ଜୟନ୍ତୀ ରଥ
ଦେଖଣା
(Jayanti Rathରୁ ଲେଉଟି ଆସିଛି)
ଜୟନ୍ତୀ ରଥ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଭୁବନେଶ୍ୱର | ୯ ଜୁଲାଇ ୧୯୬୦
ବୃତ୍ତି | ଲେଖିକା |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଶବ୍ଦ ଖେଳ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬ |
ଜୟନ୍ତୀ ରଥ (ଜନ୍ମ: ୯ ଜୁଲାଇ ୧୯୬୦),[୧] ଜଣେ ଓଡ଼ିଆ ଗାଳ୍ପିକା ।[୨] ୧୯୯୬ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ଶବ୍ଦ ଖେଳ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି[୩] ଓ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ କ୍ୟୁରେଟର ଭାବରେ କାର୍ଯ୍ୟ କରିଛନ୍ତି ।[୪]
ବହୁ ପତ୍ରପତ୍ରିକାରେ ତାଙ୍କର ପ୍ରବନ୍ଧ ଓ ସ୍ତମ୍ଭ ପ୍ରକାଶ ପାଇଛି ।[୫] ସେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସ୍କୁଲ ପତ୍ରିକାରେ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା । ୧୯୮୪ରେ ତାଙ୍କର ପ୍ରଥମ ପୁସ୍ତକ ଯାତ୍ରାରମ୍ଭ ପ୍ରକାଶିତ ହୋଇଥିଲା । ଏଥିରେ ତାଙ୍କର ସହଲେଖିକା ଥିଲେ ବାନ୍ଧବୀ ସରିତା ସ୍ୱାଇଁ ।
ରଚନାବଳୀ
[ସମ୍ପାଦନା]- ଅନୁଭୂତିରେ ଶ୍ରୀସାଇନାଥ : ଜୟନ୍ତୀ ରଥ ; ଅରବିନ୍ଦ ରାୟ ; ଶୁଭଶ୍ରୀ ମିଶ୍ର ଓ ସୂର୍ଯ୍ୟନାରାୟଣ ଦାସଙ୍କଦ୍ୱାରା ସଂପାଦିତ - ୨୦୦୮(ଶିଶୁକଲମ)
- ଶ୍ରୀ ଶିରିଡି ସାଇବାବା ଏବଂ ଅନ୍ୟାନ୍ୟ ସଦଗୁରୁ: ଚନ୍ଦ୍ରଭାନୁ ଶତପଥୀ ; ଜୟନ୍ତୀ ରଥଙ୍କଦ୍ୱାରା ଅନୁବାଦିତ - ୨୦୦୯ (ଜଗନ୍ନାଥ ରଥ)
- ସାଇ ଦିଗନ୍ତ /ଚନ୍ଦ୍ରଭାନୁ ଶତପଥୀ ; ଜୟନ୍ତୀ ରଥଙ୍କଦ୍ୱାରା ଅନୁବାଦିତ - ୨୦୧୪ (ଭିଜନ୍ସ ପ୍ରିଣ୍ଟର୍ସ ଓ ପବ୍ଲିଶର୍ସ)
- ଜୀବନ ପାତ୍ର ମୋ - ୧୯୯୭ (ଆର୍ଯ୍ୟ ପ୍ରକାଶନୀ)
- ଅବିମୁକ୍ତା - ୨୦୦୪ (ଓଡ଼ିଶା ବୁକ୍ ଷ୍ଟୋର)
- ଜୀବନର ଗୀତ - ୨୦୧୨ (ଜଗନ୍ନାଥ ରଥ ପ୍ରକାଶନ)
- ସାୟଂକାଳ - ୨୦୦୯(ଜଗନ୍ନାଥ ରଥ ପ୍ରକାଶନ)
- ଭିନ୍ନ ବର୍ଣ୍ଣବୋଧ ଓ ଅନ୍ୟାନ୍ୟ ଗଳ୍ପ - ୧୯୯୨(ବିଦ୍ୟାପୁରୀ)
- ଭିତରେ ଆକାଶ - ୨୦୧୨(ଶ୍ରଦ୍ଧା ପବ୍ଲିକେଶନ୍ସ)
- ଦୀପ ଧୂପ - ୨୦୦୧(ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଦୀପଦାନ - ୨୦୧୩ (ଓଡ଼ିଶା ବୁକ୍ ଷ୍ଟୋର୍)
- ଜୀବନ ସେପାଖେ ଜୀବନ - ୨୦୦୯ (ବିଦ୍ୟାଭାରତୀ)
- ଖେଳଛୁଟି - ୧୯୯୮(ଆର୍ଯ୍ୟ ପ୍ରକାଶନ)
- ମଧୁବନୀ - ୨୦୧୪(ଅକ୍ଷର ପ୍ରକାଶନ)
- ପ୍ରିୟ ବାନ୍ଧବୀ - ୨୦୧୧(ପଶ୍ଚିମା ପବ୍ଲିକେଶନ୍ସ)
- ରାଗ ବିରାଗ - ୨୦୦୪(କାହାଣୀ)
- ସୁନ୍ଦର ଯେତିକି ଅନ୍ଧାର ସେତିକି - ୨୦୧୪(ପଶ୍ଚିମା ପବ୍ଲିକେଶନସ୍)
- ଶବ୍ଦଖେଳ - ୧୯୯୪ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଶୂନ୍ୟ ଅରଣ୍ୟ - ୨୦୦୨(ବିଦ୍ୟାପୁରୀ)
- ଯୁକ୍ତ ଚିହ୍ନ - ୨୦୦୪(ପୁନମ ଗ୍ରାଫିକ୍ସ)
- ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ - ୨୦୦୩(ଓଡ଼ିଶା ସାହିତ୍ୟ ଏକାଡେମୀ)
- ଓଡ଼ିଶାର କଳା ଓ ସଂସ୍କୃତି - ୨୦୦୭ (ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଓଡ଼ିଶା)[୬]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୬ [୭]
- ଅକ୍ଷୟ ସାହିତ୍ୟ ସମ୍ମାନ - ୨୦୧୫[୮]
- ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୦୭[୯]
- ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର, ୧୯୯୬
- ଅଖିଳ ମୋହନ କଥା ସମ୍ମାନ
- ଝଙ୍କାର ପୁରସ୍କାର
- ସୁବ୍ରତ ସ୍ମାରକୀ ପୁରସ୍କାର
- ଓଡ଼ିଶା ଲେଖିକା ସଂସଦ ପୁରସ୍କାର
ଆଧାର
[ସମ୍ପାଦନା]- ↑ "ଚରିତ୍ରମାନେ ମୋତେ ହାତଠାରି ଡାକନ୍ତି". ସମ୍ବାଦ. Archived from the original on 11 October 2020. Retrieved 11 October 2020.
- ↑ Indian Literature. Sahitya Akademi. 2001.
- ↑ "Akademi to promote reading habit". telegraphindia.com. Retrieved 26 December 2018.
- ↑ Harish Chandra Das; State Level Vyasakabi Fakir Mohan Smruti Samsad (2003). The cultural heritage of Khurda. State Level Vyasakabi Fakir Mohan Smruti Samsad.
- ↑ "Sanskrit Schoolars of Orissa" (PDF). Orissa Review (April 2006). Archived from the original (PDF) on 29 September 2021. Retrieved 26 December 2018.
- ↑ "National Library of India". opac.nationallibrary.gov.in. Retrieved 26 December 2018.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 December 2018.
- ↑ "Writer Dr. Jayanti Rath being conferred the Akshaya Sahitya Samman at Rabindra Mandap in Bhubaneswar on Nov 17, 2015". www.odisha360.com. Retrieved 26 December 2018.
- ↑ "LIST OF Awards". Rajdhani Book fair. Archived from the original on 7 July 2022. Retrieved 11 October 2020.