ଦୁର୍ଗୀ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଦୁର୍ଗୀ
ଗ୍ରାମ ପଞ୍ଚାୟତ
ଜଗନ୍ନାଥ ମନ୍ଦିର, ଦୁର୍ଗୀ
ଜଗନ୍ନାଥ ମନ୍ଦିର, ଦୁର୍ଗୀ
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
421 m (1,381 ft)
Population
 (୨୦୧୧)
 • Total୧୭୯୨
ଭାଷା
 • ସରକାରୀଓଡ଼ିଆ, ଇଁରାଜୀ
Time zoneUTC+୫:୩୦ (IST)
ଡାକ ସଂଖ୍ୟା ପଞ୍ଜିକରଣ
୭୬୫୦୧୯
ଦୂରସଞ୍ଚାର ପଞ୍ଜୀକରଣ୦୬୮୫୬
ଯାନବାହାନ ପଞ୍ଚୀକରଣଓଡି ୧୮

ଦୁର୍ଗୀ, ବିଷମ କଟକ ବ୍ଳକ ଅଧିନସ୍ଥ ରାୟଗଡ଼ା ଜିଲ୍ଲା ତଥା ଓଡ଼ିଶା ରାଜ୍ୟର ଗୋଟିଏ ଗ୍ରାମ ପଞ୍ଚାୟତ । ଏହି ଗାଁରେ ମୋଟ ୪୩୯ଟି ପରିବାର ବସବାସ କରନ୍ତି । ଦୁର୍ଗୀ ଗ୍ରାମ ଚାରିପାଖେ ମୋଟା ମୋଟି ୧୯ଟି ଛୋଟବଡ ଗାଁ ରହିଛି, ଯଥା:- ଭାଲେରି, କୁନ୍ଦନପଦର, ରିଙ୍ଗାବାଇ, ବାରଙ୍ଗପଦର, ତୁମ୍ବାଲ୍‌ପାଡୁ, ବୁଦ୍ଧ ନଗର, କାଚାପାଈ, କାଳିପଦର, ତେନ୍ତୁଳି କାଳିପଦର, କୁରାଙ୍କୁଲ୍, ବାଲିପଦର, ଖାରିଗୁଡା, ମୁଳିପଡା, ଧର୍ମଗୁଡା, ହାଡୁଗୁଡା, ହାଜାର୍ ଡାଙ୍ଗ୍, ହୁରୁଗୁଡା ଓ ଆଇ.ଏ.ଓ କୋଲୋନୀ ଇତ୍ୟାଦି, ଯାହା ଦୁର୍ଗୀ ପଞ୍ଚାୟତ ଅଧିନରେ ଆସେ ।

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ଦୁର୍ଗୀ ଗ୍ରାମର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୩୪°ଉ, ଅ: ୮୩.୬୦°ପୂ, ଏବଂ ଏହା ସମୁଦ୍ର ପତ୍ତନଠାରୁ ହାରାହାରି ୩୪୨ ମିଟର(୧୧୨୨ ଫୁଟ) ଉଚ୍ଚତାରେ ଅବସ୍ଥିତ । ଏହି ଗ୍ରାମ ଜିଲ୍ଲା ସଦର ମହକୁମା ରାୟଗଡ଼ାଠାରୁ ୫୧ କି.ମି ପୂର୍ବଦିଗ ଏବଂ ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୩୭୦କି.ମି. ଦୂର ଦକ୍ଷିଣ ଦିଗରେ ଅବସ୍ଥିତ । ଏହି ଗ୍ରାମଟି ସବୁଜ ବନାନୀ ତଥା ପ୍ରାକୃତିକ ପରିବେଶ ମଧ୍ୟରେ ଘେରି ରହିଛି । ବଣ, ପାହାଡ, ଝରଣା, ଜଙ୍ଗଲରେ ଭରା ଏହି ଗ୍ରାମର ଚତୁଃର୍ପାଶ୍ୱରେ ମୁଖ୍ୟତଃ ଶାଳ, ପିଆଶାଳ, ଟେକି, ବାଉଁସ ଓ ଆମ୍ବ ଗଛ ବହୁଳ ଭାବେ ଦେଖିବାକୁ ମିଳେ ।

ଜନଗଣନା ପରିସଂଖ୍ୟାନ[ସମ୍ପାଦନା]

୨୦୧୧ ଜନଗଣନା ଅନୁଯାୟୀ ଦୁର୍ଗୀ ଗ୍ରାମର ମୋଟ ଲୋକସଂଖ୍ୟା ୧,୭୯୨ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୮୫୮ ଏବଂ ମହିଳା ସଂଖ୍ୟା ୯୩୪ ।[୧] ଦୁର୍ଗୀ ଗ୍ରାମର ସ୍ୱାକ୍ଷ୍ୟରତା ହାର ୭୫.୫୧% ଯାହା ରାଜ୍ୟର ସ୍ୱାକ୍ଷ୍ୟରତା ହାର ୭୨.୮୭%ଠାରୁ ମଧ୍ୟ ଅଧିକ ଅଟେ। ଏହି ଗ୍ରାମରେ ବିଭିନ୍ନ ପ୍ରକାର ଜାତି ଓ ଜନଜାତିର ଲୋକେ ମଧ୍ୟ ବସବାସ କରନ୍ତି। ୨୦୧୧ ଜନଗଣନା ଅନୁଯାୟୀ, ଗାଁର ମୋଟ ଲୋକସଙ୍ଖ୍ୟାର ୨୯.୮୦% ହରିଜନ ଓ ୧୫.୭୯% ଆଦିବାସୀ ଏହି ଗ୍ରାମରେ ବସବାସ କରନ୍ତି । ଏହି ଗ୍ରାମର ମୋଟ ଜନସଙ୍ଖ୍ୟାର ୧୨.୯୫% ଶିଶୁ ୦-୬ ବର୍ଷ ବୟସ ସୀମା ମଧ୍ୟରେ । ଓଡ଼ିଆ ଏ ଅଞ୍ଛଳର ମୁଖ୍ୟ ପ୍ରଚଳିତ ଭାଷା ଅଟେ । ଯଦିଓ "ଓଡ଼ିଆ" ଏ ଅଞ୍ଚଳର ମୁଖ୍ୟ ପ୍ରଚଳିତ ଭାଷା, ତଥାପି ତେଲୁଗୁ ଏବଂ ହିନ୍ଦୀ ଭାଷା ମଧ୍ୟ ଏ ଅଞ୍ଛଳରେ ଲୋକଙ୍କଦ୍ୱାରା କିଛି ମାତ୍ରାରେ ବ୍ୟବହୃତ । ଏହା ବ୍ୟତିତ, ଦୁର୍ଗୀ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଆଦିବାସୀ ଗ୍ରାମର ଲୋକେ "କନ୍ଧ" ଭାଷାରେ ମଧ୍ୟ କଥାବାର୍ତ୍ତା ହୁଅନ୍ତି ।

ଧର୍ମାନୁଷ୍ଠାନ[ସମ୍ପାଦନା]

ଜଗନ୍ନାଥ ମନ୍ଦିର, ଦୁର୍ଗୀ-ଦୃଶ୍ୟ ୨
ଜଗନ୍ନାଥ ରଥ, ଦୁର୍ଗୀ
ଦୁର୍ଗୀ ରଥଯାତ୍ରା ଦୃଶ୍ୟ

ଅନେକ ମନ୍ଦିର ଓ ଧର୍ମାନୁଷ୍ଠାନ ଦୁର୍ଗୀ ଗ୍ରାମର ସାଂସ୍କୃତିକ ପରିବେଶକୁ ଆହୁରି ସୌନ୍ଦଯ୍ୟମୟ କରୁଛି। ସେଗୁଡିକ ହେଲା:-

  • ସ୍ଥାନୀୟ ଜଗନ୍ନାଥ ମନ୍ଦିର, ଦୁର୍ଗୀ
  • ଭୈରବୀ ମନ୍ଦିର
  • ମାଁ ଗ୍ରାମ ଦେବୀ ମନ୍ଦିର (ସ୍ଥାନୀୟ ପୁରାତନ ଶକ୍ତିପୀଠ)
  • ଶ୍ରୀ ନିଳକଣ୍ଠେଶ୍ୱର ମନ୍ଦିର (୧୭୦ ବର୍ଷ ପୁରାତନ ଶୈବ ପୀଠ)
  • ମାଣିକେଶ୍ୱରୀ ମନ୍ଦିର
  • ରାଧାକାନ୍ତ ମନ୍ଦିର
  • ଶ୍ରୀ ସତ୍ୟ ସାଇବାବା ମନ୍ଦିର

ପର୍ଯ୍ୟଟନ ସ୍ଥଳୀ[ସମ୍ପାଦନା]

ସ୍ଥାନୀୟ ନୂତନ ଜଗନ୍ନାଥ ମନ୍ଦିର ଏହି ଅଞ୍ଚଳର ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ଦୁର୍ଗୀଠାରୁ ୨ କି.ମି ଦୂରରେ ଅବସ୍ଥିତ ତୁମ୍ବାଲ୍‌ପାଡୁ ଜଳପ୍ରପାତ ଏ ଅଞ୍ଚଳର ମୁଖ୍ୟ ଏକ ପର୍ଯ୍ୟଟନ ସ୍ଥଳୀ । ଗାଁ ଉପକଣ୍ଠରେ ଥିବା "କୁନ୍ଦନ ପଦର ଡ୍ୟାମ୍" ମଧ୍ୟ ଅନ୍ୟ ଏକ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ। ଏତଦ୍‌ ବ୍ୟତୀତ ଗାଁର ଅନ୍ୟ ମୁଖ୍ୟ ପର୍ଯ୍ୟଟନ ସ୍ଥାନଗୁଡ଼ିକ ମଧ୍ୟରେ "ବ୍ରାହ୍ମଣୀଦେଈ" ପାହାଡ ଅନ୍ୟତମ । "କୁନ୍ଦନ ପଦର ଡ୍ୟାମ୍" ଦୁର୍ଗୀ ଅଞ୍ଚଳର ଲୋକଙ୍କ ପାଇଁ, ପର୍ଯ୍ୟଟନ କ୍ଷେତ୍ରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ, ପ୍ରାକୃତିକ ଦୃଶ୍ୟଭରା "ତୁମ୍ବାଲ୍‌ପାଡୁ ଜଳପ୍ରପାତ" ବଣ ଭୋଜି ପାଇଁ ଏ ଅଞ୍ଚଳବାସୀଙ୍କୁ ସର୍ବଦା ଆକୃଷ୍ଟ କରି ଆସିଛି ।

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ଦୁର୍ଗୀ ଓ ଏହାର ଚାରିପାଖ ଅଞ୍ଚଳରେ ଶିକ୍ଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ, ଏହି ଗ୍ରାମର ଶିକ୍ଷନୁଷ୍ଠାନମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ। ଦୁର୍ଗୀ ଅଞ୍ଛଳର ଲୋକେ, ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷା ନିମନ୍ତେ ଏହି ଗ୍ରାମର ଶିକ୍ଷ୍ୟନୁଷ୍ଠାନ ଉପରେ ନିର୍ଭରଶୀଳ। ଏଠାକାର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ହେଲା:-

  • ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦୁର୍ଗୀ (୧୦୦ ବର୍ଷ ପୁରାତନ)
  • ମଧ୍ୟ ଇଂରାଜୀ ବିଦ୍ୟାଳୟ, ଦୁର୍ଗୀ
  • ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ଦୁର୍ଗୀ (୫୦ ବର୍ଷ ପୁରାତନ)
  • ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର, ଦୁର୍ଗୀ
  • କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଦୁର୍ଗୀ
  • କେନ୍ଦ୍ରୀୟ ଆଧୁନିକ ବିଦ୍ୟାଳୟ(ପ୍ରସ୍ତାବିତ)

ସାମାଜିକ ଓ ଆର୍ଥିକ ଅନୁଷ୍ଠାନ[ସମ୍ପାଦନା]

  • ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍, ଦୁର୍ଗୀ
  • ଭାରତୀୟ ଡାକ ବିଭାଗ, ଦୁର୍ଗୀ
  • ଆଧୁନିକ ଚିକିସାଳୟ, ଦୁର୍ଗୀ
  • ପଶୁ ବିଭାଗ ଚିକିତ୍ସାଳୟ, ଦୁର୍ଗୀ
  • ପୁର୍ତ୍ତ ବିଭାଗ ଡାକ ବଙ୍ଗଳା, ଦୁର୍ଗୀ
  • ରାଜସ୍ୱ ବିଭାଗ ଡାକ ବଙ୍ଗଳା, ଦୁର୍ଗୀ
  • ବିଜୟାନନ୍ଦ ଯୁବକ ସଂଘ, ଦୁର୍ଗୀ

ପର୍ବ ପର୍ବାଣି ଓ ସଂସ୍କୃତି[ସମ୍ପାଦନା]

ଓଡ଼ିଆ ସଂସ୍କୃତି ଅନୁଯାୟୀ ଦୁର୍ଗୀରେ ମଧ୍ୟ ବାର ମାସରେ ତେର ପର୍ବ ପାଳିତ ହୁଏ । ତେବେ ଯେଉଁ ପର୍ବଗୁଡିକ ଲାଗି ଦୁର୍ଗୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ସେଗୁଡିକ ହେଲା:- ସ୍ଥାନୀୟ ଠାକୁରାଣୀ ଯାତ୍ରା, ଜଗନ୍ନାଥ ରଥ ଯାତ୍ରା, ଦୋଳୋ ପୂର୍ଣିମା ଓ କାର୍ତ୍ତିକ ମାସ ଅଷ୍ଟପ୍ରହର ଈତ୍ୟାଦି । ଏହାଛଡା ଅନ୍ୟାନ୍ୟ ହିନ୍ଦୁ ପର୍ବପର୍ବାଣି ମଧ୍ୟ ଦୁର୍ଗୀରେ ଆଡ଼ମ୍ବର ସହ ପାଳିତ ହୁଏ । ଧାର୍ମିକ ପର୍ବ ବ୍ୟତୀତ ସମସ୍ତ ଜାତୀୟ ପର୍ବ ଯଥା ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦିକୁ ମଧ୍ୟ ଦୁର୍ଗୀବାସୀ ବେଶ୍ ନିଷ୍ଠା ସହକାରେ ପାଳନ କରନ୍ତି । ଦୁର୍ଗୀର ମୁଖ୍ୟ ଆକର୍ଷଣ ଏହି ଗାଁର ଠାକୁରାଣୀ ପର୍ବ । ଗାଁ ବାସିନ୍ଦାଙ୍କ ବିଶ୍ୱାସର ପର୍ବ, ଠାକୁରାଣୀ ପର୍ବ । ଗାଁରେ ସୁଖ, ସମୃଦ୍ଧି ଓ ଶାନ୍ତି ବଜାୟ ରଖିବା ପାଇଁ, ଗ୍ରାମ ଦେବୀଙ୍କୁ ବର୍ଷକେ ଥରେ ମନ୍ଦିରରୁ ବହାରକୁ ଆଣି, ଗାଁ ମଧ୍ୟ ଭାଗରେ ପୁଜାର୍ଚ୍ଚନା କରାଯାଇଥାଏ । ଏହି ସମୟରେ ଲୋକଙ୍କ ଆମୋଦ ପ୍ରମୋଦ ପାଇଁ, ବିଭିନ୍ନ ପ୍ରକାର ସାଂସ୍କୃତିକ କର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ବିଶେଷ ରୂପେ ଗାଁ ବାସୀନ୍ଦାଙ୍କଦ୍ୱାରା ପ୍ରଦର୍ଶିତ ପଥପ୍ରାନ୍ତ ନାଟକ ଓ ସ୍ଥାନୀୟ ଡ଼ମ୍ବ ବାଇଦ ସଂଗୀତ ଏହି ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ।

ପରିବହନ ଓ ଯୋଗାଯୋଗ[ସମ୍ପାଦନା]

ଦୁର୍ଗୀ ଗ୍ରାମକୁ ଯାତାୟତ କରିବା ନିମିତ୍ତ ବସ୍‌ର ସୁବିଧା ଉପଲବ୍ଧ । ଏହାର ନିକଟତମ ରେଳପଥ ହେଉଛି ଗୁଣପୁର (୪୦ କି.ମି), ମୁନିଗୁଡା(୩୫ କି. ମି) ଓ ରାୟଗଡା(୫୧ କି.ମି) ଏବଂ ନିକଟତମ ଆକାଶପଥ ହେଉଛି ବିଶଖପାଟଣା(୨୪୦ କି.ମି), ରାୟପୁର(୩୪୦ କି.ମି)) ଓ ଭୁବନେଶ୍ୱର(୩୭୦ କି.ମି) । ଏହା ବ୍ୟତିତ, ଯୋଗାଯୋଗ ନିମନ୍ତେ ଚିଠିରୁ ଆରମ୍ଭ କରି ଟେଲିଗ୍ରାମ୍, ବ୍ରଡ୍‍ବ୍ୟାଣ୍ଡ ଆଦି ସୁବିଧା ଏହି ଗ୍ରାମରେ ସହଜରେ ଉପଲବ୍ଧ । ସରକାରଙ୍କଦ୍ୱାରା ପରିଚାଳିତ "ଭାରତ ସଞ୍ଚାର ନିଗମ" ବ୍ୟତୀତ "ରିଲାଏନ୍ସ ଟେଲିକୋମ୍" ପରି ଘରୋଇ ଜାତୀୟ ସଞ୍ଚାର ସଂସ୍ଥା ପକ୍ଷରୁ ଏଠାରେ ଉଭୟ ଲ୍ୟାଣ୍ଡଲାଇନ ଓ ମୋବାଇଲ୍ ସେବା ଉପଲବ୍ଧ । ଭାରତ ସଞ୍ଚାର ନିଗମ ତରଫରୁ ବ୍ରଡ୍‍ବ୍ୟାଣ୍ଡ ଇଣ୍ଟରନେଟ ସେବା ମଧ୍ୟ ଯୋଗାଇ ଦିଆଯାଇଛି ।

ରାଜନୀତି[ସମ୍ପାଦନା]

ଭାରତୀୟ ସମ୍ବିଧାନ ଏବଂ ପଞ୍ଚାୟତିରାଜ ଆଇନ୍ ଅନୁସାରେ, ଦୁର୍ଗୀ ଗ୍ରାମ ତଥା ପଞ୍ଚାୟତ, ସରପଞ୍ଚ (ଗାଁ ମୁଖିଆ)ଙ୍କଦ୍ୱାରା ପରିଚାଳିତ ହୁଏ, ଯିଏ ଲୋକଙ୍କ ଦ୍ୱରା ପ୍ରତ୍ୟକ୍ଷ ଭାବେ ପ୍ରତି ୫ ବର୍ଷରେ ଥରେ ନିର୍ବାଚିତ ହୋଇଥାନ୍ତି । ଦୁର୍ଗୀ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ଭାରତର ସଂସଦରେ କୋରାପୁଟ ଲୋକ ସଭା ଆସନ ଏହି ଗ୍ରାମର ପ୍ରତିନିଧିତ୍ୱ କରେ । ଶ୍ରୀ ଝିନ୍ନ ହିକକ୍କା (ବିଜୁ ଜନତା ଦଳ) କୋରାପୁଟ ଲୋକ ସଭା(ସଂରକ୍ଷିତ) ଆସନର ସାଂସଦ ଅଟନ୍ତି ।[୨] ଓଡ଼ିଶା ବିଧାନ ସଭାରେ ବିଧାୟକ ଶ୍ରୀ ଜଗନ୍ନାଥ ସାରକା(ବିଜୁ ଜନତା ଦଳ) ବିଷମ କଟକ ନିର୍ବାଚନ ମଣ୍ଡଳୀ(ସଂରକ୍ଷିତ) ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି।[୩] ସ୍ୱାଧୀନତା ପରଠାରୁ, ବିଷମ କଟକ ନିର୍ବାଚନ ମଣ୍ଡଳୀ ଓ ରାୟଗଡା ଜିଲ୍ଲା ରାଜନୀତିରେ, ଦୁର୍ଗୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି । ଶ୍ରୀ ତ୍ରୀନାଥ ଦାସ (ବ୍ଲକ୍ ଚେୟାରମ୍ୟନ୍, ବିଷମ କଟକ) ଓ ଶ୍ରୀ ସୁଧୀର ଦାସ (ସଭାପତି, ବିଜୁ ଜନତା ଦଳ, ରାୟଗଡା ଜିଲ୍ଲା)[୪] ଭଳି ଚର୍ଚ୍ଚିତ ବ୍ୟକ୍ତିତ୍ୱ ଏହି ଗ୍ରାମର ଅଟନ୍ତି।[୫] ଓଡ଼ିଶାର ଅନେକ ମୁଖ୍ୟମନ୍ତ୍ରୀ ଯଥା:- ସ୍ୱର୍ଗତ ବିଜୁ ପଟ୍ଟନାୟକ, ଗିରିଧର ଗୋମଙ୍ଗ ଓ ନବୀନ ପଟ୍ଟନାୟକ ନିଜର ରାଜନୀତିକ ଓ ସାମାଜିକ କାର୍ଯ୍ୟ ନିମନ୍ତେ ଦୁର୍ଗୀ ଗ୍ରାମକୁ ଅନେକ ଥର ଆସିଛନ୍ତି।

ଛବି ସଂକଳନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Durgi Population". Census2011. Retrieved 4 July 2015.
  2. Election Results 2014, Indian Parliamentary Constituency. "Parliamentary Election Result in elections.in". www.elections.in. Compare Infobase Limited. Retrieved 5 July 2015.{{cite web}}: CS1 maint: numeric names: authors list (link)
  3. Election Results 2014, Odisha Assembly Constituency. "State Assembly Election Rresult in elections.in". www.elections.in. Compare Infobase Limited. Retrieved 7 July 2015.{{cite web}}: CS1 maint: numeric names: authors list (link)
  4. "Presidents for all Districts". The News Insight. Retrieved 11 October 2015.
  5. Tathya, Media. "List of Distrist Presidents". Tathya Media. Archived from the original on 25 July 2015. Retrieved 25 July 2015.

ଅଧିକ ତଥ୍ୟ[ସମ୍ପାଦନା]