Jump to content

ଦେବପ୍ରସାଦ ଦାଶ

ଉଇକିପିଡ଼ିଆ‌ରୁ
ବୃତ୍ତିସାହିତ୍ୟିକ, ଅଭିନେତା ଓ ସମ୍ବାଦ ପାଠକ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ରାଜନୈତିକ ବିଜ୍ଞାନ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି କଲେଜ
ସାହିତ୍ୟ କୃତିଭୋର
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଦେବପ୍ରସାଦ ଦାଶ, (ଜନ୍ମ: ୨୪ ଫେବୃଆରୀ ୧୯୬୬) ଓଡ଼ିଶାର ଜଣେ ଜଣାଶୁଣା ଲେଖକ[], ଅଭିନେତା ଓ ସମ୍ବାଦ ପାଠକ । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟ ଆଦିରେ ସେ ନିଜ ଲେଖନି ଚାଳନା କରିଥାନ୍ତି । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ବରାବର ଦେଖିବାକୁ ମିଳିଥାଏ । ଦୂରଦର୍ଶନର ଜଣେ ସମ୍ବାଦ ପାଠକ ଭାବରେ ସେ ଖୁବ ପରିଚିତ । ସେ, ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ପଚିଚାଳନା ମଧ୍ୟ କରିଥାଆନ୍ତି । ଇନ୍ଦ୍ରଧନୁର ଛାଇକଥାନ୍ତର ଚଳଚ୍ଚିତ୍ର[] ମାଧ୍ୟମରେ, ସେ ନିଜର ଅଭିନୟ ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିଛନ୍ତି । []

ଦେବପ୍ରସାଦ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଫିସର ଭାବରେ ମଧ୍ୟ କାର୍ଯ୍ୟରତ । [] ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ କାମକରି ସେ ବହୁବାର ବିବାଦ ମଧ୍ୟରେ ରହି ଆସିଛନ୍ତି ।[] ୨୦୧୮ ମେ ମାସରେ ସେ ସରକାରଙ୍କଦ୍ୱାରା ନିଲମ୍ବିତ ମଧ୍ୟ ହୋଇଥିଲେ ।[] ୨୦୨୪ ମସିହା ଜୁଲାଇ ମାସରେ ଦେବପ୍ରସାଦଙ୍କର ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିଲା ଓ ସେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବରେ ପୁନଃସ୍ଥାପିତ ହୋଇଥିଲେ ।[]

ରଚନାବଳୀ

[ସମ୍ପାଦନା]

ଗଳ୍ପ ସଂକଳନ

[ସମ୍ପାଦନା]
  • ଶ୍ରେଷ୍ଠ ଗଳ୍ପ (୨୦୧୯)
  • ଶିଳାଲେଖ (୨୦୨୧)
  • ଗଳ୍ପ ସମଗ୍ର’ ପ୍ରଥମ ଭାଗ (୨୦୨୩)
  • ଇନ୍ଦ୍ରଧନୁର ରଙ୍ଗ
  • ଗଜପତି
  • ଦଙ୍ଗା
  • ମୁହଁ
  • କାନ୍ଥ
  • ଭୋର[]

ପ୍ରବନ୍ଧ ସଂକଳନ

[ସମ୍ପାଦନା]
  • ମୁକ୍ତ ଯାଯାବର (୨୦୨୩)
  • ଆମ ସମୟ
  • ଦୁଃଖର ଇଲାକା ଓ ଅନ୍ୟାନ୍ୟ ପ୍ରବନ୍ଧ
  • ଆତଙ୍କବାଦ
  • ଓସାମା ବିନ୍ ଲାଦେନ ଓ ସହସ୍ରାଦ୍ଧର ପ୍ରଥମ ଯୁଦ୍ଧ

ସମ୍ପାଦନା

[ସମ୍ପାଦନା]
  • ଝିଅ

ଅନୁବାଦ

[ସମ୍ପାଦନା]
  • ଦିବ୍ୟଜିତ ସାହୁ, ଆକାଂକ୍ଷା : ଭିନ୍ନ ଏକ ପ୍ରେମ କାହାଣୀ (୨୦୨୨)
  • କମଳେଶ୍ୱର, ଦେଶ ପରଦେଶ

ଇଂରାଜୀ

[ସମ୍ପାଦନା]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଭୋର ପାଇଁ), ୨୦୦୯[]
  • ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର - ୨୦୦୪
  • ସମ୍ମା ସମ୍ମାନ - ୨୦୧୨
  • ଏକାମ୍ର ସଂସ୍କୃତି ସମ୍ମାନ - ୨୦୧୦
  • କଥା ନବପ୍ରତିଭା ସମ୍ମାନ
  • କିଶୋରୀ ଚରଣ ଦାସ ଗଳ୍ପ ପୁରସ୍କାର
  • ଅମୃତାୟନ ଗଳ୍ପ ପୁରସ୍କାର
  • ସୁଧନ୍ୟା ଗଳ୍ପ ପୁରସ୍କାର
  • କଥା (ନୂଆ ଦିଲ୍ଲୀ) ସମ୍ମାନ
  • ସାତକଡ଼ି ହୋତା ସ୍ମୃତି ସମ୍ମାନ ୨୦୨୪[୧୦]
  1. http://www.thehindu.com/todays-paper/tp-national/tp-otherstates/sahitya-akademi-awards-presented/article4359663.ece
  2. http://www.odisha.com/20060809/fullstory/film.cyclone4.html
  3. http://www.nerve.in/news:25350011377
  4. http://www.odisha.gov.in/ga/notifications/gnotification/Pdf/2013/GAD_SER2_ID_0012_2012_PT_18231_Gen.pdf
  5. "ଆର୍କାଇଭ୍ କପି". Archived from the original on 2018-06-02. Retrieved 2018-06-05. {{cite web}}: Cite has empty unknown parameter: |1= (help)
  6. http://www.newindianexpress.com/states/odisha/2018/jun/01/dash-dares-cbi-probe-1822309.html
  7. Live, Samaya (25 July 2024). "OAS ଦେବପ୍ରସାଦ ଦାସଙ୍କ ଉପରୁ ଉଠିଲା ନିଲମ୍ବନ". Samaya Live. Retrieved 26 July 2024.
  8. http://www.odiasahitya.com/odia-literature-news/sahitya-academy-puraskara/
  9. http://timesofindia.indiatimes.com/city/bhubaneswar/State-Sahitya-Akademi-awards-announced/articleshow/17850379.cms
  10. https://sambadepaper.com/imageview_42513_187249_4_71_31-10-2024_16_i_1_sf.html