ଅପରାଜିତା ମହାନ୍ତି
ଅପରାଜିତା ମହାନ୍ତି | |
---|---|
ଜନ୍ମ | |
ବୃତ୍ତି | ଅଭିନେତ୍ରୀ (ଓଡ଼ିଆ) |
ସକ୍ରିୟ ବର୍ଷ | ୧୯୮୦-ଏବେଯାଏଁ |
ବୈବାହିକ-ସାଥୀ | ଉତ୍ତମ ମହାନ୍ତି (୧୯୮୭–ଏବେଯାଏଁ) |
ସନ୍ତାନ | ବାବୁଶାନ୍ |
ପିତାମାତା | ଅବଦୁଲ ଅଜିଜ ଖାନ ହରପ୍ରିୟା ରାୟ[୧] |
ସମ୍ପର୍କୀୟ | ଅବଦୁସ୍ ଶୋଭାନ୍ ଖାନ, ଓଡ଼ିଶାର ପ୍ରଥମ ଆଇନମନ୍ତ୍ରୀ (ଜେଜେ ବାପା) |
ପୁରସ୍କାର | ଇ ଟିଭି ପ୍ରିୟ ଓଡ଼ିଆ |
ୱେବସାଇଟ | aparajitamohanty.com |
ଅପରାଜିତା ମହାନ୍ତି (ଜନ୍ମ: ୧୫ ମଇ ୧୯୬୫,ସମ୍ବଲପୁର)[୨] ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ । ସେ ୧୯୮୦ ମସିହାର ସିନେମା ସୀତା ଲବକୁଶରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଛୋଟ ପରଦାରେ ମଧ୍ୟ ସେ ଅଭିନୟ କରିଛନ୍ତି ।
ପ୍ରାରମ୍ଭିକ ଜୀବନ ଓ ପରିବାର
[ସମ୍ପାଦନା]ଅପରାଜିତା ୧୯୬୫ ମସିହା ମଇ ୧୫ ତାରିଖରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅବଦୁଲ ଅଜିଜ ଖାନ ଭଦ୍ରକର ଏକ ମୁସଲିମ ପରିବାରରୁ ଓ ମାତା ହରପ୍ରିୟା ରାୟ ଏକ ହିନ୍ଦୁ ପରିବାରରୁ ଥିଲେ ।[୩] ବାପା ଓ ଜେଜେବାପା ଉଭୟ ଆଇନଜୀବୀ ଥିଲେ । ଜେଜେ ବାପା ୧୯୪୧ରେ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ଗଠିତ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ରାଜସ୍ୱ ଓ ଆଇନ ମନ୍ତ୍ରୀ ଥିଲେ । ବାପା ଅଜିଜ ଖାନ ସମ୍ବଲପୁରରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟ । ତାଙ୍କ ମା ହରପ୍ରିୟା, ସାହିତ୍ୟିକ ରାଜକିଶୋର ରାୟଙ୍କ ସାନ ଭଉଣୀ ।[୪] ଅପରାଜିତା ଓଡ଼ିଆ କଥାଚିତ୍ର ଜଗତର ଅଭିନେତା ଉତ୍ତମ ମହାନ୍ତିଙ୍କ ପତ୍ନୀ ।[୫] ତାଙ୍କର ପୁଅ ବାବୁସାନ ମହାନ୍ତି ମଧ୍ୟ ଜଣେ ଅଭିନେତା ।[୬]
କଥାଚିତ୍ର ଜୀବନ
[ସମ୍ପାଦନା]ସେ ଗତ ୩୦ ବର୍ଷ ଧରି ଫିଲ୍ମ ଓ ଟି.ଭି ଧାରାବାହିକରେ ଅଭିନୟ କରିଛନ୍ତି । ୧୯୮୦ ମସିହାରେ ସେ ସୀତା ଲବକୁଶ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ସେ ୭୦ରୁ ଅଧିକ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]- ସୁପର ମିଛୁଆ, ୨୦୧୫
- କିଏ ଦବ ଟକ୍କର ୨୦୧୫
- ନୂଆ ନୂଆ ପ୍ରେମରେ, ୨୦୧୫
- ଇସ୍କ ତୁ ହି ତୁ, ୨୦୧୫
- ଲେଖୁ ଲେଖୁ ଲେଖିଦେଲି, ୨୦୧୪
- ଗୋଲାପି ଗୋଲାପି, ୨୦୧୪
- ଡାଡି, ୨୦୧୪
- ତୁ ଆଉ ମୁଁ, ୨୦୧୪
- ଆଖିରେ ଆଖିରେ, ୨୦୧୪
- ଡାହା ବାଳୁଙ୍ଗା, ୨୦୧୩
- ପ୍ରେମ ସବୁଠୁ ବଳବାନ, ୨୦୧୩
- ଟାର୍ଗେଟ, ୨୦୧୩
- ନଈ ସେପାରୀ କନକ ଗୋରୀ, ୨୦୧୩
- ଲଭ ମାଷ୍ଟର, ୨୦୧୩
- ଚାନ୍ଦ ନା ତମେ ତାରା, ୨୦୧୨
- ବ୍ୟାଡ଼ ଗାର୍ଲ, ୨୦୧୨
- ଏମିତି ବି ପ୍ରେମ ହୁଏ, ୨୦୧୨
- ଥୁକୁଲ୍, ୨୦୧୨
- ଲୋଫର୍, (୨୦୧୧)
- ଅଭିମନ୍ୟୁ, (୨୦୦୯)
- ଧଉଳି ଏକ୍ସପ୍ରେସ୍, ୨୦୦୭
- କଳ୍କୀ ଅବତାର, ୧୯୯୯
- ରକତ ଚିହ୍ନିଛି ନିଜର କିଏ|, ୧୯୯୯
- ଶୂନ୍ୟସ୍ୱରୂପ, ୧୯୯୭
- ପୁଅ ମୋର ଭୋଳାଶଙ୍କର, (୧୯୯୬)
- ଯଶୋଦା, (୧୯୯୬)
- ସୁନା ଭାଉଜ, (୧୯୯୪)
- ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୪
- କପାଳ ଲିଖନ|, ୧୯୯୨
- ରଜନୀଗନ୍ଧା, (୧୯୮୯)
- ରାଜା ରାଣୀ, (୧୯୮୯)
- ସାଗର, (୧୯୮୯)
- ବୋହୂ ହେବ ଏମିତି|| (୧୯୮୮)
- ପାପପୁଣ୍ୟ, (୧୯୮୮)
- ଏଇ ଆମ ସଂସାର, (୧୯୮୬)
- ବଧୂ ନିରୁପମା, (୧୯୮୭)
- ନଳ ଦମୟନ୍ତୀ, ୧୯୮୫
- ପରଝିଅ ଘର ଭାଙ୍ଗେନା, ୧୯୮୫
- ପୂଜାଫୁଲ (୧୯୮୫)
- ମମତା ମାଗେ ମୂଲ (୧୯୮୫)
- ସହରୀ ବାଘ, (୧୯୮୫)
- ଜନନୀ, (୧୯୮୪)
- ଜାଇଫୁଲ|| (୧୯୮୪)
- ଝିଅଟି ସୀତା ପରି, (୧୯୮୩)
- ଅସ୍ତରଙ୍ଗ| (୧୯୮୨)
- ଫୁଲ ଚନ୍ଦନ, (୧୯୮୨)
- ରାମାୟଣ, (୧୯୮୦)
- ସତ କେବେ ଲୁଚି ରହେନା, (୧୯୮୫)
- ସନ୍ତାନ, (୧୯୯୮)
- ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, (୧୯୮୯)
- ମମତାର ଡୋରି, (୧୯୮୯)
- ଯାହାକୁ ରଖିବେ ଅନନ୍ତ, (୧୯୮୮)
- ଏ ମନ ଖୋଜେ ମନଟିଏ, (୨୦୧୧)
- ପ୍ରେମ ଋତୁ ଆସିଲାରେ, (୨୦୦୬)
- ସୀତା ଲବକୁଶ, (୧୯୮୦)
ମାନସମ୍ମାନ
[ସମ୍ପାଦନା]- ୨୦୦୯: ଇ ଟିଭି ଓଡ଼ିଆ ପ୍ରିୟ ଓଡ଼ିଆ ସମ୍ମାନ[୭]
- ୧୯୮୨: ଶ୍ରେଷ୍ଠ ଅଭିନେତ୍ରୀ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, (ଫୁଲ ଚନ୍ଦନ)[୮]
ଆଧାର
[ସମ୍ପାଦନା]- ↑ ପ୍ରମେୟ,୨୮ ଅକ୍ଟୋବର ୨୦୧୨, ପୃଷ୍ଠା: ୧୫
- ↑ "Aparajita Mohanty | Oriya Actress Biography". incredibleorissa.com. Retrieved 20 December 2012.
Date of Birth – 15 May 1965
- ↑ "Biography". aparajitamohanty.com. Archived from the original on 17 February 2017. Retrieved 29 December 2016.
- ↑ "ଭୋଟ ପେଡ଼ିର ପୁରୁଣା କଥା". No. ସମ୍ବାଦ ୨୬/୦୪/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 26 April 2019. Retrieved 26 April 2019.
- ↑ Das, Amaresh Chandra (2011). "Aparajita Mohanty:~ The Queen of Odia Film". eodissa.com. Retrieved 20 December 2012.
She is married to legendary Oriya actor Uttam Mohanty.
- ↑ "OrissaCinema: Aparajita Mohanty". orissacinema.com. Archived from the original on 2008-09-07. Retrieved 2009-01-14.
- ↑ "ଆର୍କାଇଭ୍ କପି". Archived from the original on 2014-01-16. Retrieved 2011-05-25.
{{cite web}}
: Cite has empty unknown parameter:|1=
(help) - ↑ cinemasagar.com: Orissa State Film Award Winners
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅପରାଜିତା ମହାନ୍ତି
- www.orissacinema.com Archived 2008-09-07 at the Wayback Machine.