ପାରା
କପୋତ | |
---|---|
ତାର ଉପରେ ବସିଥିବା ମୁକ୍ତ ପାରାଟିଏ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
ବିଭାଗ: | କଲୁମ୍ବିମୋର୍ଫେ |
ଗଣ: | କଲୁମ୍ବିଫୋର୍ମ୍ସ ଲାଥାମ, ୧୭୯୦ |
କୁଳ: | କୋଲୁମ୍ବିଡେ ଲିଚ, ୧୮୨୦ |
ଉପକୁଳ | |
କଲୁମ୍ବିଡେ କୁଳର ଭୌଗଳିକ ବିସ୍ତାର |
ଏହା ଏକ କପୋତ ଶ୍ରେଣୀୟ ପକ୍ଷୀ । ଅପାଳିତ ଅବସ୍ଥାରେ ଏମାନେ ଘରର ଚାଳରେ ଦେଉଳର ଖୋଲରେ ଓ ପର୍ବତ ଖୋଲରେ ରହନ୍ତି । ଗୃହପାଳିତ ପାରାମାନେ ଧଳା, କଳା, ନାଲି ଆଦି ନାନା ରଙ୍ଗର ହୁଅନ୍ତି ଏମାନଙ୍କର ଶଦ୍ଦକୁ ଘୁମୁରିବା କହନ୍ତି ଏମାନଙ୍କର ଧ୍ୱନି 'ଚକ୍ ବକୂମ୍ କୀମ୍' । ଏମାନେ ଘମୁରିଲା ବେଳେ ବେକ ଫୁଲାନ୍ତି । ଏମାନେ ବହୁ ଉଚ୍ଚରେ ଉଡ଼ି ପାରନ୍ତି ଓ ଉଡ଼ିବା ସମୟରେ ଲୋଟଣି ପାରାମାନେ ବନ୍ଧ ଭାଙ୍ଗନ୍ତି । ଇଉରୋପ ଆଦି ଦେଶରେ ଏମାନଙ୍କ ଗୋଡ଼ରେ ଚିଠି ବାନ୍ଧି ଦେଇ ଉଡ଼ାଇ ଦେଲେ ଏମାନେ ଦୂର ଦେଶରେ ଅଭିପ୍ରେତ ସ୍ଥାନରେ ଯାଇ ପହଞ୍ଚିବାଦ୍ୱାରା ଦୂରବାସୀମାନେ ସମ୍ବାଦ ପାଆନ୍ତି । ପାରାମାନଙ୍କ ଉଡ଼ିବା ଦେଖିବା ପାଇଁ ଲୋକେ ସଉକିରେ ପାରା ପାଳନ୍ତି ଏମାନଙ୍କର ଦୃଷ୍ଟିଶକ୍ତି ଅତି ପ୍ରଖର ଏମାନେ ଉପରକୁ ୧/୨: ମାଇଲ ଉଚ୍ଚକୁ ଉଠି ମେଘରେ ଅଦୃଶ୍ୟ ହୋଇ ଯାଆନ୍ତି ଭୂଇଁରେ ସୋରିଷ ବୁଣି ଦେଲେ ଏମାନେ ବହୁ ଉଚ୍ଚରୁ ତାହା ଦେଖି ଖୁଣ୍ଟି ପାରନ୍ତି ।
ପ୍ରକାର
[ସମ୍ପାଦନା]- ଦେଉଳିଆ ପାରା
- ଲୋଟଣୀ ପାରା
- ପରପାଓଁ ପାରା
- ରେସୀ ପାରା
- ସୀରାଜୁ ପାରା
- ଲଙ୍କା ପାରା
- ପାର୍ବତୀଆ ପାରା ଇତ୍ୟାଦି ।
ଓଡ଼ିଶା ପୋଲିସ ପାରା ଡାକ
[ସମ୍ପାଦନା]ପାରାମାନେ ପୂର୍ବ କାଳରେ ଡାକ ନେବାକୁ ବ୍ୟବହାର ହେଉଥିଲେ ଯାହାର ସବୁଠାରୁ ପୁରୁଣା ଇତିହାସ ହେଉଛି ଖ୍ରୀଷ୍ଟପୂର୍ବ ୨୯୦୦ରେ ମିଶରୀୟ ଲୋକଂକଦ୍ୱାରା ପାରା ଡାକ ବ୍ୟବହାର । ଆଧୁନିକ ବିଶ୍ୱରେ ଓଡ଼ିଶା ପୋଲିସ ହେଉଛଂତି ଏକମାତ୍ର ସଂସ୍ଥା[୨] ଯେକି ବର୍ତ୍ତମାନ (୨୦୧୮) ପର୍ଯ୍ୟନ୍ତ ଏକ ପାର ଡାକ ସେବା ବ୍ୟବସ୍ଥା ରଖିଛଂତି [୩]।
ଆଧାର
[ସମ୍ପାଦନା]- ↑ Farner, Donald (2012-12-02). Avian Biology (in ଇଂରାଜୀ). Elsevier. ISBN 978-0-323-15799-5.
- ↑ ବାରିକ, ସତ୍ୟ ସୁଂଦର (5 May 2018). "Delivered by pigeon post in Cuttack". ଦି ହିନ୍ଦୁ. Retrieved 19 May 2018.
- ↑ ପାଳ, ସଂଚାରି. "Odisha has a Police Pigeon Service, the Only One of Its Kind In the World!". ଦି ବେଟର ଇଣ୍ଡିଆ. Vikara Media Pvt Ltd. Retrieved 19 May 2018.