ମନ୍ମଥ କୁମାର ଶତପଥୀ

ଉଇକିପିଡ଼ିଆ‌ରୁ
ମନ୍ମଥ କୁମାର ଶତପଥୀ
ଜନ୍ମ (1944-06-04) ୪ ଜୁନ ୧୯୪୪ (ବୟସ ୭୯)
ବାସୁଦେବପୁର, ଭଞ୍ଜନଗର, ଗଞ୍ଜାମ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ
ପିତାମାତା(s)ଶ୍ରୀଧର ଶତପଥୀ, ଶକୁନ୍ତଳା ଦେବୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର

ମନ୍ମଥ କୁମାର ଶତପଥୀ, (ଜନ୍ମ: ୪ ଜୁନ ୧୯୪୪) ଜଣେ ଓଡ଼ିଆ ନାଟ୍ୟକାର, ପ୍ରାବନ୍ଧିକ ଓ ନାଟ୍ୟ ନିର୍ଦ୍ଦେଶକ । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଆଦି ବିଭିନ୍ନ ପୁରସ୍କାରରେ ସମ୍ମାନୀତ । ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୧] ବର୍ତ୍ତମାନ ସେ ଇନ୍ଫୋସିସ ଫାଉଣ୍ଡେସନ ଆନୁକୁଲ୍ୟରେ ଲୁପ୍ତପ୍ରାୟ ଲୋକକଳାର ଉଦ୍ଧାର ଦିଗରେ କାର୍ଯ୍ୟରତ ।[୨] ୨୦୨୧ ମଇ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ଭାବରେ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମନ୍ମଥ, ୧୯୪୪ ମସିହାରେ ଭଞ୍ଜନଗର ଅନ୍ତର୍ଗତ ବାସୁଦେବପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ପିତା ଶ୍ରୀଧର ଶତପଥୀ ଜଣେ ଜ୍ୟୋର୍ତିବିଦ ଓ କର୍ମକାଣ୍ଡବିଦ ଥିଲେ । ମାତାଙ୍କ ନାମ ଥିଲା ଶକୁନ୍ତଳା ଦେବୀ ।[୫] ୪ ଭାଇ ଓ ୨ ଭଉଣୀଙ୍କ ମଧ୍ୟରେ ମନ୍ମଥ ଜ୍ୟେଷ୍ଠ । ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରୁ ସେ ଏକାଦଶ ଶ୍ରେଣୀ ପାସ କରିଥିଲେ । ପିଲାଦିନୁ ସେ ସାହିତ୍ୟାନୁରାଗୀ ଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ଏକାଦଶ ଶ୍ରେଣୀ ପାସ କରିବା ପରେ, ୧୯୬୨ ମସିହାରୁ ସେ ରାଜସ୍ୱ ବିଭାଗରେ କିରାଣୀ ପଦରୁ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । ଦରମା ବାବଦକୁ ତାଙ୍କୁ ମୂଳ ୮୦ଟଙ୍କା ଓ ମହଙ୍ଗା ଭତ୍ତା ୧୦ ଟଙ୍କା ମିଳୁଥିଲା । ଚାକିରୀ ସହିତ ବେସରକାରୀ ଭାବରେ ସେ ସ୍ନାତକ ପାଠ୍ୟକ୍ରମ ଓ ଆକାଉଣ୍ଟ ପରୀକ୍ଷା ଦେଇ ପାସ କରିଥିଲେ । ଏହାପରେ ସେ ଅଡ଼ିଟର ଭାବରେ କାର୍ଯ୍ୟ କରିଥିଲେ । ୨୦୦୨ ମସିହାରେ ସେ ଅର୍ଥ ବିଭାଗର ଅଧିକାରୀ ଭାବରେ ଅବସର ଗ୍ରହଣ କରିଥିଲେ ।

ଚାକିରୀ କରୁଥିବା ସମୟରୁ ସେ ନାଟକ ଲେଖିବାରେ ମନୋନିବେଶ କରିଥିଲେ । ତାଙ୍କ ରଚିତ ୩୦ଟି ନାଟକ ମଧ୍ୟରୁ ୨୨ଟି ନାଟକ ପ୍ରକାଶିତ ହୋଇସାରିଛି । ସେ ଅନେକ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି । ତାଙ୍କଦ୍ୱାରା ରଚିତ ୨୦୦ରୁ ଅଧିକ ପ୍ରବନ୍ଧ ବିଭିନ୍ନ ଖବରକାଗଜ ଓ ପତ୍ରିକାରେ ପ୍ରକାଶିତ ହୋଇଛି ।

ରଚନାବଳୀ[ସମ୍ପାଦନା]

  • ଆଜିର ମଣିଷ
  • ଜିଅନ୍ତା ଶବ
  • ଯୌବନର ତୀର୍ଥ
  • କାହାଣୀ ନୁହେଁ ନାଟକ
  • ମଣିଷ ଗଛ
  • ଉଠ କଙ୍କାଳ
  • ବୁଭୁକ୍ଷିତଃ କିଂ ନା କରୋତି ପାପମ[୬]
  • ମୁଁ ଚକରା କହୁଛି[୭]
  • Festival and Folk Theater of Odisha

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୦ ( 'ମୁଁ ଚକରା କହୁଛି' ନାଟକ ପାଇଁ)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର
  • ଜାତୀୟ ନାଟକ ସମ୍ମାନ ( 'ବୁଭୁକ୍ଷିତଃ କିଂ ନା କରୋତି ପାପମ' ପାଇଁ )
  • ସଙ୍ଗୀତ ନାଟକ ଏକାଡ଼େମୀ ସିନିୟର ଫେଲୋସିପ[୮]
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୨୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ) [୯]

ଆଧାର[ସମ୍ପାଦନା]

  1. "Mask dance seeks patronage". www.telegraphindia.com. The Telegraph. Archived from the original on 30 March 2021. Retrieved 30 March 2021.
  2. "Bid to preserve 'Lankapodi Jatra'". www.thehindu.com. the hindu. Archived from the original on 30 March 2021. Retrieved 30 March 2021. {{cite web}}: |archive-date= / |archive-url= timestamp mismatch; 11 ଅକ୍ଟୋବର 2015 suggested (help)
  3. "ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହୃଷୀକେଶ ମଲ୍ଲିକ". www.nandighoshatv.com. nandighosha tv. Archived from the original on 21 May 2021. Retrieved 21 May 2021.
  4. Orissa Reference: Glimpses of Orissa. TechnoCAD Systems. 2001.
  5. "ବ୍ୟକ୍ତିତ୍ୱ". No. ଧରିତ୍ରୀ ଛୁଟିଦିନ ମେ ୧-୭, ୨୦୨୨ ପୃଷ୍ଠା ୬. ଧରିତ୍ରୀ. 1 May 2022. Retrieved 2 May 2022.
  6. Orissa (India). (1966). Orissa District Gazetteers: Baleshwar. Superintendent, Orissa Government Press.
  7. Sahitya Akademi (2005). Annual Report. The Akademi.
  8. "ଫୁରସତ". www.dharitri.com. ଧରିତ୍ରୀ. Archived from the original on 30 March 2021. Retrieved 30 March 2021.
  9. "ଜଷ୍ଟିସ ଦୀପକ ମିଶ୍ର ପାଇବେ 'ଉତ୍କଳ ରତ୍ନ' ସମ୍ମାନ". ସମ୍ବାଦ. Archived from the original on 17 July 2023. Retrieved 17 July 2023.