ବିନୋଦିନୀ ଦେବୀ

ଉଇକିପିଡ଼ିଆ‌ରୁ
(Binodini Debiରୁ ଲେଉଟି ଆସିଛି)

ବିନୋଦିନୀ ଦେବୀ (ଜନ୍ମ: ୧୯୩୭) ଜଣେ କବି ଓ ଗୀତିକାର । ସେ ହେଉଛଂତି ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ।[୧] ଓଡ଼ିଆ ସିନେମାର ପ୍ରଥମ ନାରୀ ଗୀତିକାର ଭାବରେ ୧୯୬୫ ମସିହାର ମଲାଜହ୍ନ ଚଳଚ୍ଚିତ୍ର ପା‍ଇଁ ସେ ଗୀତ ଲେଖିଥିଲେ[୨] । ସେ ମଧ୍ୟ ଜଣେ ଓଡ଼ିଆ ଶିଶୁ ଗୀତ ଓ ଆଧୁନିକ ଗୀତ ଗୀତିକାର ।

ସେ ୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆରେ ଜ‍ନ୍ମ ଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ସୁଜନପୁର ଗ୍ରାମରେ ବିବାହ କରିଥିଲେ ।

ଚଳଚ୍ଚିତ୍ର ଗୀତ[ସମ୍ପାଦନା]

ବିନୋଦିନୀ ଦେବୀଙ୍କ ଲିଖିତ କିଛି ଚଳଚ୍ଚିତ୍ର ଗୀତ:-

ଗୀତ ଚଳଚ୍ଚିତ୍ର କଣ୍ଠ
ତୁଚ୍ଛାକୁ ମହୁ ମଲା ଜହ୍ନ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ
ମୋ ନାଁଟି ମୋ ନାଁଟି ମଲା ଜହ୍ନ ନନ୍ଦିତା ଘୋଷ
ରକତ ଟଳମଳ ଖ‍‍ଇର ପାଞ୍ଚପଳ ମଲା ଜହ୍ନ ଅକ୍ଷୟ ମହାନ୍ତି
ଭିଣେ‍ଇ ବାବୁ ଭିଣେ‍ଇ ବାବୁ ତଅପୋ‍ଇ ଅକ୍ଷୟ ମହାନ୍ତି ଓ ଗୀତା ପଟ୍ଟନାୟକ
ସାଥୀରେ ସାଥୀରେ ଜୀବନ ସାଗରେ ଅସ୍ତରାଗ ପ୍ରଣବ ପଟ୍ଟନାୟକ[୩]

ଅନ୍ୟ କିଛି ଚଳଚ୍ଚିତ୍ର ଯେଉଁଥି ପାଇଁ ବିନୋଦିନୀ ଦେବୀ ଗୀତ ଲେଖିଛଂତି :- "ମୁଁ ତୁମେ ଓ ସେ" (୧୯୮୨), ଶ୍ରୀ ଜଗ‍ନ୍ନାଥ (୧୯୭୯), "ଜୟ ଜଗନ୍ନାଥ" (୨୦୦୭)

ଗୀତି ଗ୍ରନ୍ଥ[ସମ୍ପାଦନା]

ବିନୋଦିନୀ ଦେବୀଙ୍କ ପ୍ରକାଶିତ କିଛି ଗୀତି କବିତା ପୁସ୍ତକ :-

ଶିରୋନାମା ବିଷୟବସ୍ତୁ ବର୍ଷ
ଖୋକାଟିଏ ଖୋକିଟିଏ ଶିଶୁଗୀତି ସଂକଳନ ୧୯୮୬
ଅମୃତା ଭକ୍ତିଗୀତ ସଂକଳନ ୧୯୯୬
ଟିକି ଟିକି ନାଲି କାଇଁଚ ଶିଶୁଗୀତି ସଂକଳନ ୧୯୯୯
ଏ‍ଇ କଳା ମୋର କଳଙ୍କ ଆଧୁନିକ ଗୀତ ସଂକଳନ ୨୦୦୦

ଆଧାର[ସମ୍ପାଦନା]

  1. ଦେଓ, ସୂର୍ଯ୍ୟ (2015). ଓଡ଼ିଆ ସିନେମା ଗୀତ ୧୯୩୬ରୁ ୧୯୬୯. ଚଂଦ୍ରଶେଖରପୁର ଭୁବନେଶ୍ୱର: ସୃଜନ. p. ୨୧୯. ISBN 978-81-92546-53-7.
  2. ଚକ୍ର, ଶ୍ୟାମହରି (06-May-2011). "Malajanha comes alive again". The New Indian Express. Retrieved 23 July 2016. {{cite news}}: Check date values in: |date= (help)
  3. "Lyricist Bnodini Debi". Odiamusic.com. Retrieved 24 July 2016.

ଅଧିକ ତଥ୍ୟ[ସମ୍ପାଦନା]