ଅନୀଲ କୁମାର ପାଢ଼ୀ

ଉଇକିପିଡ଼ିଆ‌ରୁ
(Anil Kumar Parhiରୁ ଲେଉଟି ଆସିଛି)
ଅନୀଲ କୁମାର ପାଢ଼ୀ
Born (1969-04-09) ୯ ଅପ୍ରେଲ ୧୯୬୯ (ବୟସ ୫୪)
ଜଡ଼ିଦା, ସୋର, ବାଲେଶ୍ୱର
Nationalityଭାରତୀୟ
Occupationଅଧ୍ୟାପନା
Spouseମମତାମୟୀ ଚୌଧୁରୀ

ଅନୀଲ କୁମାର ପାଢ଼ୀ (ଜନ୍ମ: ୯ ଅପ୍ରେଲ ୧୯୬୯)[୧] ଜଣେ ଅଧ୍ୟାପକ ଏବଂ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ସ୍ତମ୍ଭକାର । ସେ ୧୪ଟି ଗଳ୍ପ ସଂକଳନ, ୫ଟି ଉପନ୍ୟାସ, ଗୋଟିଏ କବିତା ଓ ଗୋଟିଏ ପ୍ରବନ୍ଧ ସଂକଳନର ରଚୟିତା ।

ଜୀବନୀ[ସମ୍ପାଦନା]

ସେ ୧୯୬୯ ମସିହାରେ ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତ ଜଡ଼ିଦାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକ ଓ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଏମଫିଲ୍ କରିଥିଲେ ।[୨] ସେ ସାହିତ୍ୟିକା ଓ ଶିକ୍ଷାବିଦ ମମତାମୟୀ ଚୌଧୁରୀଙ୍କୁ ବିବାହ କରିଥିଲେ ।

ବୃତ୍ତି[ସମ୍ପାଦନା]

ସେ ବୃତ୍ତିରେ ଜଣେ ଶିକ୍ଷାବିତ୍ । ସେ ବାରଙ୍ଗର କୁଞ୍ଜବିହାରୀ ମହାବିଦ୍ୟାଳୟରେ ଇଂରାଜୀ ବିଭାଗରେ ବରିଷ୍ଠ ଅଧ୍ୟାପକ ଭାବରେ କାର୍ଯ୍ୟରତ ।[୩]

ରଚନାବଳୀ[ସମ୍ପାଦନା]

ଗଳ୍ପ ସଂକଳନ[ସମ୍ପାଦନା]

  • ଏକ ବିସ୍ଫୋରଣର ଅପେକ୍ଷାରେ - ଓଡ଼ିଶା ବୁକ୍ ଷ୍ଟୋର
  • ସୋପାନସୋପାନ ମୁକ୍ତି - ଓଡ଼ିଶା ବୁକ୍ ଷ୍ଟୋର
  • ଆର୍ଦ୍ରା ନକ୍ଷତ୍ରର ବର୍ଷା - ଓଡ଼ିଶା ବୁକ୍ ଷ୍ଟୋର
  • ଛାଇ ପରି କିଛି - ଓଡ଼ିଶା ବୁକ୍ ଷ୍ଟୋର
  • ସନ୍ଧିକ୍ଷଣ - ଓଡ଼ିଶା ବୁକ୍ ଷ୍ଟୋର
  • ନୀଡ ନୀର୍ଜ୍ଜନ - ଓଡ଼ିଶା ବୁକ୍ ଷ୍ଟୋର
  • ହାଟ - ପଶ୍ଚିମା ପବ୍ଲିକେଶନ
  • ନୂଆ ସ୍ବପ୍ନର ସ୍କେଚ୍ - ପଶ୍ଚିମା ପବ୍ଲିକେଶନ
  • ବିସ୍ଥାପିତ ଈଶ୍ବର - ପଶ୍ଚିମା ପବ୍ଲିକେଶନ
  • ଘା' ଓ ମେଫିଷ୍ଟୋଫିଲିସ୍ - ଜଗନ୍ନାଥ ରଥ ପ୍ରକାଶନୀ
  • ଗ୍ରୀନରୁମ୍ - ସୃଜନ ଇଣ୍ଡିଆ
  • ଶେଷ ରାତିର ଶୋଷ - ଓଡ଼ିଶା ବୁକ୍ ଏମ୍ପୋରିୟମ୍
  • ବିମ୍ବ ପ୍ରତିବିମ୍ବ - ଏଥେନା ବୁକ୍ସ
  • ଗ୍ରୀନରୁମ୍ - ଦ୍ୱିତୀୟ ସଂସ୍କରଣ - ସୃଜନ ଇଣ୍ଡିଆ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ବିଷୁବ ଝଙ୍କାର ଗଳ୍ପ ସମ୍ମାନ - ୨୦୦୬[୫]
  • ପଶ୍ଚିମା ଗଳ୍ପ ସମ୍ମାନ - ୨୦୧୬[୬]
  • କାଦମ୍ବିନୀ ଗଳ୍ପ ପୁରସ୍କାର - ୨୦୦୩
  • ଅମୃତାୟନ ଗଳ୍ପ ପୁରସ୍କାର - ୨୦୧୧
  • କଥା ଗଳ୍ପ ସମ୍ମାନ, ନୂଆ ଦିଲ୍ଲୀ - ୨୦୦୪

ଆଧାର[ସମ୍ପାଦନା]

  1. "କୌଣସି ଲେଖା ଲେଖିବା ପୂର୍ବରୁ ମତେ ଅଣନିଃଶ୍ୱାସୀ ଲାଗେ". ସମ୍ବାଦ. Archived from the original on ୧୬ ନଭେମ୍ବର ୨୦୨୧. Retrieved ୧୬ ନଭେମ୍ବର ୨୦୨୧. {{cite web}}: Check date values in: |accessdate= and |archivedate= (help)
  2. "THE CORRIDOR By Anil Kumar Parhi". www.bhubaneswarreview.com. bhubaneswarreview. Retrieved 5 January 2019.[permanent dead link]
  3. "Teaching Staff". www.kbcollegebaranga.ori.co.in. Kunja Bihari College. Retrieved 5 January 2019.[permanent dead link]
  4. "National Library of India". opac.nationallibrary.gov.in. National Library of India. Retrieved 5 January 2019.
  5. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୬ ନଭେମ୍ବର ୨୦୨୧. {{cite web}}: Check date values in: |accessdate= (help)
  6. "୩୨ତମ ଭୁବନେଶ୍ୱର ପୁସ୍ତକ ମେଳା ଉଦ୍ୟାପିତ". sarbasadharana.com. sarbasadharana. Archived from the original on 1 January 2017. Retrieved 5 January 2019.