Jump to content

ଝାରସୁଗୁଡ଼ା ଜିଲ୍ଲା

ଉଇକିପିଡ଼ିଆ‌ରୁ
(Jharsuguda districtରୁ ଲେଉଟି ଆସିଛି)
ଝାରସୁଗୁଡ଼ା
ଜିଲ୍ଲା
ଝାରସୁଗୁଡ଼ା ରେଳ ଷ୍ଟେସନ
ଝାରସୁଗୁଡ଼ା ରେଳ ଷ୍ଟେସନ
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
Coordinates: 21°51′00″N 84°00′58″E / 21.85°N 84.016°E / 21.85; 84.016
ଦେଶଭାରତ
ରାଜ୍ୟଓଡ଼ିଶା
ସ୍ଥାପନା୧ ଜାନୁଆରୀ ୧୯୯୪
ସଦର ମହକୁମାଝାରସୁଗୁଡ଼ା
Government
 • ଜିଲ୍ଲାପାଳବିଭୁତି ଭୂଷଣ ପଟ୍ଟନାୟକ
 • ଲୋକ ସଭା ସଭ୍ୟସଞ୍ଜୟ ଭୋଇ
Area
 • ସମୁଦାୟ2081 km2 (803 sq mi)
Population
 (୨୦୧୧)
 • Total୫,୭୯,୪୯୯
 • Density245/km2 (630/sq mi)
ଭାଷା
 • ସରକାରୀଓଡ଼ିଆ, ଇଂରାଜୀ
Time zoneUTC+୫:୩୦ (IST)
ପିନ କୋଡ଼
୭୬୮ xxx
ଯାନବାହାନ ପଞ୍ଚୀକରଣOD-23
ନିକଟତମ ସହରଭୁବନେଶ୍ୱର
ଲିଙ୍ଗାନୁପାତ୧.୦୫୭ ♂/♀
ସାକ୍ଷରତା୭୧.୪%
ଲୋକ ସଭା ନିର୍ବାଚନ ମଣ୍ଡଳୀବରଗଡ଼
ବିଧାନ ସଭା ନିର୍ବାଚନ ମଣ୍ଡଳୀ୨: ବ୍ରଜରାଜନଗର (୦୦୬) ଓ ଝାରସୁଗୁଡ଼ା (୦୦୭)
ଜଳବାୟୁAw (Köppen)
ବୃଷ୍ଟିପାତ1,527 millimetres (60.1 in)
ହାରାହାରୀ ଗ୍ରୀଷ୍ମ ତାପମାତ୍ରା46.7 °C (116.1 °F)
Websitewww.jharsuguda.nic.in

ଝାରସୁଗୁଡ଼ା ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଝାରସୁଗୁଡ଼ା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।

ଇତିହାସ

[ସମ୍ପାଦନା]

ଜାନୁଆରୀ ପହିଲା ୧୯୯୪ ଦିନ ଏହା ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଲା୤

ଭୂଗୋଳ

[ସମ୍ପାଦନା]

ଓଡ଼ିଶାର ପଶ୍ଚିମଭାଗରେ ଅବସ୍ଥିତ ଝାରସୁଗୁଡ଼ା ଜିଲ୍ଲାର ଆୟତନ ୨,୦୮୧ ବର୍ଗ କିମି୤

ଅବସ୍ଥିତି

[ସମ୍ପାଦନା]

ମୁଖ୍ୟ ନଦୀ ଓ ଶାଖାନଦୀ

[ସମ୍ପାଦନା]

ଜନସଂଖ୍ୟା

[ସମ୍ପାଦନା]

୨୦୧୧ ଜନଗଣନା [୧]ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର ଲୋକସଂଖ୍ୟା ୫,୭୯,୪୯୯ |

  • ପୁରୁଷ: ୨,୯୭,୦୧୪
  • ମହିଳା: ୨,୮୨,୪୮୫
    • ଛ ବର୍ଷରୁ କମ: ୬୧,୮୨୩
  • ପଢୁଆ ହାର ୭୮.୩୬%
    • ପୁରୁଷ: ୮୬.୨୭%
    • ମହିଳା: ୭୦.୨୫%

ରାଜନୀତି

[ସମ୍ପାଦନା]

ଲୋକ ସଭା ନିର୍ବାଚନ ମଣ୍ଡଳୀ

[ସମ୍ପାଦନା]

ବିଧାନ ସଭା ନିର୍ବାଚନ ମଣ୍ଡଳୀ

[ସମ୍ପାଦନା]
# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୫ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୬ ବ୍ରଜରାଜନଗର ଅଣ ସଂରକ୍ଷିତ ବ୍ରଜରାଜନଗର (ପୌ), ବେଲପାହାଡ଼ (ବି), ଲଖନପୁର, ଝାରସୁଗୁଡ଼ା (ଅଂଶ) ରାଧାରାଣୀ ପଣ୍ଡା ଭାଜପା
୭ ଝାରସୁଗୁଡ଼ା ଅଣ ସଂରକ୍ଷିତ ଝାରସୁଗୁଡ଼ା (ପୌ), କିରମିରା, ଲଇକେରା, କୋଲାବିରା, ଝାରସୁଗୁଡ଼ା (ଅଂଶ) ନବକିଶୋର ଦାସ କଂଗ୍ରେସ

ଶିକ୍ଷା

[ସମ୍ପାଦନା]

ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ(୧୯୬୯ରେ ସ୍ଥାପିତ), ବ୍ରଜରାଜନଗର କଲେଜ(୧୯୭୮ରେ ସ୍ଥାପିତ), ଝାରସୁଗୁଡା ସରକାରୀ ଇଂଜିନିଯରିଂ ସ୍କୁଲ, ବେଲପାହାଡ କଲେଜ, ବ୍ଲାକ ଡାୟମଣ୍ଡ ଇଂଜିନିଯରିଂ କଲେଜ ଓ ଅନ୍ୟାନ୍ୟ କଲେଜ ସବୁ ଅଛି । ଜିଲ୍ଲାରେ ଝାରସୁଗୁଡାର ମନମୋହନ ହାଇସ୍କୁଲ ଓଡ଼ିଶାର ଏକ ପୁରାତନ ସ୍କୁଲ । ଏହା ବ୍ୟତୀତ ଜିଲ୍ଲାର ସବୁ ସହରରେ ଇଂରାଜୀ ମିଡିୟମ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଆଦି ରହିଛି ଝାରସୁଗୁଡା ଜିଲ୍ଲା ରେ ଗୌଡ଼ମାଳ ଗାଁ ଭି ଅଛି

ଗମନାଗମନ

[ସମ୍ପାଦନା]

ଗମନା ଗମନ ଦୃଷ୍ଟିରୁ ଝାରସୁଗୁଡା ଜିଲ୍ଲା ଓଡ଼ିଶାରେ ଏକ ଅଗ୍ରଣୀ ଜିଲ୍ଲା । ଏହା ପୂର୍ବତଟ ରେଲପଥ ଓ ଦକ୍ଷିଣ ପୂର୍ବ ରେଳପଥଦ୍ୱାରା ସଂଯୁକ୍ତ ହୋଇ ଏଠାରୁ କଲିକତା , ଦିଲ୍ଲୀ , ବାଙ୍ଗାଲୋର , ମୁମ୍ବାଇ ସହ ସଂଯୁକ୍ତ । ଜାତୀୟ ରାଜପଥର ବିସ୍ତାର ମଧ୍ୟ ଜିଲ୍ଲାରେ ଯଥେଷ୍ଠ । ଝାରସୁଗୁଡା ମଦ୍ୟ ଦେଇ କଲିକତାରୁ ମୁମ୍ବାଇକୁ ରାଜପଥ ସହ ସମ୍ବଲପୁର ରାଉରକେଲାକୁ ମଧ୍ୟ ସଂଯୋଗ ରହିଛି । ଝାରସୁଗୁଡାରୁ ଛତିଶଗଦର ରାୟପୁର ପର୍ଯ୍ୟନ୍ତ ମଧ୍ୟ ନୂତନ ରାଜପଥ ସଂଯୋଗ ହୋଇଛି ।

ଶିଳ୍ପ

[ସମ୍ପାଦନା]

ଝାରସୁଗୁଡା ଜିଲ୍ଲାରେ ଶିଳ୍ପର ବହୁଳ ଉନ୍ନତି ହେଇ ଏହା ଭାରତର ଏକ ପ୍ରମୁଖ ଶିଳ୍ପୋନତ ଜିଲ୍ଲା ଭାବରେ ଜଣା ଶୁଣା । ଏହି ଜିଲ୍ଲାରେ ବ୍ରଜରାଜନଗର ଅଞ୍ଚଳରେ ବିପୁଳ କୋଇଲା ଉପଲବ୍ଧ ଥିବା ହେତୁ , ତାହା ସଙ୍ଗେ ସଙ୍ଗେ ହୀରାକୁଦ ଜଳଭଣ୍ଡାରର ଜଳ ଓ ରେଳ ଓ ସଡକ ପଥ ଥିବା କାରଣରୁ ଜିଲ୍ଲାରେ ଅନେକ ଶିଳ୍ପ ପ୍ରତିଷ୍ଟିତ ହେଇଛି । ତନ୍ନ ମଧ୍ୟରୁ ବେଦାନ୍ତ ଆଲୁମିନା , ଭୂଷଣ ଇସ୍ପାତ , ବିର୍ଲା ଆଲୁମିନା , ଆର୍ଜନ ଇସ୍ପାତ ତଥା ଆହୁରି ଅନେକ ମଧ୍ୟମ ଆକୃତି ଇସ୍ପାତ କାରଖାନା ରହିଛି ।

ପର୍ଯ୍ୟଟନ ସ୍ଥଳ

[ସମ୍ପାଦନା]

ଝାରସୁଗୁଡ଼ା ଜିଲ୍ଲା ମଧ୍ୟରେ ଅନେକ ପ୍ରାକୃତିକ ତଥା ଦର୍ଶନୀୟ ସ୍ଥାନ ରହିଛି । ସେଥି ମଧ୍ୟରୁ କୋଇଲି ଘୋଘର ଜଳପ୍ରପାତ ଭାରତ ବିଖ୍ୟାତ ।[୨] ଏହି ଜଳପ୍ରପାତ ଲଖନପୁର ନିକଟସ୍ଥ କୁଶମେଲବହଳ ନାମକ ଗ୍ରାମ ସନ୍ନିକଟରେ ଅବସ୍ଥିତ । ଏହି ଜଳ ପ୍ରପାତରେ ୨୦୦ଫୁଟ ଉପରୁ ଜଳ ନିର୍ଗତ ହେଇ ତାହା ବହି ଯାଏ ଓ ମହାନଦୀରେ ମିଶ୍ରଣ ହୁଏ । ଏହା ଛଡ଼ା ଝାରସୁଗୁଡ଼ାରୁ ୨୫ କିଲୋମିଟର ଦୂର ବିକ୍ରମଖୋଲର ଗୁମ୍ଫା ଭିତରେ ପ୍ରାକ- ଐତିହାସିକ ଶିଳା ଲେଖ ମାନ ପ୍ରତ୍ନତତ୍ତ୍ୱ ବସ୍ତୁ ହିସାବରେ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିଦମାନଙ୍କୁ ଆକର୍ଷିତ କରେ ।[୩] ଝାରସୁଗୁଡ଼ା ସହରସ୍ଥ ଝଡେଶ୍ୱର ମନ୍ଦିର , ବ୍ରଜରାଜ ନଗର ନିକଟସ୍ଥ ଚଣ୍ଡୀ ମନ୍ଦିର , ପାହାଡୀ ମନ୍ଦିର ମଧ୍ୟ ବହୁ ପୁରାତନ ସ୍ଥାପତ୍ୟର ପରିଚୟ ହିସାବରେ ଅଛି ।

  1. ↑ Census 2011: Odisha: Provisional Population Totals
  2. ↑ http://www.nuaodisha.com/Odisha-Tourism/Tourist-Places-in-Jharsuguda.htm
  3. ↑ "ରହସ୍ୟ ଖୋଲିବା ପୂର୍ବରୁ ଲିଭିଯିବ ପ୍ରାଚୀନ ଲିପି". ନିତିଦିନ. Archived from the original on 2019-08-21. Retrieved 23 October 2016.

ଅଧିକ ତଥ୍ୟ

[ସମ୍ପାଦନା]

o

ଝାରସୁଗୁଡା ଜିଲ୍ଲା ରେ ଗୌଡ଼ମାଳ ମାଳ ବଳି ଗୁଟେ ଗାଁ ଅଛି