କୃତିବାସ ନାୟକ

ଉଇକିପିଡ଼ିଆ‌ରୁ
(Krutibas Nayakରୁ ଲେଉଟି ଆସିଛି)
କୃତିବାସ ନାୟକ
ଜନ୍ମ ଓ ଜନ୍ମସ୍ଥାନ (1955-03-02) ୨ ମାର୍ଚ୍ଚ ୧୯୫୫ (ବୟସ ୬୯)
ଏକତାଲା,ରାଜକନିକା, କେନ୍ଦ୍ରାପଡ଼ା
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାନୁଷ୍ଠାନରାଜେନ୍ଦ୍ର ନାରାୟଣ ହାଇସ୍କୁଲ
ପିତାମାତାବାସୁଦେବ ନାୟକ, ସୁବର୍ଣ୍ଣ ଦେବୀ

ଡକ୍ଟର କୃତିବାସ ନାୟକ (ଜନ୍ମ: ୨ ମାର୍ଚ୍ଚ ୧୯୫୫) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ । ସେ ଓଡ଼ିଆରେ ପ୍ରବନ୍ଧ, କବିତା, କାହାଣୀ ଓ ଉପନ୍ୟାସ ଲେଖନ୍ତି । ଡକ୍ଟର ନାୟକ ଶିଶୁ ସାହିତ୍ୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ।[୧] ସେ ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଏବଂ ଅନେକ ଜାତୀୟ ତଥା ରାଜ୍ୟ ସ୍ତରୀୟ ମାନ୍ୟତା ପାଇଛନ୍ତି ।

ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]

ଡକ୍ଟର କୃତିବାସ ନାୟକ ୧୯୫୫ ମସିହାରେ ଓଡ଼ିଶାରାଜକନିକା ବ୍ଲକର ଏକତାଲା ନାମକ ଏକ ପୂର୍ବ ଉପକୂଳବର୍ତ୍ତୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ପ୍ରାରମ୍ଭିକ ଜୀବନ ଓଡ଼ିଶାର ଦକ୍ଷିଣ ଭାଗରେ ଅତିବାହିତ କରିଥିଲେ ଏବଂ ସେଠାରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଡକ୍ଟର ନାୟକ ୧୯୯୨ ମସିହାରେ ଶିଶୁ ସାହିତ୍ୟ କ୍ଷେତ୍ରରେ "ଓଡ଼ିଆ ଶିଶୁ ଗଳ୍ପର ସ୍ୱରୂପ ଏବଂ ବିକାଶ" ନାମକ ବିଷୟ ସହିତ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ । ୮୦ ଦଶକରେ ସେ ଶିଶୁ ନୟନ, ଆମେ ଶିଶୁ ଏବଂ ଶିଶୁ ରାଇଜ ନାମରେ ଓଡ଼ିଆରେ ଶିଶୁ ପତ୍ରିକା ସମ୍ପାଦନା କରିଥିଲେ । ୧୯୭୬ରୁ ୧୯୯୦ ମଧ୍ୟରେ ଶିଶୁ ରାଇଜ ଓଡ଼ିଶାର ଜୟପୁରରୁ ପ୍ରକାଶିତ ହୋଇଥିଲା ।

ଡକ୍ଟର କୃତିବାସ ନାୟକ ୧୩ ଡିସେମ୍ବର ୨୦୧୨ରେ ଓଡ଼ିଶାର ଜୟପୁରରେ ଅଲ୍ ଇଣ୍ଡିଆ ରେଡ଼ିଓରେ ଯୋଗ ଦେଇଥିଲେ । ୨୮ ଫେବୃଆରୀ ୨୦୧୪ରେ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିଲେ ଏବଂ ୩୧ ମାର୍ଚ୍ଚ ୨୦୧୫ରେ ଅବସର ନେଇଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୨]
  • ସପ୍ତଦଶ ବାଷିକ ଅଭିନନ୍ଦନିକା ପୁରସ୍କାର[୩]
  • ଅଣହିନ୍ଦୀ ଭାଷାଭାଷି ଅଞ୍ଚଳର ଲେଖକଙ୍କ ପାଇଁ ଜାତୀୟ ହିନ୍ଦୀ ଲେଖକ ପୁରସ୍କାର- ଉପନ୍ୟାସ "ଶୁଭଲକ୍ଷ୍ମୀ" ପାଇଁ (୨୦୦୨)
  • ଜାତୀୟ ଶିଶୁସାହିତ୍ୟ ପୁରସ୍କାର- ଶିଶୁ ସାହିତ୍ୟ "ଫୁଲ ସବୁ ଫୁଟିଲେ" ପାଇଁ (୧୯୯୯)
  • ଜାତୀୟ ଶିଶୁସାହିତ୍ୟ ପୁରସ୍କାର- ଶିଶୁ ଉପନ୍ୟାସ "ବଣଭୋଜି" ପାଇଁ (୧୯୯୨)
  • ବିଷୁବ ସମ୍ମାନ-୧୯୮୬
  • ରାଜ୍ୟ ସ୍ତରୀୟ ସଂସାର ସମ୍ମାନ- ଜୀବନବ୍ୟାପୀ ଲେଖିଥିବା ଶିଶୁସାହିତ୍ୟ ପାଇଁ
  • ରାଜ୍ୟ ସ୍ତରୀୟ ମାଣିକ ବିଶ୍ୱନାଥ ସମ୍ମାନ- ଜୀବନବ୍ୟାପୀ ଲେଖିଥିବା ଶିଶୁସାହିତ୍ୟ ପାଇଁ
  • ରାଜ୍ୟ ସ୍ତରୀୟ କସ୍ତୁରୀ ସମ୍ମାନ- କବିତା ବିଭାଗରେ
  • ଶ୍ରୀକ୍ଷେତ୍ର ସମ୍ମାନ- କବିତା କୃତ୍ତି ପାଇଁ
  • ଉତ୍କଳ ସାହିତ୍ୟ ସମାନ- ଓଡ଼ିଆ ଭାଷାକୁ ତାଙ୍କ ଅବଦାନ ନିମନ୍ତେ (୨୦୧୧)
  • ଆକାଶବାଣୀ ବାର୍ଷିକ ପୁରସ୍କାର-ମହିଳାଙ୍କ ଉପରେ ଶ୍ରେଷ୍ଠ କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ (୨୦୧୧)

ସାହିତ୍ୟିକ କୃତ୍ତି[ସମ୍ପାଦନା]

ଡକ୍ଟର କୃତିବାସ ନାୟକ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ବହି ରଚନା କରିଛନ୍ତି । ତନ୍ମଧ୍ୟରୁ କିଛି ବିଶେଷ କୃତ୍ତିର ତାଲିକା ଏହିଭଳି:

ଉପନ୍ୟାସ[ସମ୍ପାଦନା]

  • ଶୁଭଲକ୍ଷ୍ମୀ
  • କୂଳବୋହୁ
  • ହସକୁରୀ ଜହ୍ନ

ଗଳ୍ପ ସଂଗ୍ରହ[ସମ୍ପାଦନା]

  • ସଦାନନ୍ଦ ବୋଉଙ୍କ ସଂସାର
  • ଶୁଣିମା ହେଉ
  • ଟିମା ଫକୀର
  • ପ୍ରେମ ପୂର୍ଣ୍ଣିମା

କାବ୍ୟ, କବିତା[ସମ୍ପାଦନା]

  • ଉଡ଼ିଗଲା ଗେଣ୍ଡାଳିଆ
  • ପ୍ରିତୀ ଶତକ
  • ଗୀତି ଶତକ
  • ଭକ୍ତି ସତକ
  • ଜୀବନ ଭାଗବତ
  • ପ୍ରେମ, ପ୍ରୀତି, ପ୍ରଣୟ
  • ଦିବ୍ୟ ବାଣୀ
  • ଅମୃତ ବଚନ
  • ଉନ୍ନତ ଜୀବନ
  • ପ୍ରଣୟ ଝଙ୍କାର
  • ପ୍ରୀତି ବୀଣା
  • ସଂଗୀତ ସୁରଭି
  • ଗୀତି ବିଚିତ୍ରା
  • ଓଡ଼ିଆ ଜାତିର ଲଢୁଆ ବୀର

ଶିଶୁ ସାହିତ୍ୟ[ସମ୍ପାଦନା]

  • ବଣ ଭୋଜି
  • ଫୁଲ ସବୁ ଫୁଟିଲେ
  • ମଜା ଗପ
  • ଆସ ଆମେ ଗପ ପଢ଼ିବା
  • କିଛି ମଜା କିଛି ତାଜା କାହାଣୀ

ନାଟକ[ସମ୍ପାଦନା]

  • ବେତାର ନାଟକ

ବ୍ୟଙ୍ଗ କବିତା[ସମ୍ପାଦନା]

  • ବୃତିବାସଙ୍କ ବିହୀନ ଅବତାର

ଆଧାର[ସମ୍ପାଦନା]

  1. "How old is Krutibas Nayak". HowOld.co (in ଇଂରାଜୀ). Retrieved 22 October 2020.
  2. "ବ୍ୟକ୍ତିତ୍ୱ". ଧରିତ୍ରୀ ଛୁଟିଦିନ ନଭେମ୍ବର ୭-୧୩ ପୃଷ୍ଠା ୬. ଧରିତ୍ରୀ. Archived from the original on 8 November 2021. Retrieved 8 November 2021.
  3. "The Hindu Saturday, 23 January 2010". Archived from the original on 28 January 2010. Retrieved 22 October 2020.