କୃଷ୍ଣଚରଣ ପଟ୍ଟନାୟକ
କୃଷ୍ଣଚରଣ ପଟ୍ଟନାୟକ | |
---|---|
ଜନ୍ମ | ବଉଳ ଗାଁ, ଗଞ୍ଜାମ | ୧୬ ଜାନୁଆରୀ ୧୯୨୯
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
କୃଷ୍ଣଚରଣ ପଟ୍ଟନାୟକ (ଜନ୍ମ: ୧୬ ଜାନୁଆରୀ ୧୯୨୯) ଜଣେ ଭାରତୀୟ ଓଡ଼ିଆ-ଭାଷୀ ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ ତଥା ଶିଶୁନାଟକ ଲେଖକ । ସେ ଓଡ଼ିଆ ଚଳଚ୍ଚିତ୍ର ମହାଲକ୍ଷ୍ମୀ ପୂଜାରେ ବିଶ୍ବକର୍ମା ଭୂମିକାରେ ଏବଂ ମଞ୍ଚନାଟକ ବାଳିକା ବିବାହରେ ବୃଦ୍ଧ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ବାଘମାମୁଁ ନୃତ୍ୟନାଟିକା ଓଡିଆ ଚଳଚ୍ଚିତ୍ର କନକଲତାରେ ସଂଯୋଜିତ ହୋଇଥିଲା । ତାଙ୍କ ନାଟକ ବଣଭୋଜି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ଏହା ଆଗରୁ ସେ ୧୯୯୮ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।
ଜୀବନୀ
[ସମ୍ପାଦନା]କୃଷ୍ଣଚରଣ ୧୯୨୯ ମସିହା ଜାନୁଆରୀ ୧୬ ତାରିଖରେ ଓଡ଼ିଶାର ଗଞ୍ଜାମ ସ୍ଥିତ ବଉଳ ଗାଁରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ନିଜ ପିତାଙ୍କ ଦ୍ବାରା ପ୍ରଭାବିତ ହୋଇ ନାଟକ, ଗୀତିନାଟ୍ୟ, ନୃତ୍ୟନାଟିକା ରଚନାରେ ଆଗ୍ରହୀ ହୋଇଥିଲେ । ଶିଶୁମାନଙ୍କୁ ଆଦର୍ଶ ଭାବେ ଗଢିତୋଳିବା ପାଇଁ ତାଙ୍କ ନାଟକଗୁଡିକର ଭୂମିକା ଉଲ୍ଲେଖନୀୟ । ତାଙ୍କ ନାଟକ ସବୁ ଓଡିଶାର ବିଭିନ୍ନ ସ୍ଥାନରେ ଅଭିନୀତ ହେବା ସହ ୧୯୭୨ରେ ନୂଆ ଦିଲ୍ଲୀରେ ଅନୂଷ୍ଠିତ ଶିଶୁନାଟକ ପ୍ରତିଯୋଗିତାରେ ଛାୟାଲୋକ ଓ ନରମେଧ ଯଜ୍ଞ ଏବଂ କଲିକତାରେ ଗୀତିନାଟ୍ୟ ଯମପୁରରେ ଦିନେ ଓ ବାଘମାମୁଁ ଅଭିନୀତ ହୋଇଥିଲା । ବାଘମାମୁଁ ନୃତ୍ୟନାଟିକାଟି ଓଡିଆ ଚଳଚ୍ଚିତ୍ର କନକଲତାରେ ସଂଯୋଜିତ ହୋଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । ଏହା ବ୍ୟତୀତ ଆକାଶବାଣୀ ଓ ଦୂରଦର୍ଶନରେ ତାଙ୍କ ନିର୍ଦ୍ଦେଶିତ ଅର୍ଦ୍ଧଶତାଧିକ ନାଟକ ପ୍ରସାରିତ । ତାଙ୍କର ଅଭିନୟ କେବଳ ଚଳଚ୍ଚିତ୍ର ମହାଲକ୍ଷ୍ମୀ ପୂଜାରେ ବିଶ୍ବକର୍ମା ଓ ମଞ୍ଚନାଟକ ବାଳିକା ବିବାହରେ ବୃଦ୍ଧ ଭୂମିକାରେ ସୀମିତ ଥିଲା ।[୨]
ନାଟକ
[ସମ୍ପାଦନା]- ସ୍ବର୍ଗପୁରୀରେ ଦିନେ
- ଯମପୁରୀରେ ଦିନେ
- ଗାଁ
- ବାଘମାମୁଁ
- ବଣଭୋଜୀ
- ଛାୟାଲୋକ
- ଗଧ ଭାଇନା
- ପ୍ରଳାପ
- ବ୍ରେକଫେଲ୍
- ଗଧପୁରାଣ
- ସେବିକା
- ସତ୍ୟ ପରୀକ୍ଷା
- ଭଦ୍ରଲୋକୀ
- ଅଗ୍ନିସ୍ନାନ
- ସେତୁବନ୍ଧ
- କଥାଟିଏ କହୁଁ
- ନୀଳ ତରଙ୍ଗ
- ଏକତାର ଫଳ
- ଫାଗ ମାମୁଁ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବଣଭୋଜି ପାଇଁ) - ୧୯୯୭[୩]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୯୮[୪]
ଆଧାର
[ସମ୍ପାଦନା]- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୭୯୬, ୮୨୩. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୨୩୧-୩୨. ISBN 81-903352-1-9.
- ↑ http://odishasahityaakademi.org/English/sahitya-award8.php
- ↑ chrome-extension://efaidnbmnnnibpcajpcglclefindmkaj/https://magazines.odisha.gov.in/orissaannualreference/ORA-2011/pdf/104-108.pdf