ମହେଶ୍ୱର ମହାନ୍ତି (ସାହିତ୍ୟିକ)

ଉଇକିପିଡ଼ିଆ‌ରୁ
ମହେଶ୍ୱର ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନମହେଶ୍ୱର ମହାନ୍ତି
(1939-12-31) ୩୧ ଡିସେମ୍ବର ୧୯୩୯ (ବୟସ ୮୪)
ବୃତ୍ତିଶିଶୁ ସାହିତ୍ୟିକ
ଅନୁବାଦକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିବେଲୁନ୍ ଗଲା ଉଡ଼ି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫

ମହେଶ୍ୱର ମହାନ୍ତି (ଜନ୍ମ: ୩୧ ଡିସେମ୍ବର ୧୯୩୯) ଜଣେ ଓଡ଼ିଆ ଶିଶୁ ସାହିତ୍ୟକ ତଥା ଅନୁବାଦକ, ଯିଏକି ପିଲାମାନଙ୍କ ପାଇଁ ୪୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ୧୯୬୫ ମସିହାରେ ତାଙ୍କୁ ତାଙ୍କ ରଚିତ ଶିଶୁ ସାହିତ୍ୟ ପୁସ୍ତକ ବେଲୁନ୍ ଗଲା ଉଡ଼ି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୧୧ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମହେଶ୍ୱର ମହାନ୍ତି ୧୯୩୯ ମସିହାର ଡିସେମ୍ବର ୩୧ ତାରିଖର ଅବିଭକ୍ତ କଟକ ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଓଷକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୫୮ ମସିହାରେ ସେ ବାଲିକୁଦା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ଶିକ୍ଷା ଶେଷ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏ. ପାଶ୍ କରି ତାଙ୍କ ଗାଁରେ ନୂଆ କରି ଆରମ୍ଭ ହୋଇଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେଇଥିଲେ । କିନ୍ତୁ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେବାର ମାତ୍ର ବର୍ଷକ ପରେ ପୁଣିଥରେ ରେଭେନ୍ସା କଲେଜକୁ ଫେରିଥିଲେ ଏବଂ ସେଠାରୁ ଓଡ଼ିଆରେ ପ୍ରଥମେ ସ୍ନାତକ ଏବଂ ପରେ ସ୍ନାତକୋତ୍ତର ପାଶ୍ କରିଥିଲେ ।[୧]

ସ୍ନାତକ ପରେ ସେ ପ୍ରଥମେ ଓଡ଼ିଶା ଷ୍ଟେଟ୍ କୋଅପରେଟିଭ୍ ୟୁନିଅନ୍ ଅଧିନରେ ସମବାୟ ସମାଚାର, କଲ୍ୟାଣୀ ଓ ଓଡ଼ିଶା କୋଅପରେଟିଭ୍ ଜର୍ଣ୍ଣାଲ୍ ପ୍ରଭୃତିର ସହ-ସମ୍ପାଦକା ଭାବରେ କାର୍ଯ୍ୟାରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସମ୍ପାଦକ ପଦକୁ ମଧ୍ୟ ଉନ୍ନୀତ ହୋଇଥିଲେ । ୧୯୬୮ ମସିହାରେ ସେ କୋଅପରେଟିଭ୍ ୟୁନିଅନ୍‌ରୁ ଇସ୍ତଫା ଦେଇ କଟକସ୍ଥିତ ଖ୍ରୀଷ୍ଟ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଜଣେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ଏବଂ ସେଠାରୁ ୨୦୦୧ ମସିହାରେ ଅବସର ନେଇଥିଲେ ।[୧]

ସାହିତ୍ୟ ସର୍ଜନା[ସମ୍ପାଦନା]

ମହେଶ୍ୱର ମହାନ୍ତି ଜଣାଶୁଣା ଓଡ଼ିଆ ଶିଶୁ ସାହିତ୍ୟ ପତ୍ରିକା ମନପବନର ସମ୍ପାଦକ ଭାବରେ ପାଖାପାଖି ୪୦ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ସେ ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାରେ ପ୍ରକାଶିତ କେତେ ଖଣ୍ଡ ପୁସ୍ତକର ଅନୁବାଦ କରିବା ସହିତ ପିଲାମାନଙ୍କ ପାଇଁ ପାଖାପାଖି ୪୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି ।[୧]

ରଚନାବଳୀ[ସମ୍ପାଦନା]

  • ବେଲୁନ୍ ଗଲା ଉଡ଼ି (ଶିଶୁ ସାହିତ୍ୟ)

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ସାକ୍ଷାତକାର". ପ୍ରଜାତନ୍ତ୍ର. 12 February 2021. p. ୭. Archived from the original on 12 February 2021. Retrieved 28 January 2023.
  2. "୧୯୬୨, ୧୯୬୩ ଓ ୧୯୬୪ ମସିହାରେ ପ୍ରକାଶିତ ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 3 November 2017. Retrieved 28 January 2023.
  3. "..:: SAHITYA Akademi - Bal Sahitya Puraskar ::." sahitya-akademi.gov.in. Retrieved 2023-01-28.