ସଚ୍ଚି ଦାସ

ଉଇକିପିଡ଼ିଆ‌ରୁ
ସଚ୍ଚିଦାନନ୍ଦ ଦାସ
ଜନ୍ମ୧୯୩୬
ଜାତୀୟତାଭାରତୀୟ
ପିତାମାତା(s)ଭଗିରଥ ଦାସ, ପ୍ରିୟମ୍ବଦା ଦେବୀ
ପୁରସ୍କାରକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ

ସଚ୍ଚି ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଏବଂ ଅଭିନେତା । ସଚ୍ଚି ଦାସ ଓଡ଼ିଶା ଯାତ୍ରା ଜଗତର ଭୀଷ୍ମ ପିତାମହ ଭାବେ ଜଣାଶୁଣା ।[୧] ସେ ୫୦୦ରୁ ଉର୍ଦ୍ଧ୍ୱ ଯାତ୍ରା ସହିତ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ୪୦୦ରୁ ଅଧିକ ଯାତ୍ରା ଓ ନାଟକ ସେ ନିଜେ ରଚନା କରିଛନ୍ତି ।[୨]

ପିତା ଭଗିରଥ ଦାସ ଓ ମାତା ପ୍ରିୟମ୍ବଦା ଦେବୀଙ୍କ ସନ୍ତାନ ସଚ୍ଚି, ୧୯୩୬ ମସିହାରେ ଯାଜପୁର ଜିଲ୍ଲାର ବରୀଠାରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ । ମାତା ପ୍ରିୟମ୍ବଦା ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସଚ୍ଚିଙ୍କର ଅଭିନୟ ଗାଁ ମଞ୍ଚରୁ ଆରମ୍ଭ ହୋଇଥିଲା । ନାଟକର ନାଁ ଥିଲା "ଟିପଚିହ୍ନ" । ଛାତ୍ରାବସ୍ଥାରେ ସେ ଗୁରୁ "ଶ୍ୟାମସୁନ୍ଦର ଧୀର"ଙ୍କଠାରୁ ଶାସ୍ତ୍ରୀୟ ଗାୟନ ଓ ତବଲା ବାଦନ ଶିକ୍ଷା କରିଥିଲେ । ୧୯୫୮ ମସିହାରେ ସେ "ଜନତା ରଙ୍ଗମଞ୍ଚ" ସହିତ ଜଡ଼ିତ ହୋଇଥିଲେ ।[୩] "ଏବଂ ଆମେ" ନାମକୁ ନାଟ୍ୟ ଅନୁଷ୍ଠାନ ଗଠନ କରି, ସଚ୍ଚି ବହୁ ମଞ୍ଚନାଟକ ପ୍ରସ୍ତୁତ କରିଛନ୍ତି ।[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଅଶୀ ବର୍ଷ ବୟସରେ ବି ଯଲିଉଡରେ ସକ୍ରିୟ 'ଶାଗୁଣା ବସିଛି ଡେଣା ମେଲାଇ'ର ନିର୍ଦ୍ଦେଶକ ସଚ୍ଚି ଦାସ". OdishaLIVE. Retrieved 31 August 2018.
  2. http://www.prameyanews7.com/en/mar2016/odisha/17304/Upendra-Bhanj-Puraskhar-has-lessened-my-age-Sachi-Das-Upendra-Bhanj-PuraskharOdisha-Odisha.htm
  3. "ମଞ୍ଚର ମହାନାୟକ". ପ୍ରମେୟ ରବିବାର ୨୪-୩୦ଅପ୍ରେଲ ୨୦୧୬ ପୃଷ୍ଠା ୭. Retrieved 25 April 2016.[permanent dead link]
  4. http://odishasuntimes.com/2016/04/12/rakhal-mohanty-suchi-das-conferred-upendra-bhanja-samman/
  5. "Kelucharan awardees announced". The Telegraph. Retrieved 31 August 2018.
  6. "ଡ଼. ସଚୀ ଦାସ ଓ ଓଡ଼ିଶୀ ନୃତ୍ୟଗୁରୁ ଲିଙ୍ଗରାଜ ବେହେରାଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କଲେ ହେମାମାଲିନୀ". Sambad (in Odia). ଓଡ଼ିଶା. 9 September 2018. Archived from the original on 14 September 2018. Retrieved 10 September 2018.{{cite news}}: CS1 maint: unrecognized language (link)
  7. https://www.telegraphindia.com/states/odisha/space-crunch-hits-varsity-212052
  8. "ଆର୍କାଇଭ୍ କପି". Archived from the original on 2016-04-15. Retrieved 2016-04-25. {{cite web}}: Cite has empty unknown parameter: |1= (help)
  9. http://odisha.gov.in/e-magazine/orissaannualreference/ORA-2011/pdf/104-108.pdf
  10. http://www.thehindu.com/todays-paper/tp-national/tp-otherstates/national-multilingual-drama-festival-from-today/article715129.ece
  11. http://www.telegraphindia.com/1140531/jsp/odisha/story_18462227.jsp#.Vx4DDDEwDSg
  12. "ସଚ୍ଚି ଦାସଙ୍କୁ 'ଅଜିତ୍ ନାଟ୍ୟ' ସମ୍ମାନ". ସର୍ବସାଧାରଣ. Retrieved 30 March 2017.[permanent dead link]