ନିତାଇ ପାଲିତ

ଉଇକିପିଡ଼ିଆ‌ରୁ
(Nitai Palitରୁ ଲେଉଟି ଆସିଛି)
ନିତାଇ ପାଲିତ
ଜନ୍ମ
ନିତ୍ୟାନନ୍ଦ ପାଲିତ

(1923-03-08)୮ ମାର୍ଚ୍ଚ ୧୯୨୩
ମୃତ୍ୟୁ୨୬ ଜୁଲାଇ ୧୯୯୦(1990-07-26) (ବୟସ ୬୭)
ବୃତ୍ତି(ସମୂହ)ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର
ସକ୍ରିୟ ବର୍ଷ୧୯୫୪-୧୯୯୦
ବୈବାହିକ-ସାଥୀବୀଣା କୁମାରୀ

ନିତାଇ ପାଲିତ ( ୮ମାର୍ଚ ୧୯୨୩ - ୨୬ଜୁଲାଇ ୧୯୯୦) ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଖ୍ୟାତ ପ୍ରଯୋଜକ, ନିର୍ଦ୍ଦେଶକ ତଥା କାହାଣୀକାର ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୮ମାର୍ଚ ୧୯୨୩ ମସିହାରେ ସେ କଟକରେ ସେ ପିତା ନଗେନ୍ଦ୍ରନାଥ ଓ ମାତା ସରୋଜିନି ଦେବିଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ । କଟକର ରେଭେନ୍ସା କଲିଜିଏଟ ସ୍କୁଲ ସେ ଶିକ୍ଷାଗ୍ରହଣ କରିଥିଲେ । ପିଲାଦିନରୁ ସେ ଡ୍ରାମା ଓ ସଂଗୀତ ପ୍ରତି ଆକ୍ରୁଷ୍ଟ ଥିଲେ ଓ କାଳକ୍ରମେ ରଙ୍ଗମଞ୍ଚରେ ଯୋଗଦାନ କରିଥିଲେ । କ୍ରମେ ସେ ଚଳଚ୍ଚିତ୍ର ନିର୍ମାଣ ପ୍ରତି ଆକ୍ରୁଷ୍ଟ ହେଲେ ଏବଂ ଚଳଚ୍ଚିତ୍ର ନିର୍ମାଣ କଳାକୁ ଆୟତ୍ତ କରିଥିଲେ ।

ଚଳଚ୍ଚିତ୍ର ଜୀବନ[ସମ୍ପାଦନା]

୧୯୫୪ ମସିହାରେ ସେ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ସହ ମିଶି କେଦାର ଗୌରୀ କଥାଚିତ୍ର ନିର୍ମାଣ କରିଥିଲେ । [୨] ୧୯୫୫ ମସିହାରେ ସେ ସ୍ୱତନ୍ତ୍ର ଭାବରେ ଭାଇ ଭାଇ କଥାଚିତ୍ର ନିର୍ମାଣ କରିଥିଲେ । ଏହି କଥାଚିତ୍ରର ଅଦ୍ଭୁତ ସଫଳତା ପରେ ସେ ରଙ୍ଗମଞ୍ଚ ଛାଡି ସମ୍ପୂର୍ଣ୍ଣ ଭାବରେ କଥାଚିତ୍ର ନିର୍ମାଣରେ ମନୋଯୋଗ କରିଥିଲେ । "କ୍ରୀଏଟିବ ମୁଭିଜ୍ ପ୍ରଡକ୍ସନସ" ନାମରେ ଏକ ପ୍ରଯୋଜନା ସଂସ୍ଥା ଗଠନ କରି ସେ କଥାଚିତ୍ର ନିର୍ମାଣ କରୁଥିଲେ ।

ସମ୍ମାନ[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସେ କେଦାର ଗୌରୀ କଥାଚିତ୍ରର ଅଭିନେତ୍ରୀ ବୀଣା କୁମାରୀଙ୍କୁ ବିବାହ କରିଥିଲେ । ସେ ଜଣେ ସମ୍ପୁର୍ଣ୍ଣ ପାରିବାରିକ ବ୍ୟକ୍ତି ଥିଲେ ଏବଂ ପତ୍ନୀ ଓ ଛଅ ଝିଅମାନଙ୍କ ସହ ସମୟ ଅତିବାହିତ କରିବାକୁ ପସନ୍ଦ କରୁଥିଲେ । ଚଳଚ୍ଚିତ୍ର ବ୍ୟତିତ, ସେ ପଢ଼ିବା, କବିତା ଲେଖିବା, ଚିତ୍ରାଙ୍କନ ଓ ତବଲା ବାଦନରେ ରୁଚି ରଖିଥିଲେ । ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କର୍ମଚଞ୍ଚଳ ଥିଲେ । ୨୬ ଜୁଲାଇ ୧୯୯୦ ମସିହାରେ ନିଜ ଶେଷ ଚଳଚ୍ଚିତ୍ର "କିଛି ଆଶା କିଛି ସ୍ୱପ୍ନ" ତିଆରି କରିବା ଅବସ୍ଥାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।

ତାଙ୍କୁ ସମ୍ମାନ ଜଣାଇ ସମ୍ମାନରେ ପ୍ରତି ବର୍ଷ ଓଡ଼ିଆ ସିନେମାରେ ଉଲ୍ଲେଖନିୟ ପ୍ରଦର୍ଶନ ପାଇଁ "ନିତାଇ ପାଲିତ ସମ୍ମାନ" ପୁରସ୍କାର ଦିଆ ଯାଉଛି ।

ଫିଲ୍ମରେ ଭୂମିକା[ସମ୍ପାଦନା]

ନିର୍ଦ୍ଦେଶକ ଭାବରେ[ସମ୍ପାଦନା]

କାହାଣିକାର ଭାବରେ[ସମ୍ପାଦନା]

ପ୍ରଯୋଜକ ଭାବରେ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://books.google.co.in/books?id=R0EOAQAAMAAJ&q=nitai+palit&dq=nitai+palit&hl=en&sa=X&ei=53fYT47XFJDIrQeYwfHpBg&redir_esc=y
  2. http://books.google.co.in/books?id=W2ZuAAAAMAAJ&q=nitai+palit&dq=nitai+palit&hl=en&sa=X&ei=53fYT47XFJDIrQeYwfHpBg&redir_esc=y
  3. http://books.google.co.in/books?id=-OpkAAAAMAAJ&q=nitai+palit&dq=nitai+palit&hl=en&sa=X&ei=53fYT47XFJDIrQeYwfHpBg&redir_esc=y
  4. "Kedar Gouri Movie | Oriya Film Director, Star Cast, Release, Music". incredibleorissa.com. 2012. Archived from the original on 6 January 2013. Retrieved 13 June 2012. Director – Nitai Palit

ଅଧିକ ତଥ୍ୟ[ସମ୍ପାଦନା]