ହରେକୃଷ୍ଣ ବେହେରା

ଉଇକିପିଡ଼ିଆ‌ରୁ
ହରେକୃଷ୍ଣ ବେହେରା
Born(1931-03-23)୨୩ ମାର୍ଚ୍ଚ ୧୯୩୧
Died୨୪ ଜୁନ ୨୦୧୨(2012-06-24) (ବୟସ ୮୧)
Nationalityଭାରତୀୟ
Citizenshipଭାରତୀୟ
Spouseପଦ୍ମାବତୀ
Childrenକବିତା ଦ୍ୱିବେଦୀ, କାବେରୀ, କଲ୍ୟାଣୀ ବେହେରା
Awardsକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ


ହରେକୃଷ୍ଣ ବେହେରା (୨୩ ମାର୍ଚ୍ଚ ୧୯୩୧[୧] - ୨୪ ଜୁନ ୨୦୧୨) ଜଣେ ଓଡ଼ିଶୀ ନୃତ୍ୟ ଗୁରୁ ଥିଲେ । ହରେକୃଷ୍ଣ ବାଲେଶ୍ୱର ଜିଲ୍ଲାର ବୁଆଁଳଗ୍ରାମରେ ସେ ଜନ୍ମ ଗ୍ରହଣକରିଥିଲେ ।[୨] ସେ ଗୁରୁ ରାମଚନ୍ଦ୍ରଦେବଙ୍କଠାରୁ ଓଡ଼ିଶୀ ନୃତ୍ୟ ଓ ଗୁରୁ ରାମହରି ମହାପାତ୍ରଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହାୟତାରେ ସରକାରୀ ବୃତ୍ତି ଲାଭ କରିବା ସହିତ ସେ ଦିଲ୍ଲୀସ୍ଥିତ ନାଟ୍ୟ ବେଲେଟ କେନ୍ଦ୍ରରେ ଉଚ୍ଚ ଶିକ୍ଷାର ସୁଯୋଗ ପାଇଥିଲେ ।

ହରେକୃଷ୍ଣ ବେହେରାଙ୍କର ନୃତ୍ୟରତ ଛବି

ସେ ଓଡ଼ିଶୀ ନୃତ୍ୟକୁ ଗୌରବମଣ୍ଡିତ କରିବାରେ ଦୀର୍ଘ ୫୦ ବର୍ଷ ଧରି ଉଦ୍ୟମ କରିଥିଲେ । ସେ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ମଧ୍ୟ ପାଇଛନ୍ତି ।[୩] ସେ ଦିଲ୍ଲୀରେ ଓଡ଼ିଶୀ ନୃତ୍ୟକୁ ଲୋକପ୍ରିୟ କରିବାପାଇଁ ଏକ ଓଡ଼ିଶୀ କେନ୍ଦ୍ର ସ୍ଥାପନା କରିଥିଲେ ।[୪] ତାଙ୍କ ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲାର ଭାସ୍କରଗଞ୍ଜଠାରେ "ଗୁରୁ ହରେକୃଷ୍ଣ ବେହେରା କଳା ଓ ସଂସ୍କୃତି" ନାମକ ଏକ ମହାବିଦ୍ୟାଳୟ ସ୍ଥାପନା କରାଯାଇଛି । ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ସେ ଆମେରିକା, ଜାପାନ, ଜର୍ମାନୀ, ଋଷିଆ, ଶ୍ରୀଲଙ୍କା, ଇଂଲଣ୍ଡ, ଫ୍ରାନ୍ସ, ସାଉଦି ଆରବ, ମଙ୍ଗୋଲିଆ, ଡେନମାର୍କ, ନେଦରଲାଣ୍ଡ ଆଦି ଦେଶରେ ନୃତ୍ୟ ପରିବେଷଣ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ତଥା ଆନ୍ତର୍ଜାତୀକ ସ୍ତରରେ ଏହାର ପ୍ରଚାର ପ୍ରସାର ପାଇଁ ତାଙ୍କ ଅବଦାନ ଥିଲା ।

ଦିଲ୍ଲୀଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।[୫] ବର୍ତ୍ତମାନ ହରେକୃଷ୍ଣ ବେହେରାଙ୍କ ଦିଲ୍ଲୀରେ ଥିବା ସଂଗଠନ‌ ଓଡ଼ିଶୀ କେନ୍ଦ୍ରରେ ତାଙ୍କ ସାନ ଝିଅ କଲ୍ୟାଣୀ ବେହେରାଙ୍କ ନେତୃତ୍ୱରେ ଓଡ଼ିଶୀ ନୃତ୍ୟ ଶିଖା‌ଯାଉଛି ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "The man and his mission". thehindu.com. Retrieved 22 January 2021.
  2. "Odissi Exponent Hare Krushna Behera Dead | news.outlookindia.com". news.outlookindia.com. 2012. Retrieved 25 June 2012. Behera who hailed from Buanl village of Balasore district
  3. "Odissi exponent Hare Krushna Behera dies - Rediff.com India News". rediff.com. 2012. Retrieved 25 June 2012. Orissa Sangeet Natak Akademi Award in 1983. In 2003, Behera received the Sangeet Natak Akademi Award.
  4. "Odissi guru Hare Krushna Behera passes away - The Times of India". indiatimes.com. 2012. Retrieved 25 June 2012. Guruji had established a dance institute, Odissi Kendra, in New Delhi in 197
  5. "fullstory". ptinews.com. 2012. Archived from the original on 24 June 2012. Retrieved 25 June 2012. Odissi dance exponent Guru Hare Krushna Behera died in Delhi on Sunday after suffering a heart attack
  6. "Guru Harekrishna Behera no more". The New Indian Express. Archived from the original on 5 March 2016. Retrieved 24 December 2015.

ବାହାର ଆଧାର[ସମ୍ପାଦନା]