ବେଲ

ଉଇକିପିଡ଼ିଆ ରୁ
ବେଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
Kingdom: Plantae
(unranked): Angiosperms
(unranked): Eudicots
(unranked): Rosids
Order: Sapindales
Family: Rutaceae
Subfamily: Aurantioideae
Tribe: Clauseneae
Genus: Aegle
Corrêa
Species: A. marmelos
ବାଇନୋମିଆଲ ନାଆଁ
Aegle marmelos
(L.) Corr.Serr.

ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ଭାରତର ପ୍ରାୟ ସବୁ ଅଞ୍ଚଳରେ ଏହା ଦେଖାଯାଏ। ଗଛଟି କଣ୍ଟାଯୁକ୍ତ ହୋଇଥାଏ। ଫଳର ବାହାର ଆବରଣ ଶକ୍ତ ହୋଇଥାଏ। ପତ୍ର ତିନିଟି ଶାଖାଯୁକ୍ତ ହୋଇଥାଏ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଶାସ୍ତ୍ରୋକ୍ତ ଗୁଣ

ପାଚିଲା ବେଲ
ବେଲ

ବେଲପତ୍ର ଅଳ୍ପ କଟୁରସ, ପାଚକ, ଅଗ୍ନିବର୍ଧକ, କାନ୍ତି ବର୍ଧକ, ରକ୍ତଶୋଧକ, ପ୍ରଫୁଲ୍ଲତା କାରକ, ଜ୍ଵର, କାଶ, କୃମି, ହୃଦୟରୋଗ, କାମଳ, ଶୋଥ, ଅଜୀର୍ଣ, ପାଣ୍ଡୁ, ଯକୃତ, ପ୍ଳୀହା, ଗୁଳ୍ମ, ଶୂଳ, ବମନ ଓ ଅତିସାର ନାଶକ।

କଞ୍ଚାବେଲ ମଧୁର ମିଶ୍ରିତ କଷାୟ ରସ, ଉଷ୍ଣବୀର୍ଯ୍ୟ, ପାଚକ, ମଳରୋଧକ ଓ କଫ, କୃମି, ଅଜୀର୍ଣ, ଜ୍ଵର, ଅଗ୍ନିମାନ୍ଦ୍ୟ, ଦୁର୍ବଳତା ନିବାରକ।

ପାଚିଲାବେଲ ମଧୁରରସ, ଶୀତଳ, ତୃପ୍ତିପ୍ରଦ, ଗୁରୁପାକ, ଶୁକ୍ରବର୍ଧକ ଓ ଅତିସାର, ଉନ୍ମାଦ, ଶୂଳ, ଶୁକ୍ରଦୋଷ ଓ ଅଜୀର୍ଣ ନିବାରକ ଅଟେ।

[ଏହାକୁ ବଦଳାନ୍ତୁ] ଅନ୍ୟାନ୍ୟ ଭାଷାରେ ନାମ

ଓଡ଼ିଆରେ ବେଲ, ବିଲ୍ୱ,
ବଙ୍ଗଳାରେ ବେଲ୍,
ହିଂଦିରେ ବେଲ୍,
ତେଲୁଗୁରେ ମାଫୁଡୁଚେଟ୍ଟୁ
ସଂସ୍କୃତରେ ବିଲ୍ଵ, ତ୍ରିପତ୍ର, ଶିବାପ୍ରିୟ, ସତ୍ୟଫଳ, ଶ୍ରୀଫଳ, ଲକ୍ଷ୍ମୀପ୍ରିୟ, ଲକ୍ଷ୍ମୀପ୍ରିୟ, ଗନ୍ଧଶ୍ରେଷ୍ଠ, ମହାଫଳ, ଶିବଦ୍ରୁମ, ଶାଂଡିଲ୍ୟ, କପୀତନ, ମହାକପିତ୍ଥ ଆଦି କୁହାଯାଏ।

[ଏହାକୁ ବଦଳାନ୍ତୁ] ବ୍ୟବହାର

ଏହାର ପତ୍ର ଫଳ ଓ ମୂଳକୁ ରୋଗରେ ବ୍ୟବହାର କରାଯାଏ। ପାଚିଲାଫଳକୁ ପଣା କରି ପିଇଥାନ୍ତି। ଓଡ଼ିଶାରେ ବିଷୁବ ସଂକ୍ରାନ୍ତିରେ ଏହି ପଣାକୁ ଦିଅଁଙ୍କ ପାଖରେ ଭୋଗ ଲଗାଯାଏ ଓ ତୁଳସୀ ଚଉଁରାରେ ବସନ୍ତରା ଠେକିରେ ରଖାଯାଏ। ବେଲ ପଣା ଏକ ଲୋକପ୍ରିୟ ପାନୀୟ। ଏଥିପାଇଁ ବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ନାମରେ ବିଦିତ। ବେଲ ବୈଶାଖ ମାସକୁ ପାଚେ। ଅନ୍ୟ ସମୟରେ ବ୍ୟବହାର କରିବାପାଇଁ ବେଲସଢ଼ା ଭାବରେ ଏହାକୁ ସଂରକ୍ଷଣ କରାଯାଏ। ଆୟୁର୍ବେଦର ଦଶମୂଳ ଭିତରୁ ଏହା ଗୋଟିଏ।

ବେଲପତ୍ର ମହାଦେବଙ୍କର ପ୍ରିୟ ବୋଲି ଲୋକେ ଏହାକୁ ଶିବଙ୍କୁ ଅର୍ପଣ କରିଥାନ୍ତି। ବେଲପତ୍ର ଶିବପୂଜାର ଏକ ଅପରିହାର୍ଯ୍ୟ ବସ୍ତୁ। ବେଲଗଛରେ ଦେବତାମାନେ ବାସ କରିବାର ମାନ୍ୟତା ରହିଛି। ତେଣୁ ଲୋକମାନେ ଏହି ଗଛକୁ ପୂଜା କରିଥାନ୍ତି।

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା