ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ

ଉଇକିପିଡ଼ିଆ‌ରୁ
ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ
ଜନ୍ମ ଓ ଜନ୍ମସ୍ଥାନ(1933-08-06)୬ ଅଗଷ୍ଟ ୧୯୩୩
ପାପସାର, ଆଠମଲ୍ଲିକ
ମୃତ୍ୟୁ୧୫ ନଭେମ୍ବର ୨୦୨୩(2023-11-15) (ବୟସ ୯୦)
ନାଗପୁର
ବୃତ୍ତିଶିଶୁସାହିତ୍ୟିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାଏମଏ, ବିଏଡ଼, ପିଏଚଡ଼ି
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ( ବାଳ ସାହିତ୍ୟ ପୁରସ୍କାର ) - ୨୦୧୭
ଜୀବନସାଥୀଶକୁନ୍ତଳା ଦେବୀ
ସନ୍ତାନଶିଳାଦିତ୍ୟ ଓ ବାଳାଦିତ୍ୟ

ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ (୬ ଅଗଷ୍ଟ ୧୯୩୩ - ୧୫ ନଭେମ୍ବର ୨୦୨୩) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ସେ ମୁଖ୍ୟତଃ ଶିଶୁସାହିତ୍ୟ ଲେଖିଥିଲେ । ସେ ଅନେକ ଅଣ-ଓଡ଼ିଆ ପୁସ୍ତକକୁ ଓଡ଼ିଆରେ ଅନୁବାଦ ମଧ୍ୟ କରିଥିଲେ । ଶିଶୁ ସାହିତ୍ୟିକୁ ସାମଗ୍ରିକ ଅବଦାନ ପାଇଁ ତାଙ୍କୁ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୨] ଟିକିପରୀ ପୁସ୍ତକପାଇଁ ସେ ୨୦୧୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]

ଶୁଭେନ୍ଦ୍ର ମୋହନ ୧୯୩୩ ମସିହା ଅଗଷ୍ଟ ୬ ତାରିଖରେ ଆଠମଲ୍ଲିକ ଅନ୍ତର୍ଗତ ପାପସାର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜୟକୃଷ୍ଣ ଓ ମାତାଙ୍କ ନାମ ମନୋରମା ଥିଲା । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ । ୧୯୬୩ ମସିହା ଜାନୁଆରୀ ୭ ତାରିଖରେ ସେ ନିଜର ମୂଳ ନାମ ମୋହନ ମୁରାରୀ ବାରିକକୁ ପରିବର୍ତ୍ତନ କରି ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ ରଖିଥିଲେ ।[୩] ସେ ଶକୁନ୍ତଳା ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଶିଳାଦିତ୍ୟ ଓ ବାଳାଦିତ୍ୟ ନାମରେ ଦୁଇ ପୁଅ ଅଛନ୍ତି ।

୨୦୨୩ ମସିହା ନଭେମ୍ବର ମାସ ୧୫ ତାରିଖରେ ମହାରାଷ୍ଟ୍ରର ନାଗପୁରଠାର ପରଲୋକ ଘଟିଥିଲା । ତାଙ୍କ ଶେଷଇଚ୍ଛା ଅନୁଯାୟୀ ପାର୍ଥିବ ଶରୀର ନାଗପୁର ହସପିଟାଲକୁ ଗବେଷଣା ପାଇଁ ଦାନ କରାଯାଇଥିଲା।[୪]

ରଚନାବଳୀ[ସମ୍ପାଦନା]

ମୌଳିକ ରଚନା[ସମ୍ପାଦନା]

  • ଶତାବ୍ଦୀ ପୁରୁଷ - ୧୯୯୧ (ଗୌରୀ ଶଙ୍କର ସ୍ମୃତି ସଂସଦ)
  • ରୁସ୍ତମ କାହାଣୀ - ୧୯୮୦ (ଗ୍ରନ୍ଥମନ୍ଦିର, କଟକ)
  • ସ୍ୱାଧିନତାର କାହାଣୀ - ୨୦୦୬ (ମନୋଜ ପ୍ରକାଶନ)
  • ଦେଶବିଦେଶର ପିଲାଂକ କାହାଣୀ - ୧୯୯୬ (କୈଶରିକ, କଟକ)
  • ଟିକିପରୀ

ଅନୁବାଦ[ସମ୍ପାଦନା]

  • ଗାନ୍ଧୀ ଅନ୍ନଦା ଶଂକର ରାୟ - ୨୦୦୨ (ଗ୍ରନ୍ଥମନ୍ଦିର, କଟକ)
  • କେନିଲୱର୍ଥ - ୧୯୭୪ (ଗ୍ରନ୍ଥମନ୍ଦିର, କଟକ)
  • କ୍ରାଇମ ଏଣ୍ଡ ପନିଶମେଣ୍ଟ - ୧୯୯୬ (ବିଦ୍ୟାପୁରୀ, କଟକ)
  • ଦ ହାଉଣ୍ଡ୍ ଅଫ୍ ଦ ବାସ୍କରଭିଲସ - ୨୦୦୪ (ବିଦ୍ୟାପୁରୀ, କଟକ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର (ବାଳ ସାହିତ୍ୟ ପୁରସ୍କାର) - ୨୦୧୭[୫]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ) - ୨୦୧୦[୬]

ଆଧାର[ସମ୍ପାଦନା]

  1. "ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡ଼ି ଓ ଏକାଡ଼େମୀ ପୁରସ୍କାର ପ୍ରଦାନ ଉତ୍ସବ". www.odiasahitya.com. odiasahitya.com. Archived from the original on 2 July 2022. Retrieved 2 July 2022.
  2. "ଶୁଭେନ୍ଦୁ ଓ ସୂର୍ଯ୍ୟସ୍ନାତ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.pratinidhiodia.in. pratinidhi. Retrieved 22 February 2019.
  3. The Orissa Gazette (1963 ed.). ଓଡ଼ିଶା ସରକାର. Retrieved 2 July 2022.
  4. Bureau, Sambad (15 November 2023). "ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହଙ୍କ ପରଲୋକ". Sambad. Retrieved 15 November 2023.
  5. "BAL SAHITYA PURASKAR (2010-2021)". www.sahitya-akademi.gov.in. କେନ୍ଦ୍ର ସାହିତ୍ୟ ଏକାଡ଼େମୀ. Retrieved 2 July 2022.
  6. "ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ପୁସ୍ତକ ଓ ଲେଖକ". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Retrieved 2 July 2022.