ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ଉଇକିପିଡ଼ିଆ‌ରୁ
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ବିଧାୟକ: ୧୩ଶ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀପ୍ରଦୀପ୍ତ ପଣ୍ଡା
ପର ଅଧିକାରୀସୁକାନ୍ତ କୁମାର ନାୟକ
ନିର୍ବାଚନ ମଣ୍ଡଳୀନୀଳଗିରି
ସାଂସଦ: ୧୭ଶ ଲୋକ ସଭା
Assumed office
୨୦୧୯
ପୂର୍ବ ଅଧିକାରୀରବିନ୍ଦ୍ର କୁମାର ଜେନା
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-01-04) ୪ ଜାନୁଆରୀ ୧୯୫୫ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବାପା/ବୋଉଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଜନ୍ମ: ୪ ଜାନୁଆରୀ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂସେବକ ସେନା, ବିଶ୍ୱ ହିନ୍ଦୁ ପରିଷଦଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଅଧୁନା ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪ ଓ ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩] ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଭାବରେ, "ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ" ଏବଂ "ଦୁଗ୍ଧ, ପଶୁପାଳନ ଓ ମତ୍ସ୍ୟପାଳନ" ମନ୍ତ୍ରାଳୟର ଦାୟିତ୍ୱରେ ଅଛନ୍ତି ।[୪][୫] ୨୦୧୯ ଭାରତୀୟ ନିର୍ବାଚନ ସମୟରେ ତାଙ୍କୁ ତାଙ୍କ ସମର୍ଥକମାନେ "ଓଡ଼ିଶାର ମୋଦୀ" ନାମରେ ଡାକିଥିଲେ ।[୬]

୧୯୯୯ ମସିହାରେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁଙ୍କ ପୋଡ଼ି ଘଟଣାରେ ଅଭିଯୁ୍କ୍ତ ଦାରା ସିଂହ ବଜରଙ୍ଗ ଦଳର କର୍ମୀ ବୋଲି ଅଭିଯୋଗ ହୋଇଥିଲା ବେଳେ ଷଡ଼ଙ୍ଗୀ ଦଳର ଓଡ଼ିଶା ଶାଖା ସଭାପତି ଥିଲେ । ବିଭିନ୍ନ ସାକ୍ଷାତକାରରେ ଷଡ଼ଙ୍ଗୀ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ "ସାରା ଭାରତକୁ ବଦଳାଇବା ପାଇଁ ବଦ୍ଧପରିକରତା"କୁ "ଦାନବୀୟ କାମ" ବୋଲି ଅଭିହିତ କରିଛନ୍ତି ।[୭] ସେ ୨୦୦୨ ମସିହାରେ ବଜରଙ୍ଗ ଦଳ ଓଡ଼ିଶା ବିଧାନ ସଭା ଉପରେ କରିଥିବା ଆକ୍ରମଣରେ ଦଙ୍ଗା, ନିଆଁ ଲଗାଇବା, ପିଟାମରା, ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ପାଇଁ ମାମଲାରେ ଗିରଫ ହୋଇଥିଲେ ।[୮] ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ଅଭିଯୋଗ କରି ତାଙ୍କ ନେତୃତ୍ୱରେ ଅନେକ ଖ୍ରୀଷ୍ଟିଆନ ବିରୋଧୀ ଆନ୍ଦୋଳନମାନ ଓଡ଼ିଶାରେ ତେଜିଥିଲା ।[୯]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୧୯୫୫ ମସିହାର ଜାନୁଆରୀ ମାସ ୪ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ଗୋପୀନାଥପୁର ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ । ସେ ୧୯୭୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ବାଲେଶ୍ୱରର ଫକୀର ମୋହନ କଲେଜରୁ କଳାରେ ସ୍ନାତକ କରିଥିଲେ ।[୧୦]. ଏକ ସାଧାରଣ ବ୍ୟକ୍ତି ଭଳି ଜୀବନ ଯାପନ ଶୈଳୀ ଯୋଗୁଁ ସେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହୋଇପାରିଥିଲା ।[୪][୧୧]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରତାପ ଷଡ଼ଙ୍ଗୀ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବର୍ତ୍ତମାନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।

୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରତାପ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୨] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ସ୍ୱାଧୀନ ଭାବରେ ପୁଣିଥରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୫,୫୨୫ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସିପିଆର ପ୍ରାର୍ଥୀ ପ୍ରଦୀପ୍ତ ପଣ୍ଡାଙ୍କୁ ୩,୦୫୬ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୩] ଓଡ଼ିଶା ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୪ ଭାରତୀୟ ସଧାରଣ ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହି ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ରବିନ୍ଦ୍ର କୁମାର ଜେନାଙ୍କଠାରୁ ୧,୪୧,୮୨୫ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୧୪][୧୫] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁଣିଥରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୧୬][୧୭] ଏହି ନିର୍ବାଚନରେ ସେ ସମୁଦାୟ ୪,୮୩,୮୫୮ ଖଣ୍ଡ ଭୋଟ ପାଇଥିଲେ[୧୮] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଏବଂ ରବିନ୍ଦ୍ର କୁମାର ଜେନାଙ୍କୁ ୧୨,୯୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧୯][୨୦]

ବିବାଦ[ସମ୍ପାଦନା]

୧୯୯୯ ମସିହାରେ ଖ୍ରୀଷ୍ଟିଆନ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁଙ୍କୁ ଏକ ଷ୍ଟେସନ ୱାଗନ ଭିତରେ ରାତିରେ ଶୋଇଥିବା ଅବସ୍ଥାରେ ପୋଡ଼ି ହତ୍ୟା କରାଯାଇଥିବା ଘଟଣାରେ ମୁଖ୍ୟ ଅଭିଯୁ୍କ୍ତ ଦାରା ସିଂହ ବଜରଙ୍ଗ ଦଳର କର୍ମୀ ବୋଲି ଅଭିଯୋଗ ହୋଇଥିଲା । ଏହି ସମୟରେ ଷଡ଼ଙ୍ଗୀ ଦଳର ଓଡ଼ିଶା ଶାଖା ସଭାପତି ଭାବେ କାର୍ଯ୍ୟ କରୁଥିଲେ । ବିଚାର ସମୟରେ ସେ ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲେ । ସାମ୍ବାଦିକମାନଙ୍କୁ ଦେଇଥିବା କେତେକ ସାକ୍ଷାତକାରରେ ଷଡ଼ଙ୍ଗୀ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ "ସାରା ଭାରତକୁ ବଦଳାଇବା ପାଇଁ ବଦ୍ଧପରିକରତା"କୁ "ଦାନବୀୟ କାମ" ବୋଲି ଅଭିହିତ କରିଥିଲେ[୭] ଓ କେବଳ କେତେ ଜଣ ମିଶନାରୀଙ୍କୁ ଛାଡ଼ିଦେଲେ ବାକିମାନେ "ଇଡ଼ିଅଟ" ବୋଲି ମତ ଦେଇଥିଲେ ।[୯] ସେ ୨୦୦୨ ମସିହାରେ ବଜରଙ୍ଗ ଦଳ ଓ ତାହାର ଆଉ କେତେକ ସମର୍ଥକ ଦଳଦ୍ୱାରା ଓଡ଼ିଶା ବିଧାନ ସଭା ଉପରେ ୫୦୦ ଜଣ ଆକ୍ରମଣକାରୀଙ୍କଦ୍ୱାରା ଆକ୍ରମଣ କରାଯାଇଥିଲା । ଏହି ମାମଲରେ ଦଙ୍ଗା, ନିଆଁ ଲଗାଇବା, ପିଟାମରା, ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ପାଇଁ ସେ ଗିରଫ ହୋଇଥିଲେ ।[୮] ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ଅଭିଯୋଗ କରି ତାଙ୍କ ନେତୃତ୍ୱରେ ଖ୍ରୀଷ୍ଟିଆନ ବିରୋଧୀ ଆନ୍ଦୋଳନମାନ ରାଜ୍ୟରେ ତେଜିଥିଲା ।[୯]

ସମାଜ ସେବା[ସମ୍ପାଦନା]

ଷଡ଼ଙ୍ଗୀ ଗଣ ଶିକ୍ଷା ମନ୍ଦିର ଯୋଜନା ଅନ୍ତର୍ଗତରେ ବାଲେଶ୍ୱର ଜିଲ୍ଲାର ଆଦିବାସୀ ଗ୍ରାମଗୁଡ଼ିକ ପାଇଁ ପ୍ରତାପ ସମାରକର କେନ୍ଦ୍ର ଖୋଲାଇଥିଲେ ।[୨୧]

ଆଧାର[ସମ୍ପାଦନା]

  1. "Shri Pratap Chandra Sarangi". odishaassembly.nic.in. Odisha Assembly. Retrieved 25 May 2019.
  2. "Balasore Lok Sabha election results 2019 Odisha: BJP's Pratap Sarangi defeats BJD's Rabindra Jena". DNA India (in ଇଂରାଜୀ). 2019-05-24. Retrieved 2019-05-25.
  3. "Balasore Election Results 2019 Live Updates". News18. Retrieved 2019-05-25.
  4. ୪.୦ ୪.୧ "Balasore Lawmaker Pratap Chandra Sarangi Takes Oath As Minister Of State". NDTV.com (in ଇଂରାଜୀ). Retrieved 2019-05-30.
  5. Dharitri (2019-05-30). "ମୋଦିଙ୍କ ମନ୍ତ୍ରିମଣ୍ଡଳ". dharitri (in ଆମେରିକୀୟ ଇଂରାଜୀ). Retrieved 2019-05-30.
  6. "Odisha's 'Modi', Pratap Chandra Sarangi, pedals his way into Small & Medium Enterprises Ministry | India News". www.timesnownews.com (in ବ୍ରିଟିଶ୍‌ ଇଂରାଜୀ). Retrieved 2019-06-03.
  7. ୭.୦ ୭.୧ "Dubious past of India's social media hero minister". 31 May 2019. Retrieved 18 December 2019.
  8. ୮.୦ ୮.୧ Chaudhuri, Kalyan. "Vandalism in Orissa". frontline.thehindu.com. Archived from the original on 14 December 2019. Retrieved 18 December 2019.
  9. ୯.୦ ୯.୧ ୯.୨ "NDA 2.0: Social Media 'Hero' Pratap Sarangi Faces Serious Criminal Cases". The Wire. Retrieved 18 December 2019.
  10. "Shri Pratap Chandra Sarangi Profile". My neta info. Retrieved 2019-04-26.
  11. DelhiMay 30, India Today Web Desk New; May 30, 2019UPDATED:; Ist, 2019 23:36. "When Odisha's Modi Pratap Chandra Sarangi won hearts, got claps". India Today (in ଇଂରାଜୀ). Retrieved 2019-06-03. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  12. "Orissa Assembly Election Results in 2004". www.elections.in. Retrieved 2019-05-25.
  13. "Odisha (Orissa) Assembly (Vidhan Sabha) Election Results in 2009". www.elections.in. Retrieved 2019-05-25.
  14. "ଆର୍କାଇଭ୍ କପି". Archived from the original on 2014-05-20. Retrieved 2019-05-25. {{cite web}}: Cite has empty unknown parameter: |1= (help)
  15. "'No clash between Modi wave and my image': Pratap Sarangi". The Times of India. May 23, 2019. Retrieved 2019-05-23.
  16. "Lok Sabha Elections 2019 candidate list for Odisha". Business Insider India. Retrieved 18 April 2019.
  17. "Balasore Lok Sabha Election Results 2019 LIVE Updates: Winner, Runner-up". The Indian Express (in Indian English). 2019-05-23. Retrieved 2019-05-25.
  18. Standard, Business. "Balasore Lok Sabha Election Results 2019: Balasore Election Result 2019 | Balasore Winning MP & Party | Balasore Lok Sabha Seat". www.business-standard.com. Retrieved 2019-05-25. {{cite web}}: |first= has generic name (help)
  19. "List of Contesting Candidates (Phase-IV) (PC)" (PDF). ceoorissa.nic.in. Office of the Chief Electoral Officer, Odisha. Retrieved 18 April 2019.
  20. "'Balasore Lok Sabha election results 2019 Odisha: BJP's Pratap Sarangi defeats BJD's Rabindra Jena': Pratap Sarangi". DNA India. April 12, 2014. Retrieved 2014-05-25.
  21. "MLA Pratap Chandra Sarangi Profile | NILAGIRI Constituency". www.naveenpatnaik.com. Archived from the original on 2019-05-25. Retrieved 2019-05-31.