ନିଗମାନନ୍ଦ ପରମହଂସ

ଉଇକିପିଡ଼ିଆ ରୁ
ନିଗମାନନ୍ଦ ପରମହଂସ
ମନ୍ଦ ହସ, ଧୋତି କୁର୍ତା ପରିବେଷଣ; ତୁମେମାନେ ଗୌରାଙ୍ଗଦେବଙ୍କ ପଥରେ ଅର୍ଥାତ୍ ଭକ୍ତି ପଥରେ, ଶଂକରଙ୍କ ମତ୍ତ ଅନୁରୁପ ଜ୍ଞାନ ଲାଭ କରି ଆଦର୍ଶ  ମନୁଷ୍ୟ ହୁଅ । ଏହାହିଁ  ନୂତନ ବର୍ଷ ରେ ମୋର ଅଶୀର୍ବାଦ । ତୁମେମାନେ ନିଜ ପାଇଁ ନିଶ୍ଚିନ୍ତ  ରୁହ, କାରଣ  ତୁମେ ମାନେ ସଦଗୁରୁଙ୍କ  ଅନ୍ତରଂଗ ପାର୍ଷଦ । ଜଗତ ନିମିତ୍ତ ତୁମମାନଂକ ଜୀବନ, ତୁମେ ମାନେ ଜଗତରେ ମନୁଷ୍ୟତ୍ଵ ରେ ଆଦର୍ଶ୍ ପ୍ରତିଷ୍ଠା କରିଯାଅ । ମୋର ଆଶୀର୍ବାଣି  ତୁମ ମାନଙ୍କ ର  ଧ୍ୟାନ ର ବସ୍ତୁ ହେଉ ।
ଜନ୍ମ ଓ ଜନ୍ମସ୍ଥାନ ନଳିନୀକାନ୍ତ
୧୮ ଅଗଷ୍ଟ ୧୮୮୦(1880-08-18)
କୁତବ୍ ପୁର, ନଦିୟା ଜିଲ୍ଲା (ବର୍ତ୍ତମାନ୍ ବଙ୍ଗଳାଦେଶ ର ମେହରପୁର ଜିଲ୍ଲା)
ତିରୋଧାନ ୨୯ ନଭେମ୍ବର, ୧୯୩୫ (୫୫ ବର୍ଷ)
ସମାଧି ସ୍ଥାନ :ହାଲୀ ସହର କଲିକତା
ସମାଧି  ସ୍ଥଳ ନୀଳାଚଳ କୁଟୀର (ପୁରୀ)
ଜାତୀୟତା ଭାରତୀୟ
ଅଲଗା ନାଆଁ ନଳିନୀକାନ୍ତ ଭଟ୍ଟାଚାର୍ଜ୍ୟ
ସ୍କୁଲ/କଲେଜ ମେହେର୍ ପୁର ହାଇସ୍କୁଲ ଡାକା ଇଂଜରିନରିନଗ୍ କାଲେଜ୍
ପ୍ରସିଦ୍ଧି ଚତୁର୍ବିଧ ସାଧନସିଦ୍ଧ ଗୁରୁ ତଥା :ତନ୍ତ୍ର, ଜ୍ଞାନ ଯୋଗ, ପ୍ରେମ(ଭକ୍ତି)
ଧର୍ମ ହିନ୍ଦୁ
ଜୀବନସାଥି ସୁଧାଂଶୁବାଳା
ବାପା ମା ପିତା :ଭୁବନ ମୋହନ ମାତା:ମାଣିକ୍ଯ ସୁନ୍ଦରୀ ଦେବୀ
ପୁରସ୍କାର ପରମହଂସ (ଉପାଧି) , ସଦଗୁରୁ , ବେଦାନ୍ତ ଭାସ୍କର
Notes
ତୁମେମାନେ ଗୌରାଙ୍ଗଦେବଙ୍କ ପଥରେ ଅର୍ଥାତ୍ ଭକ୍ତି ପଥରେ, ଶଂକରଙ୍କ ମତ ଅନୁରୁପ ଜ୍ଞାନ ଲାଭ କରି ଆଦର୍ଶ ମନୁଷ୍ୟ ହୁଅ । ଏହାହିଁ ନୂତନ ବର୍ଷ ରେ ମୋର ଆଶୀର୍ବାଦ । ତୁମେମାନେ ନିଜ ପାଇଁ ନିଶିନତ୍ ରହ, କାରଣ ତୁମେ ମାନେ ସଦଗୁରୁଙ୍କ ଅନ୍ତରଂଗ ପାର୍ଶଦ । ଜଗତ ନିମିତ୍ତ ତୁମମାନଙ୍କ ଜୀବନ, ତୁମେ ମାନେ ଜଗତରେ ମନୁଷ୍ୟତ୍ବ ରେ ଆଦର୍ଶ ପ୍ରତିଷ୍ଠା କରିଯାଅ । ମୋର ଆଶୀର୍ବାଣୀ ତୁମ ମାନଙ୍କର ଧ୍ୟାନର ବସ୍ତୁ ହେଉ ।

ନିଗମାନନ୍ଦ ପରମହଂସ (୧୮୮୦ − ୧୯୩୫) ଜଣେ ଭାରତୀୟ ସାଧକ ଓ ଆଧ୍ୟାତ୍ମିକ ଗୁରୁ ଥିଲେ । ସେ ଭାରତର ପଶ୍ଚିମ ବଙ୍ଗ ରାଜ୍ୟର ନଦିଆ ଜିଲ୍ଲାକୁତବପୁର ଗ୍ରାମର ଗୋଟିଏ ବ୍ରାହ୍ମଣ ପରିବାରରେ ୧୨୮୭ ସାଲ (୧୮ ଅଗଷ୍ଟ ୧୮୮୦) ଝୁଲଣ ପୂର୍ଣିମା ତିଥି ରେ, ଜନ୍ମ ଗ୍ରହଣ କରିଥିଲେ । [୧][୨] ଭାରତ ର ସେ ଜଣେ ଅସାଧାରଣ ଶକ୍ତି ସମ୍ପନ୍ନ ସଦଗୁରୁ ଥିଲେ ।[୩] ସନ୍ୟାସୀ ଗ୍ରହଣ ପରେ ପରମହଂସ ଶ୍ରୀ ମଦ୍ ସ୍ଵାମୀ ନିଗମାନନ୍ଦ ସରସ୍ଵତୀ ଦେବ ନାମ ରେ ବିଖ୍ୟାତ ହେଲେ । ବିଶ୍ଵାସ ଯୋଗ୍ୟ ଯେ,ଏହି ମହାତ୍ମା ତନ୍ତ୍ର, ଯୋଗ, ଜ୍ଞାନ ଓ ପ୍ରେମ ଚତୁର୍ବିଧ ସାଧନାରେ ସିଦ୍ଧହୋଇ ନିର୍ବିକଳ୍ପ ଭୂମିରୁ ଗୁରୁ ରୂପେ ଅବତୀର୍ଣ୍ଣ ହୋଇଥିଲେ । ଠାକୁର ନିଗମାନନ୍ଦ ନିର୍ବିକଳ୍ପ ଭୂମିରୁ ଫେରି ଗୁରୁ ଭାବ ଘେନି ଲୋକାଳୟକୁ ଆସିବା ପରେ ସମାଜ ର ଦୁର୍ଗତି ସନ୍ଦର୍ଶନ ଓ ଉପଲବ୍ଧି କରି ଏହାକୁ ଦୃଢ଼ ଓ ପ୍ରାଣବନ୍ତ କରିବା ଉଦ୍ଦେଶ୍ୟରେ ସେ ବ୍ରହ୍ମଚର୍ଯ୍ୟ ସାଧନ, ଯୋଗୀ ଗୁରୁ , ତାନ୍ତ୍ରିକ ଗୁରୁ, ଜ୍ଞାନୀଗୁରୁପ୍ରେମିକଗୁରୁ ଗ୍ରନ୍ଥମାନ ବଙ୍ଗଳା ଭାଷା ରେ ପ୍ରଣୟନ କରିଥିଲେ ।[୪] ପରବର୍ତ୍ତି ସମୟ ରେ ଏହି ଗ୍ରନ୍ଥମାନର ଓଡ଼ିଆ ଭାଷାନ୍ତର ଦୁର୍ଗାଚରଣ ମହାନ୍ତି ଙ୍କ ଦ୍ବାରା ସମ୍ଭବପର ହୋଇ ପାରିଥିଲା । [୫] ସ୍ଵାମୀ ନିଗମାନନ୍ଦ ପରମହଂସ ଶଙ୍କର ସମ୍ପ୍ରଦାୟ ସରସ୍ଵତୀ ଶାଖା ଭୁକ୍ତ ଥିଲେ । ସ୍ଵୟଂ ନିର୍ମାଣ କରିଥିବା ଆସାମ ସ୍ଥିତ କୋକିଳାମୁଖ (ଜୋରହାଟ) ରେ ସାରସ୍ଵତ ମଠଓଡ଼ିଶାପୁରୀ ରେ ନୀଳାଚଳ ସାରସ୍ଵତ ସଙ୍ଘ ତାଙ୍କର ବିଶିଷ୍ଠ ଅବଦାନ ।[୬][୭]

ବାଲ୍ୟ ଜୀବନ[ସମ୍ପାଦନା]

ଶ୍ରୀ ଶ୍ରୀ ଗୁରୁଧାମ-ପରମହଂସ ଶ୍ରୀମଦ୍ ସ୍ଵାମୀ ନିଗମାନନ୍ଦ ସରସ୍ଵତୀ ଦେବଙ୍କ ଜନ୍ମ ସ୍ଥାନ କୁତବପୁର

ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ନଦିୟା ଜିଲ୍ଲାର କୁତବପୁର ଗ୍ରାମରେ ୧୨୮୭ ସାଲ ଝୁଲଣ ପୂର୍ଣ୍ଣିମା ତିଥିରେ ମାତା ମାଣିକ୍ୟ ସୁନ୍ଦରୀଙ୍କ କୋଳ ମଣ୍ଡଳ କରି ଆର୍ଭିଭୁତ ହୋଇଥିଲେ । ତାଙ୍କ ପିତା ଭୁବନମୋହନ କୋଷ୍ଠୀ ବିଚାର କରାଇ ପୁତ୍ର ଙ୍କ ନାମ ରଖିଥିଲେ ନଳିନୀକାନ୍ତ । ବାଲ୍ୟ ଅବସ୍ଥାରେ ତାଙ୍କ ମାତୃଦେବୀ ମାଣିକ୍ୟ ସୁନ୍ଦରୀଙ୍କ ଦେହାବସାନ ହୋଇଯାଇଥିଲା । ସେହି ସମୟରେ ନଳିନିକାନ୍ତ ମାତୁଳାଳୟ ରାଧାକାନ୍ତପୁରରେ ମାଉସୀମାନଙ୍କ ତତ୍ତ୍ଵାବଧାନ ରେ ରହି ବିଦ୍ୟା ଶିକ୍ଷା କରୁଥିଲେ ।[୮]

ସଂସାରିକ ଜୀବନ[ସମ୍ପାଦନା]

ସପ୍ତଦଶ ବର୍ଷ ବୟସରେ ହାଲି ସହର ନିବାସୀ ସ୍ଵର୍ଗତ ବୈଦ୍ୟନାଥ ମୁଖୋପାଧ୍ୟାୟଙ୍କ କନ୍ୟା ଏକାଦଶ ବର୍ଷୀୟା ସୁଧାଂଶୁବାଳାଙ୍କ ସହିତ ନଳୀନିକାନ୍ତଙ୍କର ବିବାହ ସମ୍ପନ୍ନ ହୋଇଥିଲା ।[୯][୧୦] ଇତି ମଧ୍ୟରେ ନଳୀନିକାନ୍ତ ସର୍ଭେ ପାଶ୍ କରି ଦୀନାଜପୁର ଜମିଦାରୀରେ ଚାକିରି କରୁଥିବା ବେଳେ ନାରାୟଣପୁର କଚେରୀରେ ଦିନେ ସନ୍ଧ୍ୟାରେ କର୍ମରତ ଅବସ୍ଥାରେ ପତ୍ନୀ ସୁଧାଦେବୀଙ୍କ ଛାୟାମୂର୍ତ୍ତି ଦର୍ଶନ କରି ଚମକୃତ ହେଲେ କିଛି କ୍ଷଣ ପରେ ସେହି ମୂର୍ତ୍ତି ଅନ୍ତର୍ହିତା ହୋଇଗଲା । ପରେ ସେ ଗ୍ରାମକୁ ଯାଇ ଜାଣିଲେ ଯେ, ସୁଧାଦେବୀ ଆଉ ଇହ ଜଗତରେ ନାହାନ୍ତି । ଏହି ଘଟଣାରେ ତାଙ୍କର ପରକାଳ ପ୍ରତି ବିଶ୍ଵାସ ଜାତ ହେଲା । ମୃତ୍ୟୁ ସହିତ ପରଲୋକର ସମ୍ପର୍କ ଘନିଷ୍ଠ ବୋଲି ଜାଣି ସେ ମୃତ୍ୟୁ ଓ ପରଲୋକତତ୍ତ୍ଵ ଜାଣିବା ନିମିତ୍ତ ମାନ୍ଦ୍ରାଜସ୍ଥିତ ଥିଓସୋଫି ସମ୍ପ୍ରଦାୟରେ ମିଶି ସେହି ବିଦ୍ୟା ଶିକ୍ଷା କଲେ । ସେ ପରଲୋକଗତା ସୁଧାଦେବୀଙ୍କୁ ସାକ୍ଷାତ୍ ଭାବରେ ଚାହୁଁଥିଲେ । ତେଣୁ ମିଡିୟମ ଭିତର ଦେଇ ତାଙ୍କ ଆତ୍ମାକୁ ଆନୟନ କରି ସେଥିରେ ସେ ତୃପ୍ତ ହୋଇପାରିଲେ ନାହିଁ । ପରେ ଜାଣିଲେ ଯେ, କେବଳ ହିନ୍ଦୁଯୋଗୀମାନଙ୍କ କୃପାରୁ ତାଙ୍କର ପ୍ରତ୍ୟକ୍ଷ ଜ୍ଞାନ ଲାଭ ହୋଇପାରିବ । ତେଣୁ ସେ ମାନ୍ଦ୍ରାଜ୍ ରୁ ଫେରି ହିନ୍ଦୁ ଯୋଗୀଙ୍କ ଅନୁସନ୍ଧାନରେ ପ୍ରବୃତ୍ତ ହେଲେ ।

ସାଧକ ଜୀବନ[ସମ୍ପାଦନା]

ତନ୍ତ୍ର ସାଧନ[ସମ୍ପାଦନା]

ଦିନେ ରାତ୍ରିରେ ନଳିନୀକାନ୍ତ ଦେଖିଲେ, ତାଙ୍କ ଶଯ୍ୟା ନିକଟରେ ଜଣେ ଜ୍ୟୋତିର୍ମ୍ମୟ ମହାପୁରୁଷ ଦଣ୍ଡାୟମାନ ହୋଇ କହିଲେ - ବତ୍ସ ଏହି ତୁମର ମନ୍ତ୍ର ଗ୍ରହଣ କର । ଏତିକି କହି ସେ ନଳିନୀକାନ୍ତଙ୍କୁ ବିଲ୍ଵ ପତ୍ରରେ ଲିଖିତ ଏକାକ୍ଷରୀ ମନ୍ତ୍ର ପ୍ରଦାନପୂର୍ବକ ନିମିଷକ ମଧ୍ୟରେ ଅନ୍ତର୍ହିତ ହୋଇଗଲେ । ତତ୍ପରେ ନଳିନୀକାନ୍ତ ବହୁତ ଅନୁସନ୍ଧାନ କଲେ ମଧ୍ୟ କେହି ସେ ମନ୍ତ୍ରରହସ୍ୟ ତାଙ୍କୁ ବୁଝାଇ ଦେଇ ପାରିଲେ ନାହିଁ । ଯେତେବେଳେ ନିତ୍ୟାନ୍ତ ଭଗ୍ନୋତ୍ସାହ ହୋଇ ନଳିନୀକାନ୍ତ ଆତ୍ମହତ୍ୟାର ସଂକଳ୍ପ ନେଇ ନିଦ୍ରା ଯାଇଥିଲେ, ସେତେବେଳେ ସ୍ଵପ୍ନରେ ଜଣେ ବୃଦ୍ଧ ବ୍ରାହ୍ମଣ ତାଙ୍କୁ କହିଲେ - ବାବା ତୁମର ଗୁରୁ ହେଉଛନ୍ତି ତାରାପୀଠର ବାମାକ୍ଷେପା

ନଳିନୀକାନ୍ତ ବୀରଭୂମ ଜିଲ୍ଲାର ତାରା ପୀଠରେ ବାମାକ୍ଷେପାଙ୍କ ନିକଟରେ ଉପନୀତ ହୋଇ ତାଙ୍କ କୃପାରୁ ସାଧନ ପ୍ରଣାଳୀ ଶିକ୍ଷା କରି ଅତି ଅଳ୍ପ ଦିନ ମଧ୍ୟରେ ତାରାଦେବୀଙ୍କୁ ସୁଧାଂଶୁବାଳା ମୁର୍ତ୍ତିରେ ଦର୍ଶନ କରି ତାଙ୍କ ସହିତ ବାକ୍ୟାଳାପ କଲେ କିନ୍ତୁ ସ୍ପର୍ଶ କରିବାକୁ ଅକ୍ଷମ ହେଲେ । ଏହାର ତତ୍ତ୍ଵ ଜାଣିବା ନିମିତ୍ତ ତାନ୍ତ୍ରିକଗୁରୁ ବାମାକ୍ଷେପାଙ୍କ ଉପଦେଶରେ ସେ ସନ୍ନ୍ୟାସୀ ଗୁରୁ ଅନୁସନ୍ଧାନରେ ବ୍ରତୀ ହେଲେ | [୧୧]

ଜ୍ଞାନ ସାଧନ[ସମ୍ପାଦନା]

ଗୁରୁ ଅନ୍ଵେଷଣ ନିମିତ୍ତ ଭାରତର ବହୁ ସ୍ଥାନ ଭ୍ରମଣ କରି ଶେଷରେ ପୁଷ୍କର ତୀର୍ଥରେ ସ୍ଵାମୀ ସଚ୍ଚିଦାନନ୍ଦ ସରସ୍ବତୀ ଦେବଙ୍କ ଦର୍ଶନ ପାଇ ତାଙ୍କର ଚରଣାଶ୍ରିତ ହୋଇ ତାଙ୍କ ଆଦେଶରେ ବିବିଧ ଶ୍ରମଜନକ କାର୍ଯ କରି ଗୁରୁଦେବଙ୍କୁ ସନ୍ତୋଷ ବିଧାନ କରିବା ଫଳରେ ଗୁରୁଦେବ ତାଙ୍କୁ ସନ୍ନ୍ୟାସ ଦୀକ୍ଷା ପ୍ରଦାନ ପୂର୍ବକ ନାମ ଦେଲେ ନିଗମାନନ୍ଦ[୪] ସନ୍ନ୍ୟାସ ଗ୍ରହଣ ପରେ ତତ୍ତ୍ଵ ଅନ୍ତରରେ ଉପଲବ୍ଧି ନିମିତ୍ତ ପୁନରାୟ ଜ୍ଞାନୀଗୁରୁଙ୍କ ଆଦେଶରେ ତାଙ୍କ ଠାରୁ ବିଦାୟ ନେଇ ଯୋଗୀଗୁରୁ ଅନୁସନ୍ଧାନରେ ବହିର୍ଗତ ହେଲେ | [୪]

ଯୋଗ ସାଧନ[ସମ୍ପାଦନା]

ଅବଶେଷରେ ଯୋଗୀଗୁରୁଙ୍କ ସନ୍ଧାନକାଳରେ ସନ୍ଧ୍ୟା ସମାଗତ ହୋଇଯିବାରୁ ବସ୍ତିକୁ ଫେରି ନପାରି ଗୋଟିଏ ବୃକ୍ଷକୋଟରରେ ରାତ୍ରି ଯାପନ କଲେ । ନିଶାବସାନରେ ପରିବ୍ରାଜକ ସେହି ବୃକ୍ଷମୂଳରେ ଜଣେ ବିରାଟକାୟ ତେଜୀୟାନ୍ ସାଧୁଙ୍କ ଦର୍ଶନ ଲାଭ କରି ତାଙ୍କ ଇଙ୍ଗିତରେ ତାଙ୍କୁ ଅନୁସରଣ କଲେ । ପରେ ସେହି ସାଧୁ ପରିବ୍ରାଜକ ନିଗମାନନ୍ଦ ନିଜ ପରିଚୟ ଦେଇ ନିଜ କୁଟୀରରେ ଅବସ୍ଥାପିତ କଲେ । ସେହି ସାଧୁଙ୍କ ଆଶ୍ରୟରେ ରହି ସ୍ଵାମୀଜୀ ଯୋଗସାଧନ କୌଶଳ ଅବଗତ ହେଲେ । ତାଙ୍କର ସେହି ଯୋଗ ଶିକ୍ଷାଦାତା ଗୁରୁଙ୍କ ନାମ ଉଦାସୀନାଚ୍ଚାର୍ଯ୍ୟ ସୁମେରୁ ଦାସ ମହାରାଜ

ଲୋକାଳୟକୁ ଆସି ନିଗମାନନ୍ଦ ଗୁରୁଙ୍କ ଠାରୁ ଶିକ୍ଷିଥିବା ଯୋଗସାଧନ କୌଶଳ ଅଭ୍ଯାସ କଲେ । ସାଧନା ଦ୍ଵାରା ସବିକଳ୍ପ ସମାଧି ଲାଭ କରି ପରେ କାମାଖ୍ୟା ପାହାଡ଼ରେ ଉପସ୍ଥିତ ହୋଇ ନିର୍ବିକଳ୍ପ ସମଧିମଗ୍ନ ହୋଇ ମୁଁ ଗୁରୁ ଏହି ସ୍ଵରୂପ ଜ୍ଞାନ ନେଇ ଫେରିଥିଲେ ବୋଲି ଲେଖକ ଦୁର୍ଗାଚରଣ ମହାନ୍ତି ଙ୍କ ଲିଖିତ ପୁସ୍ତକ ସୁତ୍ରରୁ ପ୍ରକାଶ ।

ପୂର୍ଣ୍ଣତ୍ବର ଅଭିମାନ ବହନକରି ସ୍ଵାମୀ ନିଗମାନନ୍ଦ କାଶୀଧାମ(ବାରଣାସୀ)ରେ ଉପନୀତ ହେଲେ । ସେଠାରେ ମା ଅନ୍ନପୂର୍ଣ୍ଣା ତାଙ୍କ ଭିତରେ ଅପୂର୍ଣ୍ଣ ବୋଧର ଜାଗରଣ କରାଇଦେଇ କହିଲେ - "ତୁମେ ବ୍ରହ୍ମଜ୍ଞାନ ଲାଭ କରିଛ ସତ୍ୟ; କିନ୍ତୁ ଅବରବ୍ରହ୍ମଜ୍ଞାନ ବା ପ୍ରେମ ଭକ୍ତି ପଥରେ ଯେଉଁ ଭଗବତ୍ଜ୍ଞାନ ତାହା ତୁମର ଲାଭ ହୋଇ ନାହିଁ , ତେଣୁ ତୁମେ ପୂର୍ଣ୍ଣ ନୁହଁ ।

ପ୍ରେମ ସାଧନ[ସମ୍ପାଦନା]

ତତ୍ପରେ ଶ୍ରୀ ନିଗମାନନ୍ଦ ଦେବ ପ୍ରେମସିଦ୍ଧା ଗୌରୀ ଦେବୀଙ୍କ କୃପାରୁ ଅବରବ୍ରହ୍ମଜ୍ଞାନ ଲାଭ କରି ସିଦ୍ଧି ପ୍ରାପ୍ତ ହେଲେ । ପ୍ରେମସିଦ୍ଧି ପରେ ସ୍ଵାମୀ ନିଗମାନନ୍ଦ ଦେବଙ୍କ ଇଷ୍ଟଦେବୀ ମହାବିଦ୍ୟା ତାରା ତାଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେଇ କହିଲେ ଯେ, ତୁମେ ଶିବ ସ୍ଵରୂପ, ତେଣୁ ତୁମେ ହିଁ ସାର୍ବଭୌମ ଗୁରୁ । ଜଗଦ ବାସୀ ତୁମର ସନ୍ତାନ; ତୁମେ ଶିଷ୍ୟ ଭକ୍ତମାନଙ୍କୁ ସ୍ଵରୂପଜ୍ଞାନ ଦାନ କର" । ତାରା ଦେବୀଙ୍କ ବାକ୍ୟରେ ନିଗମାନନ୍ଦ ନିଜକୁ ପୂର୍ଣ୍ଣ ବୋଲି ଜ୍ଞାନ କଲେ ।

ପରମହଂସ ପଦ ପ୍ରାପ୍ତି[ସମ୍ପାଦନା]

ନଳିନୀକାନ୍ତ ସନ୍ନ୍ୟାସ ଗ୍ରହଣ ପରେ ପରମହଂସ ଶ୍ରୀ ମଦ୍ ସ୍ଵାମୀ ନିଗମାନନ୍ଦ ସରସ୍ଵତୀ ଦେବ ନାମ ରେ ପରିଚିତ ହେଲେ

ଗୁରୁଙ୍କୁ ଦର୍ଶନ କରିବା ନିମିତ୍ତ କୁମ୍ଭମେଳାରେ ଉପସ୍ଥିତ ହୋଇ ପ୍ରଥମେ ନିଜ ଗୁରୁ ସଚ୍ଚିଦାନନ୍ଦଙ୍କୁ ପ୍ରଣାମ କରି ପରେ ଜଗଦ ଗୁରୁ ଶଙ୍କରାଚାର୍ଯ୍ଯଙ୍କୁ ପ୍ରଣାମ କରିବାରୁ ଅନ୍ଯ ସାଧୁମାନେ ଏଥିରେ ଆପତ୍ତି ଦର୍ଶାଇଲେ | ସ୍ଵାମୀ ନିଗମାନନ୍ଦ ତାହାର ଯଥୋପଯୁକ୍ତ ପ୍ର ତ୍ଯୁତ୍ତର ଦେଇ ଜଗଦଗୁରୁଙ୍କୁ ସନ୍ତୁଷ୍ଟ କଲେ । ଜଗଦଗୁରୁ ତାଙ୍କୁ ପରମହଂସ ଉପାଧି ରେ ଭୂଷିତ କରିବାକୁ ଗୁରୁ ସଚ୍ଚିଦାନନ୍ଦଙ୍କୁ ନିର୍ଦ୍ଦେଶ ଦେଲେ | ସାଧୁ ମଣ୍ଡଳି ଙ୍କ ସମ୍ମତିରେ ଗୁରୁ ସଚ୍ଚିଦାନନ୍ଦ ସ୍ଵାମୀ ନିଗମାନନ୍ଦଙ୍କୁ ପରମହଂସ ଉପାଧି ପ୍ରଦାନ କଲେ | [୧୨]

କର୍ମ[ସମ୍ପାଦନା]

ନୀଳାଚଳ ସାରସ୍ଵତ ସଂଘ ପ୍ରତିକ ଚିନ୍ହ(Logo)

ଆସାମର କୋକିଳମୁଖ ଠାରେ ହିମାଳୟର ନିଭୃତ ପ୍ରଦେଶରେ ଶାନ୍ତି ଆଶ୍ରମ ବା ସାରସ୍ଵତ ମଠ ସ୍ଥାପନ କଲେ । [୧୩] ଦେଶବାସୀଙ୍କ ମନୋଭାବରେ ପରିବର୍ତ୍ତନ ଆଣି ସେମାନଙ୍କୁ ପ୍ରବୃତ୍ତି ପଥରୁ ନିବୃତ୍ତି ପଥକୁ ଆକର୍ଷଣ କରିବା ନିମିତ୍ତ ଶ୍ରୀ ନିଗମାନନ୍ଦ ଦେବ, ଯୋଗୀ ଗୁରୁ , ଜ୍ଞାନୀଗୁରୁ, ବ୍ରହ୍ମଚର୍ଯ୍ୟ ସାଧନ, ତାନ୍ତ୍ରିକ ଗୁରୁ, ଓ ପ୍ରେମିକଗୁରୁ ପ୍ରଭୁତି ଗ୍ରନ୍ଥ ପ୍ରଣୟନ କଲେ ଏବଂ ସନାତନ ଧର୍ମର ମୁଖପତ୍ର ଆର୍ଯ୍ୟ ଦର୍ପଣ ନାମକ ମାସିକ ପତ୍ରିକା ପ୍ରକାଶ କଲେ । [୧୪] ଏହା ବ୍ୟତୀତ ସତ୍ ଶିକ୍ଷା ବିସ୍ତାର ଓ ସନାତନ ଧର୍ମପ୍ରଚାର ଉଦ୍ଦେଶ୍ୟରେ ସଂଘ ସମ୍ମିଳନୀ ଅନୁଷ୍ଟାନ କଲେ । [୪] ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା ସଂଘ ଓ ଭକ୍ତ ସମ୍ମିଳନୀ ମାଧ୍ୟମରେ ଆଦର୍ଶ ଗୃହସ୍ଥ ସମାଜ ଗଠନ, ସଂଘ ଶକ୍ତିର ପ୍ରତିଷ୍ଠା ଓ ଭାବ ବିନିମୟ । ନାରାୟଣ ଜ୍ଞାନରେ ଜୀବସେବା କରିବାକୁ ଉପଦେଶ ଦେଇ ଯାଇଛନ୍ତି ।

ସେ ଉତ୍କଳବାସୀ ଭକ୍ତମାନଙ୍କୁ ସଂଘ ବଦ୍ଧ କରିବା ଉଦ୍ଦେଶ୍ୟରେ ତାଙ୍କ ଶୁଭ ଜନ୍ମଦିବସ ୧୯୩୪ ଖ୍ରୀଷ୍ଟାବ୍ଦର ଝୁଲଣ ପୂର୍ଣ୍ଣିମା ତିଥିରେ ନୀଳାଚଳ ଧାମ ପୁରୀ ରେ ନୀଳାଚଳ ସାରସ୍ଵତ ସଂଘ ପ୍ରତିଷ୍ଠା କରି ତାଙ୍କ ଆଧ୍ୟାତ୍ମିକ ଭାବ ଧାରାର ପ୍ରଚାର ନିମିତ୍ତ ନିର୍ଦ୍ଦେଶ ଦେଇଥିଲେ ।[୧୫]

ମହା ସମାଧି[ସମ୍ପାଦନା]

ପୁରୀଧାମ ନୀଳାଚଳ କୁଟୀର ରେ ଅବସ୍ଥାନ କରୁଥିବା ବେଳେ ସାମାନ୍ଯ ଅସୁସ୍ଥତା ନେଇ କଲିକତା ଯାତ୍ରା କଲେ ଏବଂ ୧୯୩୫ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୯ ତାରିଖ ମାର୍ଗଶୀର ଶୁକ୍ଳ ଚତୁର୍ଥୀ ତିଥିରେ ସେହି ମହାନଗରୀର ଏକ ନିର୍ଜ୍ଜନ ଗୃହରେ ମହାସମାଧି ଗ୍ରହଣ କରିଥିଲେ । [୧୬]

ଦର୍ଶନ[ସମ୍ପାଦନା]

  • ଭକ୍ତିମାର୍ଗ ଓ ଜ୍ଞାନମାର୍ଗ ଭିତରୁ ଗୋଟିଏ ପଥ ଅବଲମ୍ବନ କଲେ ପୂର୍ଣ୍ଣ ସଚ୍ଚିଦାନନ୍ଦ ଉପଲବଧି ହୋଇପାରେ ନାହିଁ । ଉଭୟ ମାର୍ଗ ରେ ଅର୍ଥାତ୍ ଜ୍ଞାନ ଭକ୍ତିର ସମନ୍ଵୟ ମାର୍ଗ ରେ ଗତି କଲେ ମାନବ ହୃଦୟ ରେ ଜ୍ଞାନ-ଭକ୍ତି ର ମିଳନ ହୋଇ ତାଙ୍କଠାରେ ବିଦ୍ଵେଷ ରହିବ ନାହିଁ । ସେ ସବୁ ସମ୍ପ୍ରଦାୟରେ ମିଶି, ସବୁ ରସ ରେ ରସଯୁକ୍ତ ହୋଇ , ଚିର ଆନନ୍ଦ ଲାଭ କରି ପାରିବେ । [୧୭]
  • ଶଂକର(ଜ୍ଞାନ) ଓ ଗୌରାଙ୍ଗ(ଭକ୍ତି) ଙ୍କ ମିଳନ ହିଁ ପୂର୍ଣ୍ଣ ସତ୍ଯ-ପ୍ରକୃତ ଧର୍ମ । ସୁତରାଂ ସାଧକ ମାତ୍ରେ ଶଂକର ଓ ଗୌରାଙ୍ଗଙ୍କୁ ଏକ ଆସନ ରେ ସ୍ଥାପନ କରିବା କର୍ତ୍ତବ୍ଯ । ଯାହାଙ୍କର ହୃଦୟରେ ଶଂକର ଓ ଗୌରାଙ୍ଗ ଙ୍କ ଗୋଟିଏ ସିଂହାସନ ସ୍ଥାପିତ ହୋଇପାରିଛି, ଯାହାଙ୍କର ହୃଦୟରେ ଭକ୍ତି ଗଙ୍ଗା ଜ୍ଞାନସମୁଦ୍ର ମିଳିତ ହୋଇଛନ୍ତି, ସେହି ବ୍ଯକ୍ତି ହିଁ ଜୀବନ୍ମୁକ୍ତ । [୧୮]
  • ଇଷ୍ଟ ଏବଂ ଗୁରୁ ଅଭିନ୍ନ ଓ ଏକ । ଦୁଗଧ ଓ ତାର ଧବଳତା ଯେପରି ଅଭେଦ,ଶକ୍ତି ଓ ଶକ୍ତିମାନ୍ ସେହିପରି ଅଭେଦ । [୧୯]

ଶିକ୍ଷା[ସମ୍ପାଦନା]

ନିଗମ ଉପଦେଶ
  1. ତୁମେମାନେ ଗୌରାଙ୍ଗଦେବଙ୍କ ପଥରେ ଅର୍ଥାତ୍ ଭକ୍ତି ପଥରେ, ଶଂକରଙ୍କ ମତ ଅନୁରୁପ ଜ୍ଞାନ ଲାଭ କରି ଆଦର୍ଶ ମନୁଷ୍ୟ ହୁଅ । ଏହାହିଁ ନୂତନ ବର୍ଷ ରେ ମୋର ଆଶୀର୍ବାଦ । ତୁମେମାନେ ନିଜ ପାଇଁ ନିଶ୍ଚିନ୍ତ ରୁହ, କାରଣ ତୁମେ ମାନେ ସଦଗୁରୁଙ୍କ ଅନ୍ତରଙ୍ଗ ପାର୍ଶଦ । ଜଗତ ନିମିତ୍ତ ତୁମମାନଙ୍କ ଜୀବନ, ତୁମେ ମାନେ ଜଗତରେ ମନୁଷ୍ୟତ୍ଵରେ ଆଦର୍ଶ ପ୍ରତିଷ୍ଠା କରିଯାଅ । ମୋର ଆଶୀର୍ବାଣୀ ତୁମ ମାନଙ୍କର ଧ୍ୟାନର ବସ୍ତୁ ହେଉ ।
  2. ବତ୍ସ, ତୁମମାନଙ୍କର ବାହୁରେ ଶକ୍ତି ଓ ହୃଦୟ ରେ ଭକ୍ତିର ପ୍ରକାଶ ହେଉ, ନବବର୍ଷରେ ମୁଁ ତୁମମାନଙ୍କୁ ଏହି ଆଶୀର୍ବାଦ କରୁଅଛି ।
ଗୁରୁଗୀତା
  1. ଯଦି କେହି ସିଦ୍ଧଗୁରୁ ବା ସିଦ୍ଧମନ୍ତ୍ର ପ୍ରାପ୍ତ ଗୁରୁ ମିଳନ୍ତି ତେବେ କିଛି ବିଚାର ନ କରି ତତ୍କ୍ଷଣାତ୍ ସେହି ଗୁରୁ ଓ ମନ୍ତ୍ରଗ୍ରହଣ କରିବା ବିଧେୟ ।
  2. ଯାହାଙ୍କର ନିର୍ବିକଳ୍ପ ସମାଧିଲାଭ ହୋଇଛି, ତାଙ୍କୁ ସଦ୍ ଗୁରୁ କୁହାଯାଏ ।
  3. ଗୁରୁ ଶିଷ୍ଯ ସମ୍ବନ୍ଧ ଅଭେଦ । ଇଷ୍ଟ, ଗୁରୁ ଓ ମନ୍ତ୍ର ଅଭିନ୍ନ ।
  4. ଗୁରୁନାମ ଭଜନ, ସ୍ମରଣ, ମନନ ରୂପ ଗୁରୁସେବା ଫଳରେ ଚିତ୍ତ ସର୍ବ ସଂସ୍କାର ମୁକ୍ତ ହୋଇ ଗୁରୁଭାବରେ ତନ୍ମୟ ହେବ ।
  5. ଗୁରୁଗୀତା ପାଠକମାନେ ଗୁରୁତତ୍ତ୍ବ ଅବଗତ ହୋଇ ଗୁରୁଦେବଙ୍କ ଆକାଙ୍ କ୍ଷିତ ଶିଷ୍ୟ ଭାବରେ ନିଜକୁ ଗଠନ କରିବା ନିମିତ୍ତ ଯତ୍ନବାନ ହେବା ବିଧେୟ ।
  6. ଗୁରୁ ଧ୍ଯାନ ଫଳରେ ଦେହୀ ଅତି ସହଜରେ ସ୍ବରୂପଜ୍ଞାନ ରେ ପ୍ରତିଷ୍ଟିତ ହୋଇଥାନ୍ତି ।
  7. ସାଧକ ଶିଷ୍ୟ ମାନେ ଗୁରୁଦେବଙ୍କ ପାଦପଦ୍ମରେ ଅନନ୍ୟମନା ହୋଇ ଏକନିଷ୍ଟ ଭାବରେ ଚିତ୍ତ ସମର୍ପଣ କଲେ ଶ୍ରୀଭଗବାନ ସେମାନଙ୍କ ଯୋଗକ୍ଷମ ବହନ କରିଥାନ୍ତି ।
ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ -ଜୀବନୀ
  1. ଶଙ୍କରଙ୍କ ମତ ଓ ଗୌରାଙ୍କଙ୍କ ପଥ ହିଁ ହେଲା ତୁମ ମାନଙ୍କର ଆଦର୍ଶ । [୨୦]
  2. ନିତ୍ଯଲୋକରେ ରାଧାକୃଷ୍ଣଙ୍କ ଯୁଗଳ ମିଳନ ଅବସ୍ଥା ନିତ୍ଯଭାବରେ ବିରାଜିତ । ରାଧା ପୂର୍ଣ୍ଣ ପ୍ରେମର ମୂର୍ତ୍ତି ଓ କୃଷ୍ଣ ପୂର୍ଣ୍ଣ ଜ୍ଞାନ ର ଘନ ବିଗ୍ରହ । [୨୧]
  3. ତୁମେମାନେ ସଙ୍ଘବଦ୍ଧ ହୁଅ । ଏହା ମୋର ଗୋଟିଏ ଇଛା ।[୨୨]

ନିଗମାନନ୍ଦ ଖବର[ସମ୍ପାଦନା]

  • ନିଗମାନନ୍ଦ ପରମହଂସ ଦେବଙ୍କ ୧୩୪ତମ ଜନ୍ମ୍ ବର୍ଷ ଉତ୍ସବ ଉପଲକ୍ଷେ [୨୩]
  • ଠାକୁର ନିଗମାନନ୍ଦଙ୍କ ଶାନ୍ତି ଆଶ୍ରମ, କୋକିଳାମୁଖ ଖବର [୨୪]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ନିଗମାନନ୍ଦ ପରମହଂସ(୧୮୮୦ -୧୯୩୫)". ବାଂଗଲାପେଡିଆ. Retrieved dead link. 
  2. Moni Bagchee (1987). Sadguru Nigamananda: a spiritual biography. ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ୧୮୮୦ ରେ ଆର୍ଭିଭୁତ ହୋଇଥିଲେ. Assam Bangiya Saraswat Math. p. 43. Retrieved 14 June 2012. 
  3. Prof. Shrikant Prasoon; ସ୍ଵାମୀ ନିଗମାନନ୍ଦ ଭାରତର ସେ ଜଣେ ଅସାଧାରଣ ଶକ୍ତି ସମ୍ପନ୍ନ ସଦଗୁରୁ ଓ ସନ୍ୟାସୀ ଥିଲେ (28 July 2009). Indian Saints & Sages. Pustak Mahal. pp. 57–. ISBN 978-81-223-1062-7. Retrieved 14 June 2012. 
  4. ୪.୦ ୪.୧ ୪.୨ ୪.୩ Benoy Gopal Ray (1965). Religious movements in modern Bengal. ବ୍ରହ୍ମଚର୍ଯ୍ୟ ସାଧନ, ଯୋଗୀ ଗୁରୁ , ତାନ୍ତ୍ରିକ ଗୁରୁ, ଜ୍ଞାନୀଗୁରୁ ଓ ପ୍ରେମିକଗୁରୁ ଗ୍ରନ୍ଥମାନ ବଙ୍ଗଳା ଭାଷା ରେ ପ୍ରଣୟନ. Visva-Bharati. p. 102. Retrieved 14 June 2012. 
  5. ହାଇ ନିଉଜ୍ଇଣ୍ଡିଆ ଦୁର୍ଗାଚରଣ ମହାନ୍ତି ଙ୍କ ଭାଷାନ୍ତର Published News channel: ହାଇ ନିଉଜ୍ଇଣ୍ଡିଆ, ଭୁବନେଶ୍ଵର (ଓଡ଼ିଶା)
  6. Ravi Bhushan (2003). Reference India: G-L. ସାରସ୍ଵତ ମଠ . Rifacimento International. p. 265. Retrieved 14 June 2012. 
  7. Sher Singh; S. N. Sadhu; Indian Bibliographies Bureau (2003). Indian books in print. ନୀଳାଚଳ ସାରସ୍ଵତ ସଙ୍ଘ. Indian Bureau of Bibliographies. p. 866. Retrieved 14 June 2012. 
  8. "ନିଗମାନନ୍ଦ ପରମହଂସ". ବାଂଗଲାପେଡିଆ ନଳିନୀକାନ୍ତ. Retrieved 2012-06-14. 
  9. "ନିଗମାନନ୍ଦ ପରମହଂସ". ବାଂଗଲାପେଡିଆ ସୁଧାଂଶୁବାଳା. Retrieved 2012-06-14. 
  10. Nigamānanda (1997). The divine universal gospels of Sri Nigamananda: translation, a lucid word to word rendering to English. Amitabh Giri. pp. Chapter–I. Retrieved 14 June 2012. 
  11. Debabrata Sen Sharma (2007). Aspects of Tantra Yoga. ବୀରଭୂମ ଜିଲ୍ଲା, ତାରା ପୀଠର ବାମାକ୍ଷେପା ହେଲେ ନଳିନୀକାନ୍ତଙ୍କ ତାନ୍ତ୍ରିକ ଗୁରୁ . Indica Books. p. 44. ISBN 978-81-86569-67-2. Retrieved 15 June 2012. 
  12. Sri Chinmoy (1 March 2003). Wisdom of Sri Chinmoy. ଜଗଦ ଗୁରୁ ଶଙ୍କରାଚାର୍ଯ୍ଯଙ୍କ ଠାରୁ ପରମହଂସ ଉପାଧି ପ୍ରାପ୍ତି. Motilal Banarsidass Publ. pp. 82–. ISBN 978-81-208-1943-6. Retrieved 18 June 2012. 
  13. ନିଗମାନନ୍ଦ ଶାନ୍ତି ଆଶ୍ରମ କୋକିଳମୁଖ The Assam Tribune News, Publication Date: Aug 1 2012, Paragraph:6
  14. ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ବଙ୍ଗଳା ଭାଷା ପ୍ରଣୟନ ଗ୍ରନ୍ଥ ଯୋଗୀ ଗୁରୁ, ଜ୍ଞାନୀଗୁରୁ, ବ୍ରହ୍ମଚର୍ଯ୍ୟ ସାଧନ, ତାନ୍ତ୍ରିକ ଗୁରୁ ଓ ପ୍ରେମିକଗୁରୁ
  15. Indian Anthropological Society (2001). Journal of the Indian Anthropological Society. ଓଡ଼ିଶା, ପୁରୀ ରେ ନୀଳାଚଳ ସାରସ୍ଵତ ସଂଘ ର ପ୍ରତିଷ୍ଟା. The Society. p. 156. Retrieved 18 June 2012. 
  16. Birgit Etlinger (4 November 2007). Geister, Gottheiten und andere Wesen- Diagnosemethoden im religiösen Kontext Orissas(Indien) unter besonderer Berücksichtigung ayurvedischer Nosologie. ଶ୍ରୀ ଗୁରୁଦେବ ପରମହଂସ ନିଗମାନନ୍ଦ (୧୮୮୦ -୧୯୩୫) . GRIN Verlag. pp. 123–. ISBN 978-3-638-84276-1. Retrieved 18 June 2012. 
  17. ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପୃଷ୍ଠା: ୨୦୧-୨୦୨ ଷଷ୍ଠ ସଂସ୍କରଣ ୧୯୯୨ ଲେଖକ: ବନମାଳୀ ଦାଶ-ଦୁର୍ଗାଚରଣ ମହାନ୍ତି, ନୀଳାଚଳ ସାରସ୍ଵତ ସଙ୍ଘ, ପୁରୀ
  18. ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପୃଷ୍ଠା: ୨୦୨ ଷଷ୍ଠ ସଂସ୍କରଣ ୧୯୯୨ ଲେଖକ: ବନମାଳୀ ଦାଶ-ଦୁର୍ଗାଚରଣ ମହାନ୍ତି, ନୀଳାଚଳ ସାରସ୍ଵତ ସଙ୍ଘ, ପୁରୀ
  19. ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପୃଷ୍ଠା: ୨୧୯ ଷଷ୍ଠ ସଂସ୍କରଣ ୧୯୯୨ ଲେଖକ: ବନମାଳୀ ଦାଶ-ଦୁର୍ଗାଚରଣ ମହାନ୍ତି, ନୀଳାଚଳ ସାରସ୍ଵତ ସଙ୍ଘ, ପୁରୀ
  20. ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପୃଷ୍ଠା: ୨୦୦ ଷଷ୍ଠ ସଂସ୍କରଣ ୧୯୯୨ ଲେଖକ: ବନମାଳୀ ଦାଶ-ଦୁର୍ଗାଚରଣ ମହାନ୍ତି, ନୀଳାଚଳ ସାରସ୍ଵତ ସଙ୍ଘ, ପୁରୀ
  21. ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପୃଷ୍ଠା: ୨୦୬ ଷଷ୍ଠ ସଂସ୍କରଣ ୧୯୯୨ ଲେଖକ: ବନମାଳୀ ଦାଶ-ଦୁର୍ଗାଚରଣ ମହାନ୍ତି, ନୀଳାଚଳ ସାରସ୍ଵତ ସଙ୍ଘ, ପୁରୀ
  22. ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପୃଷ୍ଠା: ୩୫୦ ଷଷ୍ଠ ସଂସ୍କରଣ ୧୯୯୨ ଲେଖକ: ବନମାଳୀ ଦାଶ-ଦୁର୍ଗାଚରଣ ମହାନ୍ତି, ନୀଳାଚଳ ସାରସ୍ଵତ ସଙ୍ଘ, ପୁରୀ
  23. ସଦ୍ ଗୁରୁ ନିଗମାନନ୍ଦ୍ ଓ ନୀଳାଚଳ ଧାମ ତାରିଖ:୨୧-୦୮-୨୦୧୩, ନିଉଜ୍ ସମ୍ବାଦ -ପୃଷ୍ଠା: ୬ .....୭
  24. The Assamtribune News ଜୋରହଟ Ersoion is also posing a threat to the Nigamananda Shanti Ashram situated in the Kokilamukh area

ଅଧିକ ତଥ୍ୟ[ସମ୍ପାଦନା]

ଭିଡିଓ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]