Jump to content

ରାୟଗଡ଼ା ଜିଲ୍ଲା

ଉଇକିପିଡ଼ିଆ‌ରୁ
ରାୟଗଡ଼ା
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକୋରାପୁଟ
ଭାଷାଓଡ଼ିଆ, ଇଂରାଜୀ, ତେଲୁଗୁ
ବିଧାନ ସଭା୩ଟି ଆସନ
Area
 • ଜିଲ୍ଲା7,584.7 km2 (2,928.5 sq mi)
Population
 (୨୦୧୧)
 • ଜିଲ୍ଲା୯୬୭୯୧୧
 • Density136/km2 (350/sq mi)
 • Urban
୧୪୭୭୫୬
 • Rural
୮୧୪୨୦୩
 • ୬ ବର୍ଷରୁ କମ ଶିଶୁ
୧୪୧୧୬୭
Time zoneIST (+୫.୩୦)
ଡାକ କୋଡ଼ (ପିନ)
୭୬୫ xxx
ତାର (ଏସ.ଟି.ଡ଼ି)+୦୬୮୫x
ଯାନବାହାନ ପଞ୍ଚୀକରଣOD-18
ଜିଲ୍ଲାପାଳସୁଶ୍ରୀ ପାରୁଲ ପଟୱାରୀ []
WebsiteOfficial website


ରାୟଗଡ଼ା ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୩୯୦ କି.ମି. ଦୁରରେ ଅବସ୍ଥିତ । ରାୟଗଡ଼ା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।

ଇତିହାସ

[ସମ୍ପାଦନା]

୧୯୯୨ ମସିହା ଅକ୍ଟୋବର ୨ତାରିଖ ଦିନ ରାୟଗଡ଼ା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା ।[] ୧ ଅକ୍ଟୋବର ୧୯୯୨ ପୂର୍ବରୁ ଏହା କୋରାପୁଟ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା । ଓଡ଼ିଶାର ଯେଉଁସବୁ ଜିଲ୍ଲାରେ ଇତିହାସ ଏବଂ କିମ୍ବଦନ୍ତୀ ପରସ୍ପରକୁ କୋଳାଗ୍ରତ କରିଅଛନ୍ତି, ସେହିସବୁ ଜିଲ୍ଲାମାନଙ୍କ ମଧ୍ୟରୁ ରାୟଗଡା ଅନ୍ୟତମ । ଏଠାକାର ସବୁଜ ବନାନୀ, ସହରକୁ ଛୁଇଁ ବହିଯାଇଥିବା ନାଗାବଳୀ ନଦୀର ଦୃଶ୍ୟ ଭାରି ମନଲୋଭା । ସହରଠାରୁ ମାତ୍ର ୧୦ କି:ମି: ଦୂରରେ ଥିବା ଜେ:କେ: କାଗଜକଳ ଏବଂ ଥେରୁବାଲିର ଫେରୋକ୍ରୋମ କାରଖାନା ସହରକୁ ସର୍ବଦା ଚଳଚଞ୍ଚଳ କରିଥାଏ । ଇତିହାସକାର କହନ୍ତି, ସମୁଦ୍ରଗୁପ୍ତ ଏହି ସହରକୁ ଅକ୍ତିଆର କରିବାପାଇଁ ଯୁଦ୍ଧ କରିଥିଲେ । ଅଦ୍ୟାପି ଏହାର ପ୍ରମାଣ ସହରଠାରୁ ତିରିଶ ମିନିଟ୍‌ ଦୂରର ଚମ୍ପିକୋଟା ନାମକ ଗାଆଁରେ ବିଦ୍ୟମାନ ।

ଭୂଗୋଳ

[ସମ୍ପାଦନା]

ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ରାୟଗଡ଼ା ଜିଲ୍ଲାର ଆୟତନ ୭,୫୮୪ ବର୍ଗ କିମି ।

ଅବସ୍ଥିତି

[ସମ୍ପାଦନା]

ଖଣିଜ ସମ୍ପଦ

[ସମ୍ପାଦନା]

ରାୟଗଡ଼ା ଜିଲ୍ଲା ବକ୍ସାଇଟରେ ଭରପୁର ଅଟେ । ବର୍ତ୍ତମାନ୍ ଏହି ଜିଲ୍ଲାରେ ଉତ୍କଳ ଅଲୁମିନା, ଏଲ୍ &ଟି ଭଳି କମ୍ପାନି ଅବସ୍ଥାପିତ ।

ଜନସଂଖ୍ୟା

[ସମ୍ପାଦନା]

୨୦୧୧ ଜନଗଣନା []ଅନୁସାରେ, ରାୟଗଡ଼ା ଜିଲ୍ଲାର ଲୋକସଂଖ୍ୟା ୯,୬୭,୯୧୧ |

  • ପୁରୁଷ: ୪,୭୧,୯୬୦
  • ମହିଳା: ୪,୯୫,୯୫୧
    • ଛ ବର୍ଷରୁ କମ: ୧,୪୧,୧୬୭
  • ସାକ୍ଷରତା ହାର: ୫୦.୮୮%
    • ପୁରୁଷ: ୬୨.୬୧%
    • ମହିଳା: ୩୯.୮୭%

ପ୍ରଶାସନିକ ବିଭାଗ

[ସମ୍ପାଦନା]
  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ରାୟଗଡ଼ା ଓ ୨. ଗୁଣୁପୁର |
  • ତହସିଲ: (୪): ୧. ରାୟଗଡ଼ା, ୨. କାଶୀପୁର, ୩. ଗୁଣୁପୁର ଓ ୪. ବିଷମକଟକ
  • ବ୍ଳକ: (୧୧): ୧.ରାୟଗଡ଼ା, ୨.କାଶୀପୁର, ୩.କୋଲୋନରା, ୪.କଲ୍ୟାଣସିଂହପୁର, ୫.ଗୁଣୁପୁର, ୬.ଗୁଡ଼ାରୀ, ୭.ପଦ୍ମପୁର, ୮.ରାମନଗୁଡ଼ା, ୯.ବିଷମକଟକ, ୧୦.ମୁନିଗୁଡ଼ା ଓ ୧୧.ଚନ୍ଦ୍ରପୁର ।
  • ଗ୍ରାମ ପଞ୍ଚାୟତ: ୧୭୧
  • ଗ୍ରାମ: ୨,୬୬୭
  • ସହର: ୩ (ପୌରପାଳିକା: ରାୟଗଡ଼ା, ବିଜ୍ଞାପିତ ଅଞ୍ଚଳ ପରିଷଦ: ଗୁଣୁପୁର, ଗୁଡ଼ାରୀ)

ରାଜନୀତି

[ସମ୍ପାଦନା]

ଲୋକ ସଭା ନିର୍ବାଚନ ମଣ୍ଡଳୀ

[ସମ୍ପାଦନା]

ବିଧାନ ସଭା ନିର୍ବାଚନ ମଣ୍ଡଳୀ

[ସମ୍ପାଦନା]

ଏହି ଜିଲ୍ଲା ନିମ୍ନ ତିନୋଟି ବିଧନସଭାମଣ୍ଡଳୀକୁ ନେଇ ଗଠିତ।[]

No. Constituency Reservation Blocks Member Party
୧୩୮ ଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ) ST ଗୁଣପୁର, ଗୁଡ଼ାରି, ରାମନାଗୁଡ଼ା, ପଦ୍ମପୁର ରଘୁନାଥ ଗମାଙ୍ଗ ବିଜୁ ଜନତା ଦଳ
୧୩୯ ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ) ST ବିଷମ କଟକ, ମୁନିଗୁଡା, ଚନ୍ଦ୍ରପୁର ଜଗନ୍ନାଥ ସାରକା ବିଜୁ ଜନତା ଦଳ
୧୪୦ ରାୟଗଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ) ST ରାୟଗଡ଼ା, କାଶିପୁର, କୋଲନରା, କଲ୍ୟାଣସିଂପୁର କାଡ୍ରାକା ଆପଲସ୍ଵାମୀ ଭାରତୀୟ ଜାତୀୟ କଂଗ୍ରେସ

ରାୟଗଡ଼ା ଜିଲ୍ଲା ହେଉଛି କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ର ଅଂଶ ବିଶେଷ[]

ଦର୍ଶନୀୟ ସ୍ଥାନ

[ସମ୍ପାଦନା]

ରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରଗୁଡ଼ିକ ବ୍ୟତୀତ ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ଅଛି । ସେମାନଙ୍କ ମଧ୍ୟରେ ମଝିଘରିଆଣୀ ମନ୍ଦିର, ହାତୀପଥର, ପାଇକପଡ଼ା, ଥେରୁବାଲି ଚାଟିକଣା, ବିଷମ କଟକ, ମୀନଝୋଲା, ଦେବଗୀରି,ଝୁଲନ୍ତାପୋଲଦୁର୍ଗୀର ନୂତନ ଜଗନ୍ନାଥ ମନ୍ଦିର ଅନ୍ୟତମ । ଏତଦ୍‌ ବ୍ୟତୀତ ସହରର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନଗୁଡ଼ିକ ହେଲା:-

ରାୟଗଡ଼ା ଆଖପାଖରେ ଥିବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନସବୁ ହେଲା:-

ଚର୍ଚ୍ଚିତ ବ୍ୟକ୍ତିତ୍ୱ

[ସମ୍ପାଦନା]

ନିକଟରେ ଏହି ଜିଲ୍ଲାର ଲେଖକ ଡ଼ମ୍ବରୁଧର ପଟ୍ଟନାୟକ ୨୦୨୦-୨୦୨୩ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି ।[] ଏହି ଜିଲ୍ଲାରେ ଜନ୍ମିତ ଦ୍ୱିତୀଚନ୍ଦ୍ର ସାହୁ ଓଡ଼ିଆ ଭାଷାର ଜଣେ ଲେଖକ, ଓଡ଼ିଆ ସ୍ତମ୍ଭକାର ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ।[][][][୧୦] ଏହି ଜିଲ୍ଲାର ଅନ୍ୟ କିଛି ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଲେ:

  1. Collector Rayagada Information
  2. "ODISHA DISTRICT GAZETTEERS-RAYAGADA" (PDF). Retrieved 3 December 2016.
  3. "Census 2011"
  4. "Wayback Machine" (PDF). web.archive.org. Archived from the original on 8 November 2005. Retrieved 3 May 2022.{{cite web}}: CS1 maint: bot: original URL status unknown (link)
  5. "Assembly Constituencies - Corresponding Districts and Parliamentary Constituencies of Orissa" (PDF). Election Commission of India. Archived from the original (PDF) on 2005-11-08. Retrieved 2008-09-18.
  6. "Odisha Sahitya Akademi". odishasahityaakademi.org. Retrieved 21 April 2021.
  7. Pioneer, The. "Sahu's Odia novel 'Kuhukara Mahaka' released in R'gada". The Pioneer (in ଇଂରାଜୀ). Retrieved 21 April 2021.
  8. Sahu, Dwiti Chandra. "08 - BHUBANESWAR". The Prameya ePaper: Read digital edition of The Prameya daily newspaper published by Summa real Media Pvt.Ltd.. Archived from the original on 31 December 2021. Retrieved 31 December 2021.
  9. "Nitidin ePaper : Leading Daily Odisha News Paper | Today Odia Epaper, News Paper Odisha | Online Odia News Epaper". nitidinepaper.com (in ଇଂରାଜୀ). Archived from the original on 31 December 2021. Retrieved 31 December 2021.
  10. "Teachers' Day 2024:". hindustantimes.com/. Retrieved 11 December 2024.

ଅଧିକ ତଥ୍ୟ

[ସମ୍ପାଦନା]