ଦୁଃଖୀରାମ ସ୍ୱାଇଁ

ଉଇକିପିଡ଼ିଆ‌ରୁ
(Dukhiram Swainରୁ ଲେଉଟି ଆସିଛି)
ଦୁଃଖୀରାମ ସ୍ୱାଇଁ
Born(1925-04-23)୨୩ ଅପ୍ରେଲ ୧୯୨୫
Died୧୮ ଜାନୁଆରୀ ୧୯୯୫(1995-01-18) (ବୟସ ୬୯)
କଟକ
Nationality ଭାରତୀୟ
Occupationକଥାଚିତ୍ର ଅଭିନେତା
Years active୧୯୬୦-୧୯୯୪
Known forଓଡ଼ିଆ ସିନେମା ଅଭିନେତା
Spouseହେମଲତା ସ୍ୱାଇଁ
ଦେବୁ ବୋଷଅପରାଜିତା ମହାନ୍ତିଙ୍କ ସହ

ଦୁଃଖୀରାମ ସ୍ୱାଇଁ (୨୩ ଅପ୍ରେଲ ୧୯୨୫ - ୧୮ ଜାନୁଆରୀ ୧୯୯୫)[୧] ଜଣେ ଭାରତୀୟ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ମୋଟ ୪୬ଟି ଓଡ଼ିଆ କଥାଚିତ୍ରରେ ଖଳ, ହାସ୍ୟ ଓ ଚରିତ୍ର ଆଦି ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟରେ ପାରଦର୍ଶିତା ନିମନ୍ତେ ସେ ୧୯୯୪ ମସିହାରେ ଜୟଦେବ ପୁରସ୍କାର ପାଇଥିଲେ ।[୨] ଏଥି ସହିତ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ଜୀବନୀ[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଦୁଃଖୀରାମ ସ୍ୱାଇଁ ୧୯୨୫ ମସିହାରେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାସ୍ଥିତ ଦରବାଠାରେ ଜନ୍ମଗ୍ରହଣ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

ସ୍କୁଲରେ ପଢ଼ିବା ଦିନରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ପରେ ଘର ଛାଡ଼ି କଟକ ଆସି କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗଦେଇଥିଲେ । ପଟ୍ଟନାୟକଙ୍କ ପ୍ରେରଣାରେ ଅଭିନୟ ସହିତ ପାଠପଢ଼ା ମଧ୍ୟ ଜାରି ରଖିଥିଲେ । ପେଟ ପୋଷିବା ପାଇଁ ଯୋଗାଣ ବିଭାଗରେ ସରକାରୀ ଚାକିରି କରିଥିଲେ । ତେବେ ପରେ ଚାକିରି ଛାଡ଼ି ସମ୍ପୂର୍ଣ୍ଣ ଭାବରେ ନିଜକୁ ଅଭିନୟ ଆରମ୍ଭ କରିଥିଲେ ।[୪] ସେ ସଦାନନ୍ଦ ନାଟ୍ୟ ନିକେତନଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସହ ସଂଳିଷ୍ଟ ରହି ଅଭିନୟ ଜାରି ରଖିଥିଲେ ।[୫]

ମୃତ୍ୟୁ[ସମ୍ପାଦନା]

୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ଦୁଃଖୀରାମ ସ୍ୱାଇଁଙ୍କର ମୃତ୍ୟୁ ଘଟିଥିଲା ।

କଥାଚିତ୍ରରେ ଅଭିନୟ[ସମ୍ପାଦନା]

ଦୁଃଖୀରାମ ସ୍ୱାଇଁ ୧୯୬୦ ମସିହାରେ ଶ୍ରୀ ଲୋକନାଥ କଥାଚିତ୍ରରୁ ଓଡ଼ିଆ ସିନେମା ଜଗତରେ ପ୍ରବେଶ କରିଥିଲେ । ସେ ମୋଟ ୪୬ଟି ଓଡ଼ିଆ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

ପୁରସ୍କାର[ସମ୍ପାଦନା]

  • ଜୟଦେବ ପୁରସ୍କାର - ୧୯୯୪[୭]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଆଧାର[ସମ୍ପାଦନା]

  1. "ସ୍ମୃତିରେ ଦୁଃଖିରାମ ସ୍ୱାଇଁ". ପ୍ରମେୟ. Archived from the original on 21 January 2017. Retrieved 19 January 2017.
  2. http://timesofindia.indiatimes.com/city/bhubaneswar/Bronze-age-of-Odia-cinema/articleshow/12771459.cms
  3. "ଆଜି ଜନ୍ମଦିନ". sambadepaper.com/. ସମ୍ବାଦ. Archived from the original on 2020-04-23. Retrieved 23 April 2020.
  4. Candraśekhara Nanda (2001). Anubhūti darpaṇare Oḍiā nāṭaka. Oḍiśā Saṅgīta Nāṭaka Ekāḍemī.
  5. http://www.telegraphindia.com/1131222/jsp/frontpage/story_17707168.jsp#.Vpy2v08wDSg
  6. Link: Indian Newsmagazine. 1967.
  7. "ଦୁଃଖୀରାମ ସ୍ୱାଇଁ". ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 18 January 2016.[permanent dead link]

ଅଧିକ ତଥ୍ୟ[ସମ୍ପାଦନା]