗୁଳି ଚଳେଇଥିଲେ ଓ ଏଥିରେ ୧୦୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ବିଭିନ୍ନ ମହଲରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର ଫଳସ୍ୱରୂପ ସ୍ୱତନ୍ତ୍ର ମହାରାଷ୍ଟ୍ର ରାଜ୍ୟ ଗଠିତ ହେଇଥିଲା । ଶାସ୍ତ୍ରିଜୀଙ୍କ ମୃତ୍ୟୁପରେ ୧୯୬୬ରେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରତିଦ୍ୱନ୍ଦିତା କରି ପରାଜିତ ହେଇଥିଲେ । ମାତ୍ର ୧୯୭୭ରେ ଜନତାଦଳ ମେଣ୍ଟ ସରକାର ଗଠନ ହେବାରୁ ସେ ପ୍ରଧାନମନ୍ତ୍ରୀ ହେଇଥିଲେ ।[୧]

ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ସେ ସର୍ବଦା ଉଦ୍ୟମ କରିଆସିଥିଲେ ı ଏଥି ପାଇଁ ତାଙ୍କୁ "ନିସାନ-ଇ-ପାକିସ୍ତାନ" ସମ୍ମାନରେ ସମ୍ମାନିତ କରାଯାଇଥିଲା । ପାକିସ୍ତାନର ଏଭଳି ସର୍ବଚ୍ଚୋ ବେସାମରିକ ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ତଥା ଏକମାତ୍ର ଭାରତୀୟ ı ୧୯୯୫ ଏପ୍ରିଲ ୧୦ରେ ତାଙ୍କର ପରଲୋକ ଘଟିଥିଲା ı[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମୋରାରଜୀ ଦେଶାଇ ଗୁଜରାଟରୁ ଥିଲେ ।[୩]ସେତେବେଳେର ବମ୍ବେ ପ୍ରେସିଡେନ୍ସିର ବୁଲସର ଜିଲ୍ଲାର ଭାଡେଲି ଗ୍ରାମରେ ୨୯ ଫେବୃୟାରୀ ୧୮୯୬ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ଆଠ ଜଣ ଭାଇଭଉଣୀଙ୍କ ମଧ୍ୟରେ ସେ ବରିଷ୍ଠ ଥିଲେ । ତାଙ୍କ ପିତା ଜଣେ ବିଦ୍ୟାଳୟ ଶିକ୍ଷକ ଥିଲେ ।[୪]

ସେ ସୌରାଷ୍ଟ୍ରରେ ନିଜର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ । ମୁମ୍ବାଇର ୱିଲସନ ମହାବିଦ୍ୟାଳୟରୁ ଉତ୍ତୀନ୍ନ ହୋଇ ସେ ଗୁଜରାଟର ସିଭିଲ ସେବାରେ ଯୋଗ ଦେଇଥିଲେ । ୧୯୨୭-୨୮ରେ ହୋଇଥିବା ଗୋଧ୍ରା ଦଙ୍ଗାରେ ହିନ୍ଦୁ ମାନଙ୍କ ଉପରେ ନରମ ମନୋଭାବ ଯୋଗୁଁ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଉପ-ଜିଲ୍ଲାପାଳ ପଦବୀରୁ ଇସ୍ତଫା ଦେଇଥିଲେ ।[୫]

ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସେ ମହାତ୍ମା ଗାନ୍ଧୀଙ୍କର ସହ ଯୋଗଦାନ କରିଥିଲେ । ଅନେକ ଥର ସେ କାରାବରଣ ମଧ୍ୟ କରିଥିଲେ । ୧୯୩୪ ଏବଂ ୧୯୩୭ ମସିହାରେ ପ୍ରାନ୍ତରେ ସେ ଅର୍ଥ ଏବଂ ଗୃହ ବିଭାଗର ମନ୍ତ୍ରୀ ଭାବରେ ବମ୍ବେ ପ୍ରେସିଡେନ୍ସିରେ ନିର୍ବାଚିତ ହୋଇଥିଲେ ।

ବ୍ୟକ୍ତିଗତ ଜୀବନ ଏବଂ ପରିବାର[ସମ୍ପାଦନା]

୧୯୧୧ ମସିହାରେ ଦେଶାଇଙ୍କୁ ଯେବେ ମାତ୍ର ୧୫ ବର୍ଷ ବୟସ ହୋଇଥିଲା ସେ ଗୁଜରାବେନଙ୍କୁ ବିବାହ କରିଥିଲେ ।[୬] ଗୁଜରାବେନ ତାଙ୍କ ସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀ ହେବାର ଦେଖିଥିଲେ କିନ୍ତୁ ଦେଶାଇଙ୍କ ପୂର୍ବରୁ ସେ ଇହଧାମ ପରିତ୍ୟାଗ କରିଥିଲେ । ତାଙ୍କର ନାତି ମଧୁକେଶ୍ୱର ଦେଶାଇ, ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚାର ଜାତୀୟ ଉପ-ସଭାପତି ଅଟନ୍ତି ।

୧୯୭୮ ମସିହାରେ ସେ ୟୁରିନ ଥେରାପି (ମୂତ୍ର ଚିକିତ୍ସା) ଉପରେ ଏକ ଆଲୋଚନା କରିଥିଲେ । ଏଥିରେ ସେ ମନୁଷ୍ୟ ମୁତ୍ରାର ସୁଗୁଣ ଉପରେ ଆଲୋକପାତ କରିଥିଲେ, ଦେଶାଇ କହିଥିଲେ ଯେ ଏହିଭଳି ଚିକିତ୍ସା ଯେଉଁମାନେ ଡାକ୍ତରୀ ଚିକିତ୍ସା ଲାଭ କରିବାରେ ଅସମର୍ଥ ତାଙ୍କ ମାଇଁ ବରଦାନ ସଦୃଶ୍ୟ । ସେ ଏହାକୁ "ଜୀବନର ଜଳ" ବୋଲି ଦର୍ଶାଇଥିଲେ ।[୭][୮]

ସେ ମହାତ୍ମା ଗାନ୍ଧୀଙ୍କର ଜଣେ ଅନୁସାରକ ଥିଲେ । ଜନ୍ମରୁ ସେ ଶାକାହାରୀ ଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

୧୯୭୭ରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ପରେ ହୋଇଥିବା ନିର୍ବାଚନରେ ଜନତା ପାର୍ଟିକୁ ବିପୁଳ ପରିମାଣରେ ଭୋଟ ଦେଇ ଲୋକେ ଜୟଯୁକ୍ତ କରାଇଥିଲେ । ଜନତା ପାର୍ଟି ତରଫରୁ ଦେଶାଇଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରାଯାଇଥିଲା । ୨୪ ମାର୍ଚ୍ଚ ୧୯୭୭ ମସିହାରେ ଦେଶର ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବରେ ଦେଶାଇ ଶପଥ ପାଠ କରିଥିଲେ ।

ଦେଶାଇ ଭାରତର ର'ର ଅନେକ ଶାଖାଗୁଡ଼ିକୁ ବନ୍ଦ କରିଦେଇଥିଲେ ।

୧୯୭୯ ମସିହାରେ ସମର୍ଥନ ଅଭାବରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ମୃତ୍ୟୁ[ସମ୍ପାଦନା]

୧୯୮୦ରେ ହୋଇଥିବା ଭାରତୀୟ ସାଧାରଣ ନିର୍ବାଚନରେ ଦେଶାଇ ପ୍ରଚାର କରିଥିଲେ । କିନ୍ତୁ ସେ ନିଜେ ଏହି ନିର୍ବାଚନରେ କୌଣସି ନିର୍ବାଚନ ମଣ୍ଡଳୀରୁ ଛିଡା ହୋଇନଥିଲେ । ଅବସର ନେବା ପରେ ସେ ମୁମ୍ବାଇରେ ରହୁଥିଲେ ଏବଂ ୧୦ ଅପ୍ରେଲ ୧୯୯୫ ମସିହାରେ ତାଙ୍କୁ ଯେବେ ୯୯ ବର୍ଷ ହୋଇଥିଲା ସେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କର ଅନ୍ତିମ ସମୟରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ରୂପେ ଅନେକ ସମ୍ମାନ ଲାଭ କରିଥିଲେ ।[୯]

ଆଧାର[ସମ୍ପାଦନା]

  1. http://www.iloveindia.com/indian-heroes/morarji-desai-biography.html
  2. http://www.winentrance.com/general_knowledge/morarji-desai.html
  3. Bhattacharya, D. P. (2014-05-26). "Gujarati Prime Ministers Morarji Desai & Narendra Modi share similarities". The Economic Times. Retrieved 2019-03-24.
  4. "OBITUARY: Morarji Desai". The Independent (in ଇଂରାଜୀ). 1995-04-11. Retrieved 2019-03-24.
  5. Umat, Ajay; Mehta, Harit (2013-06-10). "Can Narendra Modi follow in Morarji Desai's footsteps?". The Economic Times. Retrieved 2019-03-24.
  6. https://books.google.com/books?id=2dgqNH6uKUsC&pg=PT39
  7. "OBITUARY: Morarji Desai". The Independent (in ଇଂରାଜୀ). 1995-04-11. Retrieved 2019-03-24.
  8. "WebCite query result". www.webcitation.org. Retrieved 2019-03-24.
  9. Hazarika, Sanjoy (1995-04-11). "Morarji Desai Dies at 99; Defeated Indira Gandhi to Become Premier of India". The New York Times (in ଇଂରାଜୀ). ISSN 0362-4331. Retrieved 2019-03-24.