ବେଙ୍ଗ

ଉଇକିପିଡ଼ିଆ‌ରୁ
ଭିନ୍ନ ଭିନ୍ନ ପ୍ରକାରର ବେଙ୍ଗ

ବେଙ୍ଗ ଏକ ଉଭୟଚର ପ୍ରାଣୀ ଅଟେ ଯିଏ ଜଳ ଓ ସ୍ଥଳ ଉଭୟ ସ୍ଥାନରେ ରହିପାରେ । ଏହା ଏକ ଶୀତରକ୍ତୀ ପ୍ରାଣୀ ଅଟେ ଅର୍ଥାତ ଏହାର ଶରୀରର ତାପମାନ ବାତାବରଣ ତାପମାନ ଅନୁଶାରେ ଛାଲିଥାଏ । ଶିତକାଳରେ ଥଣ୍ଡାରୁ ବଞ୍ଚିବା ପାଇଁ ବର୍ଷାପାଣିରେ ଜମିରହିଥିବା କାଦୁଅ ଆଦି ସ୍ଥାନରେ ଦୁଇ ଫୁଟ ଭିତର ପର୍ଯ୍ୟନ୍ତ ଖୋଳି ସେଠାରେ ବାସ କରିଥାଏ, ଏହା ସହିତ କିଛି ଖାଦ୍ୟ ମଧ୍ୟ ଖାଇ ନଥାଏ । ଏହି ପକ୍ରୀୟାକୁ ଶୀତନିଦ୍ରା କିମ୍ବା "ଶୀତସୁଷୁପ୍ତାବସ୍ଥା" କୁହାଯାଏ । ଏହିପ୍ରକାର କ୍ରୀୟା ଗରମ ଦିନେ ମଧ୍ୟ ହୋଇଥାଏ । ଗ୍ରୀଷ୍ମକାଳରେ ଏହି ପକ୍ରୀୟାକୁ ଗ୍ରୀଷ୍ମୀୟ ଅବସ୍ଥା କିମ୍ବା "ଗ୍ରୀଷ୍ମସୁଷୁପ୍ତାବସ୍ଥା" କୁହାଯାଏ ।

ବେଙ୍ଗର ଚାରୋଟି ଗୋଡ ରହିଥାଏ । ପଛ ଦୁଇ ଗୋଡ ଆଗ ଦୁଇ ଗୋଡଠାରୁ ବଡ଼ ହୋଇଥାଏ, ସେଥିପାଇଁ ସେ ଅଧିକ ଲମ୍ବା ପର୍ଯ୍ୟନ୍ତ ଡେଇଁପାରେ । ଆଗ ଦୁଇ ପାଦରେ ଚାରି-ଚାରି ଆଙ୍ଗୁଠି ଓ ପଛ ପାଦରେ ପାଞ୍ଚ-ପାଞ୍ଚ ଆଙ୍ଗୁଠି ରହିଥାଏ, ଯାହା ତାକୁ ପହଁରିବାରେ ସାହାଯ୍ୟ କରିଥାଏ । ବେଙ୍ଗର ଆକାର ସାଧାରଣତଃ ୯.୮ ମିଲିମିଟର (୦.୪ ଇଞ୍ଚ)ରୁ ୩୦ ସେଣ୍ଟିମିଟର (୧୨ ଇଞ୍ଚ) ପର୍ଯ୍ୟନ୍ତ ହୋଇଥାଏ । ଅଣ୍ଡିରା ବେଙ୍ଗ ମାଇ ବେଙ୍ଗଠାରୁ ଆକାରରେ ଛୋଟ ହୋଇଥାଏ । ବେଙ୍ଗର ତ୍ୱଚାରେ ନିସୃତ ବିଷ ରହିଥାଏ, ପରନ୍ତୁ ସେମାନେ ଶିକାରୀ ସ୍ତନ୍ୟପାୟୀ, ପକ୍ଷୀ ତଥା ସାପମାନଙ୍କଠାରୁ ଏମାନଙ୍କ ସୁରକ୍ଷା କରି ପାରନ୍ତି ନାହିଁ ।

ଏକ ପ୍ରାପ୍ତ ବାୟସ୍କ ବେଙ୍ଗର ଶରୀରରେ ଏକ କଠୋର ଶରୀର, ବାହାରି ପଡିଥିବା ଆଖି, ଅଗ୍ରବର୍ତ୍ତୀ-ଲାଗିଥିବା ଜିଭ ଆଖି, ତଳ ଆଡକୁ ଓହଳି ଥିବା ଅଙ୍ଗ ଏବଂ ବିନା ଲାଞ୍ଜ ଯୁକ୍ତ ଶରୀର ରହିଥାଏ (ଲାଞ୍ଜ ଯୁକ୍ତ ବେଙ୍ଗକୁ ଛାଡି) । ବେଙ୍ଗ ମଧ୍ୟରେ ଗ୍ରନ୍ଥିର ଚମଡା ରହିଥାଏ, ଯାହା ଅରୁଚୀକରଠାରୁ ଆରମ୍ଭ ହୋଇ ବିଷାକ୍ତ ହୋଇଥାଏ । ବୟସ୍କ ବେଙ୍ଗ ସତେଜ ପାଣିରେ ଏବଂ ଶୁଖିଲା ସ୍ଥଳରେ ରହିଥାଏ; କିଛି ପ୍ରଜାତିମାନଙ୍କୁ ଭୂମୀଗତ କିମ୍ବା ଗଛରେ ରହିବା ପାଇଁ ଅନୁକୂଳିତ କରାଯାଏ । ବେଙ୍ଗକୁ ମନୁଷ୍ୟଦ୍ୱାରା ଭୋଜନ ରୂପେ ମହତ୍ତ୍ୱ ଦିଆଯାଏ ଏବଂ ସାହିତ୍ୟ, ପ୍ରତୀକବାଦ ଓ ଧର୍ମରେ ବହୁ ସାଂସ୍କୃତିକ ଭୂମିକା ରହିଥାଏ ।

ଶରୀର ଓ ଆକୃତି ବିଜ୍ଞାନ[ସମ୍ପାଦନା]

ବେଙ୍ଗର କୌଣସି ଲାଞ୍ଜ ନଥାଏ, ଲାର୍ବାକୁ ଛାଡି ଏବଂ ଅଧିକାଂଶ ବେଙ୍ଗଙ୍କର ଲମ୍ବା ଗୋଡ଼ ଥାଏ, ଲମ୍ବା ତୀକ୍ଷଣ ହାଡ଼ ସହିତ, ଜାଲି, ପଞ୍ଝା, ବଡ଼ ଆଖି ଏବଂ ଚିକ୍କଣ ତ୍ୱଚା ରହିଛି । ସେମାନଙ୍କ ପାଖେ ଛୋଟ ଛୋଟ ମେରୁହାଡ଼ ରହିଛି ଯେଉଁଥିରେ 10ରୁ ଅଧିକ ମୁକ୍ତ ମେରୁହାଡ଼ ଓ ଟେଲବୋନ ରହିନାହିଁ ।[୧] ଅନ୍ୟ ଉଭୟଚର ମାନଙ୍କ ପରି, ଅମ୍ଳଜାନ ନିଜର ଅତ୍ୟଧିକ ପାରଗମ୍ୟ ତ୍ୱଚାରୁ ଅତିକ୍ରମ କରିପାରେ । ଏହି ଆକସ୍ମିକ ବିଶେଷତା ସେମାନଙ୍କୁ ନିଜ ତ୍ୱଚା ମାଧ୍ୟମରେ ପବନ ପର୍ଯ୍ୟନ୍ତ ପହଞ୍ଚି ବିନା ସ୍ଥାନରେ ତିଆରି ହୋଇ ରହିବାର ଅନୁମତି ପ୍ରଦାନ କରିଥାଏ ।[୨] ତ୍ୱଚା ପାଇଁ ଶ୍ୱାସ-ପ୍ରଶ୍ୱାସ ଅଙ୍ଗ ରୂପେ ସେବା କରିବା ପାଇଁ ଏହିକୁ ନରମ ରହିବାକୁ ପଡିବ । ଏହା ବେଙ୍ଗକୁ ବିଭିନ୍ନ ପଦାର୍ଥ ପ୍ରତି ସମ୍ବେଦନ ଶୀଳ ବନେଇଥାଏ ଯାହାକୁ ସେ ପର୍ଯ୍ୟବରଣରେ ସାମ୍ନା କରିପାରେ , ଯେଉଁଥିରୁ କିଛି ବିଷାକ୍ତ ହୋଇପାରେ ଏବଂ ପାଣିରେ ବିଘଟିତ ହୋଇ ପାରନ୍ତି ।[୩][୪][୫][୬]

ଇତିହାସ[ସମ୍ପାଦନା]

Life cycle of the green frog
(Rana clamitans).

ଅନ୍ୟ ଉଭୟଚର ପ୍ରାଣୀ ମାନଙ୍କ ପରି, ଏକ ବେଙ୍ଗର ଜୀବନ ଚକ୍ର ସାଧାରଣତଃ ଏକ ଅଣ୍ଡା ସହିତ ପାଣିରେ ଆରମ୍ଭ ହୋଇଥାଏ ଯାହା ତରଳ ପଦାର୍ଥ ମାନ ସହିତ ଏକ ଡିମ୍ବକରେ ହୋଇଥାଏ, ଯାହାକୁ ସାଧାରଣତଃ ରେଡ଼ପୋଲ ବୋଲି କୁହାଯାଏ । ଆଗତ ବୃଦ୍ଧି ପରେ ଯାହାଦ୍ୱାରା ଏହାର ଅଙ୍ଗ ଓ ଫୁସଫୁସରେ ବିକଶିତ ହୋଇଥାଏ । ପରେ ଏହା ଏକ ଲଘୁ, ବାୟୁ-ଶ୍ୱାସ ବେଙ୍ଗ ରୂପେ ପାଣି ଛାଡିବାରେ ସକ୍ଷମ ଅଟେ ।

ଦୁଇ ମୁଖ୍ୟପ୍ରକାରର ପ୍ରଜନନ ବେଙ୍ଗ, ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଜନନ ଓ ବିସ୍ଫୋଟକ ପ୍ରଜନନରେ ହୋଇଥାଏ । ପୂର୍ବେ ଅଧିକାଂଶ ପ୍ରଜାତୀ ମାନଙ୍କଦ୍ୱାରା ନିଜର କରାଯାଇଥିଲା, ବୟସ୍କ ବେଙ୍ଗ ବର୍ଷର କିଛି ସମୟରେ ଏକ ପୋଖରୀ କିମ୍ବା ଝରଣାରେ ପ୍ରଜନନ ପାଇଁ ଏକାଠି ହୁଅନ୍ତି । ବିସ୍ଫୋଟକ ପ୍ରଜନନ ରେ, ପରିପକ୍ୱ ବୟସ୍କ ବେଙ୍ଗ ଏକ ନିଶ୍ଚିତ କ୍ଷେତ୍ରରେ ହେଉଥିବା ବର୍ଷା ହେଉଥିବା କିଛି ସ୍ଥାନରେ ପ୍ରଜନନ ପ୍ରକ୍ରିୟା ପାଇଁ ପହଞ୍ଚିଥାନ୍ତି । ଏହି ବେଙ୍ଗ ମାନଙ୍କ ମଧ୍ୟରେ ସମ୍ଭୋଗ ଯଥାଶୀଘ୍ର ହୋଇଥାଏ ଏବଂ ଏମାନଙ୍କ ବୃଦ୍ଧିର ଗତି ଅତ୍ୟନ୍ତ ଶୀଘ୍ର ହୋଇଥାଏ ।[୭]

ଆଧାର[ସମ୍ପାଦନା]

  1. Flam, F. (1995). "Finding earliest true frog will help paleontologists understand how frog evolved its jumping ability". Knight Ridder/Tribune News Service via HighBeam Research. Archived from the original on 2013-05-13. Retrieved 2012-06-10.
  2. Burton, Maurice (1972). The Observer's Book of British Wild Animals. Frederick Warne & Co. pp. 204–209. ISBN 978-0-7232-1503-5.
  3. Relyea, R. A. (2004). "The impact of insecticides and herbicides on the biodiversity and productivity of aquatic communities". Ecological Applications. 15 (2): 618–627. doi:10.1890/03-5342.
  4. Relyea, R.A. (2005). "The lethal impact of Roundup on aquatic and terrestrial amphibians". Ecological Applications. 15 (4): 1118–1124. doi:10.1890/04-1291.
  5. Hayes, T. B.; Collins, A.; Lee, M.; Mendoza, M.; Noriega, N.; Stuart, A. A.; Vonk, A. (2002). "Hermaphroditic, demasculinized frogs after exposure to the herbicide atrazine at low ecologically relevant doses". Proceedings of the National Academy of Sciences of the United States of America. 99 (8): 5476–5480. Bibcode:2002PNAS...99.5476H. doi:10.1073/pnas.082121499. PMC 122794. PMID 11960004.
  6. Johnson, P. T. J.; Chase, J. M.; Dosch, K. L.; Hartson, R. B.; Gross, J. A.; Larson, D. J.; Sutherland, D. R.; Carpenter, S. R. (2007). "Aquatic eutrophication promotes pathogenic infection in amphibians". Proceedings of the National Academy of Sciences of the United States of America. 104 (40): 15781–15786. Bibcode:2007PNAS..10415781J. doi:10.1073/pnas.0707763104. PMC 2000446. PMID 17893332.
  7. Stebbins, Robert C.; Cohen, Nathan W. (1995). A Natural History of Amphibians. Princeton University Press. pp. 154–162. ISBN 978-0-691-03281-8.