Jump to content

ଜୟନ୍ତୀ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(Jayanti Patnaikରୁ ଲେଉଟି ଆସିଛି)
ଜୟନ୍ତୀ ପଟ୍ଟନାୟକ
ଲୋକ ସଭା ସଦସ୍ୟ
କାର୍ଯ୍ୟକାଳ
୧୯୮୦-୧୯୮୯ ଏବଂ ୧୯୯୮-୧୯୯୯
ପୂର୍ବ ଅଧିକାରୀଜାନକୀ ବଲ୍ଲଭ ପଟ୍ଟନାୟକ
ପର ଅଧିକାରୀଶ୍ରୀକାନ୍ତ ଜେନା
ନିର୍ବାଚନ ମଣ୍ଡଳୀକଟକ ଏବଂ ବ୍ରହ୍ମପୁର
ଲୋକ ସଭା ସଦସ୍ୟ
ପୂର୍ବ ଅଧିକାରୀପି. ଭି. ନରସିଂହ ରାଓ
ପର ଅଧିକାରୀଅନାଦି ଚରଣ ସାହୁ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-04-07)୭ ଅପ୍ରେଲ ୧୯୩୨
ଆସ୍କା, ଗଞ୍ଜାମ ଜିଲ୍ଲା, ଓଡ଼ିଶା, ଭାରତ
ମୃତ୍ୟୁ୨୮ ସେପ୍ଟେମ୍ବର ୨୦୨୨(2022-09-28) (ବୟସ ୯୦)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ

ଜୟନ୍ତୀ ପଟ୍ଟନାୟକ (୭ ଅପ୍ରେଲ ୧୯୩୨ – ୨୮ ସେପ୍ଟେମ୍ବର ୨୦୨୨) ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଂଗଠିକା, ସମାଜସେବିକା ଓ ବକ୍ତା ଥିଲେ ।[] ସେ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସହଧର୍ମିଣୀ । ଓଡ଼ିଶାରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସେ ପ୍ରଥମ ମହିଳା ସାଂସଦ ଥିଲେ । ୧୯୮୧ ମସିହାରେ କଂଗ୍ରେସ ଟିକେଟରେ ସେ କଟକରୁ ନିର୍ବାଚିତ ହୋଇଥିଲେ ।[]

ଜୟନ୍ତୀ ପଟ୍ଟନାୟକ ୧୯୩୨ ମସିହାର ଅପ୍ରେଲ ୭ ତାରିଖରେ ଗଞ୍ଜାମ ଜିଲ୍ଲାଆସ୍କାଠାରେ ଜନ୍ମଗ୍ରହଣ କରିଥିଲେ ।[]

ଶିକ୍ଷା

[ସମ୍ପାଦନା]

ପଟ୍ଟନାୟକ ଆକ୍ସସ୍ଥିତ ହରିହର ବିଦ୍ୟାଳୟରୁ ମାଟ୍ରିକ୍, କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସ୍ନାତକ ଓ ବମ୍ବେସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର (ପ୍ରଥମ ଓଡ଼ିଆ)[] ଶିକ୍ଷାଲାଭ କରିଥିଲେ ।

ପରିବାର

[ସମ୍ପାଦନା]
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ଜୟନ୍ତୀ ପଟ୍ଟନାୟକ

୧୯୫୩ ମସିହାର ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଜୟନ୍ତୀ ବିବାହ କରିଥିଲେ । ତାଙ୍କର ୨ ଝିଅ ସୁଦତ୍ତା ଓ ସୁଜାତା ଏବଂ ଏକମାତ୍ର ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଅଛନ୍ତି ।

ରଚନାବଳୀ

[ସମ୍ପାଦନା]

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଦ୍ୱାରା ପ୍ରତିଷ୍ଠିତ ପୌରୁଷ ପତ୍ରିକାର ସମ୍ପାଦନା ସହିତ ପଟ୍ଟନାୟକ ଜଡ଼ିତ ରହିଆସିଥିଲେ । ସେ କେ.ଏମ୍. ମୁନ୍ସୀଙ୍କ ଇଂରାଜୀରେ ରଚିତ କୃଷ୍ଣାବତାର ଏବଂ ମହାଭାରତ ପୃଷ୍ଠାରୁ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଥିଲେ ଯାହାକି ପ୍ରଥମେ ପୌରୁଷରେ ପ୍ରକାଶ ପାଇଥିଲା । ତାଙ୍କ ଜୀବନୀ ପୁସ୍ତକ ଶୀତଳ ବହ୍ନି ନାମରେ ପ୍ରକାଶିତ ହୋଇଛି ।

ପୁରସ୍କାର

[ସମ୍ପାଦନା]

ପଟ୍ଟନାୟକ ସର୍ବଭାରତୀୟ ସ୍ତରରେ ୧୯୯୨ ମସିହା ପାଇଁ ସର୍ବଶ୍ରେଷ୍ଠ ନାରୀ ପ୍ରତିଭା ଭାବେ ମହିଳା ଶିରୋମଣି ଉପାଧି ଓ ୧୯୯୬ ମସିହାରେ ମହିଳା ଗୌରବ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ରାଜନୀତି

[ସମ୍ପାଦନା]

ପିଲାଦିନରୁ ପିତାଙ୍କଦ୍ୱାରା ଅନୁପ୍ରାଣୀତ ହୋଇ ପଟ୍ଟନାୟକ ରାଜନୀତିରେ ପ୍ରବେଶ କରିଥିଲେ । ସେ ୪ ଥର ସାଂସଦ ଭାବେ ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ । ୧୯୮୧ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପୁନର୍ବାର ୧୯୮୪ ମସିହାରେ କଟକରୁ ଓ ୧୯୯୮ରେ ବ୍ରହ୍ମପୁର ଆସନରୁ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୭ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବେ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ହୋଇଥିଲେ । ୧୯୯୨ରୁ ୧୯୯୫ (୩ ଫେବୃଆରୀ ୧୯୯୨ - ୩୦ ଜାନୁଆରୀ ୧୯୯୫) ସେ ପ୍ରଥମ ଓଡ଼ିଆ ତଥା ପ୍ରଥମ ଭାରତୀୟ ଭାବେ ନବଗଠିତ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ଜୟନ୍ତୀ ପଟ୍ଟନାୟକ ୨୦୨୨ ମସିହାର ସେପ୍ଟେମ୍ବର ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[] ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।[]

  1. "ଭୋଟ ପେଡ଼ିର ପୁରୁଣା କଥା". No. ସମ୍ବାଦ ୧୨/୦୪/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 12 April 2019. Retrieved 12 April 2019.
  2. http://www.business-standard.com/article/specials/jayanti-patnaik-to-contest-berhampur-198020301014_1.html
  3. "ବିଶିଷ୍ଟ ଜନନେତ୍ରୀ, ସୁସାହିତ୍ୟିକ ତଥା ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ". ସମ୍ବାଦ. ଭୁବନେଶ୍ୱର: sambad.in. 28 September 2022. Archived from the original on 28 September 2022. Retrieved 28 September 2022.
  4. Biographical Sketch: Member of Parliament, 12th Lok Sabha अँग्रेजी अनुवाद:जीवन वृत: संसद सदस्य, 12 वीं लोकसभा (भारतीय संसद)
  5. Shirin Rai (2003). Mainstreaming Gender, Democratizing the State?: Institutional Mechanisms for the Advancement of Women. Manchester University Press. pp. 242–. ISBN 978-0-7190-5978-0.
  6. Samantaray, Tusar (28 September 2022). "ପରଲୋକରେ ଜୟନ୍ତୀ ପଟ୍ଟନାୟକ । ୯୦ ବର୍ଷ ବୟସରେ ପରଲୋକ । | Kanak News". କନକ ନ୍ୟୁଜ୍. kanaknews.com. Archived from the original on 28 September 2022. Retrieved 28 September 2022.
  7. RANJAN, RASHMI (28 September 2022). "Jayanti Patnaik, wife of former Odisha CM Janaki Ballabh Patnaik, passes away". Odisha TV (in English). Archived from the original on 28 September 2022. Retrieved 28 September 2022.{{cite news}}: CS1 maint: unrecognized language (link)