ପ୍ରଜାପତି

ଉଇକିପିଡ଼ିଆ‌ରୁ
Mating pair of spotted fritillaries on greater pignut

ପ୍ରଜାପତି କୀଟ-ପତଙ୍ଗ ବର୍ଗର ସାମାନ୍ୟ ଋପଦ୍ୱାରା ସମସ୍ତ ସ୍ଥାନରେ ମିଳୁଥିବା ପ୍ରାଣୀ ଅଟେ । ଏହା ପତଙ୍ଗ ବହୁତ ସୁନ୍ଦର ତଥା ଆକର୍ଷଣୀୟ ହୋଇଥାଏ ।[୧]

ଗଠନ ଓ ସରଞ୍ଚନା[ସମ୍ପାଦନା]

ଦିନ ସମୟରେ ଯେତେବେଳେ ପ୍ରଜାପତି ଗୋଟେ ଫୁଲରୁ ଅନ୍ୟ ଫୁଲ ପାଖକୁ ଉଡ଼ିଥାଏ ଏବଂ ମଧୁପାନ କରିଥାଏ ସେତେବେଳେ ତାହାର ରଙ୍ଗ-ବେରଙ୍ଗ ପଙ୍ଖ ବାହାରକୁ ଦେଖାଯାଇଥାଏ । ପ୍ରଜାପତି ଶରୀରରେ ମୁଖ୍ୟ ଭାଗ ତିନୋଟି ରହିଛି ଯଥା: ମୁଣ୍ଡ, ବକ୍ଷ ତଥା ପେଟ । ତାହାର ଦୁଇ ଯୋଡ଼ି ପଙ୍ଖ ତଥା ତିନି ଯୋଡ଼ି ସନ୍ଧିଯୁକ୍ତ ଗୋଡ଼ ରହିଥାଏ ; ଅତଃ ତାହା ଏକ କୀଟ ଅଟେ । ପ୍ରଜାପତିର ମୁଣ୍ଡରେ ଏକ ଯୋଡ଼ି ସଂଯୁକ୍ତ ଆଖି ରହିଛି ତଥା ମୁହଁରେ ଘଣ୍ଟାର ସ୍ପ୍ରିଙ୍ଗ ପରି ପ୍ରୋବୋସିସ ନାମକ ଗହ୍ୱର ଯୁକ୍ତ ଲମ୍ବା ସୁଗନ୍ଧିତ ଜିଭ ରହିଥାଏ ଯାହାଦ୍ୱାରା ସେ ଫୁଲର ରସ ଶୋଷିଥାଏ । ସେ ଆଣ୍ଟିନା ସାହାଯ୍ୟରେ ଯେ କୌଣସି ବସ୍ତୁ ଏବଂ ତାହାର ଗନ୍ଧକୁ ସହଜରେ ଜାଣି ପାରିଥାଏ ।

ପ୍ରଜାପତି ଏକଲିଙ୍ଗୀ ପ୍ରାଣୀ ଅଟେ ଅର୍ଥାତ ଅଣ୍ଡିରା ଓ ମାଇ ଅଲଗା-ଅଲଗା ହୋଇଥାନ୍ତି । ମାଇ ପ୍ରଜାପତି ନିଜର ଅଣ୍ଡାକୁ ପତ୍ରର ତଳ ପୃଷ୍ଠରେ ଦେଇଥାଏ । ଅଣ୍ଡାରୁ କିଛିଦିନ ପରେ ଏକ ଛୋଟ କୀଟ ବାହାରିଥାଏ ଯାହାକୁ କୈଟରପିଲର ଲାର୍ବା କୁହାଯାଏ । ସେ ସାଧାରଣତଃ ଗଛର ପତ୍ରକୁ ଖାଇ ବଡ଼ ହୋଇଥାଏ ଏବଂ ତାହାର ଚାରିପଟେ କଠୋର ଖୋଳ ତିଆରି ହୋଇଥାଏ ; ତାହାକୁ ପ୍ୟୁପା କୁହାଯାଏ । କିଛି ସମୟ ପରେ ପ୍ୟୁପାକୁ ଭାଙ୍ଗି ସେଥିରୁ ଏକ ସୁନ୍ଦର ଛୋଟ ପ୍ରଜାପତି ବହାରିଥାଏ ।[୨] ପ୍ରଜାପତିର ମସ୍ତିଷ୍କ ବହୁତ ତୀବ୍ର ହୋଇଥାଏ । ଦେଖିବା, ଶୁଙ୍ଘିବା, ସ୍ୱାଦ ଚାଖିବା ଓ ଉଡିବା ବ୍ୟତୀତ ସ୍ଥାନକୁ ଚିହ୍ନିବା ପାଇଁ ତାହା ମଧ୍ୟରେ ଅଦ୍ଭୁତ କ୍ଷମତା ରହିଥାଏ । ବୟସ୍କ ହେବା ପରେ ସାଧାରଣତଃ ସେ ପତ୍ର କିମ୍ବା ଗଛର ଶରୀରରେ ପୁନଶ୍ଚ ଫେରିଥାଏ , ଯେଉଁଠାରେ ସେ ନିଜର ପ୍ରାରମ୍ଭ-ଶେଷ ସମୟ ବିତେଇ ଥାଏ ।

ପ୍ରଜାପତିର ଜୀବନ କାଳ ବହୁତ ଛୋଟ ହୋଇଥାଏ । ସେ ଫୁଲର ରସ ପି'ଥାଏ । ଦୁନିଆର ସବୁଠାରୁ ତୀବ୍ର ଉଡୁଥିବା ପ୍ରଜାପତି ମୋନାର୍ଚ୍ଚ ଅଟେ । ତାହା ଏକ ଘଣ୍ଟାରେ 17 ମାଇଲର ଦୂରତା ନିଶ୍ଚିତ କରିଥାଏ । କୋଷ୍ଟାରୀକରେ ପ୍ରଜାପତିକୁ 1300ରୁ ଅଧିକ ପ୍ରଜାତି ମିଳିଥାଏ । ଦୁନିଆର ସବୁଠାରୁ ବଡ଼ ପ୍ରଜାପତି "ଜାୟଣ୍ଟ ବର୍ଡବିଙ୍ଗ" ଅଟେ , ଯିଏ ମୁଖ୍ୟତଃ ସୋଲମନ ଆର୍ଡଲ୍ୟାଣ୍ଡସରେ ମିଳିଥାଏ । ଏହି ମାଇ ପ୍ରଜାପତିର ପଙ୍ଖର ପ୍ରସାର 12 ଇଞ୍ଚରୁ ଅଧିକ ହୋଇଥାଏ ।[୩]

ସଂସ୍କୃତି[ସମ୍ପାଦନା]

ପ୍ରଜାପତି 3500 ବର୍ଷ ପୂର୍ବେ ପ୍ରାଚୀନ ମିଶ୍ର-କଳାରେ ଦେଖା ଯାଉଥିଲା ।[୪] ପ୍ରାଚୀନ ମେସୋ ଆମେରିକାର Teotihuacan ସହରରେ, ପ୍ରଜାପତିର ଆକର୍ଷଣୀୟ ରଙ୍ଗୀନ ଛବିକୁ ବହୁ ମନ୍ଦିର, ବଙ୍ଗଳା, ଆଭୂଷଣ ଏବଂ ବସ୍ତ୍ର ଆଦିରେ କାର୍ଯ୍ୟକ୍ଷମ କରାଯାଇଥିଲା ଓ ସୁଗନ୍ଧିତ ଧୂପ ଦାହକ (Censer)ରେ ସଜା ଯାଉଥିଲା ।

ପ୍ରଜାପତିକୁ କଳା ଓ ଆଭୂଷଣର ବସ୍ତୁମାନଙ୍କ ଉପରେ ବ୍ୟାପକ ଭାବେ ବ୍ୟବହାର କରାଯାଏ : ଫ୍ରେମରେ ପର୍ବତ ବାହନ, ରାଳରେ embedded, ବୋତଲରେ ପ୍ରଦର୍ଶିତ, କାଗଜର ତୁକୁଡ଼ାରେ ଓ କିଛି ମିଶ୍ରିତ ମେଡିଆ କଳାକୃତି ଓ ଜିନିଷରେ ଉପଯୋଗ କରାଯାଏ ।[୫]

ଆଧାର[ସମ୍ପାଦନା]

  1. ତ୍ରିପାଠୀ, ନରେନ୍ଦ୍ର ନାଥ (ଜୁଲାଇ 2004). ସରଳ ଜୀବନ ବିଜ୍ଞାନ, ଭାଗ-୨. କଲିକତା: ଶେଖର ପ୍ରକାଶନ. p. 81-82. {{cite book}}: |access-date= requires |url= (help)
  2. ଶର୍ମା, କୈଳାସ ନାଥ (ଜୁଲାଇ 2004). ଆଧୁନିକ ଜୀବ ବିଜ୍ଞାନ, ଭାଗ-୨. କଲିକତା: କମଳା ପୁସ୍ତକ ଭବନ. p. 80-81. {{cite book}}: |access-date= requires |url= (help)
  3. "ସୁନ୍ଦର ଓ ତୀବ୍ର ମସ୍ତିଷ୍କ ଯୁକ୍ତ ପ୍ରଜାପତି". ଦୈନିକ ଭାସ୍କର. Archived from the original (ଏଚଟିଏମଏଲ) on 2009-08-17. Retrieved 1 ସେପ୍ଟେମ୍ବର 2009 . {{cite web}}: Check date values in: |access-date= (help)
  4. Larsen, Torben (1994). "Butterflies of Egypt". Saudi Aramco World. 45 (5): 24–27. Archived from the original on 2010-01-13. Retrieved 2019-10-28.
  5. "Table Complete with Real Butterflies Embedded in Resin". Archived from the original on 6 May 2010. Retrieved 30 March 2009.