ପ୍ୟାରୀମୋହନ ମହାପାତ୍ର
ପ୍ୟାରୀମୋହନ ମହାପାତ୍ର | |
---|---|
ଓଡ଼ିଶା ପାଇଁ ରାଜ୍ୟ ସଭା ସାଂସଦ | |
କାର୍ଯ୍ୟକାଳ ୨ ଜୁଲାଇ ୨୦୧୦ – ୧ ଜୁଲାଇ ୨୦୧୬ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ତାଳଚେର, ଅନୁଗୋଳ ଜିଲ୍ଲା, ଓଡ଼ିଶା | ୨୫ ଜାନୁଆରୀ ୧୯୪୦
ମୃତ୍ୟୁ | ୧୯ ମାର୍ଚ୍ଚ ୨୦୧୭ | (ବୟସ ୭୭)
ରାଜନୀତିକ ଦଳ | ଓଡ଼ିଶା ଜନମୋର୍ଚ୍ଚା |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବିଜୁ ଜନତା ଦଳ |
ଜୀବନ ସାଥୀ | ପ୍ରତିଭା ମହାପାତ୍ର |
ସନ୍ତାନ | ୨ ପୁତ୍ର ୨ କନ୍ୟା |
ଘର | ଭୁବନେଶ୍ୱର |
ନଭେମ୍ବର ୨୨, ୨୦୧୦ ସୁଦ୍ଧା ଆଧାର: [୧] |
ପ୍ୟାରୀମୋହନ ମହାପାତ୍ର (୨୫ ଜାନୁଆରୀ ୧୯୪୦ - ୧୯ ମାର୍ଚ୍ଚ ୨୦୧୭)[୧] । ଓଡ଼ିଶାର ଜଣେ ରାଜନେତା ଥିଲେ । ସେ ଓଡ଼ିଶା ଜନମୋର୍ଚ୍ଚା ରାଜନୈତିକ ଦଳ ପ୍ରତିଷ୍ଠା କରିଥିଲେ ।ବିଜେଡ଼ିରୁ ନିର୍ବାଚିତ ହୋଇ ୨୦୧୦ରୁ ୨୦୧୬ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ବିଜୁ ପଟ୍ଟନାୟକଙ୍କ ମୁଖ୍ୟ ସଚିବ ପଦରେ ଅବସ୍ଥାପିତ ହୋଇଥିଲେ । ସେ ୧୯୯୮ ମସିହାରେ ଆଇଏଏସ ପଦରୁ ଅବସର ନେଇ ୨୦୦୦ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୨] ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ରହି ବିଜୁ ଜନତା ଦଳର ମାର୍ଗଦର୍ଶନ କରୁଥିଲେ । ସେ ଏକାଦା ରାଜ୍ୟ ରାଜନୀତିର ଚାଣକ୍ୟ ଓ ବିଜେଡିର ପ୍ରୋକ୍ସି ଲିଡ଼ର ଅଭିହିତ ହେଉଥିଲେ ।[୩]
ବାଲ୍ୟ ଜୀବନ ଓ ଶିକ୍ଷା
[ସମ୍ପାଦନା]ପ୍ୟାରୀମୋହନ ମହାପାତ୍ର ୧୯୪୦ ମସିହା ଜାନୁଆରୀ ୨୫ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରଠାରେ ଜନ୍ମ ଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତୋକ ପାଠ୍ୟକ୍ରମ ଶେଷ କରିବା ପରେ ପ୍ୟାରୀମୋହନ ଆହ୍ଲାବାଦ ବିଶ୍ୱାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତର ପାଠ୍ୟକ୍ରମ ଶେଷ କରିଥିଲେ । ପରବର୍ତ୍ତୀ ସମୟରେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଅର୍ଥନୀତିରେ ସ୍ନାତକୋତ୍ତର ପାଠ୍ୟକ୍ରମ ସାରି ୧୯୬୩ ବ୍ୟାଚର ଆଇଏଏସ ଭାବେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ କୋରାପୁଟ ଭଳି ରାଜ୍ୟର ବହୁ ପଛୁଆ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇଥିଲେ । ସେ କୋରାପୁଟ ଜିଲ୍ଲାପାଳ ଥିବା ବେଳେ ଯେଉଁ କାର୍ଯ୍ୟ ଦକ୍ଷତା ଦେଖାଇଥିଲେ ତାହା ତାଙ୍କ ପ୍ରଶାସନିକ କାର୍ଯ୍ୟଦକ୍ଷତାର ଅନନ୍ୟ ଉଦାହରଣ ଭାବେ ଗ୍ରହଣ କରାଯାଏ ।
ରାଜନୈତିକ ଜୀବନ
[ସମ୍ପାଦନା]ପ୍ୟାରୀମୋହନ କଲେଜ ଜୀବନରୁ ଏଆଇଏସଏଫ ଭଳି ଛାତ୍ର ସଂଗଠନରେ ଜଣେ ଆଗଧାଡ଼ିର କର୍ମୀ ଭାବେ କାର୍ଯ୍ୟ କରି କମ୍ୟୁନିଷ୍ଟ ଭାବେ ପରିଚିତ ହୋଇଥିଲେ । ଆଇଏଏସ ପଦରୁ ଅବସର ନେଇ ୨୦୦୦ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୧୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବିଭିନ୍ନ ସମୟରେ ବିଜେଡିକୁ ନିର୍ବାଚନ ରାଜନୀତିରେ ସଫଳତାର ସ୍ୱାଦ ଚଖାଇବାରେ ପ୍ୟାରୀମୋହନଙ୍କ ଉଲ୍ଲେଖନୀୟ ଅବାଦାନ ଥିଲା । ବିଜେପିର କେନ୍ଦ୍ରୀୟ ଲୋକପ୍ରିୟତାକୁ ନେଇ ବିଜେଡି ସହିତ ମେଣ୍ଟ କରିବା ଏବଂ ଦୀର୍ଘ ୧୧ ବର୍ଷ କାଳ ମେଣ୍ଟ ରାଜନୀତିରେ ରହି ନବୀନଙ୍କ ତଥା ବିଜେଡିକୁ ଲୋକାଭିମୁଖୀ କରିବାରେ ପ୍ୟାରୀ ଥିଲେ ଗୋଟି ଚାଳକ । ଏମିତି କି ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିବା ତଥା ପୂର୍ବ ପ୍ରସ୍ତୁତ ନିର୍ବାଚନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ବିଜେଡିକୁ ଫାଈଦା ଦେବାରେ ପ୍ୟାରୀମୋହନଙ୍କ ଉଲ୍ଲେଖନୀୟ ଅବଦାନ ଥିଲା । ଯେଉଁଥିପାଇଁ ୨୦୦୯ ସାଧାରଣ ନିର୍ବାଚନରେ ବିଜେଡି ସମଗ୍ର ରାଜ୍ୟରେ ୧୦୯ ବିଧାନ ସଭା ଆସନରୁ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ।[୪] ବିଭିନ୍ନ ସମୟରେ ବାଦ ବିବାଦର ସମ୍ମୁଖୀନ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ପ୍ୟାରୀମୋହନ । ଗେଷ୍ଟ ହାଉସ ସେକ୍ସ କାରବାରଠାରୁ ଆରମ୍ଭ କରି ବହୁ ବାଦ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ସୁଦ୍ଧା ସହଜରେ ମୁକୁଳିଯାଇଥିଲେ ।
ପ୍ୟାରୀମୋହନ ମହାପାତ୍ରଙ୍କ ରାଜନୈତିକ ଜୀବନରେ ୨୦୧୨ ମସିହା ମେ ୨୯ ତାରିଖରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଥିଲା । ନବୀନ ପଟ୍ଟନାୟକଙ୍କ ଲଣ୍ଡନ ଗସ୍ତ ସମୟରେ କ୍ଷମତା ଅପହରଣ ପାଇଁ ରାତି ଅଧିଆ ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ ତାଙ୍କ ବିରୁଦ୍ଧରେ ଆସିଥିଲା । କ୍ଷମତା ଅପହରଣ ଷଡଯନ୍ତ୍ରର ଅପବାଦ ଲାଗିବା ପରେ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ ।[୫] [୬] ୨୦୧୨ ମସିହା ଅଗଷ୍ଟ ୪ ତାରିଖରେ ବିଜେଡ଼ି ଦଳୀୟ ପାର୍ଲ୍ୟାମେଣ୍ଟାରୀ ଗ୍ରୁପ ଲିଡ଼ର ପଦରୁ ଓହରି ଯାଇଥିଲେ ।[୭][୮] ବିଜେଡ଼ିରୁ ବହିଷ୍କୃତ ହେବା ପରେ ଓଡ଼ିଶା ଜନମୋର୍ଚ୍ଚା ନାମରେ ଏକ ରାଜନୈତିକ ଦଳ ଗଠନ କରି ୨୦୧୪ ନିର୍ବାଚନରେ ୬୮ଟି ପ୍ରାର୍ଥୀ ଦେଇଥିଲେ ।[୯] ଏଇ ନୂଆ ଦଳର ସମସ୍ତ ୬୮ ପ୍ରାର୍ଥୀଙ୍କ ପରାଜୟ ହୋଇଥିଲା । ବିଫଳତା ସହ ଧୀରେ ଧୀରେ ରାଜନୀତି କ୍ଷେତ୍ରରେ ତାଙ୍କ ପ୍ରଭାବ କମିବାକୁ ଲାଗିଲା । ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କ ରାଜନୈତିକ ଜୀବନରେ ପୂର୍ଣ୍ଣଛେଦ ପଡ଼ିଥିଲା ।
ଅନ୍ୟାନ୍ୟ ଅବଦାନ
[ସମ୍ପାଦନା]କୋରାପୁଟ ଜିଲ୍ଲାରେ ଥିବା ଶାବର ଶ୍ରୀକ୍ଷେତ୍ର ଭାବେ ନାମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଓ ପରିଚାଳନରେ ଚେୟାରମାନ ଭାବେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଦିବାସୀଙ୍କ ପ୍ରତି ତାଙ୍କର ବହୁତ ଆଦର ଓ ଆଗ୍ରହ ଥିବାରୁ ସେ କୋରାପୁଟରେ ଆଦିବାସୀ ବିଶ୍ଳେଷଣାତ୍ମକ ଗବେଷଣା କେନ୍ଦ୍ରର ଆରମ୍ଭ କରିଥିଲେ । ସେହି ଗବେଷଣା ଅନୁଷ୍ଠାନ ଅଧୁନା ସର୍ବଭାରତୀୟ ସ୍ତରରେ ଆଦିବାସୀ ଗବେଷଣା ପାଇଁ ଜଣାଶୁଣା ।
ଶେଷ ଜୀବନ
[ସମ୍ପାଦନା]ଜୀବନର ଶେଷ ଭାଗକୁ ସେ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ଦୀର୍ଘ ୪ ମାସରୁ ଉର୍ଦ୍ଧ୍ୱ ସମୟ ଧରି ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ୧୯ ମାର୍ଚ୍ଚ ୨୦୧୭ ମସିହାରେ ମୃତ୍ୟୁ ବରଣ କରିଥିଲେ ।[୧୦]
ଆଧାର
[ସମ୍ପାଦନା]- ↑ http://sambad.in/news/india-and-beyond/pyarimohan-mahapatra-passes-away/41761.html[permanent dead link]
- ↑ http://suryaprava.co.in/epaper/m/49355/58cedf4ac6e8c[permanent dead link]
- ↑ http://odishareporter.in/top-story/mp-pyarimohan-mahapatra-death/
- ↑ https://www.dailyhunt.in%252Fnews%252Findia%252Foriya%252Fodia%252Bpua-epaper-odia%252Fchaligale%252Bcharchchita%252Bchanakya%252Bjhuruchanti%252Banugata-newsid-65315699%252Famp&idx=0
- ↑ http://kanaknews.com/pyari-treatment/
- ↑ "Coup stage managed?". articles.timesofindia.indiatimes.com. 2012. Archived from the original on 2013-11-05. Retrieved 18 August 2012.
suspended two MLAs and also Pyari (Rajya Sabha MP) from the party
- ↑ "Pyari Mohan Mohapatra resigns from Rajya Sabha as BJD leader Saturday". incredibleorissa.com. 2012. Retrieved 5 August 2012.
Pyarimohan Mohapatra quit as the BJD's leader in Rajya Sabha on Saturday
- ↑ "Pyari Mohan Mohapatra resigns as BJD Rajya Sabha leader". 4 August 2012.
- ↑ http://suryaprava.co.in/epaper/m/49513/58d0944baa057[permanent dead link]
- ↑ http://m.indiatoday.in/story/former-rajya-sabha-member-pyarimohan-mohapatra-passes-away/1/907950.html
ଅଧିକ ତଥ୍ୟ
[ସମ୍ପାଦନା]- Profile on Rajya Sabha website Archived 2007-09-30 at the Wayback Machine.
- Profile on India government site