ପ୍ରଣବ ପ୍ରକାଶ ଦାସ
ପ୍ରଣବ ପ୍ରକାଶ ଦାସ | |
---|---|
![]() | |
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ପରମେଶ୍ୱର ସେଠୀ |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୮ ଜୁନ ୧୯୭୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବାପା/ବୋଉ | ଅଶୋକ ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରଣବ ପ୍ରକାଶ ଦାସ (ଜନ୍ମ: ୧୮ ଜୁନ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରଣବ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ପୂର୍ବରୁ ଜଣେ ମନ୍ତ୍ରୀ ଭାବରେ ୨୦୧୪ ମସିହାରୁ ୨୦୧୭ ମସିହାଯାଏଁ କାର୍ଯ୍ୟ କରୁଥିଲେ । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ପ୍ରଣବ ପ୍ରକାଶ ଦାସ ୧୯୭୨ ମସିହାର ଜୁନ ମାସ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଅଶୋକ ଦାସ ।[୧] ପ୍ରଣବଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ ।[୧]
ରାଜନୈତିକ ଜୀବନ[ସମ୍ପାଦନା]
ପ୍ରଣବ ପ୍ରକାଶ ଦାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧] ପୂର୍ବରୁ ସେ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିବା ସହ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ।