Jump to content

ଦିଲ୍ଲୀଶ୍ୱର ମହାରଣା

ଉଇକିପିଡ଼ିଆ‌ରୁ
(Dilliswar Maharanaରୁ ଲେଉଟି ଆସିଛି)
ଦିଲ୍ଲୀଶ୍ୱର ମହାରଣା
ଜନ୍ମ ଓ ଜନ୍ମସ୍ଥାନ (1947-11-05) ୫ ନଭେମ୍ବର ୧୯୪୭ (ବୟସ ୭୮)
ଗୋଡ଼ିଡିହ, ଢେଙ୍କାନାଳ, ଓଡ଼ିଶା
ବୃତ୍ତି
  • ଲେଖକ
  • ନାଟ୍ୟକାର
  • କବି
  • ନାଟ୍ୟ ନିର୍ଦ୍ଦେଶକ
  • ଅଭିନେତା
  • ଚିତ୍ରକର
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିବାର୍ତ୍ତା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୨୦୦୪

ଦିଲ୍ଲୀଶ୍ୱର ମହାରଣା (ଜନ୍ମ: ୫ ନଭେମ୍ବର ୧୯୪୭) ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଯିଏକି ୨୦୦୨ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[] ଓ ୨୦୦୪ ମସିହାରେ ତାଙ୍କ ରଚିତ ପୁସ୍ତକ ବାର୍ତ୍ତା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ଜୀବନୀ

[ସମ୍ପାଦନା]

୧୯୪୭ ମସିହାର ନଭେମ୍ବର ୫ ତାରିଖରେ ସେ ଢେଙ୍କାନାଳ ଜିଲ୍ଲାର ଗୋଡ଼ିଡିହ ଗ୍ରାମରେ ଟଙ୍କଧର ମହାରଣା ଓ ଇନ୍ଦୁମତୀ ମହାରଣାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ।[] ସେ ଢେଙ୍କାନାଳଠାରେ କଳାପରିଷଦ ନାମରେ ଏକ ନାଟ୍ୟାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି ।[]

୧୯୬୪ ମସିହାରେ ସେ ନାଟ୍ୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ଓ ପରେ କବିତା ଲେଖିବା ଏବଂ ତା' ପରେ ନାଟକରେ ଅଭିନୟ, ନାଟ୍ୟ ନିର୍ଦ୍ଦେଶନା ଓ ନାଟକ ରଚନା ଆରମ୍ଭ କରିଥିଲେ ।[]

ରଚନାବଳୀ

[ସମ୍ପାଦନା]
ବର୍ଷବହିର ନାମପ୍ରକାରପ୍ରକାଶକ
୧୯୯୪ଉତ୍ତର ପୁରୁଷନାଟକଓଡ଼ିଶା ବୁକ୍ ଷ୍ଟୋର୍
୨୦୦୨ବାର୍ତ୍ତା[][]ନାଟକ
୨୦୦୨ଭୋଳାନାଥ ଦାସ ହାଜର ହେନାଟକ
୨୦୦୩କିଛି ହସଖୁସର ନାଟକନାଟକ
୨୦୦୩ତ୍ରିଧାରାନାଟକ
୨୦୦୬ରାଜାଘର ଖେଳନାଟକ
୨୦୦୭ସିଦ୍ଧାନ୍ତନାଟକ
୨୦୦୮ସେଦିନ ଆସୁଛିନାଟକଶୈଳବାଳା ମହାରଣା
୨୦୧୨ହସଗୋଲାନାଟକ
୨୦୧୩ବାଉଁଶ ଠେଙ୍ଗାରେ ସ୍ୱାଧୀନତାନାଟକଶୈଳବାଳା ମହାରଣା
୨୦୧୪ଶେଷ ଠିକଣାନାଟକ
୨୦୧୬ଅସ୍ଥିନାଟକନିଜେ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. 1 2 3 ଦିଲ୍ଲୀଶ୍ୱର ମହାରଣା (2016). ଅସ୍ଥି (in Oriya).{{cite book}}: CS1 maint: unrecognized language (link)
  2. 1 2 "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 April 2017. Retrieved 13 April 2024.
  3. "କପିଳାସ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା:ପଥଭ୍ରଷ୍ଟ ପୁତ୍ରଙ୍କୁ ଶିକ୍ଷା ଦେବାକୁ 'ପୁତ୍ରପୂଜା'". ଧରିତ୍ରୀ (ପୋର୍ଟାଲ୍) (in ଆମେରିକୀୟ ଇଂରାଜୀ). 2019-12-28. Retrieved 2024-04-14.
  4. ଦିଲ୍ଲୀଶ୍ୱର ମହାରଣା (2008). ସେଦିନ ଆସୁଛି (in Oriya).{{cite book}}: CS1 maint: unrecognized language (link)
  5. "ODISHA REFERENCE ANNUAL - 2011" (PDF). ODISHA REFERENCE: 95. Retrieved 10 April 2024.[permanent dead link]
  6. "ODISHA REFERENCE ANNUAL - 2005" (PDF). ODISHA REFERENCE: 631. Archived from the original (PDF) on 17 April 2024. Retrieved 10 April 2024.