ଫୁସଫୁସ

ଉଇକିପିଡ଼ିଆ‌ରୁ

ଲୁଙ୍ଗସ ଚାରିପଟେ ରହିଛି ପ୍ଲୁରାଲ କ୍ୟାଭିଟି, ଏହା ବାହ୍ୟ ଓ ଅଭ୍ୟନ୍ତରିନ ଆବରଣକୁ ନେଇ ଗଠିତ

ଫୁସଫୁସ ଶ୍ୱାସକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । ଶରୀରରେ ଛାତି ଭିତରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସ । ଡାହାଣ ଫୁସଫୁସରେ ତିନୋଟି ଭାଗ ଥାଏ ଓ ବାମ ଫୁସଫୁସରେ ଦୁଇଟି ଭାଗ ଥାଏ । ବାମ ଫୁସଫୁସରେ ଗୋଟିଏ ବକ୍ର ଅଂଶ ଥାଏ ଓ ଏହା ପାଖରେ ହୃତପିଣ୍ଡ ଥାଏ । ପ୍ଲୁରା ନାମକ ଗୋଟିଏ ପତଳା ଝିଲ୍ଲୀ ଆବରଣ ଫୁସଫୁସକୁ ଘୋଡେଇ ରଖିଥାଏ । ପ୍ରତ୍ୟେକ ଫୁସଫୁସରେ ଦୁଇ ପ୍ରକାର ଅଂଶ ଦେଖାଯାଏ, ବାୟୁ ବାହୀ ନଳୀ ଓ ଫୁସଫୁସ ପାରେନକାଇମା । ଟ୍ରାକିଆ ନାମକ ବାଯୁବାହୀ ନଳୀ ତଣ୍ଟିରୁ ଆରମ୍ଭ ହୋଇ ଆସେ ଓ ଦୁଇ ଭାଗ ହୋଇ ବ୍ରୋଙ୍କସ ନାମରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ଏହି ବ୍ରୋଙ୍କସ ଫୁସଫୁସ ମଧ୍ୟରେ ଶାଖା ପ୍ରଶାଖା ମେଲେଇ ବ୍ରୋଙ୍କିଓଲ ନାମ ନିଏ ଓ ଅତି ସରୁ ନଳୀରେ ପରିଣତ ହୁଏ । ପରିଶେଷରେ ଏହା ଫୁସଫୁସର ଆଲଭିଓଲାଇରେ ଶେଷ ହୁଏ । ଦୁଇଟିଯାକ ଫୁସଫୁସରେ ୨୪୦୦ କି.ମି. ବାଯୁବାହୀ ନଳୀ ଅଛି ଓ ୩୦୦ରୁ ୫୦୦ ଆଲଭିଓଲାଇ ଅଛି ଯାହାର ସରଫେସ ଏରିଆ ୧୦୦ ବର୍ଗ ମିଟର ବା ଗୋଟିଏ ଟେନିସ କୋର୍ଟ ସହ ସମାନ [୧]

Gas exchange in humans - between a capillary and an alveolus

ଶ୍ୱାସ କ୍ରିୟାରେ ମାନବ ଶରୀରରେ ପ୍ରତ୍ୟେକ ଜୀବକୋଷ ରକ୍ତରୁ ଅମ୍ଳଜାନ ଗ୍ରହଣ କରେ ଓ ଅଙ୍ଗାରକାମ୍ଳ ତ୍ୟାଗ କରେ । ଏହି ଅଙ୍ଗାରକାମ୍ଳ ରକ୍ତର ପ୍ଲାଜମାରେ ମିଳେଇ ଯାଇ ପ୍ରବାହିତ ହୁଏ, କିଛି ଅଂଶ ହେମୋଗ୍ଲୋବିନ ସହ ଯୋଡି ହୁଏ ଓ କିଛି ଜଳ ସହ ମିଶି କାର୍ବୋନିକ ଆନହାଇଡ୍ରେଜ ଏନଯାଇମଦ୍ୱାରା ବାଇକାର୍ବୋନେଟ ଆୟୋନ ତିଆରି ହୋଇ ରକ୍ତରେ ପ୍ରବାହିତ ହୁଏ [୨]

  • CO2 + H2O → H2CO3
  • H2CO3 → H+ + HCO
    3

ଆଲଭିଓଲାଇହିଁ ଶ୍ୱାସକ୍ରିୟାର ମୂଖ୍ୟ ଅଙ୍ଗ ଯେଉଁଠି ଗ୍ୟାସ ବିନିମୟ ହୁଏ [୩] । ଏହାର କାନ୍ଥରେ ମାତ୍ର ଗୋଟିଏ ଧାଡି ଜୀବକୋଷ ଥାଏ ଓ ଏହା କାପିଲାରି ରକ୍ତନାଳୀ ସହ ଲାଗି ହୋଇ ଥାଏ । କାପିଲାରି କାନ୍ଥ ମଧ୍ୟ ବହୁତ ପତଳା । ସୁତରାଂ ଆଲଭିଓଲାଇ ଓ କାପିଲାରି ମଧ୍ୟରେ କେବଳ ଦୁଇଟି ସ୍ତର ଜୀବକୋଷ ଥାଏ । ଏହି ଦୁଇ ସ୍ତର ଭେଦ କରି ଗ୍ୟାସ ବିନିମୟ ହୁଏ । ଡିଫ୍ୟୁଜନ ପଦ୍ଧତିଦ୍ୱାରା ଅଙ୍ଗାରକାମ୍ଳ ରକ୍ତରୁ ବାହାରି ଆସି ଆଲଭିଓଲାଇରେ ପହଞ୍ଚେ ଓ ବାଯୁରେ ଥିବା ଅମ୍ଳଜାନ ଆଲଭିଓଲାଇରୁ ବାହାଋ ଯାଇ ରକ୍ତରେ ମିଶେ ।

ବ୍ରୋଙ୍କସ, ବ୍ରୋଙ୍କିଆଲ ବୃକ୍ଷ, ଏବଂ ଫୁସଫୁସ

ଆଧାର[ସମ୍ପାଦନା]

  1. Notter, Robert H. (2000). Lung surfactants: basic science and clinical applications. New York, N.Y: Marcel Dekker. p. 120. ISBN 0-8247-0401-0. Retrieved 2008-10-11.
  2. "The distribution and physiological significance of carbonic anhydrase in vertebrate gas exchange organs". Respiration physiology. 121: 1–12. 2000. {{cite journal}}: Cite uses deprecated parameter |authors= (help)
  3. "Gas Exchange in humans". Retrieved 19 March 2013.

Extra fig.[ସମ୍ପାଦନା]