Jump to content

ଜବାହରଲାଲ ନେହେରୁ

ଉଇକିପିଡ଼ିଆ‌ରୁ
(ଜବାହାରଲାଲ ନେହେରୁରୁ ଲେଉଟି ଆସିଛି)
Jabaharlal neheru
ଜବାହରଲାଲ ନେହେରୁ
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧୫ ଅଗଷ୍ଟ ୧୯୪୭ – ୨୭ ମଇ ୧୯୬୪
Monarchକିଙ୍ଗ ଜର୍ଜ ୬ (୨୬ ଜାନୁଆରୀ ୧୯୫୦)
ରାଷ୍ଟ୍ରପତିରାଜେନ୍ଦ୍ର ପ୍ରସାଦସର୍ବପଲ୍ଲୀ ରାଧାକୃଷ୍ଣନ
Governor-GeneralLouis Mountbatten
ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ
ପୂର୍ବ ଅଧିକାରୀପଦଟିଏ ତିଆରି କରାଯାଇଥିଲା
ପର ଅଧିକାରୀଗୁଲାଜରିଲାଲ ନନ୍ଦା
ବୈଦେଶିକ ବ୍ୟାପାର ମନ୍ତ୍ରୀ
କାର୍ଯ୍ୟକାଳ
୧୫ ଅଗଷ୍ଟ୧୯୪୭ – ୨୭ ମଇ ୧୯୬୪
ପୂର୍ବ ଅଧିକାରୀପଦଟିଏ ତିଆରି କରାଯାଇଥିଲା
ପର ଅଧିକାରୀଗୁଲାଜରିଲାଲ ନନ୍ଦା
ଅର୍ଥମନ୍ତ୍ରି
କାର୍ଯ୍ୟକାଳ
୮ ଅକ୍ଟୋବର ୧୯୫୮ – ୧୭ ନଭେମ୍ବର ୧୯୫୯
ପୂର୍ବ ଅଧିକାରୀଟି. ଟି. କୃଷ୍ଣମଚାରି
ପର ଅଧିକାରୀମୋରାରଜି ଦେଶାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୪ ନଭେମ୍ବର ୧୮୮୯
ଆଲାହାବାଦ, United Provinces, ବ୍ରିଟିଶ ରାଜ
ମୃତ୍ୟୁ୨୭ ମଇ ୧୯୬୪ (ବୟସ ୭୪')
ଦିଲ୍ଲୀ, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକମଳା ନେହରୁ
ସନ୍ତାନଇନ୍ଦିରା ଗାନ୍ଧୀ
ଶିକ୍ଷାନୁଷ୍ଠାନଟ୍ରିନିଟି କଲେଜ, କେମ୍ବ୍ରିଜ
ପେଷାବାରିଷ୍ଟର
ସନ୍ତକ

ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

ପିଲାଦିନ

[ସମ୍ପାଦନା]

ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ(୧୮୬୧-1931) ସେ ଜଣେ ଧନଶାଳୀ ବାରିଷ୍ଟର ଥିଲେ, ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ । ଓ ମାତାଙ୍କ ନାମ ସ୍ୱରୂପରାଣୀ(୧୮୬୮-୧୯୩୮) ଥିଲା ।ଜବାହରଲାଲ ନେହେରୁଙ୍କର ଦୁଇ ଭଉଣୀ ଥିଲେ । ବିଜୟ ଲକ୍ଷ୍ମୀ ତାଙ୍କର ବଡ଼ ଭଉଣୀ ଥିଲେ,ସେ United Nations General Assemblyର ପ୍ରଥମ ମହିଳା ସଭାପତି ଥିଲେ । କ୍ରୀଷ୍ଣା ହୂଥୀସିଙ୍ଗ ତାଙ୍କର ଆଉଜଣେ ଭଉଣୀ ଥିଲେ । ସେ ଜଣେ ପୁସ୍ତକ ଲେଖିକା ଥିଲେ ।

ସେ ଅକ୍ଟୋବର ୧୯୦୭ ମସିହାରେ ସ୍ନାତକ କରିବା ପାଇଁ ତ୍ରିନିତୀ ମହାବିଦ୍ୟାଳୟ, କେମ୍ବ୍ରିଜ ଯାଇଥିଲେ । ସେ ୧୯୧୦ ମସିହାରେ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ସାରିଥିଲେ ।୧୯୧୦ ମସିହାରେ ସେ ଓକିଲାତି କରିବା ପାଇଁ ଲଣ୍ଡନ ଯାଇଥିଲେ । ସେ ସେଠି Inns of Court School of Law (Inner Temple)ରେ ୨ ବର୍ଷ ଓକିଲାତି କରିଥିଲେ । ୧୯୧୨ ମସିହାରେ ସେ ଭାରତ ଫେରିଥିଲେ ଏବଂ ସେ ଆଲ୍ହାବାଦ ଉଚ୍ଚ ଅଦାଲତରେ ଓକିଲାତି କରିଥିଲେ ।

ଭାରତ ସ୍ୱାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭)

[ସମ୍ପାଦନା]

ଅସହଯୋଗ ଆନ୍ଦୋଳନ

[ସମ୍ପାଦନା]

ସେ ୧୯୨୦ରେ ପ୍ରଥମେ ଅସହଯୋଗ ଆନ୍ଦୋଳନରେ ଜଡ଼ିତ ହୋଇଥିଲେ। ବିରୋଧୀ ଶାସନିକ କାର୍ଯ୍ୟକଳାପ ପାଇଁ ସେ ୧୯୨୧ରେ ଗିରଫ ହୋଇଥିଲେ ଏବଂ କିଛି ମାସ ପରେ ଖଲାସ ହୋଇଥିଲେ । ଚୌରୀ ଚୌରା ଘଟଣା ପରେ ଅସହଯୋଗ ଆନ୍ଦୋଳନର ସମାପ୍ତି ଘଟିଥିଲା ।

ଆନ୍ତର୍ଜାତୀୟତା ପାଇଁ ସଂଘର୍ଷ

[ସମ୍ପାଦନା]

ଅଧିକ ତଥ୍ୟ

[ସମ୍ପାଦନା]