ଢେଙ୍କାନାଳ ଜିଲ୍ଲା
ଦେଖଣା
(ଢ଼େଙ୍କାନାଳ ଜିଲ୍ଲାରୁ ଲେଉଟି ଆସିଛି)
ଢେଙ୍କାନାଳ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ଢେଙ୍କାନାଳ |
ଭାଷା | ଓଡ଼ିଆ, ଇଂରାଜୀ,ହୋ |
ବିଧାନ ସଭା | ୪ଟି ଆସନ
|
Area | |
• ଜିଲ୍ଲା | 4452 km2 (1,719 sq mi) |
Population (୨୦୧୧) | |
• ଜିଲ୍ଲା | ୧୧୯୨୯୪୮ |
• Density | 268/km2 (690/sq mi) |
• Urban | ୧୧୭୨୩୪ |
• Rural | ୧୦୭୫୭୧୪ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୫୯ xxx |
ତାର (ଏସ୍.ଟି.ଡ଼ି) | ୦୬୭୬୨ |
ଯାନବାହାନ ପଞ୍ଚୀକରଣ | OD-06 |
ଜିଲ୍ଲାପାଳ | ରୁପା ରୋଶନ ସାହୁ |
Website | Official website |
ଢେଙ୍କାନାଳ ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଢେଙ୍କାନାଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି ।
ଇତିହାସ
[ସମ୍ପାଦନା]ଏହା ଗଡ଼ଜାତ ରାଜା ଢେ଼ଙ୍କ ଶବରଦ୍ୱାରା ସ୍ଥାପିତ ହୋଇଥିଲା
ଭୂଗୋଳ
[ସମ୍ପାଦନା]ଢେଙ୍କାନାଳ ଜିଲ୍ଲାର ଉତ୍ତାର-ପୂର୍ବାଂଶରେ ପର୍ବତଶ୍ରେଣୀ ରହିଛି । ମାଲ୍ୟଗିରି ପର୍ବତ ଏହି ଅଂଶରେ ଅବସ୍ତିତ ।
ଜନଗଣନା
[ସମ୍ପାଦନା]୨୦୧୧ ଜନଗଣନା [୧] ଅନୁସାରେ ଢେଙ୍କାନାଳ ଜିଲ୍ଲାର ଲୋକସଂଖ୍ୟା ୧୧,୯୨,୯୪୮ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୭୫,୭୧୪ ଓ ସହରାଞ୍ଚଳରେ ୧,୧୭,୨୩୪ ଲୋକ ବାସ କରନ୍ତି [୨] ।
- ପୁରୁଷ: ୬,୧୨,୫୯୭
- ମହିଳା: ୫,୮୦,୩୫୧
- ଛ ବର୍ଷରୁ କମ: ୧,୩୨,୬୪୭
- ସାକ୍ଷରତା ହାର ୭୯.୪୧%
- ପୁରୁଷ: ୮୭.୦୮%
- ମହିଳା: ୭୧.୪୦%
ବିଭାଗ
[ସମ୍ପାଦନା]- ଢେଙ୍କାନାଳ ଜିଲ୍ଲା, ୮ଟି ପ୍ରଶାସନିକ ବ୍ଳକ (୧୯୯ଟି ପଞ୍ଚାୟତ ଓ ୨୭ଟି ଜିଲ୍ଲା ପରିଷଦ ଆସନ)ରେ ବିସ୍ତ୍ରୃତ ।
- ଓଡ଼ାପଡ଼ା: ୨୫ ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଜୋନ
- କଙ୍କଡ଼ାହାଡ଼: ୨୧ଟି ପଞ୍ଚାୟତ
- କାମାକ୍ଷାନଗର: ୨୦ଟି ପଞ୍ଚାୟତ
- ଗଁଦିଆ: ୨୭ଟି ପଞ୍ଚାୟତ
- ଢେଙ୍କାନାଳ:୨୭ଟି ପଞ୍ଚାୟତ(୩୮୩ ୱାର୍ଡ଼) ଓ ୪ଟି ଜିଲ୍ଲା ପରିଷଦ
- ପରଜଙ୍ଗ: ୨୬ ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଜୋନ
- ଭୁବନ: ୧୭ ପଞ୍ଚାୟତ (୨୫୪ୱାର୍ଡ଼) ଓ ୩ଟି ଜିଲ୍ଲା ପରିଷଦ ଆସନ
- ହିନ୍ଦୋଳ: ୩୬ଟି ପଞ୍ଚାୟତ ଓ ୪ଟି ଜିଲ୍ଲାପରିଷଦ ଜୋନ
ପର୍ଯ୍ୟଟନ ସ୍ଥଳୀ
[ସମ୍ପାଦନା]- କପିଳାସ ଶିବ ମନ୍ଦିର
- ଅନନ୍ତଶୟନ, ସରାଙ୍ଗ
- କପିଳାସ ଚିଡ଼ିଆଖାନା: କପିଳାସର ପାଦଦେଶରେ ୧୯୭୯ ମସିହା ଜାନୁଆରୀ ୨୬ ତାରିଖରେ ଉଦଘାଟିତ ହୋଇଥିବା ମୃଗବିହାର ବର୍ତ୍ତମାନ ଏକ କ୍ଷୁଦ୍ର ଚିଡ଼ିଆଖାନାରେ ପରିଣତ ହୋଇଛି । ଏଠାରେ ବିଭିନ୍ନ କିସମର ହରିଣ ସାଙ୍ଗକୁ ହାତୀ, କୁମ୍ଭୀର ଆଦି ୧୮ ପ୍ରକାରର ୧୮୮ଟି ପଶୁପକ୍ଷୀ ରହୁଛନ୍ତି । ଚିଡ଼ିଆଖାନା ପରିସରରେ ବିଭିନ୍ନ କିସମର ଦୋଳି ସାଙ୍ଗକୁ ସୁନ୍ଦର ବଗିଚା ମଧ୍ୟ ରହିଛି ।
- କପିଳାସ ଅଭୟାରଣ୍ୟ: ଢେଙ୍କାନାଳ ଜିଲ୍ଲାର କପିଳାସ ସଂରକ୍ଷିତ ଜଙ୍ଗଲକୁ ୨୦୧୧ ଅପ୍ରେଲ ୨ତାରିଖରେ ଅଭୟାରଣ୍ୟ ଭାବେ ୱାଇଲ୍ଡ ଲାଇଫ ପକ୍ଷରୁ ଘୋଷଣା କରାଯାଇଛି । ୧୨,୫୫୯ ହେକ୍ଟର ପରିଧି ମଧ୍ୟରେ କପିଳାସ ଅଭୟାରଣ୍ୟ ରହିଛି । ଜଙ୍ଗଲରେ ହାତୀ, ସମ୍ବର, ବାରହା, ଝିଙ୍କ, ହେଟାବାଘ, ଭାଲୁ, କୁଟୁରା, ଠେକୁଆ, ଅଜଗର, କିଙ୍ଗ କୋବ୍ରା, କୋବ୍ରା, ଉଡ଼ନ୍ତା ମୂଷା, ସାରିଆପତନି, ଗୋଧି ଆଦି ଜୀବ ଜନ୍ତୁ ବହୁ ପରିମାଣରେ ଦେଖିବାକୁ ମିଳନ୍ତି ।
- ଯୋରନ୍ଦା
- ସପ୍ତସଜ୍ୟା
- ରାମଚଣ୍ଡୀ ମନ୍ଦିର, ନାଧରା
- କୁଆଲୋ
- କନେକେଶ୍ୱର ମନ୍ଦିର
- ଦଣ୍ତଧର
- ବିଷ୍ଣୁ ମନ୍ଦିର
ରାଜନୀତି
[ସମ୍ପାଦନା]ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ
* ଚିହ୍ନିତ ସଭ୍ୟମାନେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳ ତରଫରୁ ନିର୍ବାଚନ ଜିତିଥିଲେ ।
# | !ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୪ଶ ବିଧାନ ସଭା ସଦସ୍ୟ | ରାଜନୈତିକ ଦଳ | |
---|---|---|---|---|---|---|
୫୫ | ଢେଙ୍କାନାଳ | ଅଣ ସଂରକ୍ଷିତ | ଢେଙ୍କାନାଳ (ପୌ), ଗନ୍ଦିଆ, ଢେଙ୍କାନାଳ (ଅଂଶ) | ନବୀନ ନନ୍ଦ | ବିଜଦ* | |
୫୬ | ହିନ୍ଦୋଳ | ଅନୁସୂଚିତ ଜାତି | ହିନ୍ଦୋଳ, ଓଡ଼ାପଡ଼ା | ସୀମାରାଣୀ ନାଏକ | ବିଜଦ | |
୫୭ | କାମାକ୍ଷାନଗର | ଅଣ ସଂରକ୍ଷିତ | କାମାକ୍ଷାନଗର (ବି), ଭୁବନ (ବି), ଭୁବନ, କାମାକ୍ଷାନଗର (ଅଂଶ), ଢେଙ୍କାନାଳ (ଅଂଶ) | ପ୍ରଫୁଲ୍ଲ କୁମାର ମଲିକ | ବିଜଦ | |
୫୮ | ପର୍ଜଙ୍ଗ | ଅଣ ସଂରକ୍ଷିତ | ପର୍ଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର (ଅଂଶ) | ନୃସିଂହ ସାହୁ | ବିଜଡି |
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- ଢେଙ୍କାନାଳ ଜିଲ୍ଲାର ସରକାରୀ ପୃଷ୍ଠା Archived 2011-07-24 at the Wayback Machine.