ଦ୍ରୌପଦୀ ମୁର୍ମୁ

ଉଇକିପିଡ଼ିଆ‌ରୁ
Jump to navigation Jump to search


ଦ୍ରୌପଦୀ ମୁର୍ମୁ
Governor of Jharkhand Draupadi Murmu in December 2016.jpg
ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ରାଷ୍ଟ୍ରପତି ପ୍ରାର୍ଥିନୀ
(୨୦୨୨ ଭାରତୀୟ ରାଷ୍ଟ୍ରପତି ନିର୍ବାଚନ)
Nominated
ଝାଡ଼ଖଣ୍ଡର ୯ମ ରାଜ୍ୟପାଳ
କାର୍ଯ୍ୟକାଳ
୧୮ ମଇ ୨୦୧୫ – ୧୨ ଜୁଲାଇ ୨୦୨୧
Chief Ministerରଘୁବର ଦାସ
ହେମନ୍ତ ସୋରେନ
ପୂର୍ବ ଅଧିକାରୀସୟଦ ଅହମଦ
ପର ଅଧିକାରୀରମେଶ ବୈସ
ସ୍ୱାଧୀନ ମନ୍ତ୍ରୀ
ଓଡ଼ିଶା ସରକାର
କାର୍ଯ୍ୟକାଳ
୬ ମାର୍ଚ୍ଚ ୨୦୦୦ - ୧୬ ମଇ ୨୦୦୪
ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ
ବିଧାୟିକା: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୯
ପୂର୍ବ ଅଧିକାରୀଲକ୍ଷ୍ମଣ ମାଝି
ପର ଅଧିକାରୀଶ୍ୟାମ ଚରଣ ହାଁସଦା
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1958-06-20) ୨୦ ଜୁନ ୧୯୫୮ (ବୟସ ୬୪)
ମୟୂରଭଞ୍ଜ, ଓଡ଼ିଶା, ଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଶ୍ୟାମ ଚରଣ ମୁର୍ମୁ (ମୃତ)[୧]
ସନ୍ତାନଇତିଶ୍ରୀ ମୁର୍ମୁ (ଝିଅ)
ଶିକ୍ଷାନୁଷ୍ଠାନରମାଦେବୀ ମହିଳା ମହାବିଦ୍ୟାଳୟ
ପେଷାରାଜନୀତିଜ୍ଞ

ଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞ ।[୨] ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] [୪][୫] ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ ।[୬][୭] ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।[୮] ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଶାସକ ଦଳ ବିଜେପି ତରଫରୁ ତାଙ୍କର ନାମ ସୁପାରିଶ କରାଯାଇଛି । ୨୦୨୨ ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ ।[୯]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ବାଇଦାପୋଷିଠାରେ ଏକ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧୦] [୧୧] ତାଙ୍କ ପିତାଙ୍କ ନାମ ଥିଲା ବିରଞ୍ଜି ନାରାୟଣ ଟୁଡୁ । ତାଙ୍କ ବାପା ଓ ଜେଜେବାପା ଉଭୟ ପଞ୍ଚାୟତି ରାଜ ଶାସନ ବ୍ୟବସ୍ଥାରେ ଗାଁ ମୁଖିଆ ଥିଲେ ।[୧୨]

ସେ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ତା'ପରେ ଭୁବନେଶ୍ୱର ଆସି ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ ।

ପରିବାର[ସମ୍ପାଦନା]

ଦ୍ରୌପଦୀ ମୁର୍ମୁ, ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ । ବିବାହ ପରେ ଦ୍ରୌପଦୀ ନିଜ ସାଙ୍ଗିଆ ଟୁଡ଼ୁରୁ ମୁର୍ମୁକୁ ପରିବର୍ତ୍ତିତ କରିଥିଲେ ।[୧୩] ଉଭୟ ଦମ୍ପତିଙ୍କର ଦୁଇ ପୁତ୍ର ଥିଲେ । ୨୦୦୯ ଏବଂ ୨୦୧୩ ମସିହାରେ ସେ ତାଙ୍କର ଦୁଇ ପୁତ୍ରଙ୍କୁ ହରାଇଥିଲେ । ୨୦୧୪ ମସିହାରେ ତାଙ୍କର ଜୀବନ ସାଥୀ, ଶ୍ୟାମ ଚରଣ ମୁର୍ମୁ ଇହଧାମ ତ୍ୟାଗ କରିଥିଲେ ।[୧୪] ଦ୍ରୌପଦୀଙ୍କର ଏବେ ଗୋଟିଏ କନ୍ୟା ସନ୍ତାନ ଇତିଶ୍ରୀ ଅଛନ୍ତି ।[୧୫]

ବୃତ୍ତି[ସମ୍ପାଦନା]

ସେ ଓଡ଼ିଶା ସରକାର ଅଧିନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ରାଇରଙ୍ଗପୁରଠାରେ ଥିବା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଦ୍ରୌପଦୀ ମୁର୍ମୁ ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୭ରେ ଓ୍ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି । ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଥିଲେ ।

ବିଧାୟକ[ସମ୍ପାଦନା]

ଦୌପଦୀ ମୁର୍ମୁ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୨୫,୧୧୦ ଖଣ୍ଡ ଭୋଟ୍ ପାଇବା ସହିତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଲକ୍ଷ୍ମଣ ମାଝିଙ୍କୁ ୪,୫୬୮ ଖଣ୍ଡ ଭୋଟ୍‌‌ରେ ପରାସ୍ତ କରି ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୬]

୨୦୦୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପୁଣିଥରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ସମୁଦାୟ ୨୯,୨୯୫ ଖଣ୍ଡ ଭୋଟ୍ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀ ରାମ ଚନ୍ଦ୍ର ମୁର୍ମୁଙ୍କୁ ୩୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୭]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ରାଇରଙ୍ଗପୁର ଭାରତୀୟ ଜନତା ପାର୍ଟି
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ରାଇରଙ୍ଗପୁର ଭାରତୀୟ ଜନତା ପାର୍ଟି

ସମ୍ମାନ[ସମ୍ପାଦନା]

ଓଡ଼ିଶା ବିଧାନ ସଭାଦ୍ୱାରା ୨୦୦୭ବର୍ଷ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । [୧୮]

ଆଧାର[ସମ୍ପାଦନା]

  1. "Who is Draupadi Murmu?". 13 June 2017.
  2. "Smt. Droupadi Murmu". Odisha Helpline. Retrieved 27 July 2015.
  3. "Narendra Modi government appoints four Governors". IBN Live. Retrieved 2015-05-12.
  4. "State Elections 2004 - Partywise Comparision for 4-Rairangpur Constituency of ORISSA". eci.nic.in. 2006. Retrieved 29 May 2013. List Of Winning Candidates
  5. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  6. http://www.odishatv.in/droupadi-murmu-from-odisha-appointed-as-jharkhand-guv/
  7. "Modi government names new governors for Jharkhand, five NE states". The Times of India. Retrieved 2015-05-12.
  8. "Draupadi Murmu Jharkhand Guv". New Indian Express. Retrieved 2015-05-13.
  9. PatnaJune 21, Amitabh Srivastava; June 22, 2022UPDATED:; Ist, 2022 00:12. "Who is NDA presidential nominee Droupadi Murmu?". India Today (in ଇଂରାଜୀ). Retrieved 2022-06-23.CS1 maint: extra punctuation (link) CS1 maint: numeric names: authors list (link)
  10. "Smt. Droupadi Murmu". Odisha Helpline. Archived from the original on 8 October 2020. Retrieved 27 July 2015.
  11. "Draupadi Murmu may soon be the President of India: Know all about her". indiatoday.
  12. "Governor reaches out". Hindustan. Ranchi. 4 April 2018.
  13. "ଦ୍ରୌପଦୀ ମୁର୍ମୁ ରମାଦେବୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ, କଲେଜ କ୍ୟାଣ୍ଟିନ ଯାଉ ନ ଥିଲେ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 23 June 2022. |archive-url= is malformed: save command (help)
  14. "Courage under fire: Droupadi Murmu's political graph saw abject poverty, personal loss & spiritual gains". The Economic Times. Retrieved 2022-06-23.
  15. Otv, News Desk. "Here is everything you need to know about NDA's Prez pick Draupadi Murmu". Here is everything you need to know about NDA’s Prez pick Draupadi Murmu (in ଇଂରାଜୀ). Retrieved 2022-06-23.
  16. "Orissa 2000". Election Commission of India (in ଇଂରାଜୀ). Retrieved 2019-06-27.
  17. "Orissa 2004". Election Commission of India (in ଇଂରାଜୀ). Retrieved 2019-06-27.
  18. http://rajbhavanjharkhand.nic.in/the_governer.html