ଜୈଲ ସିଂହ

ଉଇକିପିଡ଼ିଆ‌ରୁ
ଜୈଲ ସିଂହ
ଭାରତୀୟ ରାଷ୍ଟ୍ରପତି
କାର୍ଯ୍ୟକାଳ
୨୫ ଜୁଲାଇ ୧୯୮୨ – ୨୫ ଜୁଲାଇ ୧୯୮୭
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ରାଜୀବ ଗାନ୍ଧୀ
Vice Presidentମୋହମ୍ମଦ ହିଦତୁଲା
ରାମସ୍ୱାମୀ ଭେଙ୍କଟରମଣ
ପୂର୍ବ ଅଧିକାରୀନୀଲମ ସଞ୍ଜୀବ ରେଡ୍ଡୀ
ପର ଅଧିକାରୀରାମସ୍ୱାମୀ ଭେଙ୍କଟରମଣ
ଗୃହ ମନ୍ତ୍ରାଳୟ
କାର୍ଯ୍ୟକାଳ
୧୪ ଜାନୁଆରୀ ୧୯୮୦ – ୨୨ ଜୁନ ୧୯୮୨
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀଯସୱନ୍ତରାଓ ଚୋହାନ
ପର ଅଧିକାରୀରାମସ୍ୱାମୀ ଭେଙ୍କଟରମଣ
ଗୁପ୍ତ ନିରପକ୍ଷ୍ୟ ଆନ୍ଦୋଳନର ମହାସଚିବ
କାର୍ଯ୍ୟକାଳ
୧୨ ମାର୍ଚ୍ଚ ୧୯୮୩ – ୬ ସେପ୍ଟେମ୍ବର ୧୯୮୬
ପୂର୍ବ ଅଧିକାରୀନୀଲମ ସଞ୍ଜୀବ ରେଡ୍ଡୀ
ପର ଅଧିକାରୀରାମସ୍ୱାମୀ ଭେଙ୍କଟରମଣ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-05-05)୫ ମଇ ୧୯୧୬
ସାଣ୍ଡଭାନ, ପଞ୍ଜାବ, ଭାରତ
ମୃତ୍ୟୁ୨୫ ଡିସେମ୍ବର ୧୯୯୪(1994-12-25) (ବୟସ ୭୮)
ଚଣ୍ଡୀଗଡ଼, ଭାରତ
ରାଜନୀତିକ ଦଳକଂଗ୍ରେସ
ଶିକ୍ଷାନୁଷ୍ଠାନସହିଦ ଶିଖ ମିଶନାରି କଲେଜ

ଜୈଲ ସିଂହ (pronunciation ; ୫ ମଇ ୧୯୧୬ – ୨୫ ଡିସେମ୍ବର ୧୯୯୪) ଭାରତର ସପ୍ତମ ରାଷ୍ଟ୍ରପତି ଥିଲେ । ସେ କଂଗ୍ରେସ ଦଳର ନେତା ଏବଂ ଗୃହ ବିଭାଗ ସହ ବହୁତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।

ସେ ରାଷ୍ଟ୍ରପତି ଥିବା ସମୟରେ ଅପରେସନ ବ୍ଲୁ ଷ୍ଟାର, ଇନ୍ଦିରା ଗାନ୍ଧୀଙ୍କ ନିଧନ ଓ 'ଶିଖ ଦଙ୍ଗା' ଭଳି ଘଟଣା ଘଟିଥିଲା।[୧] ୧୯୯୪ ମସିହାରେ ଏକ କାର ଦୁର୍ଘଟଣାରେ ସେ ନିଜ ଜୀବନ ହରେଇଥିଲେ ।

ଜୀବନୀ[ସମ୍ପାଦନା]

ସିଂହଙ୍କ ଜନ୍ମ ୫ ମଇ ୧୯୧୬ ମସିହାରେ ଫରୀଦକୋଟ ଜିଲ୍ଲାର ସାନ୍ଧୱନରେ ହେଇଥିଲା। ସେ ଶିଖ ଧର୍ମରୁ ଥିଲେ ଏବଂ ସହିଦ ଶିଖ ମିସନାରି କଲେଜରୁ ଗୁରୁ ଗ୍ରନ୍ଥ ସାହିବର ଶିକ୍ଷା ପାଇଥିବାରୁ ଜ୍ଞାନୀ ଉପାଧି ପାଇଥିଲେ଼।[୨]

ରାଜ୍ୟ ରାଜନୀତି (୧୯୪୭-୧୯୭୧)[ସମ୍ପାଦନା]

୧୯୪୭ ମସିହାରେ ଫରିଦାକୋଟର ତତ୍କାଳୀନ ଶାସକ ହରିନ୍ଦର ସିଂହଙ୍କୁ ରାଜ୍ୟ ପୁନର୍ଗଠନ ଅଧିନିୟମରେ ବିରୋଧ କରିଥିଲେ, ସେଥିପାଇଁ କଠୋର ଦଣ୍ଡାଦେଶ ସହ ୫ ବର୍ଷ ଜେଲ ଦଣ୍ଡ ଭୋଗ କରିଥିଲେ।[୩] ୧୯୪୯ ମସିହାରେ ସେ ପଞ୍ଜାବର ରାଜସ୍ୱ ବିଭାଗର ମନ୍ତ୍ରୀ ହେଲେ ପରେ ୧୯୫୧ରେ କୃଷି ମନ୍ତ୍ରୀ ହୋଇଥିଲେ। ୧୯୫୬ରୁ ୧୯୬୨ ଯାଏଁ ରାଜ୍ୟ ସଭାର ସାଂସଦ ହୋଇଥିଲେ।

ପଞ୍ଜାବର ମୁଖ୍ୟମନ୍ତ୍ରୀ (୧୯୭୨-୭୭)[ସମ୍ପାଦନା]

ଜୈଲ ସିଂହ ୧୯୭୨ ମସିହାରେ କଂଗ୍ରେସ ଦଳରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ।[୪][୫] ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମରିବା ଯାଇଁ ପେନସନ ଯୋଗାଇବା ଯୋଜନା କରିଥିଲେ। ସିଂହ ଲଣ୍ଡନରୁ ଉଧମ ସିଂହଙ୍କ ଅବଶେଷ ପ୍ରତ୍ୟାବର୍ତ୍ତୀତ କରିଥିଲେ।

କେନ୍ଦ୍ର ସରକାର[ସମ୍ପାଦନା]

୧୯୮୦ ମସିହାରେ ସପ୍ତମ ଲୋକ ସଭା ନିର୍ବାଚନ ଜିତିଥିଲେ, ପରେ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଗୃହମନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ଇଥିମଧ୍ୟରେ ସେ କେନ୍ଦ୍ର ସରକାରରେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ଥିଲେ।[୧] [୬]

ପରବର୍ତ୍ତୀ କାର୍ଯ୍ୟକାଳ[ସମ୍ପାଦନା]

ରାଜୀବ ଗାନ୍ଧୀଙ୍କ ସହ ଉଦାଶନୀୟ ସମ୍ପର୍କ ଯୋଗୁ ସିଂହଙ୍କ ପରବର୍ତ୍ତୀ କାର୍ଯ୍ୟକାଳ ବିବାଦମୟ ଥିଲା।[୭] ସିଂହ ୧୯୮୬ ମହିହାରେ ଭାରତୀୟ ଡାକଘର ସଂଶୋଧନ ବିଲକୁ ବିରୋଧ କରିଥିଲେ । ପରେ ୧୯୯୦ ମସିହାରେ ଭି. ପି. ସିଂହ ସରକାର ଏହି ବିଲକୁ ଓହରେଇ ନେଇଥିଲେ ।[୮]

ଆଘାତ ଏବଂ ମୃତ୍ୟୁ[ସମ୍ପାଦନା]

୨୯ ନଭେମ୍ବର ୧୯୯୪ ମସିହାରେ ଆନନ୍ଦପୁର ସାହିବ ଯାଉଥିବା ସମୟରେ କିରତପୁର ସାହିବଠାରେ ଏକ ଦୁର୍ଘଟଣାରେ ଆଘାତପ୍ରାପ୍ତ ୨୮ ଡିସେମ୍ବର ୧୯୯୪ରେ ଦେହାନ୍ତ ହୋଇଥିଲା । ରାଜଘାଟ ସ୍ମାରକଠାରେ ସିଂହଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Zail Singh, 78, First Sikh To Hold India's Presidency". The New York Times. 1994-12-26. Retrieved 2011-26-10.
  2. "Zail Singh." Encyclopædia Britannica. Encyclopædia Britannica Online. Encyclopædia Britannica Inc., 2011. Web. 26 Oct. 2011. <http://www.britannica.com/EBchecked/topic/545853/Zail-Singh>.
  3. A.C. Aurora, "Punjab Riyasti Praja Mandal", The Encyclopedia of Sikhism, ed. Harbans Singh, Vol. III, Patiala, India, Punjabi University, 1997, p. 278.
  4. Sangat Singh, The Sikhs in History, New Delhi, Uncommon Books, 1999, pp. 350-54; Khushwant Singh, A History of the Sikhs, Volume II: 1839-2004, New Delhi, Oxford University Press, pp. 315-17.
  5. Khushwant Singh, A History of the Sikhs, Volume II: 1839-2004, New Delhi, Oxford University Press, 2004, p. 355.
  6. http://caravanmagazine.in/reportage/shattered-dome
  7. "Presidential Years of Zail Singh". outlook india. Retrieved 13 June 2012.
  8. "Show Of Dissent". India Today. Retrieved 13 June 2012.
  9. Harjot Singh, "Zail Singh, Gyani", The Encyclopedia of Sikhism, ed. Harbans Singh, Vol. IV, Patiala, India, Punjabi University, 1997, p. 457.

ଅଧିକ ତଥ୍ୟ[ସମ୍ପାଦନା]