ବୀରେନ୍ଦ୍ରନାଥ ମହାନ୍ତି

ଉଇକିପିଡ଼ିଆ‌ରୁ
(Birendranatha Mohantyରୁ ଲେଉଟି ଆସିଛି)
ବୀରେନ୍ଦ୍ରନାଥ ମହାନ୍ତି
Born
ବିଚିତ୍ର

(1962-04-08) ୮ ଅପ୍ରେଲ ୧୯୬୨ (ବୟସ ୬୧)
ଅଳଗୁମ, ସତ୍ୟବାଦୀ ଥାନା, ପୁରୀ ଜିଲ୍ଲା
Nationalityଭାରତୀୟ
Citizenshipଭାରତୀୟ
Occupationଶିଶୁ ସାହିତ୍ୟିକ
Spouseମିନତୀ ପଟ୍ଟନାୟକ
Parent(s)ଦାଶରଥୀ ମହାନ୍ତି, ତିଳୋତ୍ତମା
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର- ୧୯୯୬
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର- ୨୦୧୮

ବୀରେନ୍ଦ୍ରନାଥ ମହାନ୍ତି (ଜନ୍ମ: ୮ ଅପ୍ରେଲ ୧୯୬୨) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ଶିଶୁ ସାହିତ୍ୟ ରଚନା ପାଇଁ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୧୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧][୨] ବୀରେନ୍ଦ୍ର ମହାନ୍ତି ୨୫ ଖଣ୍ଡ ପୁସ୍ତକ ରଚନା କରିବା ସହ ୬ ଖଣ୍ଡ ପୁସ୍ତକକୁ ଅନୁବାଦ କରିଛନ୍ତି ।[୩]

ଜନ୍ମ ଓ ଶିକ୍ଷା[ସମ୍ପାଦନା]

ବୀରେନ୍ଦ୍ରନାଥ ମହାନ୍ତି ୧୯୬୨ ମସିହାର ଅପ୍ରେଲ ମାସ ୮ ତାରିଖରେ ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମରେ ନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ପିତାଙ୍କ ନାମ ଥିଲା ଦାଶରଥୀ ମହାନ୍ତି ଓ ମାତାଙ୍କ ନାମ ତିଳୋତ୍ତମା । ସେମାନେ ଥିଲେ ୪ ଭାଇ ଓ ଜଣେ ଭଉଣୀ । ଗୋପବନ୍ଧୁ ଉଚ୍ଚ ମୌଳିକ ବିଦ୍ୟାଳୟରୁ ସେ ଶିକ୍ଷାରମ୍ଭ କରିଥିଲେ । ଜାଗେଶ୍ୱରୀ ବିଦ୍ୟାଳୟରୁ ସେ ମାଟ୍ରିକ ପାସ କରିଥିଲେ । ସ୍କୁଲ ସମୟରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ୧୯୮୦ ମସିହାରେ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ ଏମଫିଲ ଶିକ୍ଷା ଶେଷ କରିଥିଲେ । ୧୯୮୭ ମସିହାରେ ବୀରେନ୍ଦ୍ରନାଥ ମିନତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ସେ ବିଦ୍ୟାଳୟରେ ପଢିବାବେଳୁ ଲେଖାଲେଖି ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ପୁସ୍ତକ ଥକୁଲୁ ଥୁକୁଲୁ ଥା ୧୯୯୫ ମସିହାରେ ପ୍ରକାଶିତ ହୋଇଥିଲା ।

ରଚନାବଳୀ[ସମ୍ପାଦନା]

  • ଥକୁଲୁ ଥୁକୁଲୁ ଥା (୧୯୯୫)
  • ଆମ ବୈଗ୍ୟାନିକ
  • ସାଵାସ୍ ଠେକୁଆ
  • ଠିଆ ପୁଚୀ ନାରଙ୍ଗ
  • ଏଇ ମୋର ପ୍ରିୟ ଜନମ ଭୂଇଁ
  • ବୀପ୍ଳବୀ ଜୟୀ ରାଜଗୁରୁ
  • କହିଲ କିଏ(ପହେଳି)
  • ଅଜା ଦିନେ ମଜା କଥା କହିଲେ
  • ମଜା କବିତା
  • କୀର୍ତ୍ତି ମାନ ଓଡିଆ
  • ସଭିଏଁ ଏକାପରି
  • ରୁମ୍‌କୁ ଝୁମା (୨୦୧୮)
  • ଶିଶୁ ହସିଲେ ଦୁନିଆ ହସେ (ଚୁନୀ ପ୍ରକାଶନୀ, ପୁରୀ)[୫]
  • ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ
  • କେଳୁ ଚରଣ ମହାପାତ୍ରଙ୍କ ଜୀବନୀ (ବଙ୍ଗଳାକୁ ଅନୁବାଦ)[୬]
  • ଆମେ ସଭିଏଁ ମଣିଷ ଜାତି
  • ସରସ ଗୀତ(ଏନ ବି ଟି)
  • The Greedy cat and other stories
  • ବ୍ଲାକ ଟାଇଗର
  • ଜାଗୁଆର
ଅନୁବାଦ
  • ପୁଷି ଓ ମୁଷି
  • ବୋରିମ ପୋଲ୍
  • ବନ ବନ ଗଣ୍ଡାର କାହାଣୀ
  • ନୂଆ ସକାଳ
  • ସମୁଦ୍ର ଭିତର ସାମ୍ରାଜ୍ଯ ଓ ଅନ୍ନ୍ୟାନ୍ୟ ଗଳ୍ପ
  • ଲାଲ ବାହାଦୂର ଶାସ୍ତ୍ରି
  • ଜଙ୍ଗଲରେ ମଙ୍ଗଳ
ସପାଦନା
  • ଓଡ଼ିଆ ଶିଶୁ କିଶୋର କାହାଣୀ
  • ଓଡିଆ ଶିଶୁ ଗଳ୍ପ
  • ସାଂପ୍ରତିକ ଓଡିଆ ଶିଶୁ ସାହିତ୍ୟ
  • ଓଡିଆ ଶିଶୁ ନାଟକ
  • ଶିଶୁ ଗୀତରେ ଗାନ୍ଧୀ

ପୁରସ୍କାର[ସମ୍ପାଦନା]

ବୀରେନ୍ଦ୍ରନାଥ ମହାନ୍ତି ୧୯୯୬ ମସିହାରେ ତାଙ୍କର ଶିଶୁ ସାହିତ୍ୟ ଥକୁଲୁ ଥୁକୁଲୁ ଥା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୭] ଏହାପରେ ସେ ୨୦୧୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୮] ଏହି ପୁରସ୍କାର ତାଙ୍କ ତାଙ୍କର ଶିଶୁ କବିତା ପୁସ୍ତକ ରୁମ୍‌କୁ ଝୁମା ପାଇଁ ପାଇଥିଲେ ।[୯][୧୦] ଏହି ପୁସ୍ତକରେ ତାଙ୍କ ରଚିତ ସମୁଦାୟ ୧୦୦ଟି କବିତା ପ୍ରକାଶ ପାଇଥିଲା ।[୧] ଏଥି ସହିତ ସେ ଜାତୀୟ ସାକ୍ଷରତା ମିଶନ ପୁରସ୍କାର, କାନପୁରସ୍ଥିତ ବାଳ କଲ୍ୟାଣ ସଂସ୍ଥାନ ପକ୍ଷରୁ ଜାତୀୟ ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ତଥା ଅନେକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ।[୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "'ରୁମ୍‌କୁ ଝୁମା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିରେନ୍ଦ୍ର ମହାନ୍ତି". Odisha Reporter (in ଆମେରିକୀୟ ଇଂରାଜୀ). 2018-06-22. Archived from the original on 2019-04-10. Retrieved 2019-02-26.
  2. "କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ: ଓଡ଼ିଶାରୁ ବୀରେନ୍ଦ୍ର ମହାନ୍ତି ଓ ଜୟଦ୍ରଥ ସୁନା ପାଇବେ ଏହି ପୁରସ୍କାର - Odisha Live". Dailyhunt (in ଇଂରାଜୀ). Retrieved 2019-02-26.
  3. Dharitri. "ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Dharitri.com (in ଇଂରାଜୀ). Retrieved 2019-02-26.
  4. "ଲେଖିବାବେଳେ ଶିଶୁ ପାଲଟିଯାଏ". ଛୁଟିଦିନ (ଧରିତ୍ରୀ). ୧୯ ସେପ୍ଟେମ୍ବର ୨୦୨୧. p. ୬. Retrieved 19 September 2021. {{cite web}}: Check date values in: |date= (help)
  5. "VTLS Chameleon iPortal". opac.nationallibrary.gov.in. Retrieved 26 February 2019.
  6. Bureau, Samajalive. "ଦୁଇ ଓଡ଼ିଆଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-02-26.
  7. "Odisha Sahitya Akademi". odishasahityaakademi.org. Retrieved 2019-02-26.
  8. "Breakfast Odisha with Sisu Sahityika Birendra Nath Mohanty". Prameya News7 (in ଆମେରିକୀୟ ଇଂରାଜୀ). 2018-08-06. Retrieved 2019-02-26.
  9. "ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.pratinidhiodia.in (in ଇଂରାଜୀ). Retrieved 2019-02-26.
  10. "ଶିଶୁସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବକବି ଜୟଦ୍ରଥ ସୁନା ପାଇବେ ସାହିତ୍ୟ ଅକାଦେମି ପୁରସ୍କାର". Sambad (in ଆମେରିକୀୟ ଇଂରାଜୀ). 2018-06-22. Retrieved 2019-02-26.
  11. ନାୟକ, ହେମନ୍ତ (23 June 2018). "'ଶିଶୁଙ୍କ ମନକୁ ଅନୁଧ୍ୟାନ କରି ଲେଖାଯିବା ଦରକାର'-ବୀରେନ୍ଦ୍ର ମହାନ୍ତି". Dharitri.com (in Odia). Archived from the original on 26 February 2019. Retrieved 2019-02-26.{{cite web}}: CS1 maint: unrecognized language (link)

ଅଧିକ ତଥ୍ୟ[ସମ୍ପାଦନା]