Jump to content

ଦିଲ୍ଲୀଶ୍ୱର ମହାରଣା

ଉଇକିପିଡ଼ିଆ‌ରୁ
ଦିଲ୍ଲୀଶ୍ୱର ମହାରଣା
ଜନ୍ମ ଓ ଜନ୍ମସ୍ଥାନ (1947-11-05) ୫ ନଭେମ୍ବର ୧୯୪୭ (ବୟସ ୭୭)
ଗୋଡ଼ିଡିହ, ଢେଙ୍କାନାଳ, ଓଡ଼ିଶା
ବୃତ୍ତି
  • ଲେଖକ
  • ନାଟ୍ୟକାର
  • କବି
  • ନାଟ୍ୟ ନିର୍ଦ୍ଦେଶକ
  • ଅଭିନେତା
  • ଚିତ୍ରକର
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିବାର୍ତ୍ତା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୨୦୦୪

ଦିଲ୍ଲୀଶ୍ୱର ମହାରଣା (ଜନ୍ମ: ୫ ନଭେମ୍ବର ୧୯୪୭) ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଯିଏକି ୨୦୦୨ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[] ଓ ୨୦୦୪ ମସିହାରେ ତାଙ୍କ ରଚିତ ପୁସ୍ତକ ବାର୍ତ୍ତା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ଜୀବନୀ

[ସମ୍ପାଦନା]

୧୯୪୭ ମସିହାର ନଭେମ୍ବର ୫ ତାରିଖରେ ସେ ଢେଙ୍କାନାଳ ଜିଲ୍ଲାର ଗୋଡ଼ିଡିହ ଗ୍ରାମରେ ଟଙ୍କଧର ମହାରଣା ଓ ଇନ୍ଦୁମତୀ ମହାରଣାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ।[] ସେ ଢେଙ୍କାନାଳଠାରେ କଳାପରିଷଦ ନାମରେ ଏକ ନାଟ୍ୟାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି ।[]

୧୯୬୪ ମସିହାରେ ସେ ନାଟ୍ୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ଓ ପରେ କବିତା ଲେଖିବା ଏବଂ ତା' ପରେ ନାଟକରେ ଅଭିନୟ, ନାଟ୍ୟ ନିର୍ଦ୍ଦେଶନା ଓ ନାଟକ ରଚନା ଆରମ୍ଭ କରିଥିଲେ ।[]

ରଚନାବଳୀ

[ସମ୍ପାଦନା]
ବର୍ଷ ବହିର ନାମ ପ୍ରକାର ପ୍ରକାଶକ
୧୯୯୪ ଉତ୍ତର ପୁରୁଷ ନାଟକ ଓଡ଼ିଶା ବୁକ୍ ଷ୍ଟୋର୍
୨୦୦୨ ବାର୍ତ୍ତା[][] ନାଟକ
୨୦୦୨ ଭୋଳାନାଥ ଦାସ ହାଜର ହେ ନାଟକ
୨୦୦୩ କିଛି ହସଖୁସର ନାଟକ ନାଟକ
୨୦୦୩ ତ୍ରିଧାରା ନାଟକ
୨୦୦୬ ରାଜାଘର ଖେଳ ନାଟକ
୨୦୦୭ ସିଦ୍ଧାନ୍ତ ନାଟକ
୨୦୦୮ ସେଦିନ ଆସୁଛି ନାଟକ ଶୈଳବାଳା ମହାରଣା
୨୦୧୨ ହସଗୋଲା ନାଟକ
୨୦୧୩ ବାଉଁଶ ଠେଙ୍ଗାରେ ସ୍ୱାଧୀନତା ନାଟକ ଶୈଳବାଳା ମହାରଣା
୨୦୧୪ ଶେଷ ଠିକଣା ନାଟକ
୨୦୧୬ ଅସ୍ଥି ନାଟକ ନିଜେ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ ୧.୨ ଦିଲ୍ଲୀଶ୍ୱର ମହାରଣା (2016). ଅସ୍ଥି (in Oriya).{{cite book}}: CS1 maint: unrecognized language (link)
  2. ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 April 2017. Retrieved 13 April 2024.
  3. "କପିଳାସ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା:ପଥଭ୍ରଷ୍ଟ ପୁତ୍ରଙ୍କୁ ଶିକ୍ଷା ଦେବାକୁ 'ପୁତ୍ରପୂଜା'". ଧରିତ୍ରୀ (ପୋର୍ଟାଲ୍) (in ଆମେରିକୀୟ ଇଂରାଜୀ). 2019-12-28. Retrieved 2024-04-14.
  4. ଦିଲ୍ଲୀଶ୍ୱର ମହାରଣା (2008). ସେଦିନ ଆସୁଛି (in Oriya).{{cite book}}: CS1 maint: unrecognized language (link)
  5. "ODISHA REFERENCE ANNUAL - 2011" (PDF). ODISHA REFERENCE: 95. Retrieved 10 April 2024.
  6. "ODISHA REFERENCE ANNUAL - 2005" (PDF). ODISHA REFERENCE: 631. Retrieved 10 April 2024.