ଭୁବନେଶ୍ୱର ମହାପାତ୍ର

ଉଇକିପିଡ଼ିଆ ରୁ
(Bhubaneswar Mohapatra ରୁ ଲେଉଟି ଆସିଛି)
Jump to navigation Jump to search
ଭୁବନେଶ୍ୱର ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ
ଭୁବନେଶ୍ୱର ମହାପାତ୍ର

୨୫ ଅଗଷ୍ଟ ୧୯୨୫(1925-08-25)
ବୀରନରସିଂହପୁର, ପୁରୀ ଜିଲ୍ଲା
ମୃତ୍ୟୁ୧୮ ଡିସେମ୍ବର ୨୦୦୮(2008-12-18) (ବୟସ ୮୩)
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନପ୍ୟାରିମୋହନ ଏକାଡେମୀ,
ପ୍ରସିଦ୍ଧିନାଟ୍ୟକାର
ବାପା ବୋଉନରସିଂହ ମହାପାତ୍ର, ଲକ୍ଷ୍ମୀ ଦେବୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ଭୁବନେଶ୍ୱର ମହାପାତ୍ର, ଓଡ଼ିଶାର ଜଣେ ଜଣାଶୁଣା ନାଟ୍ୟକାର । ମଞ୍ଚ ଓ ବେତାର ମାଧ୍ୟମରେ, ତାଙ୍କ ରଚିତ ବହୁ ସାମାଜିକ, ଐତିହାସିକ ଓ ରହସ୍ୟଧର୍ମୀ ନାଟକ ପରିବେଷିତ ହୋଇ ଲୋକପ୍ରିୟତା ଲାଭ କରିଛି ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ଭୁବନେଶ୍ୱର ମହାପାତ୍ର, ୧୯୨୫ ଅଗଷ୍ଟ ୨୫ତାରିଖରେ ପୁରୀ ଜିଲ୍ଲାର ବୀରନରସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନରସିଂହ ମହାପାତ୍ର ଓ ମାତାଙ୍କ ନାମ ଲକ୍ଷ୍ମୀ ଦେବୀ ଥିଲା । ପିତା ନରସିଂହ ଶିକ୍ଷକତା ବୃତ୍ତିରେ ଥିଲେ ଓ କଟକର ପ୍ୟାରିମୋହନ ଏକାଡେମୀରେ ବହୁ ବର୍ଷ ଧରି ଶିକ୍ଷକତା କରିଥିଲେ । ଭୁବନେଶ୍ୱର, ନିଜ ଗାଁରେ ଥିବା ଭାର୍ଗବୀ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ ଓ ପ୍ୟାରିମୋହନ ଏକାଡେମୀରୁ ମାଟ୍ରିକ ପାସ କରିଥିଲେ । ପିଲାଦିନରୁ, ସେ ନାଟକ ପ୍ରତି ଆକର୍ଷିତ ଥିଲେ । ଥରେ ସେ, ନିଜ ଭଉଣୀର ବାକ୍ସରୁ ବଟଫଳ ଚୋରୀ କରି, ଯାତ୍ରା ଅଭିନେତ୍ରୀଙ୍କୁ ମେଡାଲ କରି ପିନ୍ଧାଇ ସମ୍ମାନୀତ କରିଥିଲେ ।

ନାଟ୍ୟକାର ଜୀବନ[ସମ୍ପାଦନା]

"ତୁଠ ପଥର" ନାଟକ ଥିଲା ଭୁବନେଶ୍ୱରଙ୍କ ପ୍ରଥମ ମଞ୍ଚସ୍ଥ ନାଟକ । ଏହି ନାଟକଟି ଖୁବ ସଫଳ ହୋଇଥିଲା ଓ ଓଡ଼ିଆ ନାଟକ ଇତିହାସରେ ଏକ ସ୍ୱତନ୍ତ୍ର ପୃଷ୍ଠା ଯୋଡିଥିଲା । ତାଙ୍କ ନାଟ୍ୟପ୍ରତିଭା ଏପରି ପ୍ରଖର ଥିଲା ଯେ, ସମକାଳୀନ ନାଟ୍ୟକାର ଭଂଜକିଶୋର ପଟ୍ଟନାୟକଙ୍କ ନାଟକ "ତୋଫାନ" ଦେଖିବା ପରେ, ଭଂଜକିଶୋରଙ୍କ ଅନୁରୋଧରେ ବିଷୟବସ୍ତୁର ସମକ୍ରମରେ ଅନ୍ୟ ଏକ ନାଟକ "ତୋଫାନ ପରେ" ରଚନା କରିଥିଲେ । ପ୍ରଭେଦ ଥିଲା, "ତୋଫାନ"ରେ ଚରିତ୍ର ଚୂଡାମଣି ଛନ୍ନଛଡା ଥିଲା ଓ "ତୋଫାନ ପରେ"ରେ ସେ ଏକ ସଂସାରୀ ଚରିତ୍ରରେ ଦେଖାଯାଇଥିଲା । ସମକ୍ରମ ଅନୁସରଣ ନାଟକର ଏହି ପରମ୍ପରା ବୋଧହୁଏ ଭାରତର ଅନ୍ୟ କେଉଁ ସାହିତ୍ୟରେ ଏହା ପୂର୍ବରୁ ସମ୍ଭବ ହୋଇନଥିଲା । ଭୁବନେଶ୍ୱରଙ୍କ ନାଟକରେ ଚମତ୍କାର କାହାଣୀ ଓ ମଞ୍ଚ ସହିତ ନୃତ୍ୟ ସଙ୍ଗୀତର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳୁଥିଲା । ତାଙ୍କ ରଚିତ ନାଟକ "ବାହୁଡା ବିଜେ"ରୁ ଦୁଃଖୀରାମ ସ୍ୱାଇଁ ଖଳନାୟକ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେହି ନାଟକରେ ନାୟିକାର ବଢନ୍ତା ନଈକୁ ଡେଇଁବା ଦୃଶ୍ୟ ହେଉ ଅବା "ବାଡୁଅ ଝିଅ" ନାଟକର ନାୟିକାର ଟ୍ରେନ ଆଗରେ ଠିଆ ହୋଇ ଆତ୍ମହତ୍ୟା କରିବାର ଦୃଶ୍ୟ ହେଉ, ଦର୍ଶକମାନଙ୍କ ମନରେ ଅଦ୍ଭୁତ ଚାଞ୍ଚଲ୍ୟ ଖେଳାଇ ଦେଉଥିଲା । ୧୯୫୮ରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ହେବା ପରେ, ଭୁବନେଶ୍ୱର ଆକାଶବାଣୀ ପାଇଁ ମଧ୍ୟ ବହୁ ନାଟକ ରଚନା କରିଥିଲେ । ଓଡ଼ିଆ କଥାଚିତ୍ର ସିନ୍ଦୂର ବିନ୍ଦୁ ତାଙ୍କରି କାହାଣୀ ଆଧାରରେ ନିର୍ମିତ ହୋଇଥିଲା ।

ରଚିତ ନାଟକ[ସମ୍ପାଦନା]

ମଞ୍ଚରେ ପରିବେଷିତ[ସମ୍ପାଦନା]

  • ତୋଫାନ ପରେ - ୧୯୫୮
  • ତୁଠ ପଥର - ୧୯୫୮
  • କିଏ କାହାର - ୧୯୫୮
  • କାଚ କାଞ୍ଚନ - ୧୯୫୯
  • ଜମାନବନ୍ଦୀ - ୧୯୬୧
  • ବାଟବରଣ - ୧୯୬୩
  • ମୋତିମହଲ - ୧୯୬୩
  • ବାହୁଡା ବିଜେ - ୧୯୬୪
  • ବାଡୁଅ ଝିଅ - ୧୯୬୪
  • ବାଧା ବନ୍ଧନ - ୧୯୬୪
  • ସେଇ ଦିନ ସେଇ ରାତି - ୧୯୬୫
  • ଅପରାଜିତା - ୧୯୬୫
  • ଅପବାଦ - ୧୯୬୫
  • ଦେଖିଲେ ଜାଣିବେ - ୧୯୬୮
  • ପରୀକ୍ଷା - ୧୯୭୦
  • କିଛି ବୁଝିଲେ - ୧୯୭୪
  • ମନ ଦେଉଳ - ୧୯୭୫
  • ମୋ ଘର ନାଟକ - ୧୯୭୬
  • ଅନାଟକ - ୧୯୭୮
  • ଅସ୍ତ ଚନ୍ଦ୍ରମା
  • ଘର ଘରଣୀ
  • ସାଉଁଟା ଫୁଲ
  • ଗୋଟିଏ ରାତି
  • କଥାଟି ସତ
  • ନାଁ ଦେବେ ଆପଣ
  • ସୁନା ଶିକୁଳି
  • ଦିନଟି ଥିଲା ରବିବାର
  • ଗୋଲକ ଧନ୍ଦା
  • ରାଜ ମୁକୁଟ

ଆକାଶବାଣୀରେ ପରିବେଷିତ[ସମ୍ପାଦନା]

  • ଲକ୍ଷ୍ମଣ ପରା ଭାଇ
  • ଏ ଘର ମାଉସୀ ସେ ଘର ପିଉସୀ
  • ସେମାନେ ଓ ଆମେ
  • ବଧୂବରଣ
  • ପବିତ୍ର ପାପୀ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

୨୦୦୮ ମସିହା ଡିସେମ୍ବର ୧୮ତାରିଖ ଦିନ, ଭୁବନେଶ୍ୱର ମହାପାତ୍ର ଇହଲିଳା ସମ୍ବରଣ କରିଥିଲେ । [୨]

ଆଧାର[ସମ୍ପାଦନା]

  1. http://www.orissadiary.com/CurrentNews.asp?id=28867
  2. ପ୍ରମେୟ ୦୧/୦୨/୨୦୧୫ ପୃଷ୍ଠା ୯ରେ ପ୍ରକାଶିତ ଲେଖା "ସୁବର୍ଣ୍ଣଯୁଗର ନାଟ୍ୟକାର ଭୁବନେଶ୍ୱର ମହାପାତ୍ର"