ଭବାନୀଶଙ୍କର ମନ୍ଦିର

ଉଇକିପିଡ଼ିଆ‌ରୁ

ଭବାନୀଶଙ୍କର ଶିବ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥିତ ଏକ ଶିବ ମନ୍ଦିର । [୧]

ଅବସ୍ଥିତି[ସମ୍ପାଦନା]

ଏହା ଭୁବନେଶ୍ୱର ଏକାମ୍ରକ୍ଷେତ୍ର ଅନ୍ତର୍ଗତ ବିନ୍ଦୁସାଗରର ଅତି ନିକଟରେ ଅବସ୍ଥିତ । ଏହି ମନ୍ଦିରଟି ପ୍ରାୟ ୨୮୯ ଡିସିମିଲ ଜମି ମଧ୍ୟରେ ଅବସ୍ଥିତ ।

କିମ୍ବଦନ୍ତୀ[ସମ୍ପାଦନା]

ସ୍ଥାନୀୟ ଲୋକଙ୍କ କହିବା ଏବଂ ପୁରାଣ ବର୍ଣ୍ଣିତ ଅନୁସାରେ କୃତି ଓ ବାସ ନାମକ ନାମକ ଦୁଇଟି ରାକ୍ଷସ ଦେବାଦେବୀଙ୍କୁ ହଇରାଣ କରୁଥିଲେ । ଏହି ଦୁଇଜଣଙ୍କୁ ବଧ କରିବା ପାଇଁ ଦେବୀ ପାର୍ବତୀ ଜଣେ ଗଉଡୁଣୀ ବେଶରେ ଆସିଥିଲେ । ତେବେ ସେ ଦୁଇଜଣଙ୍କୁ ବଧ କରିବା ପରେ କେଦାରଗୌରୀଠାରେ ସ୍ନାନ କରି ସେଠାରେ ବିଶ୍ରାମ ନେଇଥିଲେ ଏବଂ ସେଠାରେ ତାଙ୍କର ସେବା କରୁଥିଲେ ଖୋଦ ମହାଦେବ । ସେହି ପ୍ରତିମୂର୍ତ୍ତିକୁ ବର୍ତ୍ତମାନ ସେଠାରେ ପୂଜା କରାଯାଉଅଛି । ଯେହେତୁ ଅସୁର ଦୁଇଟି ପାର୍ବତୀଙ୍କଦ୍ୱାରା ନିହତ ହୋଇଥିଲେ ତେଣୁ ସେମାନେ ତାଙ୍କ ପାଖରେ ରହିବାକୁ ନିବେଦନ କରିଥିଲେ । ସେହି ଦିନଠାରୁ କୃତିବାସ ମନ୍ଦିର ମଧ୍ୟ ସେଠାରେ ରହିଆସିଛି ।

ଆଧାର[ସମ୍ପାଦନା]

  1. R. K. Das (1982). Bhubaneswar and Its Environs. R.K. Das.