ଛୁରିଅନା
ଦେଖଣା
| ଛୁରିଅନା | |
|---|---|
| Scientific classification | |
| Kingdom: | |
| (unranked): | |
| (unranked): | |
| (unranked): | |
| Order: | |
| Family: | |
| Genus: | |
| Species: | longifolius
|
| Binomial name | |
| Ochrocarpus_longifolius Benth. & Hook.fil. ex T.Anders.
| |
| Synonyms | |
|
Mammea suriga | |
ଛୁରିଅନା ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏ ଗଛର ପତ୍ର ମୋଟା ଓ ଶାଖାର ପ୍ରତି ଗଣ୍ଠିରେ ତିନୋଟି ପତ୍ର ଥାଏ । ଏହା ପୁଲାଙ୍ଗ ପରି ବଡ଼ ଡ଼େମ୍ଫ ଥିବା ଧଳା ଫୁଲ ଧାରଣ କରେ ।ଏହାର ଫୁଲ ଡ଼େରିରେ ଫୁଟେ ଏବଂ ପ୍ରଥମେ ଦୁଇଖଣ୍ଡରେ ବିଭକ୍ତ ହୋଇଥାଏ ।ଏ ଗଛ ସାଧାରଣତଃ ଭାରତର ପଶ୍ଚିମ ଉପକୂଳ, ମାନ୍ଦ୍ରାଜ ପ୍ରଦେଶ, ଓଡ଼ିଶା ଓ ଚଟ୍ଟଗ୍ରାମରେ ଦେଖାଯାଏ । ଏ ଗଛ ସତ୍ୟବାଦୀ ଗୋପୀନାଥଙ୍କ ମନ୍ଦିର ନିକଟସ୍ଥ ବକୁଳବନରେ ପ୍ରଚୁର ପରିମାଣରେ ଅଛି । ଏହାର ମଞ୍ଜକାଠ ରକ୍ତାଭ ଓ ଖୁବ ଟାଣୁଆ । ଏହାର ଫଳ କୋଣାକାର ଓ ୨-୩ ସେମି ଲମ୍ବ । ଏହାର ମଞ୍ଜିଗୁଡିକ ଧୂସର ରଙ୍ଗର ଅଟେ । ଏହ ଫେବୃଆରୀ-ଏପ୍ରିଲରେ ଫୁଲ ଫୁଟେ ଓ ସେପ୍ଟେମ୍ବରରେ ଫଳ ଧରେ ।[୧][୨]
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]
| ପ୍ରାଦେଶିକ ଭାଷା | ନାମ[୩] |
|---|---|
| ଓଡ଼ିଆ | ଛୁରିଅନା |
| ସଂସ୍କୃତ | ନାଗ କେସରମ୍ |
| ହିନ୍ଦୀ | सुरंगी |
| ତାମିଲ | வழை மரம் |
| ତେଲୁଗୁ | సురపొన్న |
| ବଙ୍ଗଳା | নাগকেশর |
ବ୍ୟବହାର
[ସମ୍ପାଦନା]ଏହାର ମଞ୍ଜକାଠ ରକ୍ତାଭ ଓ ଖୁବ ଟାଣୁଆ । ଏହା ଆସବାବପତ୍ର ତିଆରି , ଗୃହ ନିର୍ମାଣ , ଡଙ୍ଗା ତିଆରିରେ ବ୍ୟବହୃତ ହୁଏ। ଛୁରିଅନା ଫୁଲରୁ ଅତର ତିଆରି ହୁଏ। ଫଳ ଖାଇବାଯୋଗ୍ୟ ଏବଂ ସ୍ୱାଦିଷ୍ଟ |
ଆଧାର
[ସମ୍ପାଦନା]- ↑ "Ochrocarpos longifolius (Wight) Benth. & Hook.fil. ex T.Anders". GBIF. Retrieved 2020-08-18.
- ↑ Jain, Roopesh; Tiwari, Archana (2011). "Monograph: Ochrocarpus longifolius". Pharmacognosy Research. Medknow. 3 (2): 146. doi:10.4103/0974-8490.81965. ISSN 0974-8490.
{{cite journal}}: CS1 maint: unflagged free DOI (link) - ↑ "Mammea suriga (Buch.-Ham. ex Roxb.) Kosterm". India Biodiversity Portal. Archived from the original on 2022-03-07. Retrieved 2020-08-18.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Mammea suriga
ବାବଦରେ ମାଧ୍ୟମ ରହିଛି ।
- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ