ସୁକାନ୍ତ କୁମାର ନାୟକ

ଉଇକିପିଡ଼ିଆ ରୁ
Jump to navigation Jump to search
ସୁକାନ୍ତ କୁମାର ନାୟକ
Sukanta Kumar Nayak.jpg
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
Assumed office
୨୦୧୪
ପୂର୍ବ ଅଧିକାରୀପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ନିର୍ବାଚନ ମଣ୍ଡଳୀନୀଳଗିରି
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ବୃତ୍ତିରାଜନୀତିଜ୍ଞ

ସୁକାନ୍ତ କୁମାର ନାୟକ ଜଣେ ଓଡ଼ିଆ ରାଜନୀତିଜ୍ଞ । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପୁନଃ ନିର୍ବାଚିତ ହୋଇ ୧୬ଶ ଓଡ଼ିଶା ବିଧାନ ସଭାର ସଭ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଅଛନ୍ତି । ପୂର୍ବରୁ ସେ ୧୫ଶ ଓଡ଼ିଶା ବିଧାନ ସଭାକୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ସୁକାନ୍ତ କୁମାର ନାୟକ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସରକାରୀ ଚାକିରୀରୁ ଇସ୍ତଫା ଦେଇ[୧] ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନରେ ସେ ସମୁଦାୟ ୫୦,୫୧୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୁଷମା ବିଶ୍ୱାଳଙ୍କୁ ୧୩,୭୦୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୩]

ସୁକାନ୍ତ ୨୦୧୯ ମସିହାରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ[୪] ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୫] ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାଜପା ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬]

ଆଧାର[ସମ୍ପାଦନା]

  1. "BJD MLA Sukanta Nayak resigns from party". The Tribune. Retrieved 24 June 2020.
  2. "Shri Sukanta Kumar Nayak". odishaassembly.nic.in. Odisha Assembly. Retrieved 6 June 2019. Cite has empty unknown parameter: |dead-url= (help)
  3. "Orissa 2014". Election Commission of India (in ଇଂରାଜୀ). Retrieved 2019-06-27.
  4. "Odisha assembly polls: BJD MLA Sukanta Nayak quits party". ଟାଇମ୍ସ ଅଫ ଇଣ୍ଡିଆ. 15 March 2019. Retrieved 24 June 2020.
  5. "Odisha: 3 BJD MLAs Join BJP Ahead of Polls". The Wire. 21 March 2019. Retrieved 24 June 2020.
  6. "Nilgiri Odisha". news18.com. Retrieved 24 June 2020.