Jump to content

ଦେବରାଜ ସାମନ୍ତରାୟ

ଉଇକିପିଡ଼ିଆ‌ରୁ
ଦେବରାଜ ସାମନ୍ତରାୟ
ଜନ୍ମ(1938-08-23)୨୩ ଅଗଷ୍ଟ ୧୯୩୮
ମେଣ୍ଢାଶାଳ, ଚନ୍ଦକା, ଖୋର୍ଦ୍ଧା, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତିଶିକ୍ଷକ
ଉଲ୍ଲେଖନୀୟ କୃତିତା ଧେଇକି
ପିତାମାତାରାମଚନ୍ଦ୍ର ସାମନ୍ତରାୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୧୨

ଦେବରାଜ ସାମନ୍ତରାୟ (ଜନ୍ମ: ୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଶିଶୁ ସାହିତ୍ୟିକ । ସେ ୨୦୧୨ ମସିହାରେ ତାଙ୍କ ଶିଶୁ ସାହିତ୍ୟ ରଚନା ତା ଧେଇକି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ବୃତ୍ତିରେ ଶିକ୍ଷକ ଦେବରାଜ ଇଟି ଯୋଗ୍ୟତା ପ୍ରାପ୍ତ । ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଅବସରପ୍ରାପ୍ତ । ୧୯୮୫ରେ କୃତି ଶିକ୍ଷକ ଭାବେ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ । ସମସ୍ୟାମୂଳକ ନିବନ୍ଧପାଇଁ SCERT ପକ୍ଷରୁ ଓ ବିଦ୍ୟାଳୟରେ ଜନସଂଖ୍ୟା ଶିକ୍ଷାର ପ୍ରୟୋଗ ସମ୍ବନ୍ଧରେ ପ୍ରବନ୍ଧ ଲେଖି NCERTରୁ ପୁରସ୍କାର ଓ ମାନପତ୍ର ପାଇଥିଲେ । ତାଙ୍କର ଶିଶୁ ଉପଯୋଗୀ ଲେଖାମାନ ମୀନାବଜାର, ଗଣଶକ୍ତି, ବାନରସେନା, ବାରମଜା ଆଦି ପତ୍ରିକାରେ ପ୍ରକାଶ ପାଇଥିଲା ।[]

ରଚନାବଳୀ

[ସମ୍ପାଦନା]
  • ଚାଲ ବେଗେ ଦିଲ୍ଲୀ
  • ଗାଈ
  • ପଦିଆ ଭୋଟ ଦେଲା
  • ପୁଅଟିଏ
  • ଠୁରାଠୁରୀଙ୍କ ଘର
  • ଆସିଲେ ଦଶଘୋଡ଼ା
  • ବାଘ ଝିଅର ବାହାଘର
  • ସଂକ୍ଷିପ୍ତ ବ୍ୟାକରଣ
  • ଶେଷ ପଫୁଲ
  • ସ୍ୱାସ୍ଥ୍ୟ ସଂପଦ
  • ଡଃ ବିଲୁଆନନା
  • ରଥ ଯାତରା
  • ତା ଧେଇକି[]

ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୨ (ତା ଧେଇକି ପାଇଁ)
  • ବିଷୁବ ପୁରସ୍କାର
  • ଓଡ଼ିଅ ଶିଶୁ ସାହିତ୍ୟ ପରିଷଦ ପକ୍ଷରୁ ପୁରସ୍କୃତ
  1. http://odishasahityaakademi.org/English/sahitya-award13.php
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୯୦. ISBN 81-903352-2-7.
  3. chrome-extension://efaidnbmnnnibpcajpcglclefindmkaj/https://culture.odisha.gov.in/sites/default/files/2022-06/List%20of%20Selected%20Books%20Under%20Raja%20Rammohan%20Ray%20Library%20Foundation%20%28RRRLF%29%20Scheme%20for%20the%20Year%202010-11.pdf

ଅଧିକ ତଥ୍ୟ

[ସମ୍ପାଦନା]