ଦୁର୍ଗାଚରଣ ମହାନ୍ତି
| ଦୁର୍ଗାଚରଣ ମହାନ୍ତି |
|
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୯୧୨ ବୀରତୁଙ୍ଗ, ପୁରୀ ଜିଲ୍ଲା |
| ତିରୋଧାନ | ୧୯୮୫ |
| ରହିଥିବା ଜାଗା | ବୀରତୁଙ୍ଗ (ପୁରୀ) |
| ଜାତୀୟତା | ଭାରତୀୟ |
| ଶିକ୍ଷା | ମେଟ୍ରିକ |
| ପ୍ରସିଦ୍ଧି | ସମ୍ପାଦକ/ପରିଚାଳକ : ନୀଳାଚଳ ସାରସ୍ବତ ସଙ୍ଘ, ପୁରୀ, ଓଡିଆ ଲେଖକ : ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ, ସଙ୍ଘ ସେବକ (୨୭ ଭାଗ), ବ୍ରହ୍ମ୍ ଚର୍ୟ ସାଧନ, ଯୋଗୀ ଗୁରୁ , ତାନ୍ତ୍ରିକ ଗୁରୁ, ଜ୍ଞାନୀଗୁରୁ ଓ ପ୍ରେମିକଗୁରୁ |
| ଧର୍ମ | ହିନ୍ଦୁ |
| ବାପା ମା | ପିତା :ଗୁଣନିଧି ମହାନ୍ତି ମାତା:ସୁନ୍ଦରମଣି ଦେବୀ |
| ପୁରସ୍କାର | ଓଡିଆ ସାହିତ୍ଯ ଏକାଡେମୀ (ପ୍ରଥମ ପୁରସ୍କାର) ୧୯୫୭-୫୮ |
ଦୁର୍ଗାଚରଣ ମହାନ୍ତି (୧୯୧୨-୧୯୮୫) ଓଡିଶା ର କୋଣାର୍କ ନିକଟବର୍ତ୍ତି ଗୋପ ଥାନା ଅନ୍ତର୍ଗତ ବୀରତୁଙ୍ଗ ଗ୍ରାମ ରେ ୧୯୧୨ ମସିହା କାର୍ତ୍ତିକ ଶୁକ୍ଳ ତ୍ରୋୟଦଶୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ | [୧] ଓଡିଶା ର ସାହିତ୍ଯ ଏକାଡେମୀ ତରଫରୁ ତାଙ୍କ ଲିଖିତ 'ଭଗବାନ ଶଙ୍କରାଚାର୍ୟ' ପୁସ୍ତକ ୧୯୫୭-୫୮ ରେ ପ୍ରଥମ ପୁରସ୍କାରପ୍ରାପ୍ତ ହୋଇଥିଲା | ସଦଗୁରୁ ନିଗମାନନ୍ଦ ଙ୍କ ଏକନିଷ୍ଠ ଶିଷ୍ଯ ଭାବରେ ସେ ବିଶେଷ ପରିଚିତ| ଠାକୁର ନିଗମାନନ୍ଦଙ୍କ ପ୍ରତିଷ୍ଠାନ 'ନୀଳାଚଳ ସାରସ୍ବତ ସଙ୍ଘ' ପୁରୀର ସେ ସମ୍ପାଦକ/ପରିଚାଳକ ଥିଲେ | ଠାକୁର ନିଗମାନନ୍ଦଙ୍କ ସ୍ବରଚିତ ବିଖ୍ଯାତ ଗ୍ରନ୍ଥ ବ୍ରହ୍ମଚର୍ୟ ସାଧନ, ଯୋଗୀଗୁରୁ , ତାନ୍ତ୍ରିକ ଗୁରୁ, ଜ୍ଞାନୀଗୁରୁ ଓ ପ୍ରେମିକଗୁରୁ ପ୍ରଭୁତି ପୁସ୍ତକାବଳୀ ବଙ୍ଗଳା ଭାଷାରୁ ଓଡିଆ ରେ ସେ ଅନୁବାଦ କରିଛନ୍ତି | [୨] ଏହା ବ୍ଯତିତ ନିଜ ଗ୍ରାମ ବୀରତୁଙ୍ଗର ଭଲ୍ଯୁଣ୍ଟର ଆସୋସିଏନ୍ ର ସେ ସଭାପତି ଥିଲେ | ତାଙ୍କର ପ୍ରଚେଷ୍ଟାରେ ବୀରତୁଙ୍ଗ ଗ୍ରାମରେ ସାରସ୍ବତ ବିଦ୍ଯାପୀଠ ସ୍ଥାପିତ ହୋଇପାରିଛି | [୩]
ବିଷୟସୂଚୀ |
ପରିବାର, ଶିକ୍ଷା [ସମ୍ପାଦନା]
ପିତା ଙ୍କ ନାମ ଗୁଣନିଧି ମହାନ୍ତି | ମାତା ସୁନ୍ଦରମଣି ଦେବୀ | ପିତା ଗୋପ ଥାନା ନାଗପୁର ନିକଟବର୍ତ୍ତୀ ମଦରଙ୍ଗ ଗ୍ରାମରେ ତହସିଲଦାର କାର୍ୟ କରୁଥିଲେ | ମାତା ନୀଳାଚଳ ସାରସ୍ବତ ମହିଳା ସଙ୍ଘ ର ସଭାନେତ୍ରି ଥିଲେ |୧୯୨୯ ସାଲ ରେ ଦୁର୍ଗାଚରଣ ପୁରୀ ଜିଲ୍ଲା ସ୍କୁଲ ର ୯ମ ଶ୍ରେଣୀର ଛାତ୍ର ଥିଲେ |
ଆଧ୍ଯାତ୍ମିକ ବିକାସ [ସମ୍ପାଦନା]
୧୯୨୯ ସାଲ ସେପ୍ଟମ୍ବର ମାସରେ ଠାକୁର ନିଗମାନନ୍ଦଙ୍କ ସହିତ ତାଙ୍କର ପ୍ରଥମ ଦର୍ଶନ ହୋଇଥିଲା | ୧୯୩୪ ମସିହା ଜୁନ୍ ୫ ତାରିଖ ଦିନ ନୀଳାଚଳ କୁଟୀରରେ ସେ ଠାକୁର ନିଗମାନନ୍ଦଙ୍କ ଠାରୁ ଦୀକ୍ଷା ଲାଭ କରିଥିଲେ | ସେହିଦିନ ଠାରୁ ସେ ଉତ୍କଳରେ ନିଗମାନନ୍ଦଙ୍କ ଭାବଧାର ପ୍ରଚାର କରି ନିଗମାନନ୍ଦଙ୍କ ଅନୁଷ୍ଠାନ ନୀଳାଚଳ ସାରସ୍ବତ ସଙ୍ଘର ସମ୍ପାଦକ ଓ ପରିଚାଳକ ରହି ଆସିଥିଲେ |
ପୁସ୍ତକ ରଚନା [ସମ୍ପାଦନା]
- ପ୍ରଣୀତ
ତାଙ୍କ ପ୍ରଣୀତ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ, ନୀଳାଚଳ ବାଣୀ, ସଂସାର ପଥେ(୪ ସ୍କନ୍ଦ -ଭାବନା, ସିଦ୍ଧି , ସାଧନା, ସଂଗ୍ରାମ), ନିଗମ ତତ୍ତ୍ବ, ନିଗମ ଉପଦେଶ, ଭକ୍ତସମ୍ମିଳନୀ ବହୁଗ୍ରନ୍ଥ ଉତ୍କଳରେ ନିଗମାନନ୍ଦଙ୍କ ଭାବଧାରା ସମ୍ବନ୍ଧରେ ସର୍ବସାଧାରଣଙ୍କୁ ଅବହିତ କରିପାରିଛି । ନିମ୍ନଲିଖିତ ତାଙ୍କ ରଚିତ ପୁସ୍ତକ ମହିଳା ଭକ୍ତମାନଙ୍କୁ ଆଦର୍ଶ ନାରୀ ଜୀବନଯାପନରେ ଅନୁପ୍ରାଣିତ କରିଅଛି :
- ସତିଚରିତ ମାଳା- ଆଦ ର୍ଶ ନାରୀ ଯୀବନ
- ସତିଚରିତ ମାଳା-ଆଦର୍ଶ ଗୃହିଣୀ
- ସତିଚରିତ ମାଳା-ଆଦର୍ଶ ନାରୀ ତତ୍ତ୍ବ
- ସତିଚରିତ ମାଳା-ଆଦର୍ଶ ଜନନୀ
- ଅନୁବାଦ
ଠାକୁର ନିଗମାନନ୍ଦଙ୍କ ସ୍ବଚରିତ ଯୋଗୀ ଗୁରୁ, ଜ୍ଞାନୀଗୁରୁ, ତାନ୍ତ୍ରିକ ଗୁରୁ ଓ ପ୍ରେମିକଗୁରୁ ଓ ବ୍ରହ୍ମଚର୍ୟ ସାଧନ ପୁସ୍ତକ ଗୁଡିକ, ସ୍ବାମୀ ପ୍ରେମାନନ୍ଦ ସରସ୍ବତୀଙ୍କ ପ୍ରଣୀତ ଶ୍ରୀ ଶ୍ରୀ ନିଗମାନନ୍ଦ କଥାମୃତ, ନାରାୟଣୀ ଦେବୀଙ୍କ ରଚିତ ଶ୍ରୀ ଶ୍ରୀ ନିଗମାନନ୍ଦ ଜୀବନ ପ୍ରସଙ୍ଗ ଓ ଶିଶିର କୁମାର ବସୁଙ୍କ ସମ୍ପାଦିତ ଶ୍ରୀ ଶ୍ରୀ ନିଗମାନନ୍ଦ କଥା ସଂଗ୍ରହ ପ୍ରଭୃତି ପୁସ୍ତକାବଳୀ ଓଡିଆ ଭାଷା ରେ ଅନୁବାଦ କରିଛନ୍ତି । [୪]
ଏହା ବ୍ଯତିତ ତ୍ରୈମାସିକ ପତ୍ରିକା ସଙ୍ଘ ସେବକ ର ନିଜେ ସମ୍ପାଦକ ରହି ଏହାର ୨୮ ସ୍କନ୍ଦ ପ୍ରଣୟନ କରିଛନ୍ତି । [୫]
ପୁରସ୍କାର ଓ ସମ୍ମାନ [ସମ୍ପାଦନା]
୧୯୫୬-୫୮ ରେ ତାଙ୍କ ଲିଖିତ ଭଗବାନ ଶଙ୍କରାଚାର୍ୟ ପୁସ୍ତକ ଓଡିଆ ସାହିତ୍ଯ ଏକାଡେମୀର ପ୍ରଥମ ପୁରସ୍କାର ପ୍ରାପ୍ତ ହୋଇଥିଲା ।[୬]
ମୁଖ୍ଯ ଅବଦାନ [ସମ୍ପାଦନା]
୧୯୬୪ ରେ ତାଙ୍କ ପ୍ରଚେଷ୍ଟାରେ ବୀରତୁଙ୍ଗ ଗ୍ରାମରେ ସତ୍ ଶିକ୍ଷା ର ବିସ୍ତାର ନିମନ୍ତେ ସାରସ୍ବତ ବିଦ୍ଯାପୀଠ ସ୍ଥାପିତ ହୋଇପାରିଛି । ସେ ଉକ୍ତଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ର ଆୟୋଜନା ଓ ପରିଚାଳନା, ନୀଳଚଳ କୁଟୀର ଓ ସ୍ମୃତିମନ୍ଦିରର ସୁରକ୍ଷା ଓ ଉକ୍ତଳରେ ଠାକୁର ନିଗମାନନ୍ଦଙ୍କ ଭାବଧାରା ପ୍ରଚାରରେ ମୁଖ୍ଯ ଭୂମିକା ଗ୍ରହଣ କରି ଆସିଛନ୍ତି । ତାଙ୍କରି ପ୍ରେରଣାରେ ଉକ୍ତଳରେ ବହୁ ଆସନ ମନ୍ଦିର ପ୍ରତିଷ୍ଠା ହୋଇପାରିଛି ।
ଆହୁରି ଦେଖନ୍ତୁ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ ଉତ୍କଳୀୟ ଭକ୍ତ- ନୀଳାଚଳ ବାଣୀ ପୃଷ୍ଠା: ୪୨୫ ନୂତନ ସଂସ୍କରଣ-ମାଘ ପୂର୍ଣ୍ଣିମା ୨୦୦୦ ଲେଖକ: ଦୁର୍ଗାଚରଣ ମହାନ୍ତି, ପ୍ରକାଶକ:ନୀଳାଚଳ ସାରସ୍ଵତ ସଙ୍ଘ, ପୁରୀ, ମୁଦ୍ରଣ: ଗୁରୁପ୍ରସନ୍ନ ପ୍ରେସ୍
- ↑ ଉତ୍କଳୀୟ ଭକ୍ତ- ନୀଳାଚଳ ବାଣୀ ପୃଷ୍ଠା: ୪୨୬ ନୂତନ ସଂସ୍କରଣ-ମାଘ ପୂର୍ଣ୍ଣିମା ୨୦୦୦ ଲେଖକ: ଦୁର୍ଗାଚରଣ ମହାନ୍ତି, ପ୍ରକାଶକ:ନୀଳାଚଳ ସାରସ୍ଵତ ସଙ୍ଘ, ପୁରୀ, ମୁଦ୍ରଣ: ଗୁରୁପ୍ରସନ୍ନ ପ୍ରେସ୍
- ↑ ଓଡିଶା ସାହିତ୍ଯ ଏକାଡେମୀ ପୁରସ୍କାର ଦୁର୍ଗାଚରଣ ମହାନ୍ତି ଙ୍କ ଲେଖନୀ ପୁସ୍ତକ:ଭଗବାନ ଶଙ୍କରାଚାର୍ୟ୧୯୫୭-୫୮, କ୍ରମାଙ୍କ-୧୨
- ↑ ଉତ୍କଳୀୟ ଭକ୍ତ- ନୀଳାଚଳ ବାଣୀ ପୃଷ୍ଠା: ୪୨୬ ନୂତନ ସଂସ୍କରଣ-ମାଘ ପୂର୍ଣ୍ଣିମା ୨୦୦୦ ଲେଖକ: ଦୁର୍ଗାଚରଣ ମହାନ୍ତି, ପ୍ରକାଶକ:ନୀଳାଚଳ ସାରସ୍ଵତ ସଙ୍ଘ, ପୁରୀ, ମୁଦ୍ରଣ: ଗୁରୁପ୍ରସନ୍ନ ପ୍ରେସ୍
- ↑ ଦୁର୍ଗାଚରଣ ମହାନ୍ତି ଙ୍କ ଦ୍ବାରା ଲିଖିତ, ସଙ୍ଘ ସେବକ (୨୮ ସ୍କନ୍ଦ). ପ୍ରକାଶକ: ନୀଳାଚଳ ସାରାସ୍ବତ ସଙ୍ଘ, ପୁରୀ (ସତ୍ଯବାଦୀ ପ୍ରେସ୍ କଟକ) ୧୯୫୬
- ↑ ଓଡିଶା ସାହିତ୍ଯ ଏକାଡେମୀ ପୁରସ୍କାର ଦୁର୍ଗାଚରଣ ମହାନ୍ତି ଙ୍କ ଲେଖନୀ ପୁସ୍ତକ:ଭଗବାନ ଶଙ୍କରାଚାର୍ୟ୧୯୫୬-୫୮, କ୍ରମାଙ୍କ-୧୨
ବାହାର ଆଧାର [ସମ୍ପାଦନା]
- ଦୁର୍ଗାଚରଣ ମହାନ୍ତି ସଂକ୍ଷିପ୍ତ ଜୀବନୀ
- ଓଡିଆ ସାହିତ୍ଯ ଏକାଡେମୀର ପୁରସ୍କାରପ୍ରାପ୍ତ ବିଜେତା ଗଣ
| ଉଇକିପିଡ଼ିଆ କମନସରେ: ଦୁର୍ଗାଚରଣ ମହାନ୍ତି ଉପରେ ମାଧ୍ୟମ ରହିଅଛି |
|
||||||||||||||||||||||||||||||||||||||||||||||||